ଆମ ଗାଁ ଆମ ବିକାଶ ଯୋଜନା : ସରକାରଙ୍କ ତଥ୍ୟର ତାଳମେଳ ନାହିଁ

ଭୁବନେଶ୍ୱର,୨୬ା୮(ବ୍ୟୁରୋ): ୨୦୧୮ ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକ ଗ୍ରାମାଞ୍ଚଳର ବିକାଶ ଲାଗି ଆମ ଗାଁ ଆମ ବିକାଶ ଯୋଜନାର ଘୋଷଣା କରିଥିଲେ। ଏହାଦ୍ୱାରା ପ୍ରତି ପଞ୍ଚାୟତରେ ବିକାଶକାର୍ଯ୍ୟ ତ୍ୱରାନ୍ବିତ ହେବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିଥିଲେ। ଏହାସହିତ ପ୍ରତି ପଞ୍ଚାୟତ ଲୋକମାନେ ନିଜ ପଞ୍ଚାୟତର ଆବଶ୍ୟକତା ସମ୍ପର୍କରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଆଲୋଚନା କରିବାର ମାଧ୍ୟମ ପାଇପାରିବେ ବୋଲି କୁହାଗଲା। ସେହିଦିନଠାରୁ ହିଁ ଏହି ଯୋଜନା କାର୍ଯ୍ୟ କରିବା ଆରମ୍ଭ ହେଲା। ଏହା ପରଠାରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପ୍ରତିଦିନ ଭିନ୍ନଭିନ୍ନ ପଞ୍ଚାୟତ ପାଇଁ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିବା ପର୍ବ ଚାଲିଲା। ମାତ୍ର ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଏହି ଯୋଜନାରେ ଯେତିକି ଟଙ୍କା ଘୋଷଣା କରିଥିଲେ ସେହି କାର୍ଯ୍ୟ ସମ୍ପୂର୍ଣ୍ଣ କରିପାରିଲେ ନାହିଁ। ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ଶାସକ ଦଳ ପଞ୍ଚାୟତ ଅନୁଯାୟୀ ପ୍ରକଳ୍ପ ଓ ଏଥିପାଇଁ ଟଙ୍କା ମଞ୍ଜୁର କରିଚାଲିଲେ। ଯେଉଁ ପରି ଭାବେ ଟଙ୍କା ଘୋଷଣା କରିଚାଲିଲେ ତା’ର ଅଧା ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଇପାରିଲା ନାହିଁ।
ଶାସକ ଦଳ ସଦସ୍ୟ ପ୍ରୀତିରଞ୍ଜନ ଘଡାଇଙ୍କ ଏକ ବିଧାନସଭା ପ୍ରଶ୍ନର ଉତ୍ତର ରଖି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଆମ ଗାଁ ଆମ ବିକାଶ ଯୋଜନାରେ ରାଜ୍ୟ ସରକାର ୧୫୫୪.୪୩ କୋଟି ଟଙ୍କା ଅଟକଳରେ ୬୨୮୫୭ ଗୋଟି ପ୍ରକଳ୍ପକୁ ଅନୁମୋଦନ କରିଥିଲେ। ହେଲେ ଯେତିକି ଟଙ୍କା ଅନୁମୋଦନ କରାଗଲା ତାଠାରୁ କମ୍‌ ଅର୍ଥ ଏହିସବୁ ପ୍ରକଳ୍ପ ପାଇଁ ମଞ୍ଜୁର ହେଲା। ଅନୁମୋଦନ କରାଯାଇଥିବା ଅର୍ଥରୁ ୨୨୯.୪୩ କୋଟି ଟଙ୍କା କମାଯାଇ ୧୩୨୫ କୋଟି ଟଙ୍କା ସରକାର ମଞ୍ଜୁର କଲେ। ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ସରକାର ଏହି ଘୋଷଣା କରିଥିଲେ। ସେହି ଅନୁଯାୟୀ ଦୈନିକ ସରକାରଙ୍କ ପକ୍ଷରୁ ନୂଆ ନୂଆ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ଘୋଷଣା କରିଚାଲିଲେ। ଠିକ୍‌ ନିର୍ବାଚନର ବର୍ଷକ ପୂର୍ବରୁ ରାଜ୍ୟ ସରକାର ଏହିଭଳି ଘୋଷଣା କରିବା ଯୋଗୁ ବିରୋଧୀ ମଧ୍ୟ କଡା ସମାଲୋଚନା କରିବାକୁ ଲାଗିଲେ। ହେଲେ ଅନୁମୋଦନ ଅନୁଯାୟୀ ସରକାର ପ୍ରକଳ୍ପ ପାଇଁ ଟଙ୍କା ଘୋଷଣା କରି ଚୂପ ରହିଗଲେ। ମଞ୍ଜୁର ହୋଇଥିବା ଟଙ୍କାରୁ ମାତ୍ର ୪୮୩.୦୯ କୋଟି ଟଙ୍କା ସରକାର ଖର୍ଚ୍ଚ କରିଛନ୍ତି। ଅବଶିଷ୍ଟ ୮୪୧.୯୦ କୋଟି ଟଙ୍କା ଖର୍ଚ୍ଚ ହୋଇ ନ ଥିବା ଜଣାପଡିଛି। ସରକାରଙ୍କ ତଥ୍ୟ ଅନୁଯାୟୀ ସରକାର ମଞ୍ଜୁର କରିଥିବା ଅର୍ଥର ୪୦ ପ୍ରତିଶତରୁ କମ୍‌ ଅର୍ଥ ଖର୍ଚ୍ଚ କରିଛନ୍ତି। ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ସରକାର ଯଦି ଗୋଟିଏ ଯୋଜନା ଲାଗି ମଞ୍ଜୁର କରାଯାଇଥିବା ଅର୍ଥ ସମ୍ପୂର୍ଣ୍ଣ ଖର୍ଚ୍ଚ ନ କରିପାରନ୍ତି ଏହାର ଆସନ୍ତା ଆର୍ଥିକ ବର୍ଷରେ ଉକ୍ତ ବଳକା ଧନ ସରକାରଙ୍କ ପାଣ୍ଠିକୁ ଫେରିଆସିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଆର୍ଥିକ ବର୍ଷ ୨୦୧୯-୨୦ ବଜେଟ୍‌ରେ ସରକାର ଏହି ଯୋଜନା ପାଇଁ ମାତ୍ର ୪୦୦ କୋଟି ଟଙ୍କାକୁ ମଞ୍ଜୁର କରିଛନ୍ତି। ଏହାର ଅର୍ଥ ସରକାର ଯେଉଁସବୁ ପ୍ରକଳ୍ପ ଗତବର୍ଷ ଘୋଷଣା କରିଥିଲେ ସେସବୁର କାର୍ଯ୍ୟ ମଧ୍ୟ ସରକାର କରିବା କଥା ଭୁଲିଗଲେ।
ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଘୋଷଣା ହୋଇ ଚାଲିଥିବା ଏହି ଯୋଜନା ଦ୍ୱାରା ଗତ ଜାନୁୟାରୀ ୨୨ରେ ରାଜ୍ୟର ୩୦ ଜିଲାର ୩୧୪ ବ୍ଲକ ଅନ୍ତର୍ଗତ ୬,୭୮୯ ଗ୍ରାମପଞ୍ଚାୟତ ପାଇଁ ୬୨,୮୫୭ ପ୍ରକଳ୍ପ ଘୋଷଣା କରାଯାଇଥିଲା। ଏହାସହ ଏହିସବୁ ପ୍ରକଳ୍ପ ଗୁଡିକ ପାଇଁ ୧୫୫୪.୪୩ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଦର୍ଶାଗଲା। ଅର୍ଥାତ୍‌ ଅନୁମୋଦନ ଅର୍ଥ ଯେତିକି ସେତିକି ଟଙ୍କାର ପ୍ରକଳ୍ପକୁ ରାଜ୍ୟ ସରକାର ମଞ୍ଜୁର କରିଥିବା ଦର୍ଶାଇଥିବା ବେଳେ ବିଧାନସଭା ଉତ୍ତରରେ ଅଲଗା ଲେଖିଛନ୍ତି। ବିଧାନସଭାରେ ମନ୍ତ୍ରୀ ଜୁଲାଇ ୧୬ ତାରିଖରେ କିନ୍ତୁ ଅନୁମୋଦନ ଅର୍ଥ ଯେତିକି ଥିଲା ସେଥିରୁ କମ୍‌ ଅର୍ଥାତ୍‌ ୧୩୨୫ କୋଟି ଟଙ୍କା ମଞ୍ଜୁର ହୋଇଥିବା ଦର୍ଶାଯାଇଛନ୍ତି। ଏଥିରୁ ସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନା ସମ୍ପର୍କିତ ତଥ୍ୟ କେତେ ଠିକ୍‌ ତାହା ସ୍ପଷ୍ଟ ବୁଝାପଡୁଛି। ଅନ୍ୟପଟେ ଯେତିକି ପ୍ରକଳ୍ପ ପାଇଁ ସରକାର ୪୮୩ କୋଟି ଟଙ୍କା ଖର୍ଚ୍ଚ କରିଥିବା କଥା କହୁଛନ୍ତି ସେଥିରେ ମଧ୍ୟ କାର୍ଯ୍ୟ ଠିକ୍‌ ହୋଇ ନ ଥିବା ଅଭିଯୋଗ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?