Posted inଖେଳ

ଆର୍ଜେଣ୍ଟିନା ଡିଫେଣ୍ଡର ବ୍ରାଉନ୍‌ଙ୍କ ପରଲୋକ

ବୁଏନସ ଏରିଜ୍‌, ୧୩ା୮ (ଏଏଫ୍‌ପି)-ଆର୍ଜେଣ୍ଟିନାର ୧୯୮୬ ଫୁଟ୍‌ବଲ ବିଶ୍ୱକପ୍‌ ବିଜୟୀ ଡିଫେଣ୍ଡର ଜୋସ୍‌ ଲୁଇସ୍‌ ବ୍ରାଉନ୍‌ଙ୍କର ପରଲୋକ ଘଟିଛି। ତାଙ୍କୁ ୬୨ବର୍ଷ ହୋଇଥିଲା। ସେ ଅଲ୍‌ଝିମର୍ସ ରୋଗରେ ପୀଡ଼ିତ ଥିଲେ ବୋଲି ତାଙ୍କ କ୍ଲବ ଏଷ୍ଟଡିଏଣ୍ଟ୍ସ ଡି’ ଲା ପ୍ଲାଟା ପକ୍ଷରୁ ସୂଚନା ଦିଆଯାଇଛି। ବ୍ରାଉନ୍‌ ତାଙ୍କ ବନ୍ଧୁମାନଙ୍କ ନିକଟରେ ‘ଟାଟା’ ନାମରେ ପରିଚିତ ଥିଲେ। ସେ ଆର୍ଜେଣ୍ଟିନା ତରଫରୁ ୩୬ଟି ମ୍ୟାଚ ଖେଳିଛନ୍ତି। ୧୯୮୬ରେ ପଶ୍ଚିମ ଜର୍ମାନୀ ବିପକ୍ଷ ବିଶ୍ୱକପ୍‌ ଫାଇନାଲରେ ଆର୍ଜେଣ୍ଟିନାର ୩-୨ ବିଜୟରେ ସେ ଦଳ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ। ଜୋସ୍‌ ଲୁଇସ୍‌ ବ୍ରାଉନ୍‌ଙ୍କ ବିନା ଆମେ ୧୯୮୬ ବିଶ୍ୱକପ୍‌ ଜିତିପାରି ନ ଥାନ୍ତୁ ବୋଲି ଆର୍ଜେଣ୍ଟିନା କିମ୍ବଦନ୍ତୀ ଡିଏଗୋ ମାରାଡୋନା ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରକାଶ କରିଛନ୍ତି। ଜଣେ ଖେଳାଳି ଭାବେ ତାଙ୍କ କ୍ୟାରିୟର ଶେଷ ହେବାପରେ ସେ କୋଚ୍‌ ଭାବେ କାର୍ଯ୍ୟ କରିଛନ୍ତି। ସର୍ଗିଓ ବଟିଷ୍ଟାଙ୍କ ସହିତ ସେ ଦେଶର ୨୩ ବର୍ଷରୁ କମ୍‌ ଫୁଟ୍‌ବଲ ଦଳର କୋଚ୍‌ ଭାବେ କର୍ଯ୍ୟ କରିଛନ୍ତି। ଏହି ଦଳ ୨୦୦୮ ଅଲିମ୍ପିକ୍ସ ଫୁଟ୍‌ବଲ ଟାଇଟଲ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନରେ ୨୦୨୫ ଚାମ୍ପିୟନ୍ସ ଟ୍ରଫି ଖେଳିବାରେ ଅସୁବିଧା ହେବ ନାହିଁ

ଦୁବାଇ,୨୨।୧୧: ପାକିସ୍ତାନରେ ହେବାକୁ ଥିବା ୨୦୨୫ ଚାମ୍ପିୟନ୍ସ ଟ୍ରଫିରେ ଅଂଶଗ୍ରହଣ କରିବା ଲାଗି କୌଣସି ଦଳ ଅନିଚ୍ଛା ପ୍ରକାଶ କରିବେ ନାହିଁ। ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ...

ହିନ୍ଦୁ ହୋଇଥିବାରୁ କନେରିଆ ଭେଦଭାବର ଶିକାର ହୋଇଛନ୍ତି: ଅଖତାର

କରାଚୀ/ନୂଆଦିଲ୍ଳୀ, ୨୭।୧୨(ପି.ଟି.)- ମୁସଲିମ୍‌ ବହୁଳ ଦେଶ ପାକିସ୍ତାନରେ ହିନ୍ଦୁମାନେ ଉତ୍ପୀଡନର ଶିକାର ହେବା ନୂଆ କଥା ନୁହଁ। ତେବେ ଜଣେ ତାରକା କ୍ରିକେଟର ହିନ୍ଦୁ ହେବା...

ରୋହିତ, ଈଶାନ୍ତ ପ୍ରଥମ ଦୁଇ ଟେଷ୍ଟରୁ ବାଦ୍‌: ବାକି ଦୁଇଟି ମ୍ୟାଚ୍‌ ଖେଳିବା ନେଇ ଆଶଙ୍କା

ନୂଆଦିଲ୍ଲୀ,୨୫।୧୧(ପି.ଟି.): ଭାରତୀୟ ତାରକା ଓପନର ରୋହିତ ଶର୍ମା ଓ ଅଭିଜ୍ଞ ଦ୍ରୁତ ବୋଲର ଈଶାନ୍ତ ଶର୍ମା ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ଦୁଇଟି...

ଟେଷ୍ଟରେ ଚେତନ ଚୌହାନଙ୍କ ନାମରେ ଥିଲା ଏହି ବିରଳ ରେକର୍ଡ

ନୂଆଦିଲ୍ଲୀ, ୧୬।୮: ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା ଉତ୍ତର ପ୍ରଦେଶ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ରହିଥିବା ଚେତନ ଚୌହାନଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୩...

ବିଶ୍ୱ ଚାମ୍ପିୟନଙ୍କୁ ହରାଇଲେ ଫାଇନାଲରେ

ନୂଆଦିଲ୍ଲୀ, ୧୬ା୧- ଭାରତୀୟ ଉଦୀୟମାନ ଶଟଲର ଲକ୍ଷ୍ୟ ସେନ୍‌ ଚଳିତ ଇଣ୍ଡିଆ ଓପନ ଟୁର୍ନାମେଣ୍ଟ ଟାଇଟଲ ଜିତିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ବିଶ୍ୱ ଚାମ୍ପିୟନ ସିଙ୍ଗାପୁରର...

ବଦଳିଲା ଡବ୍ଲ୍ୟୁଟିସିର ପଏଣ୍ଟ ସିଷ୍ଟମ; ଭାରତ ଖେଳିବ ୧୯ ମ୍ୟାଚ୍‌

ନୂଆଦିଲ୍ଲୀ,୩୦।୬ : ଆଗକୁ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଳ୍ୟୁଟିସି)ର ଦ୍ୱିତୀୟ ସଂସ୍କରଣ ପାଇଁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ନୂଆ ପଏଣ୍ଟ...

ଶ୍ରୀସନ୍ଥଙ୍କ ସମେତ ୧୦୯୭ ଖେଳାଳିଙ୍କ ନାମ ପଞ୍ଜୀକୃତ

ଚେନ୍ନାଇ, ୬ା୨ (ପି.ଟି.)-ଫେବୃୟାରୀ ୧୮ରେ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ନିଲାମ ପାଇଁ ୧୦୯୭ ଜଣ ଖେଳାଳି ସେମାନଙ୍କ ନାମ...

ପ୍ରତି ମ୍ୟାଚ ପୂର୍ବରୁ ପାପାଙ୍କ ସହିତ କଥା ହେଉଛି, ଆଇପିଏଲରେ ପ୍ରଥମ ଓ୍ବିକେଟ ନେବା ପରେ କହିଲେ ଅଜୁର୍ନ ତେନ୍ଦୁଲକର…

କୋଲକାତା,୧୯।୪ : ଆଇପିଏଲ ୨୦୨୩ ରେ ତାଙ୍କ ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଜିତାଇବା ପରେ ଅର୍ଜୁନ ତେନ୍ଦୁଲକର ତାଙ୍କ ପିତାଙ୍କ ସହ...

Advertisement
Archives

Model This Week