ଆସୁଛି ରାଖୀ

ପାଖେଇ ଆସିଲାଣି ରାଖୀ ପୂର୍ଣ୍ଣିମା। ଯାହାକୁ ନେଇ ଭାଇ ଏବଂ ଭଉଣୀମାନଙ୍କ ମନରେ ବଢ଼ିଚାଲିଛି ଉତ୍କଣ୍ଠା। ଭାଇ ହାତରେ କିଭଳି ରାଖୀ ବାନ୍ଧିବି ଏବଂ ଭଉଣୀଙ୍କୁ କ’ଣ ସର୍‌ପ୍ରାଇଜ୍‌ ଗିଫ୍ଟ ଦେବି ତା’କୁ ନେଇ
ସଭିଏ ଚଲାଇଛନ୍ତି ଜୋର୍‌ସୋର୍‌ ପ୍ଲାନିଂ…

ରାଖୀ ପୂର୍ଣ୍ଣିମାରେ ଭଉଣୀଟିଏ ସୁରକ୍ଷା କବଚ ସଦୃଶ ବାନ୍ଧିଦିଏ ଭାଇ ହାତରେ ରାଖୀ। ଅଉ ପ୍ରତିବଦଳରେ ଭଉଣୀକୁ ଖୁସି କରିବାକୁ ଭାଇ ବି ବଢ଼ାଇଦିଏ ସ୍ନେହ ଓ ପ୍ରୀତିଭରା ଉପହାର। ଏହା କେବଳ ଏକ ପରମ୍ପରା ନୁହେଁ ବରଂ ଏହାଦ୍ୱାରା ଉଭୟଙ୍କ ମଧ୍ୟରେ ସମ୍ପର୍କ ଆହୁରି ଦୃଢ଼ ହୋଇଥାଏ। ତେବେ ଗିଫ୍ଟ ଦେବା ସମୟରେ ହେଉ କିମ୍ବା ଗ୍ରହଣ କରିବା ସମୟରେ କେତୋଟି କଥା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ…
ଉପହାର ଦେବାବେଳେ ଅନ୍ୟମାନଙ୍କ ସହ ଆଦୌ ପ୍ରତିଯୋଗିତା କରନ୍ତୁ ନାହିଁ। ଅନ୍ୟମାନେ କ’ଣ ଉପହାର ଦେଉଛନ୍ତି, ସେଭଳି କିମ୍ବା ତା’ଠାରୁ ଅଧିକ ଦାମୀ ଉପହାର ଦେବା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ। ସେହିପରି ଭଉଣୀ ବି ଭାଇଠୁ ଉପହାରଟିଏ ପାଇବା ପରେ ଏହାର ଦାମ୍‌ ତର୍ଜମା କରିବାକୁ ଚେଷ୍ଟା କରନ୍ତୁ ନାହିଁ କିମ୍ବା ଏହାକୁ ଅଣଦେଖା କରନ୍ତୁ ନାହିଁ। ଏହା ପଛରେ ନିଜ ପ୍ରତି ଭାଇଙ୍କର ଥିବା ଶ୍ରଦ୍ଧା ଓ ଭଲପାଇବାକୁ ଜାଣିବାକୁ ଚେଷ୍ଟା କରନ୍ତୁ ଏବଂ ଉପହାରର ଗୁରୁତ୍ବ ବୁଝନ୍ତୁ। କାରଣ ଉପହାର ଦେବା କିମ୍ବା ନେବା ବେଳେ ପ୍ରତିଯୋଗୀ ମନୋବୃତ୍ତି ରହିଲେ ଉପହାରର ଆନନ୍ଦ ନେବା ବଦଳରେ ଏହାର ମହତ୍ତ୍ବ କମିଯାଏ।
ଦାମୀ ଉପହାରରେ ଆପ୍ୟାୟିତ କରିବା ନିଶାରେ ଅଯଥା ଗୁଡ଼ାଏ ଖର୍ଚ୍ଚ କରିବାର ଆବଶ୍ୟକତା ନାହିଁ। କେହି କେହି ଏଥିପାଇଁ ଧାରକରଜ କରୁଥିବାର ବି ନଜିର ରହିଛି। ହେଲେ ବାସ୍ତବରେ କୌଣସି ଉପହାରର ଅସଲ ଗୁରୁତ୍ବ ଏହାର ଦାମ୍‌କୁ ନେଇ ହୋଇ ନ ଥାଏ। ଭଉଣୀ ପାଇଁ ଶ୍ରଦ୍ଧାର ସହ ଭାଇ ଦେଉଥିବା ପ୍ରତ୍ୟେକ ଉପହାର ହିଁ ମୂଲ୍ୟବାନ୍‌।
ଗ୍ରହଣ କରିବା ସମୟରେ ତାହା ଭଲ ନ ଲାଗିଲେ ଆଦୌ ପ୍ରକାଶ ନ କରି ଆଦରର ସହ ଗ୍ରହଣ କରି ଭାଇଙ୍କୁ ଧନ୍ୟବାଦ ଜଣାଇବା ଦରକାର। ଯାହାଦ୍ବାରା ଭାଇକୁ ଆତ୍ମସନ୍ତୋଷ ମିଳିଥାଏ। କେବଳ ଏତିକି ନୁହେଁ ଭାଇଙ୍କୁ ଆବଶ୍ୟକତାରୁ ଅଧିକ ଦାମୀ ଉପହାର ଡିମାଣ୍ଡ କରନ୍ତୁ ନାହିଁ। ଭାଇଙ୍କ ପାଖରେ ଏତେ ଟଙ୍କା ନ ଥିଲେ ସେ ହୁଏତ ଦୁଃଖ କରିପାରନ୍ତି କିମ୍ବା ଏତେ ଟଙ୍କା ଖର୍ଚ୍ଚ କରିବା ପରେ ତାଙ୍କର ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଟଙ୍କା ନିଅଣ୍ଟ ହୋଇପାରେ ଅବା ଧାର ଉଧାର କରିବାକୁ ପଡିପାରେ, ସେସବୁ ଦିଗରେ ଧ୍ୟାନ ଦିଅନ୍ତୁ।
ଉପହାର ଦେବା ସମୟରେ ଭାଇଙ୍କୁ ମଧ୍ୟ ଭଉଣୀଙ୍କ ପସନ୍ଦ, ନାପସନ୍ଦ ଏବଂ ଆବଶ୍ୟକତାକୁ ଆଖି ଆଗରେ ରଖି ଉପହାର ବାଛିବା ଦରକାର। ଯଦିଓ ଗିଫ୍ଟ ସର୍‌ପ୍ରାଇଜ ରହିଲେ ହିଁ ଦେବାରେ ଅଧିକ ଆନନ୍ଦ ମିଳିଥାଏ ହେଲେ କେବେ କେବେ ଏପରି ନ କରି ଭଉଣୀଙ୍କୁ ଉପହାର ନିଜେ ବାଛିବାର ସୁଯୋଗ ଦେଇପାରିବେ। ଏଥିପାଇଁ ଆପଣ ଚାହିଁଲେ ଅନ୍‌ଲାଇନ୍‌ ଶପିଂ ସାଇଟ୍‌ର ସାହାଯ୍ୟ ନେଇପାରିବେ କିମ୍ବା ନିଜ ବଜେଟ ଅନୁଯାୟୀ ଗିଫ୍ଟ କାର୍ଡ ମଧ୍ୟ ଦେଇପାରିବେ, ଯାହାକୁ ବ୍ୟବହାରକରି ସେ ନିଜ ପସନ୍ଦର ଉପହାର କିଣିପାରିବେ। ଏପରି କରିବା ଦ୍ୱାରା ଭଉଣୀଙ୍କୁ ଗିଫ୍ଟ ପସନ୍ଦ ଆସିବା ନ ଆସିବା କିମ୍ବା କୌଣସି କାର୍ଯ୍ୟରେ ନ ଆସିବା ସମସ୍ୟା ରହିବ ନାହିଁ।
ମିଳିଲେ ସମସ୍ତଙ୍କୁ ଖୁସି ଲାଗେ। ବିଶେଷ କରି ଯେତେବେଳେ ତାହା ବ୍ୟବହାର ଉପଯୋଗୀ ହୋଇଥାଏ, ଏହାର ମୂଲ୍ୟ ଦ୍ବିଗୁଣିତ ହୋଇଯାଏ। ତେଣୁ ଭଉଣୀ ପାଖରେ କ’ଣ ନାହିଁ ବା କ’ଣ ଦେଲେ କେବଳ ସାଇତି ରଖିବା ବଦଳରେ କାମରେ ଲାଗିପାରିବ ଜାଣିବାକୁ ଚେଷ୍ଟା କରନ୍ତୁ। ଦେଖିବେ ଏହି ଉପହାରରେ ଭଉଣୀ ଅଧିକ ଖୁସି ହେବେ।
ସବୁବେଳେ କିଣାଯିବା ଦରକାର ତା’ ନୁହେଁ, ଆପଣ ଚାହିଁଲେ ନିଜେ ମଧ୍ୟ ଘରେ ପ୍ରସ୍ତୁତ କରି ଦେଇପାରିବେ, ଯେପରି କାର୍ଡ। ଏହା ବ୍ୟତୀତ ଫୁଲଗଛ, ଆକ୍ବାରିଅମ୍‌ ଇତ୍ୟାଦି ବି ଦେଇପାରିବେ। ତେବେ ଉପହାରରେ ଭଉଣୀଙ୍କୁ ଟେଷ୍ଟି ଟେଷ୍ଟି ଖାଦ୍ୟ ବିଶେଷ କରି ନିଜ ହାତ ପ୍ରସ୍ତୁତ ଖାଦ୍ୟ ଖୁଆଇବା ଦ୍ୱାରା ତାଙ୍କ ପ୍ରତି ଆପଣଙ୍କର କେତେ ଶ୍ରଦ୍ଧା ରହିଛି ତାହା ସ୍ପଷ୍ଟ ଜଣାପଡିବା ସହ ତାଙ୍କୁ ଅଧିକ ଖୁସି ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?