ଆର୍‌ଏମ୍‌ସି ପକ୍ଷରୁ କୃଷକ ବଜାର ଲୋକାର୍ପିତ: ‘ଚାଷୀଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟ’

ଢେଙ୍କାନାଳ ଅଫିସ, ୨୮ା୧୧:  ଢେଙ୍କାନାଳ ନିୟନ୍ତ୍ରିତ ବଜାର କମିଟି (ଆରଏମ୍‌ସି) ପକ୍ଷରୁ ବୁଧବାର ଅପରାହ୍ନ ୧ଟା ୪୫ରେ କୈବଲ୍ୟ ବଜାର ଗାୟତ୍ରୀ ମନ୍ଦିର ନିକଟରେ ନବନିର୍ମିତ କୃଷକ ବଜାର ଉଦ୍‌ଘାଟିତ ହୋଇଯାଇଛି। ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହାକୁ ଲୋକାର୍ପଣ କରି କହିଲେ, ଚାଷୀଙ୍କୁ ଆର୍ଥତ୍କ ସ୍ବାବଲମ୍ବୀ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ମଧ୍ୟରୁ ଏହା ଅନ୍ୟତମ। ଏହା ଚାଷୀଙ୍କ ରୋଜଗାର ବଢ଼ାଇବ। ଏହି ଅବସରରେ ମନ୍ତ୍ରୀ ପରିବା ଚାଷୀ ଏବଂ ବ୍ୟବସାୟୀଙ୍କୁ ସୁବିଧା ଅସୁବିଧା ପଚାରି ବୁଝିବା ସହ ଠିକ ଦରରେ ଖାଉଟିଙ୍କୁ ପରିବା ବିକ୍ରୟ କରିବା ପାଇଁ ପରାମର୍ଶ ଦେଇଥିଲା।
ଢେଙ୍କାନାଳ ସହରରେ ଏକ କୃଷକ ବଜାର ସ୍ଥାପନ କରିବାକୁ ଦୀର୍ଘଦିନରୁ ଦାବି ହୋଇ ଆସୁଥିଲା। ଏହାଦ୍ୱାରା ଚାଷୀ, ବ୍ୟବସାୟୀ ଏବଂ ଜନସାଧାରଣ ଉପକୃତ ହୋଇପାରିବେ। ୯୯ଲକ୍ଷ ଟଙ୍କା ବ୍ୟୟରେ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ନିର୍ମିତ ଏହି କୃଷକ ବଜାରରେ ୫୬ ପିଣ୍ଡି, ୩ ଗୋଦାମ, ୨ଶୀତଳଭଣ୍ଡାର ଗୃହ, କାର୍ଯ୍ୟାଳୟ, କ୍ୟାଣ୍ଟିନ, କଂକ୍ରିଟ୍‌ ରୋଡ, ବସିବା ସ୍ଥାନ ସହିତ ଡ୍ରେନ୍‌ ନିର୍ମାଣ କରାଯାଇଛି। ଏହାର ପରିସର ୪୦ ଡେସିମିଲ ଜମିରେ ପରିବ୍ୟାପ୍ତ।
ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ବିଧାୟକ ସୁଧୀର ସାମଲ, ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା, ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷ ତଥା ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପାଧ୍ୟକ୍ଷା ସାଗରିକା ମିଶ୍ର, ଓସ୍‌ମା ବୋର୍ଡ ସଦସ୍ୟ ଦିଲୀପ ମିଶ୍ର, ଜିଲା ଯୋଗାଣ ବିଭାଗ ଅଧିକାରୀ ସଞ୍ଜୀବ ସାହୁ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହେମନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ନିରଞ୍ଜନ ସେଠ୍‌ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାର ପକାଇବାବେଳେ ଜମିରେ ହଠାତ୍‌ ହୋଇଗଲା ୧୦ ଫୁଟର ଦୁଇଟି ଗାତ, ଭୟରେ ଅଞ୍ଚଳବାସୀ

ନବରଙ୍ଗପୁର,୬।୭(ସଦାଶିବ ପ୍ରହରାଜ): ନବରଙ୍ଗପୁର ବ୍ଲକ ଆମ୍ବଦଳା କୋଡ୍ରିଗୁଡ଼ା ଗାଁରେ ରବିବାର ଲୋକେ ଚାଷ ଜମିରେ ସାର ପକାଉଥିବା ବେଳେ ହଠାତ୍‌ ଶବ୍ଦ କରି ମାଟି ଧସିବା ସହ…

ଶ୍ରୀକ୍ଷେତ୍ରପୁରୀ-ଶାବର ଶ୍ରୀକ୍ଷେତ୍ର ସ୍ପେଶାଲ ଟ୍ରେନ ଚଳାଚଳ ଆଜି, ଉଦଘାଟନ କରିବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କେସିଙ୍ଗା, ୬।୭,( ତୁମେଶ୍ୱର ସାହୁ): ଶ୍ରୀକ୍ଷେତ୍ରପୁରୀରୁ ଶାବର ଶ୍ରୀକ୍ଷେତ୍ର କୋରାପୁଟ ସ୍ପେସିଆଲ ଏକ୍ସପ୍ରେସ ଟ୍ରେନ ନ .୦୮୪୦୯ ଟ୍ରେନକୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀରୁ…

ବର୍ଷାରେ ବେହାଲ ବରଗଡ଼ ସହର, ତଳି ଅଞ୍ଚଳ ଜଳମଗ୍ନ

ବରଗଡ଼,୬।୭,(ପ୍ରେମାନନ୍ଦ ଖମାରୀ): ବିିକଶିତ ବରଗଡ଼ ଲକ୍ଷ୍ୟ ନେଇ ରାସ୍ତାପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ହୋଇଛି। ସେଠାରେ ଡ୍ରେନ ନିର୍ମାଣ କରାଯାଇଛି। କେଉଁଠି ଡ୍ରେନ ନିର୍ମାଣ ସରିଛି ତ ଆଉ…

ବରଗଡ଼ ଜିଲାରେ ଆଜି ସ୍କୁଲ ଛୁଟି

ବରଗଡ଼,୬ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବର୍ଷା ଲାଗି ରହିଛି। ଭାରତୀୟ ପାଣିପାଗ ବିଭାଗ ମଧ୍ୟ ବରଗଡ଼ ଜିଲାରେ ସୋମବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ…

ସମ୍ବଲପୁରରେ ପ୍ରବଳ ବର୍ଷା: ଜଣେ ଭାସିଗଲେ, ଜଣେ ଉଦ୍ଧାର

ସମ୍ବଲପୁର,୬ା୭(ପ୍ରମୋଦ ବହିଦାର): ସମ୍ବଲପୁରରେ ଗତ ୪ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଗତ ରାତ୍ରି ତମାମ ଅବିଶ୍ରାନ୍ତ ବର୍ଷା ଫଳରେ…

ହତ୍ୟା କରି ନଦୀରେ ଫିଙ୍ଗିଦେଲେ, ଗାଁରେ ଉତ୍ତେଜନା

ନୟାଗଡ଼,୬ା୭(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ଡାଳିଆମଡ଼ା ଗାଁରେ ଏକ ଅଭାବନୀୟ କାଣ୍ଡ ଘଟିଚି। ଅଭି ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ରବିବାର ରାତିରେ…

କନ୍ଧମାଳରେ ସବୁ ବିଦ୍ୟାଳୟ ଛୁଟି: ମୋବାଇଲ ନେଟ୍‌ଓ୍ବର୍କ୍‌ ନ ଥିବାରୁ ଶିକ୍ଷକଙ୍କ ନିକଟରେ ପହଞ୍ଚିପାରୁନି ନିର୍ଦ୍ଦେଶନାମା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣ ବର୍ଷା ଜାରି ରହିଛି। ଏଥିପାଇଁ ସୋମବାର ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟକୁ ଛୁଟି ରଖିବା…

ଦାରିଙ୍ଗବାଡ଼ି ଅଞ୍ଚଳରେ ଲଗାଣ ବର୍ଷା: ୩ ଦିନ ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତ, ଲୋକଙ୍କୁ ଡିବି-ଲଣ୍ଠନ ଭରସା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣବର୍ଷା ଜାରି ରହିଛି। ଫଳରେ ଅଞ୍ଚଳରେ ଏକ ପ୍ରକାର ଅଚଳାବସ୍ଥା ଦେଖାଯାଇଛି। ବର୍ଷା ପରଠାରୁ ବିଦ୍ୟୁତ୍‌ ବାରମ୍ବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri