Posted inଖେଳ

ଆଶେସ ସିରିଜ ଲାଗି ଅଷ୍ଟ୍ରେଲିଆ ଦଳର ମେଣ୍ଟର ଓ୍ବ

ସିଡ୍‌ନୀ,୪।୭(ଏଏଫ୍‌ପି)- ଇଂଲଣ୍ଡରେ ୧୮ ବର୍ଷ ପରେ ଅଷ୍ଟ୍ରେଲିଆ ଦଳ ଆଶେସ ସିରିଜ୍‌ ଜିତିବା ଲକ୍ଷ୍ୟ ରଖିଛି। ଏଥିଲାଗି ପୂର୍ବତନ ଅଧିନାୟକ ଷ୍ଟିଭ ଓ୍ବଙ୍କୁ ଦଳର ମେଣ୍ଟର ଦାୟିତ୍ୱ ଦିଆଯାଇଛି। ଓ୍ବଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ୨୦୦୧ରେ ଅନ୍ତିମ ଥର ଇଂଲଣ୍ଡରେ ଆଶେସ ସିରିଜ୍‌ ଜିତିଥିଲା। ଏଣୁ ତାଙ୍କୁ ଦଳର ସହାୟତା ଲାଗି ମେଣ୍ଟର ଭାବେ ନିଯୁକ୍ତ କରାଯାଇଥିବା ଟେଷ୍ଟ ଅଧିନାୟକ ଟିମ ପେନ କହିଛନ୍ତି। ଓ୍ବ ୬ ସପ୍ତାହ ଧରି ଦଳ ସହ ରହିବେ। ଏହା କୋଚ୍‌ ଜଷ୍ଟିନ ଲାଙ୍ଗର ଓ ମୁଁ ଚାହୁଁଥିଲୁ। ପୂର୍ବତନ କିମ୍ବଦନ୍ତୀ ଖେଳାଳି ଦଳ ସହ ରହିବା ଦ୍ୱାରା ଦଳୀୟ ଖେଳାଳିଙ୍କ ମନୋବଳ ବୃଦ୍ଧି ପାଏ, ଯାହା କି ଚଳିତ ବିଶ୍ୱକପ୍‌ରେ ଦେଖିବାକୁ ମିଳୁଛି। ଆମ ନିକଟରେ ରିକି ପଣ୍ଟିଂ ଅଛନ୍ତି। ଆଉ ଏବେ ଓ୍ବଙ୍କ ଭଳି କିମ୍ବଦନ୍ତୀ ଦଳରେ ଥିବାରୁ ଆମେ ଭାଗ୍ୟବାନ ଅନୁଭବ କରୁଛୁ ବୋଲି ଅଧିନାୟକ ପେନ କହିଛନ୍ତି। ପ୍ରଖ୍ୟାତ ଖେଳାଳି ଓ୍ବ ୧୬୮ ଟେଷ୍ଟ ଖେଳିଛନ୍ତି। ତାଙ୍କ ନାମରେ ୩୨ ଟେଷ୍ଟ ଶତକ ରହିଛି। ଆଶେସ ସିରିଜ୍‌ର ପ୍ରଥମ ଟେଷ୍ଟ ଅଗଷ୍ଟ ୧ ତାରିଖରୁ ଏଡ୍‌ଜବଷ୍ଟନଠାରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୂର୍ବତନ ଶ୍ରୀଲଙ୍କା କ୍ରିକେଟରଙ୍କୁ ୮ବର୍ଷ ବାସନ୍ଦ

ଦୁବାଇ, ୨୦ା୪ (ପି.ଟି.)- ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ଦିଲହରା ଲୋକୁହେଟିଗେଙ୍କୁ ସୋମବାର କ୍ରିକେଟର ସମସ୍ତ କାର୍ଯ୍ୟକଳାପରୁ ୮ବର୍ଷ ବାସନ୍ଦ କରାଯାଇଛି। ସେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ...

କ୍ୱାର୍ଟରରେ ପହଞ୍ଚିଲା ଅଷ୍ଟ୍ରେଲିଆ, ଇଂଲଣ୍ଡ

ବ୍ରିସ୍‌ବେନ୍‌,୭ା୮: ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ମହିଳା ଫୁଟବଲ୍‌ ବିଶ୍ୱକପରେ ସୋମବାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ୟୁରୋ କପ୍‌ ଚାମ୍ପିୟନ୍‌ ଇଂଲଣ୍ଡ ଓ ଘରୋଇ...

ଏହି କ୍ରିକେଟର୍‌ଙ୍କ ଭାଇଙ୍କୁ ଗୁଳି କରି ହତ୍ୟା

କେପ୍‌ଟାଉନ, ୮।୧୦: ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଭର୍ନନ ଫିଲାଣ୍ଡରଙ୍କ ଭାଇ ଟାଇରୋନଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବୁଧବାର କେପ୍‌ଟାଉନରେ ଟାଇରୋନଙ୍କୁ ଗୁଳି...

୩ ମାସ ପରେ ଲା ଲିଗାର ପ୍ରତ୍ୟାବର୍ତ୍ତନ: ରିୟଲ ବେଟିସ୍‌କୁ ହରାଇଲା ସେବିଲା

ମାଡ୍ରିଡ,୧୨।୬: ଦୀର୍ଘ ୩ ମାସ ପରେ ସ୍ପାନିଶ ଫୁଟବଲ ଲିଗ୍‌ ଗୁରବାର ପ୍ରତ୍ୟାବର୍ତ୍ତନ କରିଛି। ପ୍ରତ୍ୟାବର୍ତ୍ତନର ପ୍ରଥମ ମ୍ୟାଚ୍‌ରେ ସେବିଲା ତା’ର ସ୍ଥାନୀୟ ପ୍ରତିଦ୍ୱନ୍ଦ୍ୱୀ ରିୟଲ...

୨ ପରିବର୍ତ୍ତନ ସହ ଓହ୍ଲାଇଲା ଚେନ୍ନାଇ

ମୁମ୍ବାଇ,୨୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ଗୁରୁତ୍ୱପୂର୍ଣ୍ଣ ୩୩ତମ ମ୍ୟାଚରେ ଚେନ୍ନାଇ ସୁପର  କିଙ୍ଗ୍ସ ଅଧିନାୟକ ରବୀନ୍ଦ୍ର ଜାଡେଜା ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି...

ସର୍ବଭାରତୀୟ ମହାବୀର କ୍ରିକେଟ୍‌: ୟୁ ଆଣ୍ଡ୍‌ ମି ଚାମ୍ପିୟନ୍‌

ସୋର, ୨୬ା୧୨(ଡି.ଏନ୍‌.ଏ): ସୋର ବ୍ଲକ ବାଗୁଡ଼ି ମହାବୀର କ୍ଲବ ଆନୁକୂଲ୍ୟରେ ୨୨ତମ ସର୍ବଭାରତୀୟ କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର ଉଦ୍‌ଯାପିତ ହୋଇଛି। ଫାଇନାଲରେ ରାମେଶ୍ୱର ସ୍ପୋର୍ଟିଂକୁ ହରାଇ...

ଚତୁର୍ଥ ଷ୍ଟେଜ୍‌ ଜିତିଲେ କାଭେଣ୍ଡିସ୍‌

ପ୍ୟାରିସ, ୩୦ା୬ ବ୍ରିଟେନର ମାର୍କ କାଭେଣ୍ଡିସ ଟୁର୍‌ ଡି’ ଫ୍ରାନ୍ସର ଚତୁର୍ଥ ଷ୍ଟେଜ୍‌ ଜିତିଛନ୍ତି। ୫ ବର୍ଷରେ ଏହା ହେଉଛି ତାଙ୍କର ପ୍ରଥମ ଏବଂ ଟୁର୍‌ରେ...

ଟି-୨୦ ବିଶ୍ୱକପ୍‌ରେ କେବେ ମଇଦାନକୁ ଓହ୍ଲାଇବେ ବିରାଟ ବ୍ରିଗେଡ୍‌; କେଉଁ ଟିମ୍‌ ସହ ଲଢ଼ିବେ; ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୯: ଆସନ୍ତା ମାସରୁ ଆରମ୍ଭ ହେବାକୁ ଯାଉଛି ଟି୨୦ ବିଶ୍ୱକପ୍‌। ୨୩ ଅକ୍ଟୋବରରୁ ମ୍ୟାଚ୍‌ ଆରମ୍ଭ ହେବାକୁ ଥିବା ବେଳେ ଅକ୍ଟୋବର ୧୭ରୁ ଯୋଗ୍ୟତା ମ୍ୟାଚ୍‌...

Advertisement
Archives

Model This Week