ଆର୍‌ବିଆଇରେ ବିରଲଙ୍କ ପରେ ରହିଲେନି ବିରୋଧର ସ୍ବର

ନୂଆଦିଲ୍ଲୀ,୨୫-୬: ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ନର ପଦରୁ ଡ.ବିରଲ ଆଚାର୍ଯ୍ୟଙ୍କ ଇସ୍ତଫା ପରେ କେନ୍ଦ୍ର ସରକାରଙ୍କ ଅଯଥା ହସ୍ତକ୍ଷେପକୁ ବିରୋଧ କରୁଥିବା କୌଣସି ଉଚ୍ଚ ଅଧିକାରୀ ଆଉ କେନ୍ଦ୍ରୀୟ ବ୍ୟାଙ୍କରେ ରହିଲେନି। ବିମୁଦ୍ରୀକରଣ ଓ ଆର୍‌ବିଆଇରେ ଗଚ୍ଛିତ ଥିବା ବଳକା ଟଙ୍କାକୁ ନେଇ କେନ୍ଦ୍ର ସରକାରଙ୍କ ସହ ରିଜର୍ଭ ବ୍ୟାଙ୍କର ମତାନ୍ତର ପରେ ଗଭର୍ନର ପଦରୁ ଡ.ଉର୍ଜିତ ପଟେଲ ଇସ୍ତଫା ଦେଇଥିଲେ। ତାଙ୍କର ଇସ୍ତଫା ପୂର୍ବରୁ ରିଜର୍ଭ ବ୍ୟାଙ୍କରେ ଯେ ସବୁକିଛି ଠିକ୍‌ ଚାଲୁନି ଏହା ଜଣାଇ ଦେଇଥିଲେ ବିରଲ। ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ କେନ୍ଦ୍ର ସରକାରଙ୍କ ଉପରେ ଖୋଲାଖୋଲି ବର୍ଷିଥିଲେ ଏବଂ କେନ୍ଦ୍ରୀୟ ବ୍ୟାଙ୍କର ସ୍ବାୟତ୍ତତା ବଜାୟ ରହିବା ଆବଶ୍ୟକ ବୋଲି ନିଜର ମତ ରଖିଥିଲେ।
ଗତ ୩ ବର୍ଷ ଭିତରେ କେନ୍ଦ୍ରୀୟ ବ୍ୟାଙ୍କରୁ ୩ ଜଣ ସର୍ବୋଚ୍ଚ ଅଧିକାରୀ ନିଜର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରଥମେ ରଘୁରାମ ରାଜନ ଇସ୍ତଫା ଦେଇଥିଲେ। ଏହାପରେ ପଟେଲ ଓ ଏବେ ବିରଲ ନିଜ ପଦରୁ ଇସ୍ତଫା ଦେଲେ। ଡ.ଆଚାର୍ଯ୍ୟଙ୍କ ଇସ୍ତଫା ଚକିତ କଲା ଭଳି ନ ଥିଲା। କାରଣ ବିଭିନ୍ନ ପ୍ରସଙ୍ଗରେ ତାଙ୍କ ସହ ସରକାର ଓ ନବନିଯୁକ୍ତ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ସହ ତାଙ୍କର ମତଭେଦ ଥିଲା। କାରଣ ଫାଇନାନ୍ସିଆଲ ସିଷ୍ଟମ ଉପରେ ଆଚାର୍ଯ୍ୟଙ୍କ ଦୃଷ୍ଟିକୋଣ ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଇତିମଧ୍ୟରେ ରିଜର୍ଭ ବ୍ୟାଙ୍କ ତାଙ୍କର ମୁଦ୍ରାନୀତିରେ ୩ ଥର ରେପୋ ରେଟ ହ୍ରାସ କରିଛନ୍ତି। ଏଥିମଧ୍ୟରୁ ୨ ଥର ଡ.ଆଚାର୍ଯ୍ୟ ମୁଦ୍ରା ନୀତି ସମୀକ୍ଷା ବୈଠକରେ ଏହାକୁ ବିରୋଧ କରିଥିଲେ। ଆର୍ଥିକ ବିକାଶ ଏବଂ ମୁଦ୍ରାସ୍ଫୀତିକୁ ନେଇ ତାଙ୍କର ମତ ଭିନ୍ନ ଥିଲା। ଚଳିତ ମାସରେ ଅନୁଷ୍ଠିତ ମୁଦ୍ର ନୀତି ସମୀକ୍ଷା ବୈଠକରେ ମଧ୍ୟ ଗଭର୍ନର ଦାସ ଓ ବିରଲଙ୍କ ମଧ୍ୟରେ ବିତ୍ତୀୟ ନିଅଣ୍ଟକୁ ନେଇ ମତଭେଦ ଥିଲା।
ଆଚାର୍ଯ୍ୟଙ୍କ ଶୂନ୍ୟସ୍ଥାନ ପୂରଣ
ତେବେ ପ୍ରଶ୍ନ ଉଠୁଛି, ଡ.ବିରଲ ଆଚାର୍ଯ୍ୟଙ୍କ ଇସ୍ତଫା ପରେ ତାଙ୍କର ଶୂନ୍ୟସ୍ଥାନ କିଏ ପୂରଣ କରିବ? କେନ୍ଦ୍ର ସରକାରଙ୍କୁ ଏ ଦିଗରେ ତ୍ୱରିତ୍‌ ପଦକ୍ଷେପ ନେବାକୁ ହେବ। କାରଣ ସେ ଯେଉଁ ବିଭାଗଗୁଡ଼ିକ ଦାୟିତ୍ୱରେ ରହିଥିଲେ, ତାହାକୁ ବେଶି ଦିନ ଅଣଦେଖା କରାଯାଇପାରିବ ନାହିଁ। ତେବେ ତାଙ୍କ ପଦବୀ ପୂରଣ ପାଇଁ କେତେକ ସମ୍ଭାବ୍ୟ କେତେକ ନାମ ବିଚାରଯୋଗ୍ୟ ହୋଇପାରେ। ସେମାନଙ୍କ ମଧ୍ୟରେ ରହିଛନ୍ତି, ଅର୍ଥ ମନ୍ତ୍ରଣାଳୟର ପ୍ରମୁଖ ଆର୍ଥିକ ଉପଦେଷ୍ଟା ସଞ୍ଜୀବ ସାନ୍ୟାଲ, ଆର୍‌ବିଆଇ ମୁଦ୍ରା ନୀତି ସମୀକ୍ଷା କମିଟିର ସଦସ୍ୟ ଡ.ମାଇକେଲ ପାତ୍ର। ମୁଦ୍ରାନୀତି ସମୀକ୍ଷା କମିଟି ବୈଠକରେ ବିରୋଧର ସ୍ବର ଉଠାଇ ମୁଦ୍ରାନୀତି ସ୍ଥିର କରିବାରେ ଡ.ଆଚାର୍ଯ୍ୟ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ। ଡ.ପାତ୍ରଙ୍କ ମତାମତ ସର୍ବଦା ସରକାରଙ୍କ ସପକ୍ଷରେ ଯାଇଥାଏ ବୋଲି ସର୍ବଜନବିଦିତ।


Enter your email to get our daily news in your inbox.

All Right Reserved By Dharitri.Com

ଖମ୍ବରେ ଝୁଲୁଛି ମୃତଦେହ: ଅଞ୍ଚଳରେ ବଢୁଛି ଚର୍ଚ୍ଚା

ବରୀ, ୭।୯ (ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ, ରାମଚନ୍ଦ୍ରପୁର ଥାନା ଅଧୀନସ୍ଥ ଗୋଳକୁଣ୍ଡ ପଞ୍ଚାୟତର ମେଣ୍ଢ ନିକଟରେ ଅର୍ଦ୍ଧନିର୍ମିତ ବ୍ରାହ୍ମଣୀ ସେତୁର ଏକ ଖମ୍ବରେ ଝୁଲନ୍ତା…

ସ୍ଥାୟୀ ସେତୁ ଦାବିରେ ଗ୍ରାମବାସୀଙ୍କ ଆମରଣ ଅନଶନ: ଭରା ନଦୀ ଘେରରେ ୧୩୦ ପରିବାର, ୧୭୨୧ ଜୀବନ

ରାଜକନିକା, ୭।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଆଳି ନିର୍ବାଚନମଣ୍ଡଳୀ ଅଧୀନ ରାଜକନିକା ବ୍ଲକର ତ୍ରୈଲୋକ୍ୟପୁର ପଞ୍ଚାୟତ ଅନ୍ତର୍ଗତ ଦ୍ୱୀପାଞ୍ଚଳ ଗାଁ ଭାବେ ପରିଚିତ ଗଙ୍ଗାଧର…

ସ୍ତ୍ରୀଙ୍କୁ ଗୁଳିକଲେ ସ୍ବାମୀ: ରେଢ଼ାଖୋଲର ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ

ରେଢ଼ାଖୋଲ, ୭।୯: ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ୱ ଅଧିକାରୀ, ଏକକାଳୀନ ୩ସ୍ଥାନରେ ଚଢ଼ାଉ

ପିପିଲି,୭।୯: ଲାଞ୍ଚ କାରବାର ବିରୋଧରେ ଓଡ଼ିଶା ଭିଜିଲାନ୍ସ ଟିମ୍ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୁରୀ ଜିଲା ପିପିଲି ତହସିଲ ଅଧୀନ ସିଉଳା ଆରଆଇ ସର୍କଲର…

ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ନିର୍ଦ୍ଦେଶ, ବୁଥର ହେବ ଫିଜିକାଲ ଭେରିଫିକେସନ

ଭୁବନେଶ୍ୱର,୭।୯: ରାଜ୍ୟ ନିର୍ବାଚନ କମିଶନ ସୋମବାର ପଞ୍ଚାୟତ ନିର୍ବାଚନ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଥଗୁଡିକ ଠିକ୍‌ ଅଛି ନା ନାହିଁ ଏହାର ଫିଜିକାଲ ଭେରିଫିକେସନ…

ଭଞ୍ଜନଗରରେ ଜିଲାସ୍ତରୀୟ ଜନଅଭିଯୋଗ ଶୁଣାଣି: ୧୮୮ ଅଭିଯୋଗର ଶୁଣାଣି, ୧୦ର ତୁରନ୍ତ ସମାଧାନ

ଭଞ୍ଜନଗର, ୭।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ…

ଗିଲଙ୍କୁ ୫ ହଜାର ଟଙ୍କା ଦେଲେ ଅଭିଷେକ ଶର୍ମାଙ୍କ ପିତା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୯: ଟିମ ଇଣ୍ଡିଆର ଅଧିନାୟକ ଶୁବମନ ଗିଲଙ୍କ ମୋଟ ସମ୍ପତ୍ତି ୮୦ କୋଟି ବୋଲି ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ୫,୦୦୦ ତାଙ୍କ ପାଇଁ ବିଶେଷ…

କୁମ୍ଭ-ବିଛା ସମେତ ୪ ରାଶି ପାଇଁ ଭାଗ୍ୟଶାଳୀ ଏହି ସପ୍ତାହ: ଚାକିରିରେ ପ୍ରମୋସନ ସହ ବଢ଼ିବ ଦରମା!

ଭୁବନେଶ୍ୱର: ନୂଆ ସପ୍ତାହର ଆରମ୍ଭ ବୁଧଙ୍କ ଗୋଚର ସହ ହେଉଛି। ଜ୍ୟୋତିଷ ଗଣନା ଅନୁସାରେ, ଏହି ସପ୍ତାହ କୁମ୍ଭ, ମିଥୁନ, ବିଛା ଓ ମୀନ ରାଶିର ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri