ଆମ୍ବଲାନ୍ସକୁ ଧକ୍କା ଦେଲା ଗୋରୁ ବୋଝେଇ ପିକ୍‌ଅପ୍‌: ୧୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର, ଜଣେ ଆହତ

ବାହାନଗା,୨୨ା୯(ଡି.ଏନ.ଏ.)-ବାହାନଗା ବ୍ଲକ ଖନ୍ତାପଡାସ୍ଥିତ ୧୬ ନମ୍ବର ଜାତୀୟ ରାଜପଥ ଚିତାପଦା ଡାଇଭର୍ଶନଠାରେ ସୋମବାର ଏକ ଆମ୍ବଲାନ୍ସ ପଛପଟୁ ଗୋରୁ ବୋଝେଇ ପିକଅପ୍‌ ଭ୍ୟାନ ଧକ୍କା ଦେଇଥିଲା ା ଫଳରେ ଆମ୍ବଲାନ୍ସର ହେଲପର୍‌ ଗୁରୁତର ଆହତ ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକେ ଗୋରୁ ବୋଝେଇ ପିକ୍‌ଅପ୍‌ ମଧ୍ୟରୁ ୧୦ରୁ ଊର୍ଦ୍ଧ୍ୱ ଗୋରୁକୁ ଉଦ୍ଧାର କରିଛନ୍ତି।
ସୋମବାର ସୋର ଅଞ୍ଚଳରୁ ଏକ ଆମ୍ବୁଲାନ୍ସ (ନଂ.ଓଡି-୦୨-ଜି-୧୭୩୦) ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ଜଣେ ରୋଗୀଙ୍କୁ ନେଇଯାଉଥିଲେ। ଖନ୍ତାପଡାସ୍ଥିତ ଚିତ୍ତାପଦା ଡାଇଭର୍ଶନ୍‌ଠାରେ ଏକ ମୋଟର ସାଇକେଲ ଆମ୍ବୁଲାନ୍ସ ସାମନା ଦେଇ ପାସ୍‌ କରିଯିବାରୁ ଆମ୍ବୁଲାନ୍ସ ବ୍ରେକ ମାରି ନିଜର ବେଗ କମାଇଥିଲା। ଫଳରେ ସେହି ସମୟରେ ପଛପଟୁ ଆସୁଥିବା ଏକ ଗୋରୁ ବୋଝେଇ ପିକଅପ୍‌ (ନଂ.ଓଆର-୦୧କେ-୨୧୬୩) ଆମ୍ବୁଲାନ୍ସ ସହ ପିଟି ହୋଇଯାଇଥିଲା। ଆମ୍ବୁଲାନ୍ସ ହେଲପର ସୁଶାନ୍ତ ସ୍ବାଇଁ ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଖନ୍ତାପଡା ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଲୋକମାନେ ଉତ୍ତ୍ୟକ୍ତ ହୋଇ ଗୋରୁ ବୋଝେଇ ପିକ୍‌ଅପ୍‌କୁ ଅଟକାଇ ସେଥିରୁ ବେଆଇନ ଭାବେ ଚାଲାଣ ହେଉଥିବା ୧୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ ଉଦ୍ଧାର କରିଥିଲେ। ସେଥିମଧ୍ୟରୁ ଗୋଟିଏ ଗୋରୁର ମୃତ୍ୟୁ ହୋଇଛି। ଖବରପାଇ ଖନ୍ତାପଡା ଥାନା ପୋଲିସ୍‌ ପହଞ୍ଚି ଦୁର୍ଘଟଣା ଘଟାଇଥିବା ପିକଅପ୍‌କୁ ଜବତ କରିଛି। ଏହି ପିକଅପ୍‌ ଭଦ୍ରକ ଜିଲା ବେତଡା ହାଟରୁ ଗୋରୁ ବୋଝେଇ କରି ପଶ୍ଚିମବଙ୍ଗ ଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଏରୁ ଫେରିଯିବ ୨୦ ଲକ୍ଷ

ଅନୁଗୋଳ ଅଫିସ,୨।୩ – ମତ୍ସ୍ୟ ଚାଷ ପାଇଁ ଅନୁଗୋଳ ଜିଲାର ଚାଷୀଙ୍କ ମଧ୍ୟରେ ଆଗ୍ରହ ଥିଲେ ବି ସେମାନଙ୍କୁ ମିଳୁନି ଉପଯୁକ୍ତ ସୁଯୋଗ। ଆବଶ୍ୟକସ୍ଥଳେ ବ୍ୟାଙ୍କ...

ମନ ମୋହୁଛି ଆକର୍ଷଣୀୟ ଓ୍ବାଟର ପାର୍କ

ଗଞ୍ଜାମ,୧୯ା୩(ଡି.ଏନ୍‌.ଏ.): ସଜେଇ ହେଉଛି ଗଞ୍ଜାମ ସହର। ଗଞ୍ଜାମ ସହର ଦାମୋଦରପୁରଠାରେ ପ୍ରଥମ ଥର ପାଇଁ ଶନିମନ୍ଦିରଠାରେ ଆକର୍ଷଣୀୟ ପଥରରେ ନିର୍ମିତ ଗଣେଶଙ୍କ ମୂର୍ତ୍ତି ବଡ଼ ବଜାର...

ପୂର୍ବତନ ପିଇଓ, ସରପଞ୍ଚଙ୍କୁ ଜେଲ

ଫୁଲବାଣୀ ଅଫିସ, ୨୭ା୨: ସରକାରୀ ଅର୍ଥ ଆତ୍ମସାତ୍‌ ମାମଲାର ବିଚାର କରି ସୋମବାର ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ସମରବିଳାସ ବେହେରା ସମ୍ପୃକ୍ତ ପୂର୍ବତନ ପଞ୍ଚାୟତ...

ଟିଟିଲାଗଡ଼ ମହାଶିବରାତ୍ରୀ ମେଳା ବାତିଲ

ଟିଟିଲାଗଡ଼, ୨୩।୨ (ଡି.ଏନ.ଏ.) କରୋନା ମହାମାରି ନେଇ ଚଳିତ ବର୍ଷ ବଲାଙ୍ଗୀର ଜିଲା ଟିଟିଲାଗଡ ଧବଳେଶ୍ୱର ବାବାଙ୍କ ମହାଶିବ ରାତ୍ରୀ ମେଳା ବାତିଲ ହୋଇଛି। ସୋମବାର...

ଜାଲ୍‌ ଦଲିଲରେ ପଟ୍ଟା ପ୍ରଦାନ ଘଟଣା: ଆରଆଇଙ୍କ ସହ ମୁଖ୍ୟ ଅଭିଯୁକ୍ତଙ୍କୁ ଜେଲ

ରଣପୁର,୧୨।୧୦(ସ୍ବ.ପ୍ର.): ଜାଲ୍‌ ଦଲିଲରେ ପଟ୍ଟା ପ୍ରଦାନ ଘଟଣାରେ ରଣପୁର ଥାନା ପୋଲିସ ତତ୍କାଳୀନ ରଣପୁର ଆରଆଇ ତଥା ବର୍ତ୍ତମାନର ଲୋ଼ଧାଚୁଆ ଆରଆଇ ବିରୂପାକ୍ଷ ବିଶ୍ୱାଳ ଓ...

ବାଲିଯାତ୍ରା: ୮ ଦିନରେ ୮୬୮ ପ୍ଲଟ୍‌ ପଞ୍ଜୀକରଣ

କଟକ ଅଫିସ,୧୬ା୧୦: ଓଡ଼ିଶାର ଐତିହ୍ୟ ସହ ଜଡ଼ିତ ବାଲିଯାତ୍ରା ଏବେ ବ୍ୟବସାୟ ତଥା ମନୋରଞ୍ଜନର ଭିତ୍ତିଭୂମି ପାଲଟିଛି। ଚଳିତବର୍ଷ ବାଲିଯାତ୍ରାରୁ ଜିଲା ପ୍ରଶାସନ ରେକର୍ଡ ପରିମାଣର...

ଆଠମଲ୍ଲିକ ବିଧାୟକଙ୍କ ଖବରଦାତା ସମ୍ମିଳନୀ : ସ୍ବର୍ଣ୍ଣ ତ୍ରିଭୁଜ ପର୍ଯ୍ୟଟନସ୍ଥଳ ପାଇଁ ଦିଆଯିବ ପ୍ରସ୍ତାବ

ଅନୁଗୋଳ ଅଫିସ, ୮।୬- ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ବିଧାୟକ ରମେଶ ଚନ୍ଦ୍ର ସାଏ। ପ୍ରଶାସନିକ କ୍ଷେତ୍ରରେ ଥିବା ନିଜର ଦୀର୍ଘବର୍ଷର...

ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ

ପୁରୀ ଅଫିସ,୬ା୧୦: ଗୁରୁବାର ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀ ତିଥିରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ନୀତି। ସକାଳ ୫ଟା ୧୮ମିନିଟ୍‌ରେ ଦ୍ୱାରଫିଟା ନୀତି ସମ୍ପନ୍ନ...

Advertisement
Archives

Model This Week