ଆମଦାନୀ ନ ଥିବାରୁ ଅଣ୍ଡା ଅଭାବ, ବଢୁଛି ଦର

ଜୟପୁର,୩ା୪(ଡି.ଏନ୍‌.ଏ.) କରୋନା ମୁକାବିଲା କ୍ରମରେ ସବୁଠି ଲକ ଡାଉନ ସହ କୋରାପୁଟ ଜିଲାର ସୀମା ସିଲ କରାଯାଇଛି। ଏଭଳି ପରିସ୍ଥିତିରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ଆମଦାନୀ ହେଉଥିବା ଅଣ୍ଡା ଆସିପାରୁ ନ ଥିବାରୁ ଜୟପୁର ସହରରେ ଏବେ ଏହାର ଅଭାବ ଦେଖାଦେଲାଣି। ଜିଲାର ଜୟପୁର ବ୍ଲକ ରଣ୍ଡାପାଲୀ ଓ କୁମୁଲିପୁଟରେ ୨ଟି କୁକୁଡ଼ା ଫାର୍ମ ରହିଛି। ଉଭୟ ଫାର୍ମ ଦୈନିକ ୪୦ହଜାର ଅଣ୍ଡା ଉପତ୍ାଦନ କରିଥାଆନ୍ତି। କିନ୍ତୁ କେବଳ ଜୟପୁର ସହରର ବଜାରରେ ଏକ ଲକ୍ଷ ଅଣ୍ଡା ବିକ୍ରି ହୋଇଥାଏ। ଲକଡାଉନ ଯୋଗୁ ଛେଳି, କୁକୁଡ଼ା ମାଂସ ଓ ମାଛର ମଧ୍ୟ ଅଭାବ ଦେଖାଦେବା ପରେ ଲୋକେ ସେହି ତୁଳନାରେ ଏବେ ଅଣ୍ଡାକୁ ଖାଦ୍ୟ ଭାବେ ଗ୍ରହଣ କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଫଳରେ କୁକୁଡ଼ା ଅଣ୍ଡାର ଚାହିଦା ବଢୁଛି। କିନ୍ତୁ ଆମଦାନୀ ବନ୍ଦ ଯୋଗୁ ଜିଲାରେ ଏହାର ଅଭାବ ଦେଖାଦେବା ସହ ବେପାରୀମାନେ ଗଚ୍ଛିତ ଥିବା ଅଣ୍ଡାକୁ ଅଧିକ ଦରରେ ବିକୁଛନ୍ତି। ଫାର୍ମ ପକ୍ଷରୁ ଅଣ୍ଡା ପିଛା ୩ ଟଙ୍କା ୭୦ ପଇସାରେ ବ୍ୟବସାୟୀଙ୍କୁ ବିକ୍ରି କରାଯାଉଥିବା ବେଳେ ସେମାନେ ଏହାକୁ ସାଧାରଣ ଲୋକଙ୍କୁ ୫ରୁ ୬ଟଙ୍କାରେ ବିକୁଛନ୍ତି। ଲକ୍‌ଡାଉନ ଯୋଗୁ ଅସାଧୁ ବ୍ୟବସାୟୀ ଏହାର ଫାଇଦା ନେଉଛନ୍ତି। ପ୍ରଶାସନ ଏହା ଉପରେ ରୋକ ଲଗାଇବା ଆବଶ୍ୟକ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri