ଆରମ୍ଭ ହେଲା ଧରପଗଡ଼: ଯାଞ୍ଚବେଳେ ପୋଲିସ-ଜନତା ମୁହାଁମୁହିଁ

କଟକ ଅଫିସ,୨।୧୨: ଡିସେମ୍ବର ପହିଲାରୁ ଟ୍ରାଫିକ ଚେକିଂ ଜୋର୍‌ଦାର ହେବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା। ସରକାର ଗାଡ଼ି କାଗଜପତ୍ର ଯାଞ୍ଚ ଉପରେ ୩ମାସ କୋହଳ ଘୋଷଣା କରିଥିଲେ ସୁଦ୍ଧା ୧୦ଟି ନିର୍ଦ୍ଦିଷ୍ଟ ନିୟମ ଉପରେ କଟକଣା ବଳବତ୍ତର ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସହରରେ ରବିବାର ଟ୍ରାଫିକ ଚେକିଂ ଜୋରଦାର କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି କ୍ରମରେ କଟକ ସହର ପ୍ରବେଶର ମୁଖ୍ୟ ଛକ ଲିଙ୍କ୍‌ରୋଡ ତଥା ଟ୍ରାଫିକ ଥାନା ସମ୍ମୁଖରେ ରବିବାର ମଧ୍ୟାହ୍ନରେ ଶତାଧିକ ବାଇକ ଚାଳକଙ୍କୁ ପୋଲିସ ଯାଞ୍ଚ କରିଥିଲା। ଯାହାକୁ ନେଇ ପୋଲିସ-ଜନତା ଭିତରେ ଅପ୍ରୀତିକର ପରିସ୍ଥିତି ମଧ୍ୟ ଉପୁଜିଥିଲା। ଯାଞ୍ଚ ଦାୟିତ୍ୱରେ ଥିବା ଟ୍ରାଫିକ କର୍ମଚାରୀଙ୍କୁ ଭୁଅଁା ବୁଲାଇ ଖସିଯିବାକୁ ଉଦ୍ୟମ କରୁଥିବାବେଳେ ଜଣେ ଯୁବକ ବାଇକରୁ ଖସି ପଡ଼ିଥିଲେ। ଏଥିସହିତ ତାଙ୍କୁ ଅଟକାଇବାକୁ ଉଦ୍ୟମ କରୁଥିବା ଟ୍ରାଫିକ କର୍ମଚାରୀ ମଧ୍ୟ ପଡ଼ି ଯାଇଥିଲେ। ଯୁବକଙ୍କ ଘର ନୟାଗଡ଼ ଅଞ୍ଚଳରେ ହୋଇଥିବାବେଳେ ସେ ଦରଘାବଜାରସ୍ଥିତ ତାଙ୍କ ମାମୁଘରେ ରୁହନ୍ତି। ପୋଲିସ ତାଙ୍କୁ କାବୁ କରିବା ପରେ ଟ୍ରାଫିକ ଥାନାରେ ତାଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି। ଏହାଛଡ଼ା ଜଣେ ଯୁବତୀ ଓ ଟ୍ରାଫିକ କର୍ମଚାରୀଙ୍କ ମଧ୍ୟରେ ଦୀର୍ଘ ସମୟର ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଥିଲା।
ଆଇଏସ୍‌ଆଇ ମାର୍କ ହେଲ୍‌ମେଟ୍‌ ନ ପିନ୍ଧିଲେ ଜରିମାନା
କେବଳ ହେଲମେଟ୍‌ ପିନ୍ଧିଲେ ଟ୍ରାଫିକ ଯାଞ୍ଚରୁ ମୁକୁଳି ଯାଉଛନ୍ତି ଗାଡ଼ି ଚାଳକ। ହେଲେ ବିନା ଆଇଏସ୍‌ଆଇ ମାର୍କର ହେଲ୍‌ମେଟ ପିନ୍ଧିଥିବା ଗାଡ଼ି ଚାଳକଙ୍କୁ ଜରିମାନା ଦେବାକୁ ପଡୁଛି। ଟ୍ରାଫିକ ଯାଞ୍ଚରୁ ଖସି ଯିବା ଆଳରେ ଶସ୍ତା ଦରର ହେଲମେଟ୍‌ ବ୍ୟବହାରକାରୀ ଏଭଳି ଫସିଥିବା ରବିବାର ଦେଖିବାକୁ ମିଳିଛି। ଏ ନେଇ ଟ୍ରାଫିକ ଏସିପି ଜତୀନ କୁମାର ପଣ୍ଡା କହିଛନ୍ତି, ଲୋକଙ୍କ ସୁରକ୍ଷା ପାଇଁ ସମସ୍ତ ନିୟମ ହୋଇଛି। ହେଲେ ଜନସାଧାରଣ ଏହାକୁ ବୋଝ ଭାବୁଛନ୍ତି। ଆଗାମୀ ଦିନରେ ଟ୍ରାଫିକ ଯାଞ୍ଚ ଜୋରଦାର ହେବ ବୋଲି ଏସିପି ପଣ୍ଡା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?