ଆରମ୍ଭରୁ ମାତୃଭାଷା ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ, ମନ୍ତ୍ରୀ କହିଲେ ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ

ଧର୍ମଗଡ଼,୧୯।୨(ଡି.ଏନ୍‌.ଏ.): ବୁଧବାର ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ। ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ବେଳେ ଏହାର ଘଣ୍ଟାଏ ନ ପୂରୁଣୁ କଳାହାଣ୍ଡି ଜିଲା ଧର୍ମଗଡ଼ ଅଞ୍ଚଳରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ମାତୃଭାଷା ଓଡ଼ିଆ ପ୍ରଶ୍ନପତ୍ର ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି। ତେବେ ଏହା କେଉଁ ପରୀକ୍ଷାକେନ୍ଦ୍ରରୁ ଭାଇରାଲ ହୋଇଛି ତାହା ଜଣାପଡ଼ିନାହିଁ। ଏହି ଭାଇରାଲ ପ୍ରଶ୍ନପତ୍ରରେ ୨୫ଟି ଏକ ନମ୍ବର ସମ୍ବଳିତ ପ୍ରଶ୍ନ ସହ ୫୦ଟି ଶବ୍ଦ ଲେଖିବାକୁ ସରଳାର୍ଥ ଥିବା ଦେଖିବାକୁ ମିଳିଛି। ଅପରପକ୍ଷେ ଏ ନେଇ ପଚରାଯିବାରେ ଜିଲା ଶିକ୍ଷାଧିକାରୀ ଘଟଣା ସମ୍ପର୍କରେ ଜାଣି ନ ଥିବା ପ୍ରକାଶ କରିଛନ୍ତି। ପ୍ରଶ୍ନପତ୍ର ଭାଇରାଲ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ଏ ବିଷୟରେ ଖବର ମିଳିନାହିଁ। ଭାଇରାଲ ହୋଇଥିଲେ ତଦନ୍ତ କରାଯିବ। ଯିଏ ସମ୍ପୃକ୍ତ ଥିବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ଆଉ ୩ କରୋନା ପଜିଟିଭ୍‌ ଚିହ୍ନଟ, ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଲା

କେନ୍ଦୁଝର,୩୧ା୫(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଆଉ ୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ରବିବାର ସୂଚନା ଦିଆଯାଇଛି। ଏହାକୁ ମିଶାଇ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ...

ଚାନ୍ଦବାଲିରେ ବିଜେଡି ଆଗରେ

ଚାନ୍ଦବାଲି, ୨୩।୫ (ଡି.ଏନ.ଏ.) – ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ୬ଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ଆଗରେ ରହିଛି। ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟ ୧୧,୯୦୩...

ଆୟୁଷ ଡାକ୍ତରଙ୍କ ହାତରେ ସ୍ବାସ୍ଥ୍ୟସେବା

ଭଦ୍ରକ ଅଫିସ, ୧୩।୩- ଭଦ୍ରକ ଜିଲାର ବିଭିନ୍ନ ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜିଲା ଚିକିତ୍ସାଳୟକୁ ମିଶାଇ ଜିଲାରେ ପ୍ରାୟ ୬୩ଟି ଡାକ୍ତରଖାନା ରହିଛି। ଯାହା...

ହାଇକୋର୍ଟ ବାର୍‌ ବାହାରୁ ବିଚାରପତି ଚୟନପ୍ରତିବାଦରେ ୧୭ରେ କୋର୍ଟ ବର୍ଜନ

କଟକ ଅଫିସ,୭ା୬:  ହାଇକୋର୍ଟ ବାର୍‌ ବାହାରୁ ବିଚାରପତି ଚୟନ କରାଯାଉଛି। ଅର୍ଥାତ୍‌ ଯେଉଁମାନେ ହାଇକୋର୍ଟ ବାର୍‌ରେ ନିୟମିତ ପ୍ରାକ୍ଟିସ କରୁନାହାନ୍ତି କିମ୍ବା ମକଦ୍ଦମା ପରିଚାଳନା କରୁନାହାନ୍ତି...

ଆଇଏମ୍‌ଏମ୍‌ଟି ପରିସରରୁ ଜମି ଅଧିଗ୍ରହଣକୁ ବିରୋଧ:ବିଡିଏ ସ୍କ୍ବାଡ୍‌-ବୈଜ୍ଞାନିକ ମୁହାଁମୁହିଁ

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ଆଚାର୍ଯ୍ୟବିହାରସ୍ଥ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜି (ଆଇଏମ୍‌ଏମ୍‌ଟି) ପରିସରରୁ ଜମି ଅଧିଗ୍ରହଣ କରିବାକୁ ଆସି ବିଡିଏ ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ ବିରୋଧର...

୪ ହସ୍ପିଟାଲ ପାଇଁ ଗାଇଡ୍‌ଲାଇନ୍‌

କଟକ ଅଫିସ୍‌,୬ା୭: କଟକ ସହରର ହସ୍ପିଟାଲଗୁଡ଼ିକରେ କରୋନା କାୟା ବିସ୍ତାର କରି ଚାଲିଛି। ବିଶେଷ କରି ଏସ୍‌ସିବି ଓ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ...

ଗଞ୍ଜାମରେ ନ୍ୟାଶନାଲ ଡିଫେନ୍ସ ଏକାଡେମୀ ପ୍ରତିନିଧି ଦଳ

ଛତ୍ରପୁର,୫।୨(ଡି.ଏନ୍‌.ଏ.): ନ୍ୟାଶନାଲ ଡିଫେନ୍ସ ଏକାଡେମୀର ଭାରତ, ଉଗାଣ୍ଡା, ନେପାଳର ୧୪ ଜଣିଆ ପ୍ରତିନିଧି ଦଳ ବୁଧବାର ଗଞ୍ଜାମ ଜ଼ିଲା ଗସ୍ତରେ ଆସିଛନ୍ତି। ଜିଲାପାଳ ବିଜୟ ଅମୃତା...

ଟ୍ରକ ଚକା ତଳେ ପଶିଗଲେ ସାଇକେଲ ଚାଳକ

କେନ୍ଦୁଝର,୨୭ା୧୨(ସ୍ବ.ପ୍ର.): ସଦର ଥାନା ଅନ୍ତର୍ଗତ ବନାଯୋଡ଼ି ଗ୍ରାମ ନିକଟରେ ଏନ୍‌ଏଚ୍‌ ୨୦ରେ ରବିବାର ପୂର୍ବାହ୍ନରେ ଏକ ଲୁହାପଥର ବୋଝେଇ ଟ୍ରକ ଚକା ତଳେ ଜଣେ ସାଇକେଲ...

Play 250+ Trending Games
Archives

Model This Week

Why Dharitri