ଆଳୁ ବିକିଲା ଯୋଗାଣ ବିଭାଗ

ପାଲଲହଡା, ୨୬।୩ (ଡି.ଏନ.ଏ.): ପାଲଲହଡା ଉପଖଣ୍ଡରେ ଆଳୁ, ପିଆଜର ଦର କିଲୋ ପିଛା ହଠାତ୍‌ ୧୫ ଟଙ୍କା ବଢ଼ାଇ ଦିଆଯାଇଥିବା ଅଭିଯୋଗ ମିଳିବା ପରେ ଗୁରୁବାର ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଉପଜିଲାପାଳ ଅଜିତ କୁମାର ପ୍ରଧାନ, ଉପଖଣ୍ଡ ପୋଲିସ ଅଧିକାରୀ ଯଶୋବନ୍ତ ସାମଲ, ତହସିଲଦାର ସ୍ବାଗତ ଦାଶ, ଯୋଗାଣ ନିରୀକ୍ଷକ ପିଣ୍ଟୁ ବେହେରାଙ୍କୁ ନେଇ ଗଠିତ ଏକ ଟିମ୍‌ ସହରର ବିଭିନ୍ନ ଆଳୁ ଗୋଦାମ ଏବଂ ଦୋକାନରେ ଯାଞ୍ଚ କରିଥିଲେ। ଜରୁରୀ ପରିସ୍ଥିତିରେ ଆଳୁର ଏପରି ମୂଲ୍ୟବୃଦ୍ଧି ନ କରି କିଲୋ ପ୍ରତି ୨୦ ଟଙ୍କାରେ ବିକ୍ରି କରିବାକୁ ଅଧିକାରୀମାନେ ନିର୍ଦ୍ଦେଶ ଦେଇଥିଲେ। ତେବେ ଗାଡ଼ି ଭଡ଼ା ଅଧିକ ବଢ଼ିଯାଇଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଥିବା ହୋଲସେଲରମାନେ କହିବା ପରେ ଉପଖଣ୍ଡ ଯୋଗାଣ ବିଭାଗ ପକ୍ଷରୁ ସହରର ୨ଟି ସ୍ଥାନରେ ୨୦ ଟଙ୍କା କିଲୋ ପ୍ରତି ଆଳୁ ବିକ୍ରି କରାଯିବାର ବ୍ୟବସ୍ଥା କରାଯାଇଛି। ପ୍ରତି ବ୍ୟକ୍ତିଙ୍କୁ ଏକ କିଲୋ ଆଳୁ ଯୋଗାଇ ଦିଆଯାଉଛି ଏବଂ ପରିସ୍ଥିତି ନ ସୁଧୁରିବା ପର୍ଯ୍ୟନ୍ତ ବିଭାଗ ଲୋକଙ୍କୁ ସରକାରୀ ଦରରେ ଆଳୁ ଯୋଗାଇଦେବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାନ ଦୋକାନୀଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗାଁ ଛକରେ ପାନ ଦୋକାନ କରିଥିବା ରୁଦ୍ର ପ୍ରଧାନ ଏବଂ ତାଙ୍କ ବାପା ସଞ୍ଜୟ ପ୍ରଧାନଙ୍କୁ…

ବାଇକକୁ ପିଟିଲା ୩୦ ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ସ୍କୁଲ ଭ୍ୟାନ, ଜଣେ ମୃତ

କେସିଙ୍ଗା,୨୯।୬(ତୁମେଶ୍ୱର ସାହୁ ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ଉତ୍କେଲା ଗ୍ରାମରୁ କୋକୋଡମାଲକୁ ସଂଯୋଗ କରୁଥିବା ପିବ୍ଲୁଡି ରାସ୍ତା ପାର୍ଶ୍ଵରେ ଅବସ୍ଥିତ ମେର୍ଶି ଇଂରାଜୀ ବିଦ୍ୟାଳୟ…

ଦଧିବାମନ ଜୀଉଙ୍କ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦେବସ୍ନାନ ପୂର୍ଣ୍ଣିମା ନୀତି ସମ୍ପନ୍ନ

ପାଟଣା, ୨୯।୬ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ରାଜନଗରସ୍ଥିତ ପ୍ରାଚୀନ ଶ୍ରୀଶ୍ରୀ ଦଧିବାମନ ଜୀଉ ମନ୍ଦିରରେ ସୋମବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା…

୫ ବର୍ଷ ଦୂରର କଥା….ବିଜୟଙ୍କ ଉପରେ ବର୍ଷିଲେ ଷ୍ଟାଲିନ, ୩ରୁ୬ ମାସରେ ଖେଳ ଶେଷ

ଚେନ୍ନାଇ,୨୯।୬: ତାମିଲନାଡୁ ରାଜନୀତିରେ ବୟାନବାଜି ତୀବ୍ର ହୋଇଛି । ରବିବାର ଦିନ ଡିଏମକେ ମୁଖ୍ୟ ଏମ୍ କେ ଷ୍ଟାଲିନ୍ ବିଜୟଙ୍କ ନେତୃତ୍ୱାଧୀନ ସରକାରର ସ୍ଥିରତା ଉପରେ ପ୍ରଶ୍ନ…

ଆଜିଠୁ ୪ ରାଶିର ଖୋଲୁଛି ଭାଗ୍ୟ! ବ୍ୟବସାୟ-ଇନକମ୍ ଏବଂ ଚାକିରି କ୍ଷେତ୍ରରେ ଡବଲ୍ ଲାଭ…

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ ପୂର୍ଣ୍ଣିମାକୁ ଅତ୍ୟନ୍ତ ଶୁଭ ଭାବରେ ବର୍ଣ୍ଣନା କରାଯାଇଛି । ଏହା ସହିତ ଜ୍ୟେଷ୍ଠ ପୂର୍ଣ୍ଣିମାକୁ ଅତ୍ୟନ୍ତ ସ୍ବତନ୍ତ୍ର ଭାବରେ ବିବେଚନା…

ଭାରତ ବିପକ୍ଷରେ ଐତିହାସିକ ବିଜୟ ପରେ ଆୟର୍ଲାଣ୍ଡକୁ ଲାଗିଲା ଶକ୍ତ ଝଟ୍‌କା

ନୂଆଦିଲ୍ଲୀ,୨୯।୬: ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ଜିତି ଆୟର୍ଲାଣ୍ଡ ସିରିଜ କବ୍ଜା କରିଥିଲା। ପ୍ରଥମ ଥର ପାଇଁ ଆୟର୍ଲାଣ୍ଡ କୌଣସି ଫର୍ମାଟରେ ଟିମ ଇଣ୍ଡିଆ ବିପକ୍ଷରେ ସିରିଜ…

ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ମହୁଲ ଗଛରେ ଝୁଲୁଛି…

ପାଟଣା, ୨୯/୬ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ଡାଳପକା ପଞ୍ଚାୟତର କେନ୍ଦୁଯୋଡା ଗ୍ରାମରେ ଜଣେ ୧୮ ବର୍ଷୀୟା ବିବାହିତା ମହିଳାଙ୍କ ସନ୍ଦେହଜନକ…

୧ ଜୁଲାଇରୁ ବନ୍ଦ ହୋଇଯିବ ୧୦, ୨୦, ୫୦ ଓ ୧୦୦ ଟଙ୍କିଆ ନୋଟ୍‌? ଜାଣନ୍ତୁ କଣ କହିଲେ ସରକାର

ନୂଆଦିଲ୍ଲୀ,୨୯।୬: ସୋସିଆଲ ମିଡିଆରେ ଏବେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ପୋଷ୍ଟର ସେୟାର କରାଯାଇଛି। ଏହି ପୋଷ୍ଟରରେ ‘ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର’ର ଲୋଗୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri