ଆରମ୍ଭ ହେଲା ଓଡ଼ିଶା ଟ୍ରାଭେଲ ବଜାର:ପର୍ଯ୍ୟଟନ ରାଜଧାନୀ ହେବ ଓଡ଼ିଶା

ଭୁବନେଶ୍ୱର, ୧୫ା୧୦(ବ୍ୟୁରୋ): ଦେଶର ‘ବେଷ୍ଟ କେପ୍ଟ ସିକ୍ରେଟ୍‌’ ଭାବେ ପରିଚିତ ଓଡ଼ିଶା ବିଗତ ୧୫ବର୍ଷ ଧରି ଭାରତର ଶ୍ରେଷ୍ଠ ୩ ଇନ୍‌ଭେଷ୍ଟମେଣ୍ଟ ଡେଷ୍ଟିନେଶନ ଭାବେ ପ୍ରତିଷ୍ଠିତ ହୋଇପାରିଛି। ନୂତନ କର୍ମ ନିଯୁକ୍ତି ସୃଷ୍ଟି କରିବା ସହ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଓଡ଼ିଶାର ଉତ୍କୃଷ୍ଟ ସାଂସ୍କୃତିକ ଐତିହ୍ୟ ଏହାକୁ ସ୍ବତନ୍ତ୍ର ପରିଚୟ ଦେଇଥିବାବେଳେ ପରିବେଶ ପର୍ଯ୍ୟଟନ ଏବଂ ଐତିହ୍ୟ ପର୍ଯ୍ୟଟନ ନୂଆ ସୁଯୋଗ ସୃଷ୍ଟି କରିଛି। ଅନ୍ତର୍ଜାତୀୟସ୍ତରୀୟ କ୍ରୀଡ଼ା ଇଭେଣ୍ଟର ଆୟୋଜନ ଦ୍ୱାରା ଓଡ଼ିଶା କ୍ରୀଡା ପର୍ଯ୍ୟଟନକୁ ଏହା ପ୍ରମୁଖ ପର୍ଯ୍ୟଟନ ଉତ୍ପାଦଭାବେ ପ୍ରଦର୍ଶନ କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଫିକି ସହଯୋଗରେ ଭୁବନେଶ୍ୱରରେ ୩ୟ ଥର ପାଇଁ ଅନୁଷ୍ଠିତ ହୋଇଛି ଓଡ଼ିଶା ଟ୍ରାଭେଲ ବଜାର। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରି କହିଥିଲେ, ବିଶ୍ୱରେ ଭ୍ରମଣ ଏବଂ ପର୍ଯ୍ୟଟନ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ବିଭାଗ ରୂପେ ପରିଗଣିତ ହେଉଥିବାବେଳେ ଓଡ଼ିଶା ଏହାକୁ ଗୁରୁତ୍ୱ ଦେଉଛି। ସ୍ପୋର୍ଟସ ଟୁରିଜମ୍‌ କ୍ଷେତ୍ରରେ ରାଜ୍ୟ ଏକ ନୂଆ ମାଇଲଷ୍ଟୋନ୍‌ ପ୍ରତିଷ୍ଠା କରିଛି। କ୍ରୀଡ଼ାର ପ୍ରଚାର ପ୍ରସାର କରିବାରେ ଓଡ଼ିଶା ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରଣାଳୟ ଏବଂ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ମାନ୍ୟତା ପାଇଛି। ବିଶ୍ୱସ୍ତରରେ ଓଡ଼ିଶା ପର୍ଯ୍ୟଟନକୁ ଏକ ନୂଆ ସ୍ତରକୁ ନେବାକୁ ରାଜ୍ୟ ସରକାର କୋଣାର୍କରେ ଏକ ମାସିଆ ମେଗା ଇଭେଣ୍ଟ ‘କୋଣାର୍କ ସନ୍‌ସିଟି ଫେଷ୍ଟିଭାଲ’ର ଆୟୋଜନ କରୁଛନ୍ତି। ବିଶ୍ୱପ୍ରସିଦ୍ଧ କୋଣାର୍କକୁ କିଭଳି ଦିନିକିଆ ପର୍ଯ୍ୟଟନସ୍ଥଳୀରୁ ରହଣି ପର୍ଯ୍ୟଟନସ୍ଥଳୀରେ ପରିଣତ କରାଯାଇପାରିବ ତାହାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏହାଛଡ଼ା ବହୁ ପ୍ରତୀକ୍ଷିତ ‘ଶାମୁକା’ ପ୍ରକଳ୍ପକୁ ବାସ୍ତବ ରୂପ ଦେବା ଲାଗି ରାଜ୍ୟ ସରକାର ସକ୍ରିୟଭାବେ କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ଉଦ୍‌ଘାଟନୀ ସମାରୋହରେ ସମ୍ମାନିତ ଅତିଥିଭାବେ ଓଡ଼ିଶା ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ଉପରେ ଆଲୋକପାତ କରିଥିଲେ। ୨୦୨୧ ସୁଦ୍ଧା ୨କୋଟି ୫୦ଲକ୍ଷ ପର୍ଯ୍ୟଟକଙ୍କୁ ଓଡ଼ିଶା ଆଣିବା ସହ ରାଜ୍ୟକୁ ଦେଶର ଶ୍ରେଷ୍ଠ ୩ ଟୁରିଷ୍ଟ୍‌ ଡେଷ୍ଟିନେଶନରେ ପରିଣତ କରିବାକୁ ଲକ୍ଷ୍ୟ ରହିଥିବା ସେ କହିଥିଲେ। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏହି ଅବସରରେ ଆଇଟି, ଟେକ୍ସଟାଇଲ ଭଳି ବିଭିନ୍ନ କ୍ଷେତ୍ରରେ ଓଡ଼ିଶାରେ ରହିଥିବା ସୁଯୋଗ ସମ୍ପର୍କରେ କହିଥିଲେ। ଜଙ୍ଗଲ ଓ ପରିବେଶ ବିଭାଗ ୨୦ରୁ ଊର୍ଦ୍ଧ୍ୱ ଆଭ୍ୟନ୍ତରୀଣ ପରିବେଶ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ଲାଗି ରହଣି ସହ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇଦେଉଥିବା ତ୍ରିପାଠୀ କହିଥିଲେ। ଫିକି ଟୁରିଜମ୍‌ କମିଟି ଅଧ୍ୟକ୍ଷ ଜ୍ୟୋତ୍ସ୍ନା ସୁରୀ ଓଡ଼ିଶାରେ ଥିବା ଏଥିନିକ୍‌ ଟୁରିଜମ୍‌, ଟ୍ରାଇବାଲ ଟୁରିଜମ୍‌, ଇକୋ ଟୁରିଜମ୍‌ ଏବଂ ହେରିଟେଜ୍‌ ଟୁରିଜମ୍‌ର ବିପୁଳ ସମ୍ଭାର ସମ୍ପର୍କରେ କହିଥିଲେ। ଉଦ୍‌ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଫିକି ନ୍ୟାଶନାଲ ଟୁରିଜମ୍‌ କମିଟି ସହଅଧ୍ୟକ୍ଷ ଜେ.କେ. ମହାନ୍ତି, ଫିକି ପୂର୍ବାଞ୍ଚଳ ପଯର୍‌ୟଟନ କମିଟି ଅଧ୍ୟକ୍ଷ ସୌଭାଗ୍ୟ ମହାପାତ୍ର, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ୍‌ ଜଗଦ୍ଦେବ ପ୍ରମୁଖ ଊପସ୍ଥିତ ଥିଲେ। ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟ୍ରାଭେଲ ବଜାରରେ ୨୫ ବିଦେଶୀ ଟୁର୍‌ ଅପରେଟର୍‌ଙ୍କ ସହ ୬୦ ଡୋମେଷ୍ଟିକ୍‌ ଟୁର୍‌ ଅପରେଟର୍‌ ଯୋଗଦେଇଥିବାବେଳେ ସେମାନେ ୨୪୦୦ ପୂର୍ବ ନିର୍ଦ୍ଧାରିତ ବିଟୁବି ବୈଠକରେ ଓଡ଼ିଶାର ୫୩ ଟୁର୍‌ ଅପରେଟର୍‌ ଏବଂ ହୋଟେଲିୟରମାନଙ୍କ ସହ ଆଲୋଚନା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

RCBର ଏତିହାସିକ ବିଜୟ, ପ୍ରଥମ ଥର ପାଇଁ ଘରୋଇ ମଇଦାନରେ ଲକ୍ଷ୍ନୌକୁ କଲା ପରାସ୍ତ

ନୂଆଦିଲ୍ଲୀ,୧୫।୪: ଭାରତୀୟ ପ୍ରିମିୟର ଲିଗ୍  ର ଏକ ରୋମାଞ୍ଚକର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ନିଜର ଘରୋଇ ଗ୍ରାଉଣ୍ଡ ଏମ୍.ଏ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟସ…

ଏଥର ରାଜସ୍ଥାନ ରୟାଲ୍ସ ହିଁ ଜିତିବ ଆଇପିଏଲ୍‌? ଗୋଟିଏ ପରାଜୟ ଦେଲା ଖୁସିଖବର!

ନୂଆଦିଲ୍ଲୀ,୧୫।୪: ଆଇପିଏଲ୍‌ ୨୦୨୬ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ (RR) ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଖେଳିଥିବା ୫ଟି ମ୍ୟାଚ୍‌ରୁ ଦଳ ୪ଟିରେ ବିଜୟୀ ହୋଇଥିବାବେଳେ,…

RCB ପ୍ଲେଇଂ ୧୧ରୁ ବାଦ୍‌ ପଡ଼ିଲେ ବିରାଟ କୋହଲି, କାହିଁକି ନିଆଗଲା ଏଭଳି ବଡ଼ ନିଷ୍ପତ୍ତି?

ବେଙ୍ଗାଲୁରୁ,୧୫।୪: ଆଇପିଏଲ୍‌ ୨୦୨୬ର ୨୩ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ବେଙ୍ଗାଲୁରୁର…

ଫୁଲବାଣୀ ଜେଲରେ ବିଚାରଧିନ କଏଦୀଙ୍କ ମୃତ୍ୟୁ, ଆଦର୍ଶ ଥାନା ପୋଲିସକୁ ଦାୟୀ କଲେ ପରିବାର

ଫୁଲବାଣୀ,୧୫।୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫୁଲବାଣୀ ସର୍କଲ ଜେଲରେ ଥିବା ଜଣେ ବିଚାରଧିନ କଏଦୀଙ୍କ ମୃତ୍ୟୁକୁ ନେଇ ବୁଧବାର ଉତ୍ତେଜନା ପ୍ରକାଶ ପାଇଛି । ତେବେ…

ଦଣ୍ଡନାଚ ଦେଖିବା ବେଳେ ଠେଲାପେଲାକୁ ନେଇ ମାରପିଟ; ୫ ଆହାତ, ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଭାଲିଆଝୋଳା ଗ୍ରାମରେ ଦଣ୍ଡନାଚ ଚାଲିଥିବା ବେଳେ ଠେଲାପେଲା । ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ…

ଚା’ ପିଇବାକୁ ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ୍, ତାପରେ…

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ପଞ୍ଚାୟତ ଗୁଣସାଗର ଗ୍ରାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାହା ପିଇବାକୁ ଘର ନିକଟ ଦୋକାନକୁ…

କାର୍ ଭିତରୁ ୮.୪୭ଲକ୍ଷର ଜାଲ ନୋଟ ଜବତ, ବରଗଡ-ଛତିଶଗଡକୁ ଲମ୍ବିଛି ଚେର

ସୋନପୁର,୧୫।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହର ସ୍ଥିତ ଏସ୍‌ବିଆଇ ମୁଖ୍ୟ ଶାଖା ସମ୍ମୁଖରେ ପୋଲିସ ଚଢାଉ କରି ବିପୁଳ ପରିମାଣର ଜାଲ ନୋଟ ଜବତ କରିଛି । ଏଥିରେ…

ଟ୍ରେନ୍‌ରେ ଯାତ୍ରା କରିବା ହେଲା ଶସ୍ତା! ଟିକେଟ ବୁକ୍‌ କଲେ ମିଳିବ ରିହାତି, ଏମିତି ଉଠାନ୍ତୁ… 

ନୂଆଦିଲ୍ଲୀ,୧୫।୪: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଏବେ ଟ୍ରେନ ଟିକେଟ ବୁକ୍‌ କଲେ ଆପଣଙ୍କୁ ମିଳିବ ସ୍ବତନ୍ତ୍ର ରିହାତି। ରେଳବାଇର ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri