ଆରମ୍ଭ ହେଲା ଘୋଷଯାତ୍ରା: ଭକ୍ତମୟ ପୁରୀ; ପହଣ୍ଡି ବିଜେରେ ଆସିଲେଣି ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା, ପଛରେ ଆସୁଛନ୍ତି କାଳିଆ ସାଆନ୍ତ

ପୁରୀ ଅଫିସ,୪।୭: ରଥ ପ୍ରସ୍ତୁତ। ପଥ ପ୍ରସ୍ତୁତ। ଥିଲା ମହାପ୍ରଭୁଙ୍କୁ ଅପେକ୍ଷା। ଶେଷରେ ଅପେକ୍ଷାର ଅନ୍ତ ଘଟାଇ ଭକ୍ତମାନଙ୍କୁ ଦର୍ଶନ ଦେବାକୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସୁଛନ୍ତି ପ୍ରଭୁ ଜଗନ୍ନାଥ। ଗୁରୁବାର ପହଣ୍ଡି ବିଜେ ନୀତି ଆରମ୍ଭ ହେବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି କରାଯାଉଛି। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ଶେଷ ହୋଇଛି। ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ପ୍ରଭୁଙ୍କୁ ସ୍ଥାପନା କରାଯିବା ପରେ ବଡ଼ଠାକୁର ବଳଭଦ୍ରଙ୍କ ପହଣ୍ଡି କରାଯାଇଛି। ପରେ ଭଉଣୀ ସୁଭଦ୍ରା ପହଣ୍ଡି ବିଜେ କରାଯାଉଛି। ସେହିଭଳି ପଛରେ ରହିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ। ଦିବ୍ୟ ଟାହିଆ ସୁଶୋଭିତ ହୋଇ ଭକ୍ତ ଓ ସେବାୟତଙ୍କ ଗହଣରେ ପ୍ରଭୁ ବାଇଶି ପାହାଚରୁ ଓହ୍ଲାଇ ଆସିବାର ଦୃଶ୍ୟ ସମସ୍ତଙ୍କୁ ବିମୋହିତ କରୁଛି।

ତେବେ ପୂର୍ବ ନିର୍ଦ୍ଧାରିତ ସମୟ ମୁତାବକ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ପହୁଡ଼ ଆଳତି ପରେ ଶ୍ରୀମୁଖ ଖଣ୍ଡୁଆ ନୀତି ସମ୍ପନ୍ନ କରାଯିବ। ଏହାପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ଲାଗି ବାହୁଟକଣ୍ଟ ଏବଂ ସେନାପଟା ଲାଗି କରିବେ। ଏହାପରେ ସକାଳ ୯ଟାରେ ରଥ ପ୍ରତିଷ୍ଠା ପରେ ମଙ୍ଗଳାର୍ପଣ ହୋଇ ୯ଟା ୩୦ରେ ପହଣ୍ଡି ଆରମ୍ଭ ହେବା ସ୍ଥିର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ଟାଙ୍କି ବିସ୍ଫୋରଣ ଘଟଣା: ଫୋରେନ୍‌ସିକ ଲାବ୍‌କୁ ଗଲା ସିସିଟିଭି ହାର୍ଡ ଡିକ୍ସ

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ):ରାଜଭବନ ପେଟ୍ରୋଲ ଟାଙ୍କି ବିସ୍ଫୋରଣ ଘଟଣାକୁ ଆଜିକୁ ୮ ଦିନ ବିତିଲାଣି। ଏଯାବତ୍‌ ନିଖୋଜ ସୀମାଞ୍ଚଳ ପରିଡ଼ାଙ୍କ ବିଷୟରେ ପୋଲିସ କିଛିବି ସୂଚନା ଦେଉ ନାହିଁ।...

କଟକ ମାଟିରେ ଫେଣ୍ଟା କାରିଗରର ଭାବନା: ପରମ୍ପରାକୁ ଭୁଲି ମୂର୍ତ୍ତି ଭାଙ୍ଗିବ କିଏ…

କଟକ ଅଫିସ୍‌, ୨୦।୯ : କଟକ ମାଟିରେ ଫେଣ୍ଟି ହୋଇଥାଏ କାରିଗରର ଭାବନା। ଭାଗମାପ ନୁହେଁ, ଭାବରେ ମା’ଙ୍କ ମୂର୍ତ୍ତି ତିଆରି କରାଯାଏ। ଯେତିକି ପୁରୁଣା...

୧୦ ବରିଷ୍ଠ ପୋଲିସ ଅଧିକାରୀଙ୍କ ବଦଳି

କଟକ ଅଫିସ, ୨୪ା୧୦- ପୋଲିସ ଡିଜି ବିଜୟ କୁମାର ଶର୍ମାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପୋଲିସ ଏଷ୍ଟାବ୍ଲିସ୍‌ମେଣ୍ଟ ବୋର୍ଡ ପକ୍ଷରୁ ଓପିଏସ୍‌ସ୍ତରରେ ୧୦ ଜଣ ବରିଷ୍ଠ ପୋଲିସ...

କାକଟପୁରରେ ବିଜେଡି ଆଗୁଆ

କାକଟପୁର, ୨୩।୫(ଡି.ଏନ୍‌.ଏ.)-ଜଗତସିଂପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାକଟପୁର ବିଧାନସଭାରେ ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ତୁଷାରକାନ୍ତି ବେହେରା ୯୦୫୫ ଭୋଟ ପାଇ ଆଗୁଆ...

ଅଖାଦ୍ୟ ଖାଉଛନ୍ତି ପର୍ଯ୍ୟଟକ, ପ୍ରଶାସନ ନୀରବ

ପୁରୀ ଅଫିସ, ୨୯ା୬: ଘୋଷ ଯାତ୍ର।କୁ ଆଉ ୫ ଦିନ। ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଜିଲା ପ୍ରଶାସନ ପକ୍ଷରୁ ଚାଲିଛି ପ୍ରସ୍ତୁତି। ସଜେଇ ହେଲାଣି ଶ୍ରୀକ୍ଷେତ୍ର। ବଡଦାଣ୍ଡରେ...

ଝାରପଡ଼ା ଜେଲରେ ଗଞ୍ଜେଇ, ସିଗାରେଟ, ଟଙ୍କା

ଭୁବନେଶ୍ୱର,୯।୬ (ବ୍ୟୁରୋ): ଖୋର୍ଦ୍ଧା ଜେଲ୍‌ରେ ନିଶା କାରବାର ଚାଲୁଥିବା ଓ କଏଦୀମାନେ ମୋବାଇଲ୍‌ ଫୋନ୍‌ରେ କଥା ହେଉଥିବାର ଭିଡ଼ିଓ ରବିବାର ଭାଇରାଲ ହେବାପରେ ଚଢ଼ାଉ କରାଯାଇଥିଲା।...

ମୋବାଇଲ୍‌ ବଢ଼ାଇପାରେ କରେନା ସଂକ୍ରମଣ: ସାବଧାନ ରୁହନ୍ତୁ; ୪ରୁ ୫ ଥର ସାନିଟାଇଜରରେ ପୋଛନ୍ତୁ

ଭୁବନେଶ୍ୱର,୧୭।୩(ବ୍ୟୁରୋ): ଦୈନନ୍ଦିନ ଜୀବନରେ ଜଣେ ବ୍ୟକ୍ତି ମୋବାଇଲ୍‌କୁ ହାରାହାରୀ ୨୬୦୦ ଥର ଛୁଉଁଛନ୍ତି। ୭୬ଥର ବ୍ୟବହାର କରୁଛନ୍ତି। ଏପରିସ୍ଥଳେ ଏହା ସଂକ୍ରମଣକୁ ବଢ଼ାଇପାରେ। ଏଣୁ ବ୍ୟବହାର...

କଳାକାର ହିଁ ବୁଝିପାରେ ଅନ୍ୟ କଳାକାରର ମନ: ରାପ୍‌ କଣ୍ଠଶିଳ୍ପୀ ଡୁଲେଶ୍ୱରଙ୍କୁ ସହାୟତାର ହାତ ବଢାଇଲେ ହ୍ୟୁମାନ ସାଗର

ଭବାନୀପାଟଣା,୧୯।୬ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲାର ଡୁଲେଶ୍ୱର ତାଣ୍ଡି ଜଣେ ବିପ୍ଲବୀ ରାପ୍‌ ସଙ୍ଗୀତକାର। ସେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚିତ। ହେଲେ ତାଙ୍କ ପରିବାରର ଆର୍ଥତ୍କ...

Play 250+ Trending Games
Archives

Model This Week

Why Dharitri