ଆମିକସ୍‌ କ୍ୟୁରିଙ୍କ ଶ୍ରୀମନ୍ଦିର ପରିଦର୍ଶନ

ପୁରୀ ଅଫିସ୍‌.୭।୯: ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ରଞ୍ଜିତ୍‌ କୁମାର ଓ ସଲିସିଟର ଜେନେରାଲ ତୁଷାର ମେହେଟା ଶନିବାର ସକାଳେ ଶ୍ରୀମନ୍ଦିର ପରିଦର୍ଶନ କରିଛନ୍ତି। ସକାଳ ୭ଟା ୧୦ରେ ଉଭୟ ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ଜିଲାପାଳ ବଲବନ୍ତ ସିଂହ, ଡିଆଇଜି ଆଶିଷ ସିଂହ, ଏସ୍‌ପି ଉମାଶଙ୍କର ଦାସ ପ୍ରମୁଖ ମହାପ୍ରଭୁଙ୍କ ଖଣ୍ଡୁଆ ଓ ପୁଷ୍ପଗୁଚ୍ଛ ଦେଇ ସେମାନଙ୍କୁ ସ୍ବାଗତ କରିଥିଲେ। ଏହାପରେ ସେମାନେ ଶ୍ରୀମନ୍ଦିରକୁ ଯାଇ ଭିତରକାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ବେଢ଼ା ପରିସରରେ ଥିବା ବିଭିନ୍ନ ମନ୍ଦିର ପରିଦର୍ଶନ କରିଛନ୍ତି। ଏଥିସହ ଆନନ୍ଦବଜାର, କୋଇଲି ବୈକୁଣ୍ଠ, ଉପବନ, ସାହାଣୀ ମଣ୍ଡପ, ସ୍ନାନବେଦୀ ସମେତ ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ। ପ୍ରାୟ ଦେଢ଼ଘଣ୍ଟା ମନ୍ଦିର ଭିତରେ ରହିବା ପରେ ଆମିକସ୍‌ କ୍ୟୁରି ଫେରିଛନ୍ତି। ୭୫ମିଟର ଉଚ୍ଛେଦକୁ ନେଇ ସୁପ୍ରିମକୋର୍ଟରେ ହୋଇଥିବା ମାମଲା ରୁଜୁ ପରେ ସେମାନେ ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ଲାଗି ପୁରୀ ଆସିଛନ୍ତି। ଗଜପତି ମହାରାଜା, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସମେତ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ସୁପ୍ରିମକୋର୍ଟରେ ତାଙ୍କର ରିପୋର୍ଟ ଦାଖଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ସିଏଲ୍‌ ଖଣି ପରିଦର୍ଶନ କଲେ ସିଆଇଏଲ୍‌ ଅଧ୍ୟକ୍ଷ: ଉତ୍ପାଦନ ସହ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ

ତାଳଚେର,୨୮ା୨(ନି.ପ୍ର.) – ଦେଶ ଅଗ୍ରଗତି କରୁଥିବା ବେଳେ କୋଇଲାର ଚାହିଦା ଦିନକୁ ଦିନ ବଢୁଛି। ତେଣୁ କୋଇଲା ଉତ୍ପାଦନ ଓ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ ଦିଆଯିବ...

ବିଦ୍ୟୁତ୍‌ ଟାଓ୍ବାରରେ ଚଢ଼ି ଗଲେ ଯୁବକ, ଓହ୍ଲାଇବାକୁ କଲେ ନାକେଦମ

ପରଜଙ୍ଗ,୧୮।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ଅନନ୍ତ ଶୟନ ନିକଟରେ ଥିବା ଅତି ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ଟାଓ୍ବାର ଉପରକୁ...

କରୋନା ଭୟ: ମୁଖ୍ୟରାସ୍ତା ବନ୍ଦ କଲେ ଯୁବଗୋଷ୍ଠୀ

କେଗାଁ, ୨୯ା୩(ଡି.ଏନ.ଏ.)-କରୋନା ଭୟରେ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ସାନଚେରଗାଁ ଗ୍ରାମର ଯୁବଗୋଷ୍ଠୀ ରବିବାରଠାରୁ ଗାଁକୁ ଥିବା ତିନି ପ୍ରବେଶ ପଥରେ ବାଉଁଶ ବାନ୍ଧି ରାସ୍ତା...

ସହରରେ ମାତିଲେ ଡକାୟତ: ଆକ୍ରମଣରେ ୪ ଫାଇନାନ୍ସ କର୍ମଚାରୀ ଗୁରୁତର

ଢେଙ୍କାନାଳ ଅଫିସ, ୫।୧ – ଢେଙ୍କାନାଳ ସହରର ଅନ୍ୟତମ ଜନବହୁଳପୂର୍ଣ୍ଣ ଅଞ୍ଚଳ ଭାବେ ପରିଚିତ କୁଞ୍ଜକାନ୍ତ ଲଳିତ ନଗରରେ ଶନିବାର ରାତି ୯ଟାରେ ସଶସ୍ତ୍ର ଡକାୟତି...

ରାଜଧାନୀରେ ବନ୍ଦ ରହିବ କୋଚିଂ ସେଣ୍ଟର

ଭୁବନେଶ୍ୱର,୧୫।୩ (ବ୍ୟୁରୋ): କରୋନା ପାଇଁ ଶୁକ୍ରବାର ସିନେମା ହଲ୍‌, ସୁଇମିଂ ପୁଲ, ଜିମ୍‌ ସେଣ୍ଟରକୁ ବନ୍ଦ କରାଯାଇଥିବାବେଳେ ଶନିବାର ରାଜଧାନୀର ସମସ୍ତ କୋଚିଂ ସେଣ୍ଟର ଓ...

ଖୁବ୍‌ଶୀଘ୍ର ୩ ଜିଲାରେ ବୋଟ୍‌ ଆମ୍ବୁଲାନ୍ସ ସେବା

ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯ରେ ଆରମ୍ଭ ହୋଇଥିବା ବୋଟ୍‌ ଆମ୍ବୁଲାନ୍ସ ସେବା ବିଚ୍ଛିନ୍ନାଞ୍ଚଳ ସହ କେତେକ ଆଭ୍ୟନ୍ତରୀଣ ଜିଲାଗୁଡ଼ିକରେ ବିଶେଷଭାବେ ସଫଳ ହୋଇଛି। ବିଚ୍ଛିନ୍ନାଞ୍ଚଳର...

ଗଞ୍ଜାମ ଜିଲା: ୧୩୫ ଜଣଙ୍କ କୋଭିଡ -୧୯ ଟେଷ୍ଟ ରିପୋର୍ଟକୁ ଅପେକ୍ଷା, ୧୦୫ ନେଗେଟିଭ୍‌

ଛତ୍ରପୁର,୭ା୧(ଡି.ଏନ୍‌.ଏ.)- ବ୍ରହ୍ମପୁର ବଡମେଡିକାଲରେ କୋଭିଡ-୧୯ ସାମ୍ପୁଲ ସଂଗ୍ରହ କରାଯାଇ ଟେଷ୍ଟିଂ ପାଇଁ ଭୁବନେଶ୍ୱର ଆର୍‌ଏମ୍‌ଆର୍‌ସିକୁ ପଠାଯାଉଛି। ସୋମବାର ସନ୍ଧ୍ୟାସୁଦ୍ଧା ଗଞ୍ଜାମ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗଣମାଧ୍ୟମକୁ...

ଗାଁ-ଘର୍‌ଫେରା ତିହାର୍‌

ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିରେ ଓଡିଶାର ପଶ୍ଚିମ ପ୍ରାନ୍ତ ବା କୋଶଳାଞ୍ଚଳରେ ଧୁମ୍‌ଧାମ୍‌ରେ ପାଳନ କରାଯାଏ ଗଣପର୍ବ ନୂଅଁାଖାଇ। ବହୁ ଦିଗରୁ ଏହା ଏକ ଅନନ୍ୟ...

Advertisement
Archives

Model This Week