Posted inଜାତୀୟ

ଆର୍ଥିକ ସ୍ଥିତି, କରୋନାକୁ ନେଇ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ, ୧୩।୩: ଦେଶରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଆର୍ଥତ୍କ ସ୍ଥିତି ମଧ୍ୟ ଭୁଶୁଡ଼ୁଛି। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋଇଛନ୍ତି। କିଭଳି ଏହାର ମୁକାବିଲା କରାଯିବ, ସେନେଇ ତାଙ୍କ ପାଖରେ କୌଣସି ଉତ୍ତର ନାହିଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମାଲୋଚନା କରି କହିଛନ୍ତି। ମୋଦିଙ୍କ ଆଦର୍ଶ ଦେଶର ଅର୍ଥନୀତିକୁ ଧ୍ୱଂସ କରିସାରିଲାଣି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କିଛି ହୋଇନାହିଁ ବୋଲି କହି ବୁଲୁଛନ୍ତି। ଏନେଇ ଦେଶକୁ ପ୍ରଧାନମନ୍ତ୍ରୀ ଉତ୍ତର ଦେବା ଉଚିତ। ମନମୋହନ ସିଂଙ୍କ ପ୍ରଧାନମନ୍ତ୍ରିତ୍ୱରେ ଦେଶ ୧୦ ବର୍ଷରେ ବେଶ୍‌ ଆର୍ଥତ୍କ ଉନ୍ନତି କରିଥିଲା। କେନ୍ଦ୍ର ସରକାର ବିମୁଦ୍ରୀକରଣ ଓ ଜିଏସ୍‌ଟି ଦ୍ୱାରା ଦେଶର ଅର୍ଥନୀତିକୁ ଧ୍ୱଂସ କରିବାରେ ଲାଗିଛନ୍ତି। ଏବେ ଦେଶରେ ସୁନାମି ଦେଖାଦେଇଛି। କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଏହାକୁ କିପରି ରୋକାଯିବ, ସେନେଇ ସରକାର ଦୃଢ ପଦକ୍ଷେପ ଗ୍ରହଣ କରିବାରେ ବିଫଳ ହୋଇଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି।
କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା ମଧ୍ୟ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ପାର୍ଲାମେଣ୍ଟରେ ପ୍ରଧାନମନ୍ତ୍ରୀ କରୋନା ଓ ଦେଶର ଆର୍ଥତ୍କ ସ୍ଥିତି ସମ୍ପର୍କରେ ମନ୍ତବ୍ୟ ଦିଅନ୍ତୁ ବୋଲି ଦାବି କରିଛନ୍ତି। କରୋନା ଯୋଗୁ ଶେୟାର ମାର୍କେଟ ଓ ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ ପୁଞ୍ଜିନିବେଶ କରିଥିବା ଲୋକ ବ୍ୟାପକ କ୍ଷତି ସହିଛନ୍ତି। ଏଭଳି ସ୍ଥିତିରେ ଲକ୍ଷ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି। କରୋନା ଯୋଗୁ ଅର୍ଥନୀତି ବିଗିଡ଼ିବାରେ ଲାଗିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଓ ପ୍ରଧାନମନ୍ତ୍ରୀ ଚୁପ୍‌ହୋଇ ବସିଲେ ଚଳିବନି। ଆମେରିକା, ଅଷ୍ଟ୍ରେଲିଆ ପକ୍ଷରୁ କରେନା ଯୋଗୁ ସ୍ବତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜ୍‌ ଘୋଷଣା କରାଯାଇଛି। ଭାରତର ପ୍ରଧାନମନ୍ତ୍ରୀ ମୁହଁ ଖୋଲୁନାହାନ୍ତି ବୋଲି ସୁର୍ଜଓ୍ବୋଲା ଅଭିଯୋଗ କରିଛନ୍ତି। ଏହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପାର୍ଲାମେଣ୍ଟରେ କରାଯିବା ଦରକାର। ନ ହେଲେ ଆଗକୁ ପରିସ୍ଥିତି ଭୟଙ୍କର ରୂପ ଧାରଣ କରିବାର ଆଶଙ୍କା ରହିଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ ଦୁର୍ଘଟଣାରେ ଶବାନା ଆଜମୀ ଆହତ

ମୁମ୍ବାଇ,୧୮।୧: ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମୀ ଏକ ଦୁର୍ଘଟଣାରେ ଆହତ ହୋଇଥିବା ସୂଚନା ମିଳିଛି। ମୁମ୍ବାଇ-ପୁନେ ଏକ୍ସପ୍ରେସଓ୍ବେର କାହଲପୁରଠାରେ ତାଙ୍କ କାର୍‌ ଦୁର୍ଘଟଣା ହେବା ସହ...

ପ୍ରକାଶ ପାଇବ ଚୂଡ଼ାନ୍ତ ଏନ୍‌ଆର୍‌ସି

ନୂଆଦିଲ୍ଲୀ/ଗୁଆହାଟୀ,୩୧ା୮: ଆସାମ ପାଇଁ ପ୍ରଥମେ ପ୍ରକାଶ ପାଇଥିବା ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ରୁ ୪୧ ଲକ୍ଷରୁ ଊର୍ଦ୍ଧ୍ୱ ବାଦ୍‌ ପଡିଥିଲେ। ଏହାର ବର୍ଷେ ପରେ ଚୂଡ଼ାନ୍ତ...

ମଙ୍ଗଳବାର ଉପସ୍ଥାପନ ହେବନି ଦିଲ୍ଲୀ ବଜେଟ: କେଜ୍‌ରିଓ୍ବାଲଙ୍କ ଅଭିଯୋଗ, କେନ୍ଦ୍ର ଦେଲାନି ଅନୁମତି

ନୂଆଦିଲ୍ଲୀ,୨୦।୩: ଦିଲ୍ଲୀ ବିଧାନସଭାରେ ମଙ୍ଗଳବାର ଉପସ୍ଥାପନ ହେବନି ବଜେଟ। ଦିଲ୍ଲୀ ସରକାରଙ୍କ ବଜେଟ ଉପରେ କେନ୍ଦ୍ର ସରକାର ରୋକୋ ଲଗାଇ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ...

ଦେଶରେ ପ୍ରଥମ ଥର ପାଇଁ ଡ୍ରୋନ୍‌ ଦ୍ୱାରା ଖୋଜାଯିବ କୋଇଲା ଓ ଖଣିଜ ଭଣ୍ଡାର

ରାଞ୍ଚି,୫।୨: ଭୂଗର୍ଭରେ ଥିବା କୋଇଲା ଏବଂ ଅନ୍ୟ ଖଣିଜ ଭଣ୍ଡାର ସମ୍ପର୍କରେ ତଥ୍ୟ ଏବେ ଡ୍ରୋନ୍‌ ଦ୍ୱାରା ସଂଗ୍ରହ କରାଯିବ। ଦେଶରେ ପ୍ରଥମ ଥର ପାଇଁ...

ଶ୍ରମିକଙ୍କୁ ଫେରାଇନେବା ପାଇଁ ସହଯୋଗ ଲୋଡ଼ିଲା କେନ୍ଦ୍ର

ନୂଆଦିଲ୍ଲୀ,୧୧ା୫(ପି.ଟି.): ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ଫେରାଇନେବା ଲାଗି ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ ନିମନ୍ତେ କ୍ୟାବିନେଟ ସଚିବ ରାଜୀବ ଗୌବା...

‘କିରଣ ବେଦୀଙ୍କୁ ବହିଷ୍କାର କର’

ପୁଡ଼ୁଚେରୀ, ୧୧।୧: ଉପରାଜ୍ୟପାଳ କିରଣ ବେଦୀଙ୍କ ବହିଷ୍କାର ଦାବିରେ ପୁଡ଼ୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀଙ୍କ ଧାରଣା ରବିବାର ତୃତୀୟ ଦିନରେ ପହଞ୍ଚତ୍ଛି। ସେ ବେଦୀଙ୍କ ସରକାରୀ...

ସୁପ୍ରିମକୋର୍ଟରେ ୬ ରିଭ୍ୟୁ ପିଟିଶନ

ନୂଆଦିଲ୍ଲୀ, ୭ା୧୨(ପି.ଟି.): ନଭେମ୍ବର ୯ରେ ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ବହୁ ପ୍ରତୀକ୍ଷିତ ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ଦେଇ ରାମମନ୍ଦିର ନିର୍ମାଣ ପଥ ପରିଷ୍କାର...

ବଗ୍‌ଗାଙ୍କୁ ନେଇ ହାଇଡ୍ରାମା

ନୂଆଦିଲ୍ଲୀ/ଚଣ୍ଡିଗଡ଼,୭ା୫: ଦିଲ୍ଲୀର ଭାଜପା ନେତା ତେଜିନ୍ଦର ପାଲ୍‌ ସିଂ ବଗ୍‌ଗାଙ୍କୁ ପଞ୍ଜାବ ପୋଲିସ ଶୁକ୍ରବାର ସକାଳେ ତାଙ୍କ ଘରୁ ଗିରଫ କରିଥିଲା। ଜାତୀୟ ରାଜଧାନୀରୁ ତାଙ୍କୁ...

Advertisement
Archives

Model This Week