ଆମେରିକା ନ୍ୟାଶନାଲ ସାଇନ୍ସ ଫାଉଣ୍ଡେଶନ ମୁଖ୍ୟ ହେଲେ ଭାରତୀୟ

ଓ୍ବାଶିଂଟନ,୨୧ା୬(ପି.ଟି.): ଖ୍ୟାତନାମା ଭାରତୀୟ-ଆମେରିକୀୟ ବୈଜ୍ଞାନିକ ସେଥୁରମନ ପଞ୍ଚନାଥନ୍‌ ଆମେରିକାର ଶୀର୍ଷ ବିଜ୍ଞାନ ଗବେଷଣା ସହାୟକ ସଂସ୍ଥା ନ୍ୟାଶନାଲ ସାଇନ୍ସ ଫାଉଣ୍ଡେଶନର ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି। ଏହି ଫାଉଣ୍ଡେଶନର ବାର୍ଷିକ ବଜେଟ ୭.୪ ବିଲିୟନ ଡଲାର। ଆମେରିକା ସିନେଟ ତାଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେଇଛି। ଆରିଜୋନା ଷ୍ଟେଟ୍‌ ୟୁନିଭର୍ସିଟିର ବୈଜ୍ଞାନିକ ପଞ୍ଚନାଥନ୍‌ ଫ୍ରାନ୍ସର କୋରଡୋଭାଙ୍କ ସ୍ଥାନରେ ୧୫ତମ ନିର୍ଦ୍ଦେଶକ ଭାବେ ଜୁଲାଇ ୬ରୁ କାର୍ଯ୍ୟରେ ଯୋଗଦେବେ ବୋଲି ଜଣାପଡିଛି। ଏଭଳି ସମ୍ମାନଜନକ ପଦବୀ ପାଇବାରେ ସେ ଦ୍ୱିତୀୟ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ। ପୂର୍ବରୁ ଡ. ସୁବ୍ରା ସୁରେଶ ୨୦୧୦ ଅକ୍ଟୋବରରୁ ୨୦୧୩ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ କର୍ମଚାରୀ ଛଟେଇ : ଭାରତୀୟ ଅଧିକ ପ୍ରଭାବିତ…

ଓ୍ବାଶିଂଟନ,୨୩।୧୧ : ଆମେରିକାରେ ବହୁ ସଂଖ୍ୟକ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବା ଜାରି ରହିଛି। ଏହା ଦ୍ୱାରା ଭାରତୀୟମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ଆମେରିକାରେ ରହୁଥିବା...

ଇଣ୍ଟରନେଟ୍‌କୁ ନୂଆ ରୂପ ଦେବ ମେଟାଭର୍ସ

ଲଣ୍ଡନ, ୨୦ା୧୦: ଦୁନିଆର ସବୁଠୁ ବଡ଼ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଫେସ୍‌ବୁକ୍‌ ପାଇବ ନୂଆ ପରିଚୟ। ସୋସିଆଲ ମିଡିଆ ବଦଳରେ ଫେସ୍‌ବୁକ୍‌କୁ ‘ମେଟାଭର୍ସ’ରେ ପରିଣତ କରିବାକୁ...

ଲିବିୟାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ କରୋନା ସଂକ୍ରମଣରେ ପରଲୋକ

ତ୍ରିପୋଲି,୬ ।୪: କରୋନା ସଂକ୍ରମଣ ଏବେ ବିଶ୍ୱର ପ୍ରାୟ ୨ଶହ ଦେଶକୁ କାୟା ବିସ୍ତାର କରି ସାରିଥିବା ବେଳେ ଛୋଟବଡ କେହିବି ଏଥିରୁ ବାଦ୍ ପଡୁ...

ଅପରେଶନ କାବେରୀ: ସୁଦାନରୁ ବାହାରିଲା ଭାରତୀୟଙ୍କ ୧୦ମ ବ୍ୟାଚ

ଖାର୍ତୁମ/ନୂଆଦିଲ୍ଲୀ,୨୮।୪: ଅପରେଶନ କାବେରୀ ଜରିଆରେ ସେଠାରେ ଫସି ରହିଥିବା ଭାରତୀୟଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେଠାରୁ ଭାରତୀୟଙ୍କ ୧୦ମ ବ୍ୟାଚ ବାହାରି ସୁଦାନରୁ ସୌଦି...

ସିଗାରେଟ ପ୍ୟାକେଟରେ କରତାରପୁର ସାହିବଙ୍କ ପ୍ରସାଦ ବଣ୍ଟନ, ଶିଖ୍‌ ସମ୍ପ୍ରଦାୟଙ୍କ ଧାର୍ମିକ ଭାବନାକୁ ଆଘାତ…

ଲାହୋର/ନୂଆଦିଲ୍ଲୀ, ୧୮।୧୨: ପାକିସ୍ତାନରେ ଶିଖ୍‌ ସମ୍ପ୍ରଦାୟଙ୍କ ଧାର୍ମିକ ଭାବନାକୁ ଆଘାତ ଦିଆଯାଇଛି। ଏହା ଭାରତ ସମେତ ପୃଥିବୀର ସମସ୍ତ ଶିଖ୍‌ ସମ୍ପ୍ରଦାୟଙ୍କୁ ମର୍ମାହତ କରିଛି। କରତାରପୁରର...

ଅର୍ଥ ଅଭାବରୁ ଭଉଣୀଙ୍କ ପାଇଁ ଘରେ ସୁନ୍ଦର ଗାଉନ୍‌ ତିଆରି କଲେ ଭାଇ

ମନିଲା,୨୦।୨: ଭଉଣୀ-ଭାଇଙ୍କ ମଧ୍ୟରେ ଥିବା ସମ୍ପର୍କ ସବୁଠାରୁ ନିଆରା ବୋଲି କୁହାଯାଏ। ସବୁ ଭାଇ ଭାବନ୍ତି ତାଙ୍କ ଭଉଣୀ ସବୁଠାରୁ ଭଲ। ଆଉ ଭଉଣୀଙ୍କ କଷ୍ଟ...

ଭୁଶୁଡିଲା କରୋନା ସନ୍ଦିଗ୍ଧ ରହୁଥିବା ୮୦ ବଖରା ବିଶିଷ୍ଟ ହୋଟେଲ

ବେଜିଂ,୮।୩: ଚାଇନାରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଏବେବି ସେଠାରେ କେତେଜଣଙ୍କୁ କରୋନା ଭାଇରସ ଥିବା ସନ୍ଦେହ କରି...

‘ଦୋଷୀ ସାବ୍ୟସ୍ତ ହେଲେ ବି ରାଷ୍ଟ୍ରପତି ପଦ ପାଇଁ ଅଭିଯାନ ଜାରି ରହିବ’

ଓ୍ବାଶିଂଟନ,୫ା୩: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଦୋଷୀ ସାବ୍ୟସ୍ତ ହେଲେ ବି ସେ ରାଷ୍ଟ୍ରପତି ପଦ ପାଇଁ ଅଭିଯାନ ଜାରି ରଖିବେ। ଟ୍ରମ୍ପ...

Advertisement
Archives

Model This Week