ଆର୍‌ଟିଓ ଅଫିସରୁ ୪ ଦଲାଲ୍‌ ଗିରଫ

ଫୁଲବାଣୀ ଅଫିସ, ୨୯।୯ – ରାଜ୍ୟର ବିଭିନ୍ନ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ଡାକ୍ତରଖାନାରୁ ଦଲାଲାମାନଙ୍କୁ ହଟାଇବାକୁ ଜୋରଦାର ଧରପଗଡ ଚାଲିଛି। ଫୁଲବାଣୀ ଟାଉନ ଥାନା ପୋଲିସ ପକ୍ଷରୁ ଶନିବାର ସ୍ଥାନୀୟ ଆର୍‌ଟିଓ କାର୍ଯ୍ୟାଳୟରୁ ୪ ଜଣ ଦଲାଲ୍‌ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ନରେଶ କୁମାର ସାହୁ ସୂଚନା ଦେଇଛନ୍ତି। ସେମାନଙ୍କ ନାମରେ ନଂ.୧୩୮/୨୦୧୯ ମାମଲା ରୁଜୁ କରାଯାଇଛି। ତେବେ ଜିଲା ମୁଖ୍ୟ ଡାକ୍ତରଖାନା ଓ ସବ୍‌ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ମଧ୍ୟ ଦଲାଲଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି। ଡାକ୍ତରଖାନାରେ ସମସ୍ତ ସେବା ମାଗଣା ମିଳୁଥିବା ବେଳେ କିଛି ଦଲାଲ ରୋଗୀଙ୍କୁ ବେସରକାରୀ ପାଥୋଲାବ ଓ ମେଡିସିନ୍‌ ଦୋକାନରୁ ମେଡିସିନ ଆଣିବାକୁ ପ୍ରବର୍ତ୍ତାଇ ନେଉଛନ୍ତି। ସେମାନଙ୍କୁ ଡାକ୍ତରଖାନାର କିଛି ଅସାଧୁ କର୍ମଚାରୀ ମଧ୍ୟ ପ୍ରୋତ୍ସାହନ କରୁଛନ୍ତି। ତୁରନ୍ତ ଏଠାରେ ଚଢାଉ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଞ୍ଚ ଘାଟରେ ନଦୀକୁ ଡେଇଁ ଯୁବକ ନିଖୋଜ: ଉଦ୍ଧାର କାର୍ଯ୍ୟରେ ଅବହେଳା ନେଇ ଉତ୍ତେଜନା, ଭଙ୍ଗାରୁଜା

ଚାନ୍ଦବାଲି, ୧୬।୬ (ଡି.ଏନ.ଏ) – ଭଦ୍ରକ ଜିଲା ଚାନ୍ଦବାଲି ସହର ନିକଟ ବୈତରଣୀ ଲଞ୍ଚ ଘାଟରେ ଶନିବାର ଅପରାହ୍ନରେ ଜିତୁନ ଦାସ(୨୫) ନାମକ ଜଣେ ଯୁବକ...

ଅନୁସୂଚିତ ଜନଜାତିଙ୍କ ଜମିରେ ନିର୍ମାଣ ମାମଲା: କାର୍ଯ୍ୟ ବନ୍ଦ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ,୨୬ା୧୧- ରାଉରକେଲା ହାମିରପୁର ଅଞ୍ଚଳର ସୁବୋଧ କୁଲୁଙ୍କ ଜମି ଉପରେ ରାଉରକେଲା ମ୍ୟୁନିସିପାଲିଟିର ଚାଲିଥିବା ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ମଙ୍ଗଳବାର ହାଇକୋର୍ଟ ନିର୍ଦ୍ଦେଶ...

କଳାହାଣ୍ଡି ଲୋକ ସଭା: ଭାଜପା ଆଗରେ

ଭବାନୀପାଟଣା,୨୩।୫: କଳାହାଣ୍ଡି ଲୋକ ସଭା ଆସନରେ ଭାଜପାର ବସନ୍ତ ପଣ୍ଡା ଆଗରେ ରହିଛନ୍ତି। ବସନ୍ତ ୧୦୮୪୧୩ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ପୁଷ୍ପେନ୍ଦ୍ର...

ରୂପେଲିର ଚିକିଛା ଲାଗି ଟଁକା ଅଭାବ୍‌ ଘଟ୍‌ନା: ଗାଁରେ ପୁହୁଁଚିଲେ ଡାକ୍‌ତରୀ ଦଲ

ଗୁଡ଼ଭେଲା,୨୧ା୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଗୁଡ଼ଭେଲା ବ୍ଲକ ଡୁଙ୍ଗିବାହାଲ ଗଁାର ମେଘନାଦ ରଣାକଁର ଝି’ ହେଉଛନ୍‌ ରୂପେଲି(୩)। ସେ ଜନମ୍‌ ହେବାର ଦୁଇ ମାସ ଉତାରୁ ରୂପେଲିର...

ସ୍କୁଟିକୁ ପଛପଟୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ମା’-ପୁଅଙ୍କ ଜୀବନ

ବାହାନଗା,୧୨ା୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ୧୬ ନମ୍ବର ଜାତୀୟ ରାଜପଥର ଓଳିଆପାଟଣା ପୋଲ ନିକଟରେ ରାସ୍ତା ଦୁର୍ଘଟଣାରେ ମା’ ପୁଅଙ୍କର ମୃତ୍ୟୁ ଘଟିଛି। ସୋର...

ଶ୍ରମିକଙ୍କୁ ରନ୍ଧାଖାଦ୍ୟ ବାଣ୍ଟିଲେ ମହିଳା ଗୋଷ୍ଠୀ

ବନ୍ତ, ୧ା୪(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ପଞ୍ଚାୟତରେ ପଶ୍ଚିମବଙ୍ଗ ରାଜ୍ୟ ତଥା ଅନ୍ୟ ଜିଲାରୁ ଆସି କାମ କରୁଥିବା କେତେକ ଶ୍ରମିକଙ୍କୁ ରନ୍ଧାଖାଦ୍ୟ ପ୍ରଦାନ...

ବଲାଙ୍ଗୀରରେ କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ହସ୍ପିଟାଲ: ରହିଛି ୨ ଶହ ଶଯ୍ୟା

ବଲାଙ୍ଗୀର ଅଫିସ, ୧୪ା୪: ବଲାଙ୍ଗୀର କଳିଙ୍ଗ ଇଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସସେସ୍‌ (କିସ୍‌) କ୍ୟାମ୍ପସଠାରେ ମଙ୍ଗଳବାରଠାରୁ ୨ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ...

ଚାଲି ଚାଲି ଆସିଲେ ଗର୍ଭବତୀ: ରାସ୍ତା ନ ଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ

ତେଲକୋଇ,୨୨।୧୧(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ପଞ୍ଚାୟତର ଟୁଙ୍ଗୁରୁବାହାଳ ଜୁଆଙ୍ଗ ବସ୍ତିର ଜଣେ ଗର୍ଭବତୀଙ୍କୁ ଏକ କି.ମି. ଚାଲିଚାଲି ଆସିବାକୁ ପଡିଛି। ଉକ୍ତ ବସ୍ତିକୁ...

Play 250+ Trending Games
Archives

Model This Week

Why Dharitri