Posted inଖେଳ

ଆର୍ଥତ୍କ ସଂକଟରେ ଏଆଇଏଫ୍‌ଏଫ୍‌

ନୂଆଦିଲ୍ଲୀ, ୨୬ା୬ (ପି.ଟି.)-କମର୍ସିଆଲ ପାର୍ଟନର ଆଇଏମ୍‌ଜି-ରିଲାଏନ୍ସ ଉପରେ ୨୫ କୋଟି ଟଙ୍କା ବାକି ପଡ଼ିଥିବାରୁ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଏବେ ଆର୍ଥିକ ସଂକଟ ଦେଇ ଗତି କରୁଛି। ଖବର ଅନୁସାରେ ମହାସଂଘର କମର୍ସିଆଲ ପାର୍ଟନର ଶେଷ ଦୁଇ କ୍ୱାର୍ଟର ପର୍ଯ୍ୟାୟ ରାଶି ବାକି ରଖିଛି। ଏହି କାରଣରୁ ଆଇ-ଲିଗ୍‌ ବିଜେତା ଚେନ୍ନାଇ ସିଟିକୁ ଏପର୍ଯ୍ୟନ୍ତ ପୁରସ୍କାର ରାଶି ବାବଦରେ ୧ କୋଟି ଟଙ୍କା ଦିଆଯାଇ ପାରିନାହିଁ। ଏହାଛଡ଼ା ରେଫରିଙ୍କ ପାଉଣା ଏବଂ ଯାତାୟତ ବାବଦରେ ଖର୍ଚ୍ଚ ଭରଣା କରାଯାଇ ପାରୁନାହିଁ। ରିଲାଏନ୍ସ ସ୍ପୋଟର୍‌ସ ସିଇଓ ସୁନ୍ଦର ରମଣ ଏଆଇଏଫ୍‌ଏଫ୍‌ର ଏକ କମିଟିର ଜଣେ ସଦସ୍ୟ ମଧ୍ୟ ରହିଛନ୍ତି। ଏହି ପ୍ରସଙ୍ଗରେ ତାଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ ଲାଗି ବାରମ୍ବାର ଚେଷ୍ଟା ସତ୍ତ୍ୱେ ସମ୍ଭବ ହୋଇ ପାରିନାହିଁ। ୨୦୧୦ରେ ଏଆଇଏଫ୍‌ଏଫ୍‌ ଏବଂ ଆଇଏମ୍‌ଜି ରିଲାଏନ୍ସ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ମହାସଂଘ ଏହାର କମର୍ସିଆଲ ପାର୍ଟନରଠାରୁ ବାର୍ଷିକ ୫୦ କୋଟି ଟଙ୍କା ପାଇବା କଥା। ମାତ୍ର ଶେଷ ଦୁଇ କ୍ୱାର୍ଟର ପେମେଣ୍ଟ ନ ମିଳିଥିବାରୁ ମହାସଂଘ ଆଇ-ଲିଗ୍‌ କ୍ଲବଗୁଡ଼ିକୁ ପୁରସ୍କାର ରାଶି ବାବଦରେ ୨.୫କୋଟି ଟଙ୍କା ଦେଇପାରୁନାହିଁ। ଏହାଛଡ଼ା ଯାତାୟତ ଖର୍ଚ୍ଚ ଓ ସବ୍‌ସିଡି ସମେତ ଅନ୍ୟାନ୍ୟ ଖର୍ଚ୍ଚବାବଦରେ ମୋଟ ୪କୋଟି ଟଙ୍କା ଦିଆଯାଇ ନ ପାରି ବାକି ପଡ଼ିଥିବା ଏଆଇଏଫ୍‌ଏଫ୍‌ର ଜଣେ କର୍ମକର୍ତ୍ତା ସୂଚନା ଦେଇଛନ୍ତି। ଜାନୁୟାରୀଠାରୁ କ୍ୱାର୍ଟରଲି ପ୍ରାପ୍ୟ ମିଳି ନାହିଁ। କ୍ଲବଗୁଡ଼ିକ ସେମାନଙ୍କ ପାଉଣା ପାଇବା ଲାଗି ମେଲ୍‌ କରୁଛନ୍ତି। ମିନର୍ଭା ପଞ୍ଜାବ ଦୈନିକ ଚିଠି କରୁଥିବା ସେ କହିଛନ୍ତି। ଚେନ୍ନାଇ ସିଟି ସିଇଓ ରୋହିତ ରମେଶ ଏହି ପ୍ରସଙ୍ଗରେ ଚିନ୍ତା ପ୍ରକଟ କରିଛନ୍ତି। ଚେନ୍ନାଇ ସିଟି ୩ ମାସରୁ ଊର୍ଦ୍ଧ୍ୱ ସମୟ ହେଲା ଚାମ୍ପିୟନ ହୋଇସାରିଲାଣି। ମୁଁ ଇ-ମେଲ ଜରିଆରେ ପୁରସ୍କାର ରାଶି ପାଇଁ ଅନୁରୋଧ କରିସାରିଛି। ମାତ୍ର ଏଆଇଏଫ୍‌ଏଫ୍‌ରୁ କୌଣସି ଜବାବ ମଳିନାହିଁ ବୋଲି ରମେଶ ପ୍ରକାଶ କରିଛନ୍ତି। ଟୁର୍ନାମେଣ୍ଟ ଶେଷରେ ବିଜେତା ଭାବେ ଆମକୁ ୧କୋଟି ଟଙ୍କାର ଏକ ଲମ୍ବା ଚେକ୍‌ ଧରାଇ ଦିଆଯାଇଥିଲା। ମାତ୍ର ଆମକୁ ଟଙ୍କା ମିଳିନାହିଁ। ଆଇଏମ୍‌ଜି-ରିଲାଏନ୍ସ ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ)ର ପ୍ରମୋଟର ମଧ୍ୟ ରହିଛି। ସୁପର ଲିଗ୍‌ରୁ ଓହରିଯାଇଥିବା ଆଇ-ଲିଗ୍‌ କ୍ଲବଗୁଡ଼ିକ ଉପରେ ବହୁ ପରିମାଣରେ ଆର୍ଥିକ ଜରିମାନା ହେଉ ବୋଲି ଏହି ସଂସ୍ଥା ଚାହୁଁଛି। ଏବାବଦରେ ଏଆଇଏଫ୍‌ଏଫ୍‌ ବିପୁଳ ରାଶି ସଂଗ୍ରହ କରିପାରିବ। ଏହାଛଡ଼ା ଆଇଏସ୍‌ଏଲ୍‌କୁ ମୁଖ୍ୟ ଲିଗ୍‌ ବୋଲି ଘୋଷଣା କରାଯିବା ଲାଗି ଏହି ସଂସ୍ଥା ଅଡ଼ି ବସିଛି। ଏଆଇଏଫ୍‌ଏଫ୍‌ର କାର୍ଯ୍ୟନିର୍ବାହୀ କମିଟି ବୈଠକ ଜୁଲାଇ ୩ରେ ବସିବ। ଏହା ରବରଷ୍ଟାମ୍ପ ଭଳି କାର୍ଯ୍ୟକରୁଥିବା କୁହାଯାଉଛି। ଅନ୍ୟପକ୍ଷରେ ବିଭିନ୍ନ ପ୍ରସଙ୍ଗ ନେଇ ମିନର୍ଭା ପଞ୍ଜାବ ଏଫ୍‌ସିର ଏଆଇଏଫ୍‌ଏଫ୍‌ ସହ ଛକାପଞ୍ଝା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ୍‌: କୋହଲି ନଂ.୧, ରୋହିତ ନଂ. ୨

ଦୁବାଇ,୨୮।୧(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଦିନିକିଆ ର଼୍ୟାଙ୍କିଙ୍ଗ୍‌ର ବ୍ୟାଟିଂ ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ନମ୍ବର ସ୍ଥାନରେ ରହିଥିବା...

କୋଭିଡ-୧୯ ମହାମାରୀ: ବାତିଲ ହେଲା ଦିଲ୍ଲୀ ଶୁଟିଂ ବିଶ୍ୱକପ୍‌

ନୂଆଦିଲ୍ଲୀ,୭।୪(ପି.ଟି.)- କୋଭିଡ-୧୯ ଦେଶ ତଥା ସାରା ବିଶ୍ୱରେ ମହାମାରୀର ରୂପ ନେଇଥିବାରୁ ଏହାର ପ୍ରଭାବ କ୍ରୀଡ଼ାରେ ପଡିଛି। ଏହି ମହାମାରୀ କାରଣରୁ ଦିଲ୍ଲୀରେ ଆସନ୍ତା ମେ’ରେ...

ଯୁବରାଜଙ୍କ ଅବସର ଚିନ୍ତା

ନୂଆଦିଲ୍ଲୀ, ୨୦।୫(ପି.ଟି.)- ସୀମିତ ଓଭର କ୍ରିକେଟରେ ଭାରତର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର ଯୁବରାଜ ସିଂ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଗ୍ରହଣ କରିବା ଲାଗି ଗୁରୁତର ସହ...

ଏଲିଟ୍‌ ଅମ୍ପାୟାରିଂରୁ ଅବସର ନେଲେ ସିମନ ଫ୍ରାଏ, ଜନ୍‌ ଓ୍ବାର୍ଡ

ମେଲବୋର୍ନ, ୧୭।୪(ପି.ଟି.): ଅଷ୍ଟ୍ରେଲିଆର ଦୁଇ ଅମ୍ପାୟର ସିମନ ଫ୍ରାଏ ଓ ଜନ୍‌ ଓ୍ବାର୍ଡ ଏଲିଟ୍‌ ଅମ୍ପାୟାରିଂରୁ ଅବସର ନେଇଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ତରଫରୁ ଏ...

କାଲିଠୁ ଆଇପିଏଲ୍‌ ମହାସମର: କେବଳ ପ୍ରସାରଣ ଟିମ୍‌ର ହେବ ୧୦ ହଜାର କରୋନା ଟେଷ୍ଟ

ନୂଆଦିଲ୍ଲୀ,୮।୪: କରୋନା ଭିତରେ ଆଇପିଏଲ୍‌ର ୧୪ତମ ସଂସ୍କରଣ ଖେଳା ହେବାକୁ ଯାଉଛି। ଆଇପିଏଲକୁ ସଫଳ କରିବା ପାଇଁ ବାୟୋ ବବୁଲକୁ ଅତ୍ୟନ୍ତ କଠିନ କରାଯାଇଛି। ଯଦି...

ଟିମ୍‌ ଇଣ୍ଡିଆର ବିଜୟ ଅଭିଯାନ

ମହିଳା ଟି୨୦ ବିଶ୍ୱକପ୍‌: ସିଡ୍‌ନୀ,୨୧।୨- ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଶୁକ୍ରବାର ଆରମ୍ଭ ହୋଇଯାଇଛି। ଇଭେଣ୍ଟରେ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ବିଜୟ ସହ...

କରୋନା ଭାଇରସ: ମହିଳା ହକି ଖେଳାଳିଙ୍କୁ ବିମାନ ବନ୍ଦରରୁ ଫେରିବାକୁ କୁହାଗଲା

ବେଙ୍ଗାଲୁରୁ,୧୫।୩- କରୋନା ଭାଇରସ ଏବେ ଭାରତୀୟ କ୍ରୀଡ଼ାକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଏପରିକି ଖେଳାଳିମାନଙ୍କୁ ନିଜ ଘରକୁ ଯିବାକୁ ମଧ୍ୟ ବାରଣ କରାଯାଇଛି। ସ୍ଥାନୀୟ...

ଟ୍ୟାକ୍ସି ଡ୍ରାଇଭରରୁ ଗ୍ରାଣ୍ଡସ୍ଲାମ ଓି୍ବନିଙ୍ଗ୍‌ କୋଚ୍‌

ମେଲ୍‌ବୋର୍ନ,୩।୨(ଏଏଫ୍‌ପି)- ଏକଦା ନ୍ୟୁୟର୍କରେ ଟ୍ୟାକ୍ସି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ଆଲେକ୍ସ କେନିନ୍‌ ଏବେ ଗ୍ରାଣ୍ଡସ୍ଲାମ ଓ୍ବିନିଙ୍ଗ୍‌ କୋଚ୍‌ ଭାବେ ବିବେଚିତ ହୋଇଛନ୍ତି। ଅଷ୍ଟ୍ରେଲିଆନ ଓପନ୍‌...

Advertisement
Ten Cric Info


Archives

Model This Week