ବ୍ରହ୍ମପୁର ଅଫିସ,୭ା୮-ବର୍ଷା ଆଗମନରେ ଆସିଯାଇଛି ଡେଙ୍ଗୁ ଋତୁ। ଜିଲାବାସୀଙ୍କୁ ଏବେ ଘାରିଛି ଚିନ୍ତା। ବିଶେଷକରି ବ୍ରହ୍ମପୁର ସହରରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁ ଚିନ୍ତା ଆହୁରି ବଢିଯାଇଛି। କେଉଁଠି ନାଳ ଚୋକ ହୋଇ ରହିଛି ତ ଆଉ କେଉଁଠି ଅଳିଆ ଆବର୍ଜନା ପଡ଼ିରହି ନାନା ରୋଗର କାରଣ ସାଜୁଛି। ବର୍ଷା ଋତୁ ଆସିଯାଇଥିବାରୁ ବିଭିନ୍ନ ସ୍ଥାନରେ ପାଣି ଜମି ରହୁଛି। ଫଳରେ ଲୋକଙ୍କୁ ଡେଙ୍ଗୁ ଭୟ ଘାରିଛି। ଅବଶ୍ୟ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ଜିଲାରେ ୨୩ ରୋଗୀଙ୍କୁ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ବିଜୟ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏଥିପାଇଁ ଜିଲା ସ୍ବାସ୍ଥ୍ୟ ବିଭାଗ ସଜାଗ ରହିଛି। ଜିଲାରେ ୨୦୧୩ ରୁ ୨୦୧୯ ଅଗଷ୍ଟ ୫ ତାରିଖ ସୁଦ୍ଧା ୯୩୪ ଡେଙ୍ଗୁ ପଜିଟିଭ ରୋଗୀ ଚିହ୍ନଟ ହୋଇସାରିଛନ୍ତି ବୋଲି ସିଡ଼ିଏମ୍ଓ ପାଣିଗ୍ରାହୀ କହିଛନ୍ତି। ବ୍ରହ୍ମପୁର ସହରରେ ପ୍ରାୟ ୪୦ ଆପାର୍ଟମେଣ୍ଟ ଚିହ୍ନଟ କରାଯାଇ ସ୍ବତନ୍ତ୍ର ଅଭିଯାନ ହାତକୁ ନିଆଯାଇଛି ବୋଲି ଜିଲା ମ୍ୟାଲେରିଆ ଅଧିକାରୀ ଡା.ଆର.ଜଗଦୀଶ ପଟ୍ଟନାୟକ ସୂଚନା ଦେଇଛନ୍ତି। ପ୍ରତ୍ୟେକ ଆପାର୍ଟମେଣ୍ଟକୁ ଏହି ଟିମ୍ ଯାଇ ସେଠାରେ ଦୀର୍ଘଦିନ ଧରି ଜମି ରହୁଥିବା ପାଣିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସହ ଲୋକମାନଙ୍କୁ ସଚେତନ କରୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲାରେ ୨୦୧୨ରେ ଡେଙ୍ଗୁ ଜ୍ୱର ଉତ୍କଟ ରୂପ ଧାରଣ କରିଥିଲା। ଏହି ବର୍ଷ ମୋଟ ୫୩୩ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଏମ୍କେସିଜି ମେଡିକାଲ ଡେଙ୍ଗୁ ୱାର୍ଡରେ ଚିକିତ୍ସିତ ହୋଇଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ ବର୍ଷା ହେଲା ମାତ୍ରେ ଲୋକଙ୍କୁ ଡେଙ୍ଗୁ ଭୟ ଘାରିଥିଲା। ବିଶେଷକରି ଦୀର୍ଘଦିନ ଧରି ଜମାହୋଇ ରହୁଥିବା ପାଣିରୁ ଡେଙ୍ଗୁ ରୋଗର ବାହକ ଏଡିଶ ମଶା ସୃଷ୍ଟି ହୋଇଥାଏ। ବର୍ଷା ଦିନେ ସହରର ବିଭିନ୍ନ ସ୍ଥାନରେ ପଡି ରହୁଥିବା ଟାୟାର, ପଲିଥିନ, ପଇଡ଼ ଖୋଳପା ଓ ଭଙ୍ଗା ବାଲଟି ପ୍ରଭୃତି ସାମଗ୍ରୀରେ ପାଣି ଜମା ହୋଇ ରହିଥାଏ। ସାଧାରଣତଃ ଲୋକମାନଙ୍କ ଏହା ଉପରେ ଦୃଷ୍ଟି ପଡେ ନାହିଁ। ଏଭଳି ସାମଗ୍ରୀରେ ଦୀର୍ଘଦିନ ଧରି ପାଣି ଯେପରି ଜମି ନ ରହିବ ସେ ଦିଗରେ ସତର୍କ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି । ଏପରିକି ସହରରେ ଜଳ ସମସ୍ୟା ଯୋଗୁ ଲୋକମାନେ ବଡ ବାଲଟି, ଡ୍ରମରେ ପାଣି ଗଛିତ ରଖିଥାନ୍ତି। ସେଥିରେ ମଧ୍ୟ ଦୀର୍ଘଦିନ ଧରି ପାଣି ରହିବା ଯୋଗୁ ସେଥିରେ ଏଡ଼ିଶ ମଶା ସୃଷ୍ଟି ହେବାର ଭୟ ରହିଛି। ଏଥିପ୍ରତି ଧ୍ୟାନ ଦେଇ ଦୀର୍ଘଦିନ ପର୍ଯ୍ୟନ୍ତ ଡ୍ରମରେ ପାଣି ଜମା କରି ନ ରଖିବାକୁ ସ୍ବାସ୍ଥ୍ୟ ବିଭାଗ ତରଫରୁ ଜନସାଧାରଣଙ୍କୁ କୁହାଯାଇଛି। ସହରର ବିଭିନ୍ନ ସ୍ଥାନରେ ଡ଼ମ୍ପିଂ ପଏଣ୍ଟ ରହିଥିବା ବେଳେ ତାହା ଠିକ୍ ଭାବେ ସଫା କରାଯାଉନାହିଁ। ଫଳରେ ସେଠାରେ ପାଣି ଜମି ରହୁଛି। ଏଣୁ ସେଥିରେ ମଧ୍ୟ ଏଡିସ ମଶା ଜନ୍ମ ହେବାର ଆଶଙ୍କା ରହିଛି। ଏହା ସହିତ ସହରର ବିଭିନ୍ନ ସ୍ଥାନରେ ନାଳ ନର୍ଦ୍ଦମା ଚୋକ ହୋଇ ରହିବା ଯୋଗୁ ଏହି ରୋଗର ବାହକ ଏଡିଶ୍ ମଶା ସୃଷ୍ଟି ହେବାର ସମ୍ଭାବନା ରହିଛି। ମହାନଗର କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି। ଏହା ସହିତ ଟିଫା ମେଶିନରେ ମଶା ମରା ଅଭିଯାନ ତ୍ୱରାନ୍ବିିତ କରିବାକୁ ଦାବି ହେଉଛି। ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍କେସିଜି ମେଡିକାଲ ଓ ସିଟି ହସ୍ପିଟାଲରେ ସ୍ବତନ୍ତ୍ର ଡେଙ୍ଗୁ ୱାର୍ଡର ବ୍ୟବସ୍ଥା କରାଯାଇଛି। ସେହିପରି ବ୍ଲକସ୍ତରରେ ପିଏଚସି ଗୁଡିକରେ ମଧ୍ୟ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ସେବା ପ୍ରଦାନ କରାଯାଉଛି। ଆବଶ୍ୟକ ସଚେତନ ଓ ପରିମଳ ବ୍ୟବସ୍ଥାରେ ସୁଧାର ଅଣାଯାଇ ପାରିଲେ ଡେଙ୍ଗୁକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ସିଡ଼ିଏମଓ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ୨୦୧୨ ପରେ ଜିଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବହୁ ମାତ୍ରାରେ ହ୍ରାସ ପାଇଛି।
Posted inଆମ ଜିଲା ଖବର, ଗଞ୍ଜାମ View All

ଘାରିଛି ଅଜବ ନିଶା: ପାଲା ପ୍ରେମରେ ୯୦ ବର୍ଷୀୟ ବିଷ୍ଣୁଚରଣ
ରସୁଲପୁର,୪ା୧(ଡି.ଏନ.ଏ): ଏକଦା ହିନ୍ଦୁ ସଂସ୍କୃତି ଓ ପରମ୍ପରାର ପ୍ରଚାର, ପ୍ରସାର ଦିଗରେ ପାଲା ଏକ ବଳିଷ୍ଠ ମାଧ୍ୟମ ଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ପାଲା ପରିବେଷଣକୁ ଅଧିକ...

ଗାଁ ଭିତରକୁ ପଶିଲା ପିଟିସି ଗୁଳି
ଅନୁଗୋଳ ଅଫିସ/ବନ୍ତଳା, ୧୨।୫ ଅନୁଗୋଳସ୍ଥିତ ପୋଲିସ ଟ୍ରେନିଂ କଲେଜ (ପିଟିସି)ରେ ସୋମବାର ଗୁଳି ଚାଳନା ପ୍ରଶିକ୍ଷଣ ବେଳେ ନିକଟସ୍ଥ ଶରଧାପୁର ଗାଁର ମହିଳା ପୁଷ୍ପଲତା ନାଏକ(୪୮)ଙ୍କ...

କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା
ପୁରୀ ଅଫିସ/ଖୋର୍ଦ୍ଧା ଅଫିସ/ ନିରାକାରପୁର/ ନିମାପଡ଼ା/ଗୋପ/ କୋଣାର୍କ/ଡେଲାଙ୍ଗ/ପିପିଲି, ୨୭।୧୧(ଡି.ଏନ୍.ଏ.)କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି ପ୍ରତିବାଦରେ ଗୁରୁବାର କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକ ପକ୍ଷରୁ ଡାକରା ଦିଆଯାଇଥିବା...

ବିଜୟା ଦଶମୀରେ ଶ୍ରୀରଘୁନାଥଜୀଉଙ୍କ ସୁନାବେଶ
ଓଡ଼ଗାଁ,୧୦ା୧୦(ସ୍ବ.ପ୍ର.): ଓଡ଼ଗାଁରେ ବିଜେ ଶ୍ରୀରଘୁନାଥଜୀଉଙ୍କ ମନ୍ଦିରରେ ସୋମବାର ବିଜୟା ଦଶମୀ ପାଳିତ ହୋଇଯାଇଛି। ଏହି ତିଥିରେ ପ୍ରଭୁ, ମା’ ସୀତା ଓ ଅନୁଜ ଲକ୍ଷ୍ମଣ ସୁନା...

ଦିଗପହଣ୍ଡି ରେଞ୍ଜର ନିଲମ୍ବିତ
ବ୍ରହ୍ମପୁର ଅଫିସ୍,୧୫ା୮-ଗଞ୍ଜାମ ଜିଲା ଦିଗପହଣ୍ଡିର ଭାରପ୍ରାପ୍ତ ରେଞ୍ଜର ପରମାନନ୍ଦ ପାଣିଗ୍ରାହୀ ବୁଧବାର ନିଲମ୍ବିତ ହୋଇଛନ୍ତି। ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସୁରେଶ ପନ୍ଥ ତାଙ୍କୁ ନିଲମ୍ବିତ...

ନବୀନଙ୍କ ଜନ୍ମଦିନରେ ରକ୍ତଦାନ କଲେ ବିଜେଡି କର୍ମୀ
କେନ୍ଦୁଝର,୧୬।୧୦(ସ୍ବ.ପ୍ର.) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୩ ତମ ଜନ୍ମ ଦିବସ ଉପଲକ୍ଷେ କେନ୍ଦୁଝର ଜିଲା ବିଜେଡି ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ବୁଧବାର ସ୍ଥାନୀୟ...

ରାସ୍ତା ପାଲଟିଛି ମରଣଯନ୍ତା
ବୁଗୁଡ଼ା,୧୬।୧୦: ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଷୋହଳ ମାଇଲି ଛକଠାରୁ ଗରେଇ ଝୁଳି ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ କୋଟି...

କୋହଳ ପରେ ଗହଳି
ଅନୁଗୋଳ ଅଫିସ, ୫।୫ ଅନୁଗୋଳ ଜିଲା ଗ୍ରୀନ୍ ଜୋନ୍ରେ ଥିବାରୁ ଜିଲା ପ୍ରଶାସନ ପକ୍ଷରୁ ଲକ୍ଡାଉନ ନିୟମ କୋହଳ କରାଯାଇଛି। ଫଳରେ ସୋମବାରଠାରୁ ଅନେକ ବ୍ୟବସାୟିକ...