ଆମେରିକାରେ ଭାରତୀୟ ବାପଝିଅ ଡାକ୍ତରଙ୍କ ମୃତ୍ୟୁ

ନ୍ୟୁୟର୍କ,୯ା୫: ଆମେରିକାର ନ୍ୟୁଜର୍ସିରେ ଡାକ୍ତର ଭାବେ କାର୍ଯ୍ୟ କରୁଥିବା ଭାରତୀୟ ବଂଶୋଦ୍ଭବ ବାପଝିଅଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି। ସେମାନେ ହେଲେ ଡା. ସତ୍ୟେନ୍ଦ୍ର ଦେବ ଖାନ୍ନା(୭୮) ଏବଂ ତାଙ୍କ ଝିଅ ଡା. ପ୍ରିୟା ଖାନ୍ନା(୪୩)। ସତ୍ୟେନ୍ଦ୍ର ଦୀର୍ଘବର୍ଷ ଧରି ନ୍ୟୁଜର୍ସିର ବିଭିନ୍ନ ହସ୍ପିଟାଲର ଶଲ୍ୟ ବିଭାଗରେ ଡାକ୍ତର ଓ ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି। ପ୍ରିୟା ଉଭୟ ଇଣ୍ଟରନାଲ ମେଡିସିନ ଏବଂ ନେଫ୍ରୋଲୋଜିରେ କୃତିତ୍ୱ ହାସଲ କରିଛନ୍ତି। ସେ ନ୍ୟୁଜର୍ସିର ଆର୍‌ଡବ୍ଲ୍ୟୁଜେ ବର୍ନବସ୍‌ ହେଲ୍‌ଥ ସଂସ୍ଥା ଅଧୀନ ୟୁନିୟନ ହସ୍ପିଟାଲରେ ଚିଫ୍‌ ଅଫ୍‌ ରେସିଡେଣ୍ଟସ୍‌ ଭାବେ କାର୍ଯ୍ୟ କରୁଥିଲେ। କରୋନା ରୋଗୀଙ୍କ ଚିକିତ୍ସା କରି ସେମାନେ ମଧ୍ୟ ସଂକ୍ରମିତ ହୋଇଯାଇଥିଲେ। ସତ୍ୟେନ୍ଦ୍ର କ୍ଲାରା ମାସ୍‌ ମେଡିକାଲ ସେଣ୍ଟରରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି, ଯେଉଁଠି ସେ ୩୫ ବର୍ଷ ଧରି କାର୍ଯ୍ୟ କରିଥିଲେ। ଝିଅ ପ୍ରିୟା ତାଙ୍କର ସମସ୍ତ ମେଡିକାଲ ଟ୍ରେନିଂ ନ୍ୟୁଜର୍ସିରେ କରିବା ପରେ ସାଉଥ୍‌ ଜର୍ସିର କୁପର ହେଲ୍‌ଥ ସିଷ୍ଟମ୍‌ରେ ନେଫ୍ରୋଲୋଜିରେ ଫେଲୋଶିପ୍‌ କରିଥିଲେ। ବାପାଙ୍କ ଭଳି ପ୍ରିୟା ମଧ୍ୟ କ୍ଲାରା ମାସ୍‌ ମେଡିକାଲରେ କାର୍ଯ୍ୟ କରିଥିଲେ ଏବଂ ସେହି ମେଡିକାଲରେ ହିଁ ତାଙ୍କର ମୃତ୍ୟୁ ଘଟିଛି। କରୋନା ରୋଗୀଙ୍କ ସେବାରେ ନିଜ ଜୀବନ ହାରିଦେଇଥିବା ଏହି ବାପଝିଅଙ୍କ ସେଠାକାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ନ୍ୟୁଜର୍ସି ଗଭର୍ନର ଫିଲ୍‌ ମର୍ଫି କହିଛନ୍ତି। ସେମାନଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦ ବୋଲି ମର୍ଫି କହିବା ସହ ଉଭୟଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି। ସତ୍ୟେନ୍ଦ୍ର ଜଣେ ଭଦ୍ର, ଯତ୍ନବାନ ଏବଂ ଅଗ୍ରଣୀ ଚିକିତ୍ସିକ ଥିଲେ। ସେ ହେଉଛନ୍ତି ପ୍ରଥମ ସର୍ଜନ, ଯିଏକି ନ୍ୟୁଜର୍ସି ପ୍ରଦେଶରେ ଲାପ୍ରୋସ୍କୋପିକ୍‌ ସର୍ଜରୀ କରିଥିଲେ। ସହକର୍ମୀ ତାଙ୍କୁ ସବୁବେଳେ ମନେରଖିବେ ବୋଲ;ି ମର୍ଫି କହିଛନ୍ତି। ସେହିପରି ପ୍ରିୟା ୨ ଡାଏଲିସିସ୍‌ ସେଣ୍ଟରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବା ସହ ପରପିଢ଼ିର ଡାକ୍ତରମାନଙ୍କୁ ଶିକ୍ଷାଦାନ କରି ବିଶେଷ ଗୌରବର ଅଧିକାରିଣୀ ହୋଇପାରିଛନ୍ତି ବୋଲି ମର୍ଫି କହିଛନ୍ତି। ସତ୍ୟେନ୍ଦ୍ରଙ୍କ ସ୍ତ୍ରୀ କୋମଲିଶ୍‌ ଖାନ୍ନା ଜଣେ ଶିଶୁରୋଗ ବିଶେଷଜ୍ଞ। ଏହି ଦମ୍ପତିଙ୍କର ଆଉ ଦୁଇ ଝିଅ ସୁଗନ୍ଧା ଖାନ୍ନା ଓ ଅନିଷା ଖାନ୍ନା ମଧ୍ୟ ଡାକ୍ତର। ସୁଗନ୍ଧା ଜଣେ ଜରୁରିକାଳୀନ ଚିକିତ୍ସାଧିକାରୀ ଥିବାବେଳେ ଅନିଷା ହେଉଛନ୍ତି ଶିଶୁରୋଗ ବିଶେଷଜ୍ଞ। ଏହି ଚିକିତ୍ସିକ ପରିବାରର ଯନ୍ତ୍ରଣାକୁ ବ୍ୟକ୍ତ କରିହେବନି। ଏହି ପରିବାରକୁ ଯେତେ ସମବେଦନା ଜଣାଇଲେ ମଧ୍ୟ ତାହା କମ୍‌ ହେବ। କିନ୍ତୁ ସତ୍ୟେନ୍ଦ୍ର ଓ ପ୍ରିୟାଙ୍କ ସ୍ମୃତିରେ ଆମେ ଯଥାସମ୍ଭବ ଜୀବନରକ୍ଷା କରିବାକୁ ପ୍ରତିଶ୍ରୁତି ଦେଉଛି ବୋଲି ମର୍ଫି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାପାନର ପ୍ରମୁଖ ବ୍ୟବସାୟୀଙ୍କୁ ଭେଟିଲେ ମୋଦି

ଟୋକିଓ,୨୩।୫: କ୍ୱାଡ୍‌ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ଗସ୍ତରେ ଯାଇଛନ୍ତି। ଦୁଇ ଦିନିଆ ଜାପାନ ଗସ୍ତର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ଜାପାନର...

ପ୍ରଚଣ୍ଡ ବିସ୍ଫୋରଣ: ନିମିଷକେ ଚାଲିଗଲା ୫ ଜୀବନ

ଇସଲାମାବାଦ୍‌, ୧୦।୮: ପାକିସ୍ତାନର ଚମନ ସହରରେ ସୋମବାର ପ୍ରଚଣ୍ଡ ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୦ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନ ଏବଂ...

କରୋନାରେ ମୃତକଙ୍କ ସତ୍କାର ନେଇ ଗାଇଡଲାଇନ ଜାରି କଲେ ସରକାର

ଭୁବନେଶ୍ୱର,୨୫।୭(ବ୍ୟୁରୋ)-କୋଭିଡ-୧୯ ମୃତକଙ୍କ ଶବ ସତ୍କାରକୁ ନେଇ ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି ହେଉଛି। ସତ୍କାର ନ ହୋଇ ଶବ ବହୁ ସମୟ ଧରି ପଡି ରହୁଛି।...

ଉହାନ୍‌ରେ ହେବ ସମସ୍ତଙ୍କ କରୋନା ଟେଷ୍ଟ

ଉହାନ୍‌, ୧୩ା୫: ମହାମାରୀ କରୋନା ଏବେ ବିଶ୍ୱବାସୀଙ୍କୁ ଆତଙ୍କିତ କରି ରଖିଛି। ଚାଇନାରେ ଏହି ଭୂତାଣୁ କିଛିଟା ନିୟନ୍ତ୍ରଣକୁ ଆସିଥିଲେ ହେଁ ସମ୍ପୂର୍ଣ୍ଣ ଭାବେ ଏହାକୁ...

୪୦୦ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲକୁ ଲୋକାର୍ପଣ କଲେ ଯୋଗୀ ସରକାର

ନଏଡା,୮।୮: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପାଇଁ ହୋଇଥିବା ଭୂମିପୂଜନରେ ସାମିଲ ହୋଇ ଫେରିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ମହାମାରୀ କରୋନା ଯୁଦ୍ଧରେ...

ମହାକାଶରେ ବନ୍ଧା କୋବି ଚାଷ କଲା ନାସା

ଓ୍ବାଶିଂଟନ, ୧୨।୩: ମହାକାଶ ଗବେଷଣା ସଂସ୍ଥା ନାସା ଏକ ନୂଆ ଅଧ୍ୟୟନ କରିଛି। ମହାକାଶରେ ନାସାର ବୈଜ୍ଞାନିକ ସାଲାଡରେ ବ୍ୟବହାର କରାଯାଉଥିବା ବନ୍ଧା କୋବି(ଲେଟସ୍‌) ଚାଷ...

ମଞ୍ଚ ଉପରେ କନ୍ୟାଙ୍କୁ ଲ୍ୟାପ୍‌ଟପ୍‌ରେ କାମ କରୁଥିବା ଦେଖି ଏଭଳି କହିଲେ ଅତିଥି…

ମୁମ୍ବାଇ,୪।୭: କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଏବେ ସରକାରୀ ହେଉ କି ବେସରକାରୀ ସମସ୍ତ କାର୍ଯ୍ୟାଳୟରେ କମ୍‌ କର୍ମଚାରୀଙ୍କୁ ନେଇ କାମ କରାଯାଉଛି। ବାକି ଅନ୍ୟମାନେ...

ରାଜ୍ୟରେ ପୁଣି ବଢ଼ିଲା ସଂକ୍ରମଣ: ଗତ ୨୪ଘଣ୍ଟାରେ ୧,୧୦୭ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୨।୮(ବ୍ୟୁରୋ): ଗତ କିଛି ଦିନ ହେଲା ଓଡ଼ିଶାରେ କରୋନା ଗ୍ରାଫ୍‌ ସ୍ଥିର ରହୁଛି। ଦୈନିକ ସଂକ୍ରମଣ କେବେ ବଢ଼ୁଛି ତ କେବେ କମୁଛି। ଇତିମଧ୍ୟରେ ବୁଧବାର...

Advertisement
Archives

Model This Week