ଆରମ୍ଭ ହେଲା ରବିଧାନ ସଂଗ୍ରହ

ବାରିପଦା ଅଫିସ,୧୭।୫: ମୟୂରଭଞ୍ଜ ଜିଲାରେ ଚଳିତ ବର୍ଷ ଚାଷୀମାନଙ୍କଠାରୁ ରବି ଧାନ କିଣା ଆରମ୍ଭ ହୋଇଛି। ଜିଲାସ୍ତରୀୟ ରବି ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ କମିଟି ବୈଠକ ନିଷ୍ପତ୍ତି ଅନୁଯାୟୀ ମଙ୍ଗଳବାର ଜିଲାପାଳ ବିନୀତ ଭରଦ୍ୱାଜ ସାରସକଣା ବ୍ଲକର ଶୀର୍ଷା ଲ୍ୟାମ୍ପ୍‌ସ ସରକାରୀ ଧାନ କ୍ରୟ କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏସ୍‌ପି ଋଷିକେଶ ଦ୍ୟାନଦେଓ ଖିଲରୀ, ଜିଲା ମୁଖ୍ୟ ଯୋଗାଣ ଅଧିକାରୀ କୃଷ୍ଣଚନ୍ଦ୍ର ସେଠୀ, ଜିଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ସାହୁ, ଜିଲା ସମବାୟ ସମିତି ସମୂହ ନିବନ୍ଧକ କୃଷ୍ଣଚନ୍ଦ୍ର ଦାସ, ଅତିରିକ୍ତ ଯୋଗାଣ ଅଧିକାରୀ ଚୈତନ୍ୟ ଆଡବଙ୍ଗ, ମିଲର, ଚାଷୀ ଓ ଚାଷୀ ପ୍ରତିନିଧିମାନେ ଯୋଗ ଦେଇଥିଲେ।
ଜିଲାରେ ରବି ଧାନ ସଂଗ୍ରହ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଜିଲା ଯୋଗାଣ ବିଭାଗ,ଆର୍‌ଏମ୍‌ସି ଏବଂ ଡିଆର୍‌ସିଏସ୍‌ ବିଭାଗର ମିଳିତ ତତ୍ତ୍ବାବଧାନରେ ଚାଷୀମାନଙ୍କ ସୁବିଧା ପାଇଁ ୧୭ଟି ଲ୍ୟାମ୍ପସ ଓ ୧୮ଟି ଧାନ କ୍ରୟ କେନ୍ଦ୍ର ଖୋଲାଯାଇଛି। ବର୍ତ୍ତମାନ ସୁଦ୍ଧା ରବି ଧାନ ବିକ୍ରୟ କରିବା ପାଇଁ ଜିଲାରେ ୧୪୫୭ଜଣ ଚାଷୀ ସେମାନଙ୍କ ନାମ ପଞ୍ଜୀକରଣ କରିଛନ୍ତି। ଚଳିତ ବର୍ଷ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଧାନର ସହାୟକ ମୂଲ୍ୟ ଯଥାକ୍ରମେ ଏଫଏକ୍ୟୁ ସାଧାରଣ ମାନ ଧାନର ମୂଲ୍ୟ କୁଇଣ୍ଟାଲ ପ୍ରତି ୨୦୪୦ ଏବଂ ଏଫଏକ୍ୟୁ ଗ୍ରେଡ୍‌ ଏ ମାନ ଧାନର ମୂଲ୍ୟ ୨୦୬୦ଟଙ୍କା ଧାର୍ଯ୍ୟ କରାଯାଇଛି। ମଣ୍ଡିରେ ଧାନକୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକୀୟ ଉପକରଣ ପ୍ରସ୍ତୁତ ରଖିବା ସହିତ ଧାନର ମାନ ଓ ଗୁଣବତ୍ତା ପରୀକ୍ଷା କରିବା ପାଇଁ ଉଦିଷ୍ଟ ଯନ୍ତ୍ରପାତି ରଖିବା ପାଇଁ ପରାମର୍ଶ ଦିଆଯାଇଛି। ଏତଦ୍‌ ବ୍ୟତୀତ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଧାନ କ୍ରୟ କେନ୍ଦ୍ରମାନଙ୍କରେ ଚାଷୀମାନଙ୍କ ସୁବିଧା ପାଇଁ ସେଡ୍‌, ପାନୀୟ ଜଳ, ଫାଷ୍ଟଏଡ୍‌ ଇତ୍ୟାଦିର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ମିଲରମାନଙ୍କୁ ସଂଗ୍ରହ ହୋଇଥିବା ଧାନକୁ ୨୪ ଘଣ୍ଟା ମଧ୍ୟରେ ଉଠାଇ ନେବା ପାଇଁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

ନିର୍ମାଣାଧୀନ କାର୍ଯ୍ୟ ପରିଦର୍ଶନ କଲେ ମନ୍ତ୍ରୀ, ସମୀକ୍ଷା କରି କହିଲେ…

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ୍‌ରୋଡ୍‌କୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ…

ବିବାହିତା ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା, ଯୁବକ ନେଲେ ଚରମ ନିଷ୍ପତ୍ତି…

ହାଟଡିହୀ/ଛେନାପଦୀ,୧୩ା୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ବଣିଆପଙ୍କ ଗ୍ରାମ ନିକଟରେ ଶନିବାର ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ଧୋକା ଖାଇବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri