ଆମେରିକା-ଇରାନ ଯୁଦ୍ଧ ଲାଗିଲେ; ଅଶୋଧିତ ତେଲ ଦରରେ ଲାଗିବ ନିଆଁ

ନୂଆଦିଲ୍ଲୀ,୨୧-୬: ଇରାନ ବିରୋଧରେ ଆମେରିକାର କଟକଣା ଜାରି ପରେ ତେହରାନ ଓ ଓ୍ବାଶିଂଟନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଆମେରିକାର ଏକ ସାମରିକ ଡ୍ରୋନକୁ ଇରାନ ଖସାଇ ଦେଇଛି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଏବେ ଯୁଦ୍ଧର ଆଶଙ୍କା ବଢ଼ିବାରେ ଲାଗିଛି। ଦୁଇ ଦେଶ ଯଦି ମୁହାଁମୁହିଁ ହୁଅନ୍ତି, ତେବେ ଅଶୋଧିତ ତୈଳ ବୃଦ୍ଧି ହୁହୁ ହୋଇ ବଢ଼ିବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।
ଆମେରିକାର ଡ୍ରୋନକୁ ଇରାନ ଖସାଇ ଦେବାର ସୂଚନା ମିଳିବା ମାତ୍ରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଗୁରୁବାର ୩ ପ୍ରତିଶତ ବୃଦ୍ଧି ପାଇ ବ୍ୟାରେଲ ପିଛା ୬୩ ଡଲାରରେ ପହଞ୍ଚତ୍ଲାଣି। ଆମେରିକା ଓ ଇରାନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ନିକଟ ଭବିଷ୍ୟତରେ ବଢ଼ିବ ପଛେ କମିବ ନାହିଁ। ଆମେରିକାର ଜଣେ ଅଧିକାରୀ କହିଛନ୍ତି ଯେ, ଇରାନ ଭୃପୃଷ୍ଠରୁ ଆକାଶକୁ ନିକ୍ଷେପ ହୋଇପାରୁଥିବା କ୍ଷେପଣାସ୍ତ୍ର ସହାୟତାରେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ ଉପରେ ଅନ୍ତରାଷ୍ଟ୍ରୀୟ ଆକାଶରେ ଏହାର ଡ୍ରୋନକୁ ମାରି ଖସାଇଛି। ଅନ୍ୟପକ୍ଷରେ ଇରାନ ରିଭଲ୍ୟୁଶନାରୀ ଗାର୍ଡସ ପକ୍ଷରୁ କୁହାଯାଇଛି ଯେ, ଆମେରିକାର ଡ୍ରୋନ ଦକ୍ଷିଣ ଇରାନ ଆକାଶରେ ଉଡାଣ ଭରୁଥିବା ବେଳେ ଏହାକୁ ମାରି ଖସାଇ ଦିଆଯାଇଛି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମସ୍ତରରେ ପହଞ୍ଚତ୍ଛି। ଏଣୁ ଅଶୋଧିତ ତେଲ ଦରରେ ନିଆଁ ଲାଗିଯିବ ବୋଲି ଏବେ ମତପ୍ରକାଶ ପାଇଛି। ଅପରପକ୍ଷରେ ଅର୍ଥନୀତିକୁ ଗତିଶୀଳ କରିବା ଲାଗି ଆମେରିକାର ଫେଡେରାଲ ରିଜର୍ଭ ଆସନ୍ତା ବୈଠକରେ ସୁଧ ହାର ହ୍ରାସ କରିବାର ସଙ୍କେତ ଦେଇଛି। ଅନ୍ୟପକ୍ଷରେ ବିଶ୍ୱର ସର୍ବାଧିକ ଅଶୋଧିତ ତେଲ ବ୍ୟବହାର କରୁଥିବା ଆମେରିକାର ଭଣ୍ଡାରରେ ଏବେ ତେଲ ପରିମାଣ ହ୍ରାସ ପାଇଥିବା ତଥ୍ୟ ସାମ୍ନାକୁ ଆସିଛି। ବ୍ରେଣ୍ଟ କ୍ରୁଡ୍‌ର ମୂଲ୍ୟ ଗୁରୁବାର ସକାଳ ୧୦.୩୫ରେ ବ୍ୟାରେଲ ପିଛା ୧.୪୦ ଡଲାର ବଢ଼ି ୬୩.୨୨ ଡଲାରରେ ପହଞ୍ଚତ୍ ଯାଇଥିଲା। ସେହିପରି ୟୁଏସ୍‌ ଓ୍ବେଷ୍ଟ ଟେକ୍ସାସ୍‌ ଇଣ୍ଟରମିଡିଏଟ କ୍ରୁଡ୍‌ ବ୍ୟାରେଲ ପିଛା ୧.୫୪ ଡଲାର ବଢ଼ି ୫୫.୩୦ ଡଲାର ହୋଇଛି। ତେଲ ଯୋଗାଣର ଏକ ଚେକ୍‌ ପଏଣ୍ଟ ଭାବେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ କୁହାଯାଉଥିବା ବେଳେ ଗତ ସପ୍ତାହରେ ଦୁଇଟି ତେଲ ଟ୍ୟାଙ୍କରକୁ ମିସାଇଲ ମାଡ କରାଯାଇଥିଲା। ଏହାକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ଆରମ୍ଭ ହୋଇଥିଲା। ପେଟ୍ରୋମେଟ୍ରିକ୍ସ ଆନାଲିଷ୍ଟ ଓଲିଭିୟର ଜ୍ୟାକବଙ୍କ ମତରେ ଆମେରିକାର ସୁଧ ହାର ହ୍ରାସ ଅଶୋଧିତ ତେଲ ଦର ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ଅନ୍ୟପକ୍ଷରେ ଆମେରିକା ଏନର୍ଜି ଇନ୍‌ଫର୍ମେଶନ ଆଡ୍‌ମିନିଷ୍ଟ୍ରେଶନ ପକ୍ଷରୁ କୁହାଯାଇଛି ଯେ, ଦେଶର ତୈଳ ଭଣ୍ଡାରରେ ଗଚ୍ଛିତ ତେଲ ପରିମାଣ ୩୧ ଲକ୍ଷ ବ୍ୟାରେଲ ହ୍ରାସ ପାଇଛି। ସୂଚନାଥାଉ କି, ଜୁଲାଇ ୧ଓ ୨ରେ ରୁଷ୍‌ ସମେତ ଓପେକ୍‌ ଦେଶ ସମୂହ ବୈଠକରେ ବସି ତେଲ ଉତ୍ପାଦନ ନେଇ ନିଷ୍ପତ୍ତି ନେବେ। ଦୈନିକ ୧୨ ଲକ୍ଷ ବ୍ୟାରେଲ ତେଲ ଉତ୍ପାଦନ ହ୍ରାସ ନେଇ ସହମତି ପ୍ରକାଶ ପାଇଲେ ତେଲ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇପଡିବ।


Enter your email to get our daily news in your inbox.

All Right Reserved By Dharitri.Com

୨୬%ରୁ କମ୍‌ ରହିବ ଡିଜିଟାଲ ମିଡିଆରେ ବିଦେଶୀ ନିବେଶ

ନୂଆଦିଲ୍ଲୀ: ଡିଜିଟାଲ ମିଡିଆକୁ ନିୟନ୍ତ୍ରଣ କରିବା ଲାଗି ସରକାର ପ୍ରଥମ ପଦକ୍ଷେପ ନେଇଛନ୍ତି। ଯେଉଁ ଡିଜିଟାଲ ମିଡିଆ କମ୍ପାନୀଗୁଡ଼ିକରେ ବିଦେଶୀ ନିବେଶ ୨୬%ରୁ ଅଧିକ ରହିଛି...

ଶୀଘ୍ର ସ୍ବାଭାବିକ ହେବ ସାଧାରଣ ପରିବହନ ବ୍ୟବସ୍ଥା

ନୂଆଦିଲ୍ଲୀ,୭।୫: ଦେଶର ସାଧାରଣ ପରିବହନ ବ୍ୟବସ୍ଥା ଶୀଘ୍ର ସ୍ବାଭାବିକ ହେବାକୁ ଯାଉଛି। ଅର୍ଥାତ୍‌ ବସ୍‌, ଟ୍ରେନ୍‌ ପୁଣି ଥରେ ପୂର୍ବବତ ପରିଚାଳିତ ହେବ ବୋଲି ସୂଚନା...

୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର ହେବନି

ନୂଆଦିଲ୍ଲୀ,୧୧-୧୨: ୨୦୦୦ ଟଙ୍କିଆ ନୋଟ ବଜାରରୁ ପ୍ରତ୍ୟାହାର ନେଇ ରହିଥିବା ଖବରକୁ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର ଖାରଜ କରିଦେଇଛନ୍ତି। ଏହାକୁ ନେଇ ଚିନ୍ତା...

ଅମ୍ବାନୀଙ୍କୁ ପଛରେ ପକାଇ ଆଦାନୀ ୧ ନଂ.

ନୂଆଦିଲ୍ଲୀ,୯।୨: ଦୀର୍ଘ ବର୍ଷ ଧରି ଭାରତ ଏବଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଭାବେ ସର୍ବୋଚ୍ଚ ସ୍ଥାନରେ ରହିଥିବା ରିଲାଏନ୍ସ ଗ୍ରୁପ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ...

ବିତ୍ତୀୟ ନିଅଣ୍ଟ ୬୧% ଟପିଲା

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାରଙ୍କ ବିତ୍ତୀୟ ନିଅଣ୍ଟ ପରିମାଣ ଜୁନ୍‌ରେ ଶେଷ ହୋଇଥିବା ତ୍ରୈମାସରେ ୪.୩୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ୟାଇଛି, ଯାହା କି ବଜେଟ ଅନୁମାନର...

୨୦୨୫ରେ ଜାପାନକୁ ଟପିବ ଭାରତ

ନୂଆଦିଲ୍ଲୀ,୧୩।୭: ଚଳିତ ବର୍ଷ ବ୍ରିଟେନକୁ ଟପି ଭାରତ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତି ହେବ। ସେହିଭଳି ୨୦୨୫ରେ ଏହା ଜାପାନକୁ ଟପି ତୃତୀୟ ବୃହତ ଅର୍ଥବ୍ୟବସ୍ଥା...

ମହଙ୍ଗା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ: ଦେଶରେ ବିମାନ ଭଡ଼ା ବଢିବାର ସମ୍ଭାବନା ରହିଛି। ସରକାର ବିମାନ ଭଡ଼ାର ସର୍ବନିମ୍ନ ଓ ସର୍ବୋଚ୍ଚ ପ୍ରାଇସ ବ୍ୟାଣ୍ଡ୍‌ ବୃଦ୍ଧି କରିଛନ୍ତି। ସର୍ବନିମ୍ନ ଭଡ଼ା ୧୦%...

ୟୁବିଆଇର ବାର୍ଷିକ ସାଧାରଣ ବୈଠକ: ରିଟେଲ,କୃଷି,ଏମ୍‌ଏସ୍‌ଏମ୍‌ଇ ଋଣକୁ ୟୁବିଆଇର ଫୋକସ

କଲିକତା,୨୯-୬ – ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ୟୁବିଆଇ) ପକ୍ଷରୁ ଏହାର ୧୦ମ ବାର୍ଷିକ ସାଧାରଣ ବୈଠକ କଲିକତାଠାରେ ଅନୁଷ୍ଠିତ ହୋଇ ଯାଇଛି। କେନ୍ଦ୍ର ସରକାରଙ୍କ ପ୍ରତିନିଧିଙ୍କ...

Advertisement
Archives

Model This Week