ଆଲପାଇନର ବିଶାଳ ହିମଖଣ୍ଡ ଭାଙ୍ଗିଲା, ବରଫ ତଳେ ଦବି ୫ ମୃତ…

ରୋମ୍‌, ୪।୭ : ଇଟାଲୀର ଆଲପାଇନ ପର୍ବତମାଳାରେ ଏକ ବିଶାଳ ହିମଖଣ୍ଡ ଭାଙ୍ଗିଯାଇଛି। ଏହି ଘଟଣା ରବିବାର ଅପରାହ୍ନରେ ଘଟିଛି। ଏଥିରେ ବରଫ ତଳେ ଦବି ହୋଇ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଠ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଛନ୍ତି।

ଇଟାଲୀର ରାଷ୍ଟ୍ରାୟତ୍ତ ଟେଲିଭିଜନ ଚ୍ୟାନେଲ ରାୟ କହିଛି ଯେ ବରଫ ଓ ପଥର ଆବର୍ଜନାରେ ୬ ଜଣ ଆହତ ହୋଇଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ନିଶ୍ଚିତ ହୋଇପାରି ନାହିଁ। ବହୁ ଲୋକ ନିଖୋଜ ଅଛନ୍ତି । ତେଣୁ ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି।

ଜାତୀୟ ଆଲପାଇନ ଏବଂ ଗୁମ୍ଫା ଉଦ୍ଧାରକାରୀ ଦଳ ଟୁଇଟ କରି କହିଛନ୍ତି ଯେ ମାରମୋଲାଡା ଶିଖର ଅଞ୍ଚଳରେ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ପାଞ୍ଚଟି ହେଲିକପ୍ଟର ଏବଂ ସ୍ନିଫର୍‌ କୁକୁର ବ୍ୟବହାର କରାଯାଉଛି। ଜରୁରୀକାଳୀନ ସେବା ବିଭାଗ ପକ୍ଷରୁ ଏକ ଟୁଇଟରେ କୁହାଯାଇଛି ଯେ,ଗ୍ଲେସିୟର ଭୁଶୁଡ଼ିବା ପରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଆଠ ଜଣ ଆହତ ହୋଇଛନ୍ତି, ଯେଉଁଥିରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଭେନେଟୋ ଅଞ୍ଚଳରେ ଅବସ୍ଥିତ ଏସୟୁଇଏମ ଡିସପ୍ୟାଚ୍‌ ସର୍ଭିସ୍‌ କହିଛି ଯେ ବରଫ ଏବଂ ପଥର ଆବର୍ଜନା ମଧ୍ୟରେ ୧୮ ଜଣ ଅଟକି ରହିଥିଲେ। ସେମାନଙ୍କୁ ଆଲପାଇନ ରେସକ୍ୟୁ କର୍ପସ କର୍ମଚାରୀ ଉଦ୍ଧାର କରିବାକୁ ଚେଷ୍ଟା କରୁଥିଲେ। ଡୋଲୋମାଇଟ୍ସ ମାର୍ମୋଲାଡାର ସର୍ବୋଚ୍ଚ ଶିଖର। ଏହାର ଉଚ୍ଚତାପ୍ରାୟ ୧୧,୦୦୦ ଫୁଟ। ଆଲପାଇନ ରେସକ୍ୟୁ ସର୍ଭିସର ମୁଖପାତ୍ର ୱାଲ୍ଟର ମିଲାନ ରାୟ ଚ୍ୟାନେଲକୁ କହିଛନ୍ତି ଯେ ଗ୍ଲାସିଅରର ଏକ ବଡ଼ ଅଂଶ ଭାଙ୍ଗିଯିବା କାରଣ ସମ୍ପର୍କରେ କିଛି ଜଣା ପଡି ନାହିଁ। ସେ କହିଛନ୍ତି ଯେ ଜୁନ ମାସରୁ ଇଟାଲୀରେ ପ୍ରବଳ ଗରମ ହେବାରେ ଲାଗିଛି। ଗ୍ଲେସିୟର ଭାଙ୍ଗିବାର ଉତ୍ତାପ ମଧ୍ୟ ମୁଖ୍ୟ କାରଣ ହୋଇପାରେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁପର କାର୍‌ରେ ଆସିଲା କିଡ୍‌ନୀ

ରୋମ୍‌, ୨୧।୧୨: ଇଟାଲୀ ପୋଲିସ ମଙ୍ଗଳବାର ଦୁଇଜଣ କିଡ୍‌ନୀ ରୋଗୀଙ୍କ ଜୀବନ ବଞ୍ଜାଇବାରେ ସକ୍ଷମ ହୋଇଛନ୍ତି। ଘଣ୍ଟା ପ୍ରତି ୩୦୦ କି.ମି ଦୂର ପର୍ଯ୍ୟନ୍ତ ଅତିକ୍ରମ...

ମିସ୍‌ ୟୁନିଭର୍ସ ମୁକୁଟ ପିନ୍ଧିଲେ ଦକ୍ଷିଣ ଆଫ୍ରିକା ସୁନ୍ଦରୀ

ଆଟଲାଣ୍ଟା,୯।୧୨: ଦକ୍ଷିଣ ଆଫ୍ରିକାର ଜୋଜିବିନି ତୁନଜୀ ୨୦୧୯ର ମିସ୍‌ ୟୁନିଭର୍ସ ବା ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି। ରବିବାର ଆମେରିକାର ଆଟଲାଣ୍ଟାଠାରେ ଆୟୋଜିତ ଉତ୍ସବରେ ସେ...

ବିବିସି ସରକାରଙ୍କ ବିରୋଧରେ ଲେଖିବା ବନ୍ଦ କରିଦେଲେ ସବୁକିଛି ସାମାନ୍ୟ ହୋଇଯିବ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ/ଲଣ୍ଡନ,୬ ।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ଲଣ୍ଡନରେ ମିଡିଆ ସହ କଥା ହେବା ସମୟରେ କହିଛନ୍ତି ବିବିସିର ଘଟଣା ଭାରତରେ ସ୍ୱର ଦବାଇବାର...

ଚାଇନା କୋଇଲା ଖଣିରେ ଅଘଟଣ: ୯ ମୃତ, ୧୦ ଆହତ

ବେଜିଂ,୧୦।୬: ଚାଇନାର ଉତ୍ତର ପୂର୍ବରେ ଥିବା ଜିଲିନ୍‌ ଅଞ୍ଚଳରେ ଏକ କୋଇଲା ଖଣିରେ ଦୁର୍ଘଟଣା ଘଟି ୯ ଜଣ ଶ୍ରମିକଙ୍କ ମୃତ୍ୟୁ ହେବା ସହ ୧୦...

ପାକିସ୍ତାନରେ ହିନ୍ଦୁ ଯୁବତୀଙ୍କୁ ହତ୍ୟା

ସିନ୍ଧ୍‌, ୧୮ା୯: ପାକିସ୍ତାନର ସିନ୍ଧ୍‌ରେ ଜଣେ ହିନ୍ଦୁ ଛାତ୍ରୀଙ୍କୁ ହତ୍ୟା କରାଯାଇଛି। ଘୋଟ୍‌କି ନିବାସୀ ନମ୍ରିତା ଚନ୍ଦାନୀ ହଷ୍ଟେଲ୍‌ରେ ରହି ମେଡିକାଲ ପଢୁଥିଲେ। ମଙ୍ଗଳବାର ହଷ୍ଟେଲ୍‌...

ଆମେରିକାରେ ହାଉସ ପାର୍ଟି ସମୟରେ ଗୁଳିକାଣ୍ଡ: ୨ ମୃତ, ୬ ଆହତ

ୱାଶିଂଟନ,୬ ।୩: ଆମେରିକାରେ ପୁଣି ଫୁଟିଛି ଗୁଳି । ସେଠାରେ ଥିବା ଜର୍ଜିୟାର ଡଗଲସ କାଉଂଟିରେ ଏକ ହାଉସ ପାର୍ଟି ସମୟରେ ଦୁଇ ଗ୍ରୁପ ମଧ୍ୟରେ...

ଯୁଦ୍ଧ ଲଢ଼େଇ ମଧ୍ୟରେ ସୀମାରେ ବିବାହ କଲେ ୟୁକ୍ରେନ ଦମ୍ପତି

ୟୁକ୍ରେନ,୭।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୨ଦିନରେ ପହଞ୍ଚିଛି। ୟୁକ୍ରେନର ସହରଗୁଡ଼ିକରେ ଲଗାତର ଭାବେ ରୁଷିଆ ସୈନ୍ୟ ବୋମା ମାଡ଼ କରୁଛନ୍ତି।...

କୁକୁରକୁ ଡକ୍ଟରେଟ୍‌ ଡିଗ୍ରୀ

ରିଚ୍‌ମୋଣ୍ଡ୍‌,୧୯।୫: ମଣିଷକୁ ଡକ୍ଟରେଟ୍‌ ଡିଗ୍ରୀ ମିଳିଥାଏ। ତେବେ କୁକୁରକୁ ଏଭି ଡିଗ୍ରୀ ମିଳିବା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଭର୍ଜିନିଆର ଭେଟେରେନାରୀ ମେଡିସିନ୍‌ କଲେଜ...

Advertisement
Archives

Model This Week