ଆସନ୍ନ ପ୍ରସବାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଫୁଲବାଣୀ ଅଫିସ,୧ା୯- ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଆସନ୍ନ ପ୍ରସବାଙ୍କ ଅସ୍ତ୍ରୋପଚାର କକ୍ଷରେ ମୃତ୍ୟୁ ଘଟିଛି । ଏହାକୁ ନେଇ ପରିବାର ଲୋକଙ୍କ ପକ୍ଷରୁ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ କରାଯାଇଛି। ଘଟଣା ଘଟିବା ପରେ ମୃତକଙ୍କ ପରିବାର ଲୋକ ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାରେ କେହି ଦାୟୀ ନୁହଁନ୍ତି, ଆନାସ୍ଥେସିଆ ଦିଆଯିବା ପରେ ତାଙ୍କର ହୃଦ୍‌ଘାତ ହୋଇଥିବା ମେଡିକାଲ କର୍ତ୍ତୃପକ୍ଷ କହିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ମହିଳା ହେଲେ ଜି.ଉଦୟଗିରି ବ୍ଲକ ଟିଆଙ୍ଗିଆ ପଞ୍ଚାୟତ ବୁନ୍ଦୁଲିପଡାର ବିଜୟ କୁମାର ନାୟକଙ୍କ ସ୍ତ୍ରୀ ସ୍ବର୍ଣ୍ଣଲତା ସାନସେଟ୍‌। ମିଳିଥିବା ସୂଚନା ଅନୁଯାୟୀ, ସ୍ବର୍ଣ୍ଣଲତାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଗତ ୨୭ ତାରିଖରୁ ମେଡିକାଲରେ ଆଡମିଶନ ହୋଇଥିଲେ। ଶୁକ୍ରବାର ଯନ୍ତ୍ରଣା ଅଧିକ ହେବାରୁ ତାଙ୍କର ଅସ୍ତ୍ରୋପଚାର କରାଯିବାକୁ ଡାକ୍ତର କହିଥିଲେ। ସେହି ଅନୁସାରେ ତାଙ୍କୁ ଅସ୍ତ୍ରୋପଚାର କକ୍ଷକୁ ନିଆଯାଇ ଆନାସ୍ଥେସିଆ ଦିଆଯିବା ପରେ ତାଙ୍କ ଶରୀରରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା ା କିଛି ସମୟ ମଧ୍ୟରେ ତାଙ୍କ ପ୍ରାଣବାୟୂ ଉଡି ଯାଇଥିଲା ା ଡାକ୍ତର ବହୂଚେଷ୍ଟା କରିଥିଲେ ମଧ୍ୟ ସଫଳତା ମିଳି ନ ଥିଲା ବୋଲି ଏଡିଏମ୍‌ଓ ମେଡିକାଲ ମନୋରଞ୍ଜନ ରାଉତ କହିଛନ୍ତି॥


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷା: ଏହି ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା

ଫୁଲବାଣୀ,୨।୭(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ଦୁଇ ଦିନ ଧରି ପ୍ରବଳ ବର୍ଷା ହେଉଛି। ଲଗାଣ ବର୍ଷା ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ…

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ରାଇକିଆ ଥାନାରେ ନିଶାମୁକ୍ତ ଅଭିଯାନ, ଏହି ଶପଥ ନେଲେ ଛାତ୍ରୀଛାତ୍ର

ରାଇକିଆ,୧।୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନାରେ ବୁଧବାର ନିଶା ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ଏ.ସ୍ୱର୍ଣ୍ଣଲତା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଦ୍ରୁତଗତି ସାଜିଲା କାଳ: ବର୍ଷାରେ ହଠାତ୍‌ ବ୍ରେକ୍‌ ମାରିବାରୁ, ଘଟିଲା…

ଦାରିଙ୍ଗବାଡି,୧।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡି ପଞ୍ଚାୟତ ବୁଡ଼ାଗୁଡା ଛକରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି।…

କୋଟଗଡ଼ ବ୍ଲକର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଫୁଲବାଣୀ, ୧।୭ (ରାକେଶ କୁମାର ରାଉତ): କନ୍ଧମାଳ ଜିଲାର କୋଟଗଡ଼ ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ (MGNREGS) ଯୋଜନାରେ ହୋଇଥିବା ଦୁର୍ନୀତି ଘଟଣାରେ ବ୍ଲକର ସହକାରୀ ଯନ୍ତ୍ରୀ ଓ କନିଷ୍ଠ…

୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଡାକ୍ତର: ରୋଗୀ ସେବା ପ୍ରଭାବିତ

ଦାରିଙ୍ଗବାଡି,୧।୭(ଅରୁଣ ସାହୁ): ରାଜ୍ୟବ୍ୟାପୀ ଓଡିଶା ମେଡିକାଲ ସର୍ଭିସେସ ଆସୋସିଏସନ(ଓଏମଏସଏ) ପକ୍ଷରୁ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ…

ଚୁକ୍ତିର ଅବଧି ସରିବା ୬ ଦିନ ପୂର୍ୱରୁ ଠିପିବନ୍ଦ ବିଦେଶୀ ମଦ ଦୋକାନ ବନ୍ଦ, ଅବକାରୀ ଅଧିକ୍ଷକ କହିଲେ ତଦନ୍ତ କରାଯିବ…

ଦାରିଙ୍ଗବାଡି, ୩୦ ।୬ (ଅରୁଣ ସାହୁ ): ସରକାରଙ୍କ ଠାରୁ ଅନୁମୋଦନ ପାଇ ସରକାରଙ୍କ ସହ ଚୁକ୍ତି କରି ଖୋଲାଯାଇଥିବା ଠିପିବନ୍ଦ ବିଦେଶୀ ମଦ ଦୋକାନର ଅବଧି…

ରାଇକିଆରେ ଦେବସ୍ନାନ ପୂର୍ଣ୍ଣିମା: ହାତୀ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ରାଇକିଆ,୨୯/୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ଏଥିରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି। ପୂର୍ବାହ୍ନରେ ମନ୍ଦିର ପରିସରସ୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri