ଆଲମଣ୍ଡ ଖାଇଲେ ଦୂର ହେବ ଏସବୁ ମାରାତ୍ମକ ରୋଗ

ଆଲମଣ୍ଡ ଖାଇବା ଦ୍ୱାରା ଥଣ୍ଡା ଏବଂ ଫ୍ଲୁ ଭଳି ଭାଇରାଲ ସଂକ୍ରମଣ ସହିତ ଲଢ଼ିବାର ଶକ୍ତି ଆସିଥାଏ। ଏହାକୁ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଆଲମଣ୍ଡ ଚୋପା ମଧ୍ୟ ଦେହ ପାଇଁ ହିତକର।

ଏହା କୋଲେଷ୍ଟରଲ ହ୍ରାସ କରିଥାଏ। ଏଥିରେ ଥିବା ମୋନୋସାଟ୍ୟୁରେଟେଡ୍‌ ଫ୍ୟାଟ୍‌ ହୃଦରୋଗର ଆଶଙ୍କା ହ୍ରାସ କରିଥାଏ। ବ୍ରିଟିଶ ଜର୍ନାଲ ଅଫ୍‌ ନ୍ୟୁଟ୍ରେସନରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଏଥିରେ ଥିବା ଭିଟାମିନ ‘ଇ’ ର ଆଣ୍ଟିଅକ୍ସିଡାଣ୍ଟ ଗୁଣ ଯୋଗୁ ଏହାକୁ ଖାଇବା ଦ୍ୱାରା କୋଲେଷ୍ଟରଲ ସ୍ତର କମିଯାଏ ଏବଂ ହୃଦ୍‌ରୋଗ ହେବାର ଆଶଙ୍କା କମିଯାଏ।

ଏହା ରକ୍ତରେ ଶର୍କରା ସ୍ତର ହ୍ରାସ କରିଥାଏ। କ୍ଲିନିକାଲ ଅନୁସନ୍ଧାନରୁ ଜଣାପଡିଛି ଯେ, ଆଲମଣ୍ଡ ଖାଇବା ଦ୍ୱାରା ଖାଦ୍ୟ ପରବର୍ତ୍ତୀ ରକ୍ତରେ ଶର୍କରା ସ୍ତର କମିଯାଏ। ଏହା ମଧୁମେହ ଏବଂ ହୃଦରୋଗର ଚିକିତ୍ସାରେ ମଧ୍ୟ ସାହାଯ୍ୟ କରିଥାଏ। ମଧୁମେହରେ ପୀଡ଼ିତ ଲୋକମାନେ ପ୍ରତିଦିନ ୨-୩ଟି ଆଲମଣ୍ଡ ଖାଇବା ଜରୁରୀ।

ଅନ୍ତର୍ଜାତୀୟ ଜର୍ନାଲ ଅଫ୍‌ ମେଦବହୁଳତା ଏବଂ ଆନୁଷଙ୍ଗିକ ମେଟାବୋଲିକ ଡିସ୍‌ଅର୍ଡରରେ ପ୍ରକାଶିତ, ଏକ ଅଧ୍ୟୟନରେ ୬୫ ଜଣ ମୋଟା ବ୍ୟକ୍ତିଙ୍କୁ ନିଆଯାଇଥିଲା। ଏଥିରୁ ମିଳିଥିବା ଫଳାଫଳ ଅନୁଯାୟୀ, ଆଲମଣ୍ଡ ଖାଇଥିବା ଲୋକଙ୍କଠାରେ ମୋଟାପଣ ନ ଥିଲା। ଯେଉଁମାନେ ଖାଇ ନ ଥିଲେ ସେମାନଙ୍କଠାରେ ମେଦବହୁଳତା ରୋଗ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହୋନେମାରାଡୁ

ଦୁଃସାହସିକ କାର୍ଯ୍ୟକୁ ପସନ୍ଦ କରୁଥିବା ତଥା ଜଳକ୍ରୀଡ଼ାରେ ରୁଚି ରଖୁଥିବା ପର୍ଯ୍ୟଟକଙ୍କ ନିମନ୍ତେ ହୋନେମାରାଡୁ ହେଉଛି ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। କାରଣ ଏଠାରେ ଦେଖିବା ନିମନ୍ତେ...

ଗାଡ଼ି ଚଲାଉଥିଲେ…

ବର୍ତ୍ତମାନ ଅଧିକାଂଶ ମହିଳା ଟୁ ହ୍ବିଲର ହେଉ ବା ଫୋର୍‌ ହ୍ବିଲର ଗାଡି ଚଲାଉଥିବାର ଦେଖିବାକୁ ମିଳୁଛି। ତେବେ ଗାଡି ଚଲାଇବା ସମୟରେ କେତୋଟି ସମାନ୍ୟ...

ଫୁସ୍‌ଫୁସ୍‌ର ଆୟୁ କମାଏ ଆଜ୍‌ବେଷ୍ଟୋସିସ୍‌

ନୂଆଦିଲ୍ଲୀ: ଆଜବେଷ୍ଟସ ସଂସ୍ପର୍ଶରେ ଦୀର୍ଘ ସମୟ ରହିଲେ ମଣିଷର ଫୁସଫୁସରେ ସଂକ୍ରମଣ ହେବା ସହ କ୍ଷତ ହୋଇ ଏଥିରୁ ରକ୍ତ କ୍ଷରଣ ହୋଇଥାଏ। ଏଭଳି ଶାରୀରିକ...

‘ସାହିତ୍ୟକୁ ଏକ ଅନ୍ବେଷଣ ଭାବେ ଗ୍ରହଣ କରିବା ଆବଶ୍ୟକ’

ଓଡ଼ିଆ ଭାଷା ସାହିତ୍ୟକୁ ସ୍ବତନ୍ତ୍ର ଅବଦାନ ଦେଇଛନ୍ତି ପ୍ରାବନ୍ଧିକ ଚନ୍ଦ୍ରଶେଖର ହୋତା। ୧୯୮୫ ଜୁଲାଇ ୧ରେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ଗୁରୁଜିଭଟ୍ଟା ଗ୍ରାମରେ ଜନ୍ମଗ୍ରହଣ...

ଏହି ୪ ଜିନିଷ ଯେତେ ଥିଲେ ବି ଲାଗେ କମ୍‌

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶ୍ଲୋକ ମାଧ୍ୟମାର ମନୁଷ୍ୟ ଜୀବନ ସହ ଜଡିତ ବିଭିନ୍ନ ସମସ୍ୟା ଓ ତାର ସମାଧାନ ବିଷୟରେ ବର୍ଣ୍ଣନା କରିଛନ୍ତି। ଯାହାକୁ...

ଭଉଣୀକୁ ପସନ୍ଦ ନ ଥାଏ ଭାଇର ଏହି ୪ଟି କଥା

ଭଉଣୀ ଭାଇର ସମ୍ପର୍କ ସବୁଠୁ ନିଆରା। ସେଠି ଝଗଡ଼ା ତ ଥାଏ ହେଲେ ତା’ଠାରୁ ଯଥେଷ୍ଟ ଅଧିକ ଥାଏ ଭଲ ପାଇବା। ହେଲେ କେବେ କେବେ...

ଲିଭର୍‌କୁ ସୁରକ୍ଷିତ ରଖେ ଏହି ପତ୍ର…

ଭୃସଙ୍ଗପତ୍ର ସ୍ବାସ୍ଥ୍ୟ ପାଇଁ ଲାଭକାରୀ । ପ୍ରତିଦିନ ସକାଳେ ଅଧାକପ୍‌ ଭୃସଙ୍ଗପତ୍ର ରସ ପିଇଲେ ଲିଭର ବିଭିନ୍ନ ସଂକ୍ରମଣରୁ ଦୂରେଇ ରୁହେ। ଏହାର କାର୍ଯ୍ୟକୁ ଭୃସଙ୍ଗପତ୍ର...

ଏସବୁ କଥା ମାନି ଚଳିଳେ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ହେବନି ଝଗଡ଼ା, ବଢ଼ିବ ଧନ

କୁହାଯାଏ, ସ୍ତ୍ରୀ-ସ୍ବାମୀ ଗୋଟିଏ ଗାଡିର ଦୁଇଟି ଚକ। ଯଦି ଗୋଟିଏ ଚକ ନ ରୁହେ, ତେବେ ଗାଡି ଚାଲିବା କଷ୍ଟକର ହୋଇପଡେ। ଠିକ୍‌ ସେହିପରି ସ୍ତ୍ରୀ-ସ୍ବାମୀଙ୍କ...

Advertisement
Archives

Model This Week