ଆଲୋଚନା ପାଇଁ ସମୟ ମାଗିଲା ଫାଇନାନ୍ସ କମ୍ପାନୀ

ସଜନାଗଡ଼, ୧୭।୬(ଡି.ଏନ.ଏ.)-ସରକାର ବିଭିନ୍ନ ଫାଇନାନ୍ସ କମ୍ପାନୀକୁ ଋଣ ଅସୁଲ କରିବା ଉପରେ ରୋକ୍‌୍‌ ଲଗାଇଛନ୍ତି। ହେଲେ ମାଇକ୍ରୋଫାଇନାନ୍ସ କମ୍ପାନୀଗୁଡ଼ିକ ନିର୍ଦ୍ଦେଶ ପାଳନ ନ କରି ମହିଳା ଏସ୍‌ଏଚ୍‌ଜି ଉପରେ ଋଣ ଅସୁଲ ପାଇଁ ଚାପ ପକାଉଛନ୍ତି। ଟଙ୍କା ଦେବାକୁ ଅସମର୍ଥ ଥିବା ଜଣାଇଲେ ମଧ୍ୟ ବୁଝୁନାହାନ୍ତି ଉକ୍ତ କମ୍ପାନୀ। ଲକ୍‌ଡାଉନ୍‌ ପାଇଁ ରୋଜଗାର ବନ୍ଦ ହୋଇଥିବାରୁ ପରିବାର ଚଳାଇବା କଷ୍ଟସାଧ୍ୟ ହୋଇପଡ଼ିଲାଣି। ଗତ ଶୁକ୍ରବାର ଏନେଇ ବାଲେଶ୍ୱର ଜିଲା ନୀଳଗିରି ଗରଡ଼ି ଅଞ୍ଚଳର ମହିଳାମାନେ ଏକାଠି ହୋଇ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକଙ୍କଠାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ଋଣ ଦେବା ସମୟରେ ଫାଇନାନ୍ସ କମ୍ପାନୀ ଆଦର ସମ୍ମାନରେ ମହିଳାଙ୍କୁ ଋଣ ଦେଇଥିଲେ। ମହିଳାମାନେ ଉକ୍ତ ଟଙ୍କାକୁ ନେଇ ବ୍ୟବସାୟରେ ଲଗାଇଥିଲେ। କରୋନା ପାଇଁ ଲକ୍‌ଡାଉନ୍‌ କଟକଣା ଯୋଗୁ ବ୍ୟବସାୟ ବନ୍ଦ ହୋଇଯାଇଛି। ହେଲେ କମ୍ପାନୀର କର୍ମଚାରୀମାନେ ଟଙ୍କା ଅସୁଲ କରିବା ପାଇଁ ଜିଦ୍‌ ଧରିବସିଛନ୍ତି। ସେମାନଙ୍କୁ ଲକ୍‌ଡାଉନ୍‌ ଖୋଲିବା ପର୍ଯ୍ୟନ୍ତ ସମୟ ଦେଉନାହାନ୍ତି। ତେଣୁ ଏ ଦିଗରେ ସ୍ଥାନୀୟ ବିଧାୟକଙ୍କ ମାଧ୍ୟମରେ ପ୍ରଶାସନକୁ ହସ୍ତକ୍ଷେପ କରି କମ୍ପାନୀଗୁଡ଼ିକର ଋଣ ଅସୁଲ ବନ୍ଦ କରିବା ଏବଂ ସୁଧ ଛାଡ଼ ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମହିଳାମାନେ କହିଥିଲେ। ଉକ୍ତଦିନ ବିଧାୟକ କିଛି ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କ ସହ ଫୋନ୍‌ ଯୋଗେ କଥା ହୋଇଥିଲେ ଏବଂ ମଙ୍ଗଳବାର ଏନେଇ ଫାଇନାନ୍ସ କମ୍ପାନୀ ଓ ଏସ୍‌ଏଚ୍‌ଜିଙ୍କ ମଧ୍ୟରେ ଆଲୋଚନା କରାଯିବାର ସୂଚନା ଦେଇଥିଲେ। ମଙ୍ଗଳବାର ପୂର୍ବାହ୍ନରେ ବିଧାୟକ ଇଂ. ନାୟକ ଆଲୋଚନା ପାଇଁ ପହଞ୍ଚିଥିଲେ ସୁଦ୍ଧା ଦୀର୍ଘ ୧ଘଣ୍ଟା ଅପେକ୍ଷା ପରେ ମଧ୍ୟ ଫାଇନାନ୍ସ କମ୍ପାନୀର କର୍ମଚାରୀ ଆସି ନ ଥିଲେ। ପରେ ବିଧାୟକ ସେମାନଙ୍କୁ ଫୋନ୍‌ କରିବାରୁ ସେମାନେ ଅଧିକ ସମୟ ମାଗିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରମିକନେତାଙ୍କ ଉଦ୍ଦେଶ୍ୟରେ ସ୍ମୃତିସଭା

ରୂପ୍‌ସା, ୧୪ା୪(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଝୋଟ କାରଖାନା ଶ୍ରମିକ ସଂଘ ତରଫରୁ ଶ୍ରମିକ ନେତା ସ୍ବର୍ଗତ ଯୋଗେନ ଦାସଙ୍କ ସ୍ମୃତିସଭା ସୋମବାର ଅନୁଷ୍ଠିତ ହୋଇଯାଇଛି।...

କାଜୁ ତୋଳିବାକୁ ଆସି ଯୁବକଙ୍କ ଜୀବନ ଗଲା

ପାଟଣା,୨୪।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ସିଲିପଦା ଗ୍ରାମର ଅଭିମନ୍ୟୁ ପାତ୍ର ନାମକ ଜଣେ ବ୍ୟକ୍ତି ଗାଁରେ ଥିବା ନିଜ କାଜୁ ପଡିଆକୁ ଗୁରୁବାର କାଜୁ...

ଗଣପର୍ବ ମକର ପାଇଁ ଗାଁଠୁ ସହର ଚଳଚଞ୍ଚଳ

ଗଣପର୍ବ ମକର ପାଇଁ ଆଦିବାସୀ ବହୁଳ କେନ୍ଦୁଝର ଜିଲାର ଗାଁଠୁ ସହର ହୋଇଉଠିଛି ଚଳଚଞ୍ଚଳ। ଜିଲା ଓ ରାଜ୍ୟ ବାହାରେ କର୍ମକ୍ଷେତ୍ରରେ ରହୁଥିବା ଲୋକେ ଘରକୁ...

‘ମିଳିଥିବା ଜମି ବାସୋପଯୋଗୀ ନୁହେଁ’

ବାଲେଶ୍ୱର ଅଫିସ, ୨୧।୨-ବାଲେଶ୍ୱର ଜିଲା ସଦର ତହସିଲ ଅଧୀନ ଚାନ୍ଦିପୁର ଆର୍‌ଆଇ ଅଫିସ୍‌ରୁ ଭୂମିହୀନ ଚିହ୍ନଟ ହୋଇ ହିଡ଼ିଗାଁ ପଞ୍ଚାୟତରେ ୩୧ଜଣ ଆଦିବାସୀ ୫ବର୍ଷ ପୂର୍ବରୁ...

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ୩ ଥାନାରେ ଅଟକ, ଗିରଫ ଦାବିରେ ରାସ୍ତା ଅବରୋଧ

ବାହାନଗା,୨୩।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ଅଧୀନ କଲ୍ୟାଣୀ ପଞ୍ଚାୟତ ଅରଳା ଗ୍ରାମର ଜଣେ ଯୁବକଙ୍କୁ ସୋମବାର ସନ୍ଧ୍ୟାରେ ମରଣାନ୍ତକ...

୧୯୨ ପ୍ରକଳ୍ପ ଲାଗି ୨୨କୋଟି ୨୦ଲକ୍ଷ ବ୍ୟୟବରାଦ

ଜଳେଶ୍ୱର, ୪।୧୧(ଡି.ଏନ.ଏ.) ବାଲେଶ୍ୱର ଜିଲାର ଉପାନ୍ତ ଜଳେଶ୍ୱରର ବିକାଶ ଲାଗି ୧୯୨ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିଲାଗି ମୋଟ ୨୨କୋଟି ୧୯ଲକ୍ଷ ୭୭ହଜାର ୯ଶହ ଟଙ୍କା...

ଲଗାଣ ବର୍ଷାରେ ଭାସିଲା ସହର

ଭଦ୍ରକ ଅଫିସ, ୨।୭ – ମୌସୁମୀର ୨ୟ ବର୍ଷାରେ ଭଦ୍ରକ ସହରର ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ସହରର ଖାଲୁଆ ଅଞ୍ଚଳରେ ବର୍ଷାପାଣି ଜମି ରହିଛି। ରବିବାର...

ବିରଳ ନୀଳରକ୍ତ କଙ୍କଡ଼ାଙ୍କ ସୁରକ୍ଷା ଚିନ୍ତା

ବାଲେଶ୍ୱର ଅଫିସ, ୧୦।୬-ବିରଳ ନୀଳରକ୍ତ କଙ୍କଡାଙ୍କ ସୁରକ୍ଷା ଏବଂ ଏହି କଙ୍କଡାଙ୍କ ରକ୍ତରେ ଥିବା ଔଷଧୀୟ ଗୁଣ ସମ୍ପର୍କରେ ଅନ୍ତର୍ଜାତୀୟ ସ୍ତରରେ ଗବେଷଣା ଜାରି ରହିଛି।...

Advertisement
Archives

Model This Week