Posted inଖେଳ

ଆଲଜେରିଆକୁ ଦ୍ୱିତୀୟ ଆଫ୍ରିକାନ କପ୍‌

କାଇରୋ,୨୦।୭(ଏଏଫ୍‌ପି)- ଦୀର୍ଘ ୨୯ ବର୍ଷ ପରେ ଆଲଜେରିଆ ପ୍ରଥମ ଥର ପାଇଁ ଆଫ୍ରିକାନ କପ୍‌ ହାତେଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ସେନେଗାଲକୁ ୧-୦ ଗୋଲରେ ହରାଇ ଆଲଜେରିଆ ଏହି ସଫଳତା ପାଇଛି। ଚାମ୍ପିୟନ ଦଳ ଲାଗି ବାଗଦାଦ ବୌନେଡଜା ଏକମାତ୍ର ଗୋଲ ଦେଇଥିଲେ। ମ୍ୟାଚ୍‌ର ଦ୍ୱିତୀୟ ମିନିଟରେ ହୋଇଥିବା ଗୋଲ ଫଳାଫଳ ନିର୍ଣ୍ଣୟ କରିବା ପାଇଁ ଯଥେଷ୍ଟ ସାବ୍ୟସ୍ତ ହୋଇଥିଲା। ତେବେ ଆଲଜେରିଆ ମୋଟ ଉପରେ ଦ୍ୱିତୀୟ ଓ ବିଦେଶୀ ମାଟିରେ ପ୍ରଥମ ଥର ପାଇଁ ଆଫ୍ରିକାର ସବୁଠୁ ବଡ଼ ଟୁର୍ନାମେଣ୍ଟ ଜିତିଛି। ଦଳ ପ୍ରଥମ ଥର ୧୯୯୦ରେ ଆୟୋଜକ ଦଳ ଭାବେ ଚାମ୍ପିୟନ ହୋଇଥିଲା। ମୁଁ ବହୁତ ଖୁସି। ଆମ ପୂରା ଦେଶବାସୀ ଦୀର୍ଘ ବର୍ଷ ହେଲା ଦ୍ୱିତୀୟ ଆଫ୍ରିକାନ ଟ୍ରଫି ପାଇଁ ଅପେକ୍ଷା କରିଥିଲେ। ଦଳ ପ୍ରଥମ ଥର ପାଇଁ ବିଦେଶରେ ଟୁର୍ନାମେଣ୍ଟ ଜିତିଛି। ଏଣୁ ଏହା ଆମ ଲାଗି ସ୍ବତନ୍ତ୍ର ବିଜୟ ବୋଲି ଚାମ୍ପିୟନ ଆଲଜେରିଆ ଦଳର କୋଚ୍‌ ଜାମେଲ ବେଲମାଡି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଡୋଶୀଙ୍କୁ କ୍ଷମା ମାଗିଲେ ଏହି ଭାରତୀୟ କ୍ରିକେଟର: ଜାଣନ୍ତୁ କାହିଁକି…

କରୋନା ମହାମାରୀ ମଧ୍ୟରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବହୁପ୍ରତିକ୍ଷୀତ ଦିନିକିଆ ସିରିଜ୍‌ ଶୁକ୍ରବାରଠାରୁ ଆରମ୍ଭ ହୋଇଯାଇଛି। ଏଥିପାଇଁ ଭାରତୀୟ ଖେଳାଳିମାନେ ବହୁତ ପରିଶ୍ରମ ମଧ୍ୟ...

ବିଜୟ ସହ ପାକିସ୍ତାନର ଅଭିଯାନ ଶେଷ: ସେମିଫାଇନାଲରେ ନ୍ୟୁଜିଲାଣ୍ଡ

ଲଣ୍ଡନ,୬।୭(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ପୂର୍ବତନ ଚାମ୍ପିୟନ ପାକିସ୍ତାନ ତା’ର ଶେଷ ଲିଗ୍‌ ମ୍ୟାଚ୍‌ରେ ବିଜୟୀ ହୋଇ ଅଭିଯାନ ଶେଷ କରିଛି। ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ...

ପ୍ରଥମଥର ପାଇଁ ଗର୍ଲଫ୍ରେଣ୍ଡଙ୍କ ସହ ନଜର ଆସିଲେ ପୃଥ୍ବୀ ଶ’

ନୂଆଦିଲ୍ଲୀ,୨୭।୫: ଆଇପିଏଲର ୧୬ତମ ସିଜନରେ ଯଦି କୌଣସି ଖେଳାଳିଙ୍କୁ ତାଙ୍କ ପ୍ରଦର୍ଶନ ଯୋଗୁ ସର୍ବାଧିକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଥିଲା, ତେବେ ସେ ଦିଲ୍ଲୀ କ୍ୟାପିଟାଲ...

ଭାରତକୁ ସାହାଯ୍ୟ ପାଇଁ ଆଗେଇ ଆସିଲେ ମହାନ ଖେଳାଳି

ନୂଆଦିଲ୍ଲୀ,୨୭।୪ : ଅଷ୍ଟ୍ରେଲିଆନ ପେସର ପାଟ କୁମିନ୍ସଙ୍କ ପରେ ଭାରତକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ମହାନ କ୍ରିକେଟର ତଥା କମେଣ୍ଟଟର ବ୍ରେଟ୍‌ ଲି।...

ବୟସଜନିତ ପ୍ରଶ୍ନକୁ ନେଇ ହରଭଜନଙ୍କ ଜବାବ: ହଁ, ମୁଁ ଏବେ ୨୦ ବର୍ଷର ନୁହେଁ; ସ୍ତ୍ରୀ କହିଲେ ମୋତେ ଖେଳିବା ଉଚିତ…

ନୂଆଦିଲ୍ଲୀ,୧।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୧ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ପକ୍ଷରୁ ଖେଳିବାକୁ ଯାଉଛନ୍ତି ଅଫ୍‌ ସ୍ପିନର ହରଭଜନ ସିଂ। ୪୦ ବର୍ଷୀୟ ଏହି କ୍ରିକେଟର ଗତ...

ଏହିସବୁ ଭୁଲ୍‌ କରୁଛନ୍ତି ବିରାଟ କୋହଲି

ନୂଆଦିଲ୍ଲୀ,୧୮।୮: ଇଂଲଣ୍ଡ ଗସ୍ତରେ ଦମଦାର ଖେଳ ପ୍ରଦର୍ଶନ କରି ଭାରତୀୟ କ୍ରିକେଟ ଦଳ ଲର୍ଡସ ଟେଷ୍ଟ ଜିତିଛି, କିନ୍ତୁ ବିରାଟ କୋହଲିଙ୍କ ଫର୍ମ ତାଙ୍କ ପାଇଁ...

ଜେଭ୍‌ରେଭ୍‌ଙ୍କ ସଂଘର୍ଷପୂର୍ଣ୍ଣ ବିଜୟ

ପ୍ୟାରିସ, ୨୯ା୫ (ଏଏଫ୍‌ପି)- ଫ୍ରେଞ୍ଚ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରେ ୫ମ ସିଡ୍‌ ତଥା ଜର୍ମାନ ଖେଳାଳି ଆଲେକ୍‌ଜାଣ୍ଡର ଜେଭ୍‌ରେଭ୍‌ ସଂଘର୍ଷପୂର୍ଣ୍ଣ ବିଜୟ ସହ ଦ୍ୱିତୀୟ...

ଲିସ୍‌ବନରେ ପହଞ୍ଚତ୍ଲେ ନୀରଜ

ନୂଆଦିଲ୍ଲୀ, ୮ା୬ (ପି.ଟି.)- ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କରିସାରିଥିବା ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ପର୍ତ୍ତୁଗାଲରେ ପହଞ୍ଚତ୍ଛନ୍ତି। ଜୁନ୍‌ ୧୦ରେ ଲିସ୍‌ବନରେ...

Advertisement
Archives

Model This Week