ଆର୍ତ୍ତନାଦ ଦିବସରେ ଶୋଭାଯାତ୍ରା, ଦଳିତ ଖ୍ରୀଷ୍ଟିଆନ୍‌ଙ୍କୁ ମିଳୁ ଅନୁସୂଚିତ ଜାତି ମାନ୍ୟତା

ବ୍ରହ୍ମପୁର ଅଫିସ୍‌,୧୧ା୮- ହିନ୍ଦୁଙ୍କ ଭଳି ଖ୍ରୀଷ୍ଟିଆନ୍‌ ଧର୍ମରେ ଥିବା ଦଳିତମାନଙ୍କୁ ଅନୁସୂଚିତ ଜାତିର ମାନ୍ୟତା ଦାବି ନେଇ ଶନିବାର ଶୋଭାଯାତ୍ରା ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜାତୀୟ ଦଳିତ ଖ୍ରୀଷ୍ଟିଆନ୍‌ ପରିଷଦର ଓଡ଼ିଶା ଶାଖା ପକ୍ଷରୁ ଆର୍ତ୍ତନାଦ ଦିବସ ପାଳନ ଅବସରରେ ବିକ୍ଷୋଭ ସହ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ଅନୁଯାୟୀ, ଦେଶ ସ୍ବାଧୀନ ହେବାର କିଛି ଦିନ ପରେ ହିନ୍ଦୁ ଧର୍ମାବଲମ୍ବୀ ଦଳିତଙ୍କୁ ଅନୁସୂଚିତ ଜାତିର ମାନ୍ୟତା ଦିଆଯାଇଛି । ଅନ୍ୟ ଧର୍ମାବଲମ୍ବୀର ଦଳିତମାନଙ୍କୁ ବଞ୍ଚିତ କରାଯାଇ ଜାତିଗତ ସଂରକ୍ଷଣ, ସୁରକ୍ଷା ଓ ଅଭିବୃଦ୍ଧିରୁ ଉଚ୍ଛେଦ କରାଗଲା । ପରବର୍ତ୍ତୀ ସମୟରେ ୧୯୫୬ ମସିହାରେ ଶିଖ୍‌ ଧର୍ମାବଲମ୍ବୀ ଏବଂ ୧୯୯୦ ମସିହାରେ ବୌଦ୍ଧ ଧର୍ମାବଲମ୍ବୀ ଦଳିତଙ୍କୁ ଅନୁସୂଚିତ ଜାତିର ମାନ୍ୟତା ଦିଆଗଲା। ଖ୍ରୀଷ୍ଟିଆନ୍‌ ଧର୍ମରେ ଏହାକୁ ଲାଗୁ ନ କରିବା ବା ସାମାଜିକ ତଥା ଆର୍ଥିକ ସ୍ଥିତିକୁ ବିଚାରକୁ ନ ନେବା ସେମାନଙ୍କ ପ୍ରତି ଅନ୍ୟାୟ । ଧର୍ମ ପରିବର୍ତ୍ତନ ହେତୁ ଜାତିର ପରିବର୍ତ୍ତନ ହୋଇ ନ ଥାଏ । ଜଣେ ଧର୍ମ ପରିବର୍ତ୍ତନ କରିପାରେ। କିନ୍ତୁ ଜାତି ପରିବର୍ତ୍ତନ କରିବା ଅସମ୍ଭବ । ୧୯୫୦ ମସିହାରୁ ଖ୍ରୀଷ୍ଟିଆନ୍‌ ଦଳିତମାନେ ଏହା ବିରୋଧରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଛନ୍ତି । ସୁପ୍ରିମ୍‌କୋର୍ଟ ଦ୍ୱାରା ଗଠିତ ମିଶ୍ର କମିଶନ୍‌ଙ୍କ ରିପୋର୍ଟ ଅନୁସାରେ ସମ୍ବିଧାନର ଅନୁସୂଚିତ ଜାତି ଅଧ୍ୟାଦେଶ ୧୯୫୦ ଅନୁଚ୍ଛେଦ-୩ ହେଉଛି ଅଣସାମ୍ବିଧାନିକ। ଅପରପକ୍ଷେ ଖ୍ରୀଷ୍ଟିଆନ୍‌ ଦଳିତଙ୍କୁ ଅନୁସୂଚିତ ଜାତିର ମାନ୍ୟତା ଦାବି ନେଇ ୨୦୦୪ ଏପ୍ରିଲ୍‌ ୧୨ତାରିଖରେ ସୁପ୍ରିମ୍‌କୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା । ଆସନ୍ତା ସେପ୍ଟେମ୍ବରରେ ଏହାର ଶୁଣାଣି ହେବ ।
ଅନୁସୂଚିତ ଜାତିର ମାନ୍ୟତା ନ ଥିବା ଯୋଗୁ ଖ୍ରୀଷ୍ଟିଆନ୍‌ ଦଳିତମାନେ କୌଣସି ପ୍ରକାର ସଂରକ୍ଷଣଜନିତ ସୁବିଧା ପାଇପାରୁନାହାନ୍ତି। ଗତ ୨୦ତାରିଖରେ ମୋହନାରେ ରାଜ୍ୟସ୍ତରୀୟ ବୈଠକରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା। ଶନିବାର ଜାତୀୟ କଳା ଦିବସ ବା ଆର୍ତ୍ତନାଦ ଦିବସ ପାଳନ ଅବସରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜିପୁର ଚର୍ଚ୍ଚଠାରୁ ବାହାରିଥିବା ଏକ ବିରାଟ ପଟୁଆର ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର୍‌ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ବିକ୍ଷୋଭ ପ୍ରଦର୍ଶନ ପରେ ସୁପ୍ରିମ୍‌କୋର୍ଟ ଏବଂ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ରାଜ୍ୟ ସଭାପତି ପ୍ରଫୁଲ୍ଲ କୁମାର ଲିମା, ରାଜ୍ୟ ସମ୍ପାଦକ ଆଚାର୍ଯ୍ୟ ବିକାଶ ବର୍ଦ୍ଧନ, ରାଜ୍ୟ ସହସଂପାଦକ ସାଗର ବଲ୍ୟାରସିଂ, କିଶୋର ବଲ୍ୟାରସିଂ, ସନ୍ତୋଷ ଜୟପତି, ପ୍ରମୋଦ ନିଶାନ୍ତ, ଥମାସ ମାଇକେଲ୍‌, ରବି ରତନ, ଜି.ସୁବା ରାଓ, ଉବେଦ ସାଲସିଂ, କୁମାର ପ୍ରଶାନ୍ତ, ଶରତ ସୁକାନ୍ତ ପାଣି, ଶରତ ଚନ୍ଦ୍ର ନାୟକ, ଆଚାର୍ଯ୍ୟ ଡେଭିଡ୍‌ ଏଡିସନ୍‌, ରବିନ୍‌ କରାଡ଼, ସୁପ୍ରିଆନ୍‌ ନାୟକ, ରଂଜନ ମାଳି, ପ୍ରଶ୍ନ ମାଳି, ବାଲମିନା ଅଧିକାରୀ, ମିରା ମନ୍ତ୍ରୀ, ରମାକାନ୍ତ ବଲ୍ୟାର୍‌ସିଂ ଓ ବିଜୟାନନ୍ଦ ସିଂ ପ୍ରମୁଖ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…

ଦାରିଙ୍ଗବାଡ଼ିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ଜନସେବାକୁ ଦେଶସେବା ବୋଲି କହି…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): ଦେଶ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ଉତ୍ସବ ଅବସରରେ କନ୍ଧମାଳ ଜିଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିର…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆରେ ପତାକା ଉତ୍ତୋଳନକଲେ ବ୍ଲକ୍‌ ଅଧ୍ୟକ୍ଷ: ପ୍ରଥମ ଥର ପାଇଁ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆରେ ବ୍ଲକ୍‌ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଜାତୀୟ…

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମୌଳିକ ସୁବିଧାରୁ ବଞ୍ଚିତ ୩ ଗାଁ: ଦୀପ ତଳ ଅନ୍ଧାର

ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ଗାଁଠାରୁ ସହରକୁ ଯୋଡିବା ପାଇଁ କଚ୍ଚା ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏଭଳି ୩ଟି…

ରାଇକିଆରେ ସ୍ବାଧୀନତା ଦିବସ ପାଳନ ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ଦେଶ ଭକ୍ତିର ନାରା ଦେଇ…

ରାଇକିଆ,୧୪ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ରେ ସ୍ବାଧୀନତା ଦିବସ ପାଳନକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ରାଇକିଆ ପଞ୍ଚାୟତ ସମିତି, ବ୍ଲକ ଭାଜପା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri