କଣିହାଁ,୩୧।୧(ଡି.ଏନ.ଏ.) – ଅନୁଗୋଳ ଜିଲା ବଡ଼ଗୁଣ୍ଡୁରୀ ରାଜସ୍ବ ନିରୀକ୍ଷକ ଏକ ଟ୍ରଷ୍ଟ ପାଇଁ ବୁଧବାର ଜଗା ଚିହ୍ନଟ କରିବା ନିମନ୍ତେ ବାରିହାପୁର ଗ୍ରାମକୁ ଯାଇଥିବାବେଳେ ଗ୍ରାମବାସୀ ତାଙ୍କୁ ଅଟକ ରଖିଥିଲେ। ପରେ ପୋଲିସ ଓ ତହସିଲ ପ୍ରଶାସନ ପହଞ୍ଚି ବୁଝାଶୁଝା କରିବା ପରେ ଗ୍ରାମବାସୀ ଆର୍ଆଇଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଛେଣ୍ଡିପଦା ବ୍ଲକ ବାଗେଡିଆ ଗ୍ରାମର ଭଜମନ ବେହେରା ଲାଇଭ କେୟାର ଟ୍ରଷ୍ଟ ନାମକ ଏକ ଅନାଥଶ୍ରମ ପାଇଁ କଣିହାଁ ବ୍ଲକ ବଡ଼ତ୍ରିବିଡା ପଞ୍ଚାୟତ ବାରିହାପୁର ଗ୍ରାମରେ ୧ ଏକର ସରକାରୀ ଜାଗା ଲିଜ୍ ପାଇଁ କଣିହାଁ ତହସିଲକୁ ଆବେଦନ କରିଥିଲେ। ଏ ନେଇ ବଡ଼ଗୁଣ୍ଡୁରୀ ରାଜସ୍ବ ନିରୀକ୍ଷକ ଗୋପବନ୍ଧୁ ବେହେରା ବୁଧବାର ଅପରାହ୍ନରେ ବାରିହାପୁର ଗ୍ରାମକୁ ଜାଗା ଚିହ୍ନଟ ପାଇଁ ଯାଇଥିଲେ। ଗ୍ରାମବାସୀଙ୍କ ଜୀବିକା ନିର୍ବାହରେ ସହାୟକ ହେଉଥିବା ପୁରୁଣା କାଜୁ ବଗିଚାରେ ଟ୍ରଷ୍ଟ ପାଇଁ ଜାଗା ଚିହ୍ନଟ ହେଉଥିବା ଖବରପାଇ ଶତାଧିକ ମହିଳା ପୁରୁଷ ପହଞ୍ଚି ବିରୋଧ ସହ ଆରଆଇ ଓ ସହକର୍ମୀମାନକୁ ଅଟକ ରଖିଥିଲେ। ଖବରପାଇ ତହସିଲଦାର ଅଂଶୁମାନ ଶତପଥୀ, କଣିହାଁ ଥାନା ଧିକାରୀ ପ୍ରଭାତ ତ୍ରିପାଠୀ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଗ୍ରାମର ଇଞ୍ଚେ ସରକାରୀ ଜାଗା କାହାକୁ ମଧ୍ୟ ଛଡ଼ା ଯିବ ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିବା ସହ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଓ ଜିଲାପାଳଙ୍କୁ ଜଣାଇଥିବା କହିଛନ୍ତି। ଏ ନେଇ କଣିହାଁ ତହସିଲଦାର କହିଛନ୍ତି, ଅନାଥଶ୍ରମ ପାଇଁ ସରକାରୀ ଜାଗା ଲିଜ୍ରେ ଦେବାକୁ ଚିହ୍ନଟ ପ୍ରକ୍ରିୟା ଚାଲିଥିବା ବେଳେ ଗ୍ରାମବାସୀ ବିରୋଧ କରି ଆରଆଇଙ୍କୁ ଅଟକ ରଖିଥିଲେ। ଅନାଥଶ୍ରମ ପାଇଁ ଏ ପର୍ଯ୍ୟନ୍ତ କୌଣସି ଜାଗା ପ୍ରଦାନ କରାଯାଇ ନାହିଁ। ଏ ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ଆଗମୀ ପଦକ୍ଷେପ ନିଆଯିବ। କଣିହାଁ ଆଇଆଇଆସି ପ୍ରଭାତ ତ୍ରିପାଠୀ କହିଛନ୍ତି, ଖବରପାଇ ଯାଇଥିଲୁ। ବୁଝାଶୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା।
Posted inଅନୁଗୋଳ, ଆମ ଜିଲା ଖବର View All
ରାଇକିଆରେ ବାହୁଡା଼ ଯାତ୍ରା ସମ୍ପନ୍ନ
ରାଇକିଆ,୨୪ା୭ (ପ୍ରଦୀପ ବେହେରା): ରାଇକିଆ ଠାରେ ଶୁକ୍ରବାର ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ସାମ୍ନାରେ…
ଗଞ୍ଜାମରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା
ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ/ଅନାଥ ତରାଇ): ଗଞ୍ଜାମ ସହରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ପାଳିତ ହୋଇଛି। ସକାଳୁ ମନ୍ଦିର ପରିସରରେ ପୂଜାପାଠ ଓ ରୀତିନୀତି ପାଳନ ପରେ ମହାପ୍ରଭୁଙ୍କ…
୧୧ କେ.ଭି. ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଘଟଣା: ଶକ୍ତି ସଚିବ, କଳାହାଣ୍ଡି ଜିଲାପାଳ ଓ ଏସପିଙ୍କୁ ନୋଟିସ ଜାରି କଲା ଜାତୀୟ ମାନବାଧିକାର କମିଶନ
ଥୁଆମୂଳ ରାମପୁର, ୨୪।୦୭ (ଦୁର୍ଗା କୀର୍ତ୍ତି): ବିଦ୍ୟୁତ୍ ବିଭାଗ ଓ ଟାଟା ପାୱାରର ଚରମ ଅବହେଳା ଯୋଗୁ ଝୁଲନ୍ତା ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି…
ସ୍ତ୍ରୀ, ଝିଅଙ୍କୁ ନେଇ ଶ୍ୱଶୁରଘର ଯାଇଥିଲେ: ଫେରୁଥିବା ବେଳେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଜଣେ ମୃତ….
ଭଞ୍ଜନଗର, ୨୪/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଯୋଗୀମାରି ରାସ୍ତାର ପାଣିଟାଙ୍କି ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା…
ବାହୁଡ଼ା ଯାତ୍ରା ସମୟରେ ଅଘଟଣ: ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ, ମିଳିଛି ପରିଚୟ
ପୁରୀ,୨୪।୭: ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ପୁରୀ ଶ୍ରୀକ୍ଷେତ୍ରରେ ଏକ ଦୁଃଖଦ ଘଟଣା ଘଟିଛି। ଅଧିକ ଭିଡ଼ ଓ ଅଣନିଶ୍ବାସୀ ହୋଇ ଜଣେ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି।…
ବାହୁଡ଼ିଲେ ମହାବାହୁ : ଭକ୍ତିମୟ ଭବାନୀପାଟଣା ସହର
ଭବାନୀପାଟଣା,୨୪।୭:(ଉତ୍ତମ କୁମାର ଦାଶ)- ନବ ଦିନ ଯାତ୍ରା ସାରି ଆଷାଢ଼ ଶୁକ୍ଳ ପକ୍ଷ ଦଶମୀ ତିଥିରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ସାଥିରେ…
ଗନ୍ଧର୍ବ କଳା ସମ୍ମାନ ପାଇଲେ ଗୌରୀ ଶଙ୍କର ଦୁର୍ଗା: କଳାହାଣ୍ଡି ପାଇଁ ପୁଣି ଆଣିଲେ ଗୌରବ
ଭବାନୀପାଟଣା,୨୪।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ମାଟିର ଜଣାଶୁଣା ଲୋକ ବାଦ୍ୟ କଳାକାର ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଯୁବ ପୁରସ୍କାର ପ୍ରାପ୍ତ ପ୍ରତିଭା ଗୌରୀ ଶଙ୍କର…
ବଲାଙ୍ଗୀରରେ ବାହୁଡ଼ା ରଥଯାତ୍ରା: ମନ୍ଦିରକୁ ବାହୁଡ଼ିଲେ ତିନି ଠାକୁର
ବଲାଙ୍ଗୀର, ୨୪।୭ (ସୁନିଲ କୁମାର ମହାନ୍ତି): ଶୁକ୍ରବାର ବଲାଙ୍ଗୀର ଜିଲାର ବିଭିନ୍ନ ସ୍ଥାନରେ ପବିତ୍ର ବାହୁଡ଼ା ରଥଯାତ୍ରା ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଛି। ଶ୍ରୀଜିଉମାନେ ମାଉସୀମା ମନ୍ଦିରରୁ…
Archives

