ଦାରିଙ୍ଗବାଡ଼ି,୨୯।୯(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଶ୍ରାନିକେତା ପଞ୍ଚାୟତରେ ଆବାସ ଯୋଜନାରେ ହିତାଧିକାରୀଙ୍କୁ ପ୍ରାପ୍ୟ ଦିଆଯାଇ ନ ଥିବା ସ୍ଥାନୀୟ ବିଡିଓ ଏବଂ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା ା ଏହା ଦଣ୍ଡିମାହା ଗ୍ରାମର ରୋଜୀ ପ୍ରଧାନ କରିଥିଲେ ା ଏନେଇ ପ୍ରଥମେ ଧରିତ୍ରୀରେ ଗତ ୧୦ ତାରିଖରେ ଖବର ପ୍ରକାଶିତ ହୋଇଥିଲା। ପରେ ପ୍ରଶାସନ ଖୋଳତାଡ଼ ଆରମ୍ଭ କରିଥିଲା ା ତେବେ ରୋଜୀଙ୍କ ଉକ୍ତ ଘର ନିର୍ମାଣ ବେଳେ ଏମ୍ଜିଏନ୍ଆରଇଜିଏସ୍ ବାବଦକୁ ଯେଉଁ ୧୬ ହଜାର ୫ଶହ ଟଙ୍କା ମିଳ ନ ଥିବା ଜଣାପଡିଥିଲା ଉକ୍ତ ମଜୁରି ଅନ୍ୟ ଆକାଉଣ୍ଟକୁ ଯାଇଥିଲା। ଯେଉଁ ହିତାଧିକାରୀ କାମ କରି ନ ଥିଲେ ସେମାନଙ୍କ ଆକାଉଣ୍ଟକୁ ଉକ୍ତ ଟଙ୍କା ଯାଇଥିଲ। ସେମାନେ ଏହି ଟଙ୍କା ରୋଜୀଙ୍କ ଆକାଉଣ୍ଟକୁ ଫେରାଇ ଦେଇଥିବା ପ୍ରଶାସନକୁ ସେମାନେ ଜଣାଇଛନ୍ତି। ଏହି ଅଭିଯୋଗ ତତ୍କାଳୀନ ଗ୍ରାମରୋଜଗାର ସେବକ ବିଜୟ କୁମାର ସାହୁଙ୍କ ନାମରେ ରୋଜୀ କରିଥିଲେ। ସେ ସମୟରେ ବିଜୟଙ୍କର ଅନ୍ୟସ୍ଥାନକୁ ବଦଳି ହୋଇସାରିଥିଲା ା ରୋଜୀ ନିର୍ଦ୍ଦିଷ୍ଟ ଭାବେ ତାଙ୍କୁ ଏଥି ପାଇଁ ଦାୟୀ କରିବାକୁ ନେଇ ସାହୁ କହିଛନ୍ତି, ରୋଜୀ ତାଙ୍କଠାରୁ ଆବାସ ଯୋଜନାରେ ଘର କାର୍ଯ୍ୟପାଇଁ ସିମେଣ୍ଟ ନେଇଥିଲେ । ସେ ଉକ୍ତ ଅର୍ଥ ବିଲ୍ ହେବା ପରେ ଫେରେଇ ଦେବି ବୋଲି କହିଥିଲେ । କିନ୍ତୁ ବିଲ୍ ମିଳିବା ପରେ ସେ ମୋତେ ଫେରେଇ ନ ଥିଲେ । ଉକ୍ତ ଅର୍ଥ ମଗାଯିବାରୁ ସେ ମୋ ବିରୋଧରେ ମିଥ୍ୟା ଅଭିଯୋଗ ଜିଲା ପ୍ରଶାସନ ନିକଟରେ କରିଥିଲେ। ଏନେଇ ରୋଜୀଙ୍କ ସହ ଯୋଗାଯୋଗ କରାଯିବାରୁ ସେ ତାଙ୍କର ଟଙ୍କା ଫେରି ପାଇଥିବା କହିଛନ୍ତି ା

କନ୍ଧମାଳ ଲକ୍ଡାଉନ୍: ବୃଦ୍ଧି ପାଉଛି ଚୋରା ମଦ କାରବାର
ଦାରିଙ୍ଗବାଡ଼ି,୨୫।୩(ଡି.ଏନ୍.ଏ.): କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ଲାଗି କନ୍ଧମାଳ ଜିଲାରେ ୧୪୪ ଧାରା ବଳବତ୍ତର ରହିବା ସହ ଲକ୍ଡାଉନ୍ କରାଯାଇଛି । ଏହି...

ସିମନବାଡ଼ିରେ ପାଳନ ହେଲା ଦଶହରା
ଦାରିଙ୍ଗବାଡ଼ି,୮।୧୦(ଡି.ଏନ.ଏ.)- ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିରେ ଭାଇଚାରାରେ ପାଳନହେଲା ଦଶହରା ପର୍ବ ା ମା’ଦୁର୍ଗାଙ୍କ ମୃଣ୍ମୟ ମୁର୍ତ୍ତିକୁ ପୂଜାର୍ଚ୍ଚନା ସହ ଦର୍ଶନ ପାଇଁ ଭିଡ଼ ଜମିଥିଲା। ସେହିପରି...

ଶିଶୁ ମୃତ୍ୟୁର ୨୪ ଘଣ୍ଟା ନ ପୂରୁଣୁ ଚାଲିଗଲା ନାବାଳିକା ମା’ଙ୍କ ଜୀବନ
ଜି.ଉଦୟଗିରି,୭ା୧୦(ଡି.ଏନ୍.ଏ.): ଜି.ଉଦୟଗିରି ସେବା ସଦନରେ ରହୁଥିବା ଜଣେ ସପ୍ତମ ଶ୍ରେଣୀ ନାବାଳିକା ବୁଧବାର ରାତିରେ ଏକ ମୃତ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଏହି ଘଟଣାର ୨୪...

ବାଇକ୍-ସ୍କୁଟି ମୁହାଁମୁହିଁ : ଶିକ୍ଷୟିତ୍ରୀଙ୍କ ସହ କିରାଣିଙ୍କ ମୃତ୍ୟୁ
ଜି.ଉଦୟଗିରି ୨୬।୧୧(ଡି.ଏନ୍. ଏ.): କନ୍ଧଳମାଳ ଜିଲା ଜି.ଉଦୟଗିରି ଥାନା ଅନ୍ତର୍ଗତ ନିଲୁଙ୍ଗିଆଠାରେ ଶନିବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏକ ସ୍କୁଟିକୁ ପଲସର ବାଇକ୍ ଧକ୍କା...
ସରପଞ୍ଚ ପଦବୀ ଲାଗି ଦ୍ୱିମୁଖୀ ଲଢେଇ
ଫୁଲବାଣୀ ଅଫିସ/ଫିରିଙ୍ଗିଆ,୧୧ା୧୧-କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକର ୩ ପଞ୍ଚାୟତରୁ ମାତ୍ର ପକାରୀରେ ହିଁ ଆସନ୍ତା ୨୭ରେ ଉପ ନିର୍ବାଚନ ହେବ। କ୍ରାଣ୍ଡିବାଲି ଏବଂ ସୁମରବନ୍ଧରେ ଭୋଟ...

ଦାରିଙ୍ଗବାଡ଼ିରେ ଶୀତ, ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ
ଦାରିଙ୍ଗବାଡ଼ି,୧୪।୧୧(ଡି.ଏନ୍.ଏ.) -ଦାରିଙ୍ଗବାଡ଼ିରେ ଶୀତ ଅନୁଭୂତ ହୋଇଛି। ଚଳିତ ବର୍ଷ ବିଳମ୍ବରେ ଶୀତ ହୋଇଥିବାରୁ ପାଣିପାଗରେ ଅନିୟମିତତା ଯୋଗୁ ଏପରି ହୋଇଥିବା କୁହାଯାଉଛି। ବାରମ୍ବାର ଲଘୁଚାପ ସହ...

ବହିରାଗତଙ୍କ ଘର ବାହାରେ ଲାଗିଲା ପୋଷ୍ଟର
ରାଇକିଆ,୨୭।୩(ଡି.ଏନ୍.ଏ.)- କନ୍ଧମାଳ ଜିଲା ରାଇକିଆ ଅଞ୍ଚଳର ଯେଉଁମାନେ ରାଜ୍ୟ ବାହାରେ ରହି କାମ କରୁଥିଲେ ସେମାନେ ଏବେ ଗଁାକୁ ଫେରିଛନ୍ତି। ସେମାନଙ୍କୁ ହୋମ୍ ଆଇସୋଲେଶନରେ ରହିବାକୁ...

ଶୀତରେ ଥରୁଛି କନ୍ଧମାଳ
ଫୁଲବାଣୀ ଅଫିସ/ଜି.ଉଦୟଗିରି/ ଦାରିଙ୍ଗବାଡି(ଡି.ଏନ୍.ଏ.)୧୦ା୧୨: କନ୍ଧମାଳ ଜିଲା ଶୀତରେ ଥରୁଛି ା ଶୁକ୍ରବାର ଜି.ଉଦୟଗିରିରେ ପାରଦ ଖସି ୬ ଡିଗ୍ରୀରେ ପହଞ୍ଚିଥିବା ବେଳେ ଫୁଲବାଣୀରେ ୬.୬ ଡିଗ୍ରୀଓ...