ଆଷ୍ଟରଏଡ୍‌କୁ ଧକ୍କାଦେଲା ସ୍ପେସ୍‌କ୍ରାଫ୍ଟ

କେପ୍‌ କାନାଭେରାଲ, ୨୮।୯: ପୃଥିବୀକୁ ବାହ୍ୟ ବିପଦରୁ ରକ୍ଷା ପାଇଁ ଆମେରିକୀୟ ମହାକାଶ ଏଜେନ୍ସି ନାସାର ପରୀକ୍ଷଣ ମଙ୍ଗଳବାର ସଫଳ ହୋଇଛି। ଡାର୍ଟ (ଡବଲ ଆଷ୍ଟରଏଡ ରିଡିରେକ୍ସନ୍‌ ଟେଷ୍ଟ) ମିଶନରେ ମହାକାଶକୁ ପଠାଯାଇଥିବା ସ୍ପେସ୍‌କ୍ରାଫ୍ଟ ସଫଳତାର ସହ ଡାଇମୋର୍‌ଫସ୍‌ ଆଷ୍ଟରଏଡ୍‌କୁ ଧକ୍କା ଦେଇଛି। ଡାର୍ଟ ସ୍ପେସ୍‌କ୍ରାଫ୍ଟ ୨୨,୫୦୦ କିମି ପ୍ରତି ଘଣ୍ଟାରେ ଯାଇ ୧୬୦ ମିଟର ବ୍ୟାସ ବିଶିଷ୍ଟ ଏହି ଛୋଟ ଗ୍ରହାଣୁପୁଞ୍ଜକୁ ସିଧାସଳଖ ଧକ୍କା ଦେଇଥିଲା। ଏହି ସ୍ପେସ୍‌ ମିଶନକୁ ବିଭିନ୍ନ ପଏଣ୍ଟରେ ଟେଲିସ୍କୋପ୍‌ ମାଧ୍ୟମରେ ବୈଜ୍ଞାନିକମାନେ ନିରୀକ୍ଷଣ କରିଥିଲେ। କୌଣସି ଆଷ୍ଟରଏଡ୍‌କୁ ଏପରି ଧକ୍କା ଦେଇ ତାହାକୁ ପୃଥିବୀ ନିକଟତର ହେବାରୁ ଦୂରେଇ ରଖିବା ଏବଂ ତାହାର ଦିଗ ବଦଳାଇବାରେ ଏପ୍ରକାର ମିଶନ ପ୍ରଥମ। ଡିଡିମୋସ୍‌ର ଚନ୍ଦ୍ରମା ଡାଇମୋରଫୋସ୍‌ ପୃଥିବୀ ପ୍ରତି ବିପଦ ସୃଷ୍ଟି କରି ନ ଥିଲେ ହେଁ ନାସା ପରୀକ୍ଷଣ ପାଇଁ ଏହାକୁ ଟାର୍ଗେଟ କରିଥିଲା। ପ୍ରାୟ ୧୬୫ ନିୟୁତ ବର୍ଷ ଧରି ପୃଥିବୀରେ ରାଜ୍‌ କରୁଥିବା ଡାଇନୋସରର ବିଲୁପ୍ତି ପାଇଁ ଆଷ୍ଟରଏଡକୁ ଦାୟୀ କରାଯାଏ। ଏହାର ବ୍ୟାସ ପ୍ରାୟ ୧୦ କିଲୋମିଟର ଥିଲା ବୋଲି ବୈଜ୍ଞାନିକମାନେ ଦାବି କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମରିବୁ ପଛେ ଛାଡିବୁ ନାହିଁ : ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ମତ୍ସ୍ୟଜୀବୀ, ସମାଧାନ ନ ହେଲେ…

ଛତ୍ରପୁର,୯।୭ (ଦିଲ୍ଲୀପ ସାମଲ): ମରିବୁ ପଛେ ଛାଡିବୁ ନାହିଁ। ପ୍ରଶାସନ ଓ ପୋର୍ଟ କର୍ତ୍ତୃପକ୍ଷ ଆମକୁ ଦିନକୁ ଦିନ ଧୋକା ଦେବାରେ ଲାଗିଛନ୍ତି । ଏନେଇ ଆନ୍ଦୋଳନ…

ଇରାନ ଉପରେ ଆମେରିକାର ଜୋରଦାର ଆକ୍ରମଣ: ଚାରିଆଡ଼େ ଧୂଆଁଧୂଆଁ

ଓ୍ବାଶିଂଟନ୍‌,୯।୭: ପଶ୍ଚିମ ଏସିଆରେ ଉତ୍ତେଜନା ପୁଣି ଥରେ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଆମେରିକା ଇରାନ ଉପରେ ଘନ ଘନ ଆକ୍ରମଣ କରୁଛି। ଦକ୍ଷିଣପୂର୍ବ ଇରାନର ଇରାନଶାହରରେ ଅବସ୍ଥିତ…

ଏସ.ଆଇ.ଆର୍‌ ନେଇ ସଚେତନ ହେବା ଜରୁରୀ: ଛାତ୍ରୀଛାତ୍ରଙ୍କ ମଧ୍ୟରେ କୁଇଜ-ଚିତ୍ରାଙ୍କନ ପ୍ରତିଯୋଗିତା

ଭଞ୍ଜନଗର,୯।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସ.ଆଇ.ଆର୍‌ ୨୦୨୬ ଉପରେ ଅଧିକରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହାଦ୍ୱାରା ଲୋକେ ଭୋଟର ତାଲିକା ଉପରେ…

ପଥର ଚିପ୍ସ ବୋଝେଇ ହାଇୱା ଉପରକୁ ଗୁଳିମାଡ଼: ଜୀବନ ରକ୍ଷା ଭୟରେ ଡ୍ରାଇଭର୍‌…

କୁତ୍ରା,୯।୭(ଦେବାଶିଷ ସାହୁ): ସୁନ୍ଦରଗଡ ଜିଲା କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡ଼ା ଜଙ୍ଗଲ ନିକଟରେ ଆଜି ଭୋର ପ୍ରାୟ ୩ ଟା ୨୦ ମିନିଟ ସମୟରେ ଗୁଳିମାଡ଼ ହୋଇଥିବା…

ପୁଣି ଚର୍ଚ୍ଚାରେ ଜଳ ସମ୍ପଦ ବିଭାଗ: ଚାଷ ଆରମ୍ଭରୁ ଧସିଗଲା କେନାଲ ପାର୍ଶ୍ୱକାନ୍ଥ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଜଳସମ୍ପଦ ବିଭାଗର ବିବାଦ ପିଛା ଛାଡୁନାହିଁ। ଏହି ବିଭାଗ ଅଧୀନରେ ଜିଲାର ଅନେକ ସ୍ଥାନରେ ବିଭିନ୍ନ ପ୍ରକଳ୍ପ, କେନାଲ ଉନ୍ନତୀକରଣ ଓ ମରାମତି…

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri