Posted inଖେଳ

ଆଫଗାନିସ୍ତାନ ବିପକ୍ଷରୁ ଅଷ୍ଟ୍ରେଲିଆ ଅଭିଯାନ

ଲଣ୍ଡନ,୧।୬(ଏଏଫ୍‌ପି)- ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଶନିବାର ବ୍ରିଷ୍ଟଲସ୍ଥିତ କାଉଣ୍ଟି ଗ୍ରାଉଣ୍ଡରେ ଆଫଗାନିସ୍ତାନ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଷ୍ଟିଭ୍‌ ସ୍ମିଥ୍‌ ଓ ଡେଭିଡ ଓ୍ବାର୍ନର ପୁଣି ଥରେ ଏହି ବିଶ୍ୱକପ୍‌ରେ ଦିନିକିଆ କ୍ୟାରିୟର ସଜାଡିବାର ଅପୂର୍ବ ସୁଯୋଗ ହାସଲ କରିବେ। ବଲ୍‌ ଟ୍ୟାମ୍ପରିଂ ମାମଲାରେ ଏହି ଦୁଇ ଖେଳାଳି ବର୍ଷେ ବାସନ୍ଦ ହୋଇଥିଲେ। ଏବେ ଏହି ଦୁଇ ତାରକା ଦିନିକିଆ ଫର୍ମାଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗତ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍‌)ରେ ସ୍ମିଥ୍‌ ଓ ଓ୍ବାର୍ନର ଦମ୍‌ଦାର ପ୍ରଦର୍ଶନ କରିଥିଲେ। ଆଇପିଏଲ୍‌ରେ ଓ୍ବାର୍ନର ସର୍ବାଧିକ ରନ ସଂଗ୍ରହ କରିଥିଲେ। ସ୍ମିଥ୍‌ ମଧ୍ୟ ଶତକ ହାସଲ କରି ଇଂଲଣ୍ଡ ବିପକ୍ଷ ଓ୍ବାର୍ମଅପ୍‌ ଗେମ୍‌ରେ ଅଷ୍ଟ୍ରେଲିଆକୁ ଜିତାଇଥିଲେ। ଆରୋନ ଫିଞ୍ଚ୍‌ଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ମଧ୍ୟ ଠିକ୍‌ ସମୟରେ ଲୟକୁ ଫେରିଛି ଓ ବିଶ୍ୱକପ୍‌ର ଅନ୍ୟତମ ଫେଭରାଇଟ୍‌ ଦଳ ଭାବେ ବିବେଚିତ ହେଉଛି। ଗତ ମାର୍ଚ୍ଚରେ ଭାରତକୁ ୩-୨ରେ ଦିନିକିଆ ସିରିଜରେ ପରାସ୍ତ କରିବା ପରେ ଅଷ୍ଟ୍ରେଲିଆ ସ୍ମିଥ୍‌ ଓ ଓ୍ବାର୍ନରଙ୍କୁ ଦଳରେ ସ୍ବାଗତ କରିଥିଲା। ଏହି ଦୁଇଜଣ ଭଲ ପ୍ରଦର୍ଶନ କରିବେ ବୋଲି ପୂର୍ବତନ ଦ୍ରୁତ ବୋଲର ବ୍ରେଟ ଲୀ କହିଛନ୍ତି। ପ୍ୟାଟ କୁମିନ୍ସ, ମିଚେଲ ଷ୍ଟାର୍କ, ଜାସନ ବେହରେନଡୋର୍ଫ, ନାଥନ କୁଲ୍ଟର ନିଲ୍‌ ଓ କେନ ରିଚାର୍ଡସନଙ୍କୁ ନେଇ ଅଷ୍ଟ୍ରେଲିଆ ଦ୍ରୁତ ବୋଲିଂ ବେଶ ଦୃଢ ମନେହେଉଛି। ସେହିପରି ଆଡାମ ଜାମ୍ପା ଓ ନାଥନ ଲିୟନଙ୍କୁ ନେଇ ସ୍ପିନ୍‌ ବିଭାଗ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି। ୫ଥର ଟାଇଟଲ ହାସଲ କରିଥିବା ଅଷ୍ଟ୍ରେଲିଆ ଆଫଗାନିସ୍ତାନ ବିପକ୍ଷରେ ଫେଭରାଇଟ ମନେହେଉଛି। ଆସୋସିଏଟ ଦେଶରୁ ଆଫଗାନିସ୍ତାନ କ୍ରିକେଟର ଏଲିଟ ଗ୍ରୁପ୍‌ରେ ସ୍ଥାନ ପାଇ ଯଥେଷ୍ଟ ଉନ୍ନତି କରିଛି। ସେତେ ଜଣାଶୁଣା ନ ଥିବା ଗୁଲବଦିନ ନାଇବଙ୍କୁ ନେତୃତ୍ୱ ପ୍ରଦାନ କରାଯାଇଛି। ଅସଘର ଆଫଗାନଙ୍କ ବଦଳରେ ତାଙ୍କୁ ଅଧିନାୟକ ନିଯୁକ୍ତ କାରଯାଇଥିଲା। ଅବଶ୍ୟ ଦଳରେ କେତେକ ବରିଷ୍ଠ ସଦସ୍ୟ ଏହାକୁ ନାପସନ୍ଦ କରିଥିଲେ। ବିଶ୍ୱକପ୍‌ରେ ଆଫଗାନିସ୍ତାନ ଏଥର କିଛି କରିଦେଖାଇବା ଲକ୍ଷ୍ୟରେ ରହିଛି। ଅସଘରଙ୍କ ଅଭିଜ୍ଞତାରୁ ଫାଇଦା ଉଠାଇବୁ ବୋଲି ଗୁଲବଦିନ କହିଛନ୍ତି। ଷ୍ଟାର ସ୍ପିନର ରସିଦ ଖାଁ ଉପରେ ସମସ୍ତଙ୍କ ନଜର ରହିଛି। ବିଶ୍ୱ ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷରେ ରହିଛନ୍ତି। ସେହିପରି ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ ସେ ତୃତୀୟ ସ୍ଥାନରେ ରହିଛନ୍ତି। ବିଶ୍ୱକପ୍‌ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ଆଫଗାନିସ୍ତାନ ପାକିସ୍ତାନକୁ ହରାଇ ବିପର୍ଯ୍ୟୟ ଘଟାଇଥିଲା। ଆଫାଗାନିସ୍ତାନ ଏଥର ସେମିଫାଇନାଲ ଖେଳିବାର ଲକ୍ଷ୍ୟରେ ରହିଛି। ରସିଦ ଓ ମୁଜିବ ଉର ରହମାନଙ୍କ ଭଳି ଖେଳାଳି ଦଳରେ ରହିଛନ୍ତି। ଏଥର ବିଶ୍ୱକପ୍‌ରେ କେତୋଟି ବିପର୍ଯ୍ୟୟ ଘଟାଇବା ଲକ୍ଷ୍ୟରେ ରହିଛି ବୋଲି ଆଫଗାନିସ୍ତାନ ମୁଖ୍ୟ ଚୟନକର୍ତ୍ତା ଦଲସ ଖାଁ ଅହମଦଜାଇ କହିଛନ୍ତି। ତେଣୁ ପ୍ରଥମ ମ୍ୟାଚ୍‌ରେ ଆଫଗାନିସ୍ତାନ ଅଷ୍ଟ୍ରେଲିଆକୁ ସହଜରେ ବାଟ ଛାଡିବ ନାହଁି ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Paris Olympics 2024: ଫାଇନାଲରେ ସୁଟର ମନୁ ଭାକର

ନୂଆଦିଲ୍ଲୀ,୨୭।୭: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପ୍ରଥମ ଦିନରେ ଭାରତ ପାଇଁ ଭଲ ଖବର ଆସିଛି। ସୁଟର ମନୁ ଭାକର ମହିଳା ୧୦ ମିଟର ଏୟାର ପିସ୍ତଲ...

ଶ୍ରୀଲଙ୍କାରେ ଏ କ’ଣ ହେଲା? ସିରିଜ ଆରମ୍ଭ ପୂର୍ବରୁ ସର୍ବସମ୍ମୁଖରେ ଭାବବିହ୍ବଳ ହେଲେ ଗମ୍ଭୀର,Video

ନୂଆଦିଲ୍ଲୀ,୨୭।୭: ଟିମ୍‌ ଇଣ୍ଡିଆର ଶ୍ରୀଲଙ୍କା ଗସ୍ତର ଆରମ୍ଭ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ମୁକାବିଲାରୁ ହେବାକୁ ଯାଉଛି। ଗମ୍ଭୀର ଏହି ସିରିଜ ସହ ହେଡ୍‌ କୋଚ୍‌...

ଅଲିମ୍ପିକ୍ସରେ ଦିଆଯାଉଥିବା ସ୍ବର୍ଣ୍ଣ ପଦକ ରୂପାରେ ତିଆରି! କାରଣ ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୭।୭: ପ୍ୟାରିସ ପ୍ରସ୍ତୁତ। ବିଶ୍ୱର ୧୦,୫୦୦ରୁ ଊର୍ଦ୍ଧ୍ୱ ଆଥଲେଟ୍‌ଙ୍କ ସମାଗମରେ ‘ସିଟି ଅଫ ଲାଇଟ୍ସ’ ହୋଇଉଠିଛି ଚଳଚଞ୍ଚଳ। ଶୁକ୍ରବାରଠାରୁ ଏଠାରେ ଆରମ୍ଭ ହୋଇଛି ବିଶ୍ୱର ସର୍ବୋଚ୍ଚ...

ଆଜି ଭାରତ-ଶ୍ରୀଲଙ୍କା ମ୍ୟାଚ୍‌

ପାଲିକେଲ, ୨୭।୭: ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ସୀମିତ ଓଭର ସିରିଜ ଶନିବାରଠାରୁ ଆରମ୍ଭ ହେବ। ଭ୍ରମଣକାରୀ ଦଳ ନୂଆ କୋଚ୍‌ ଗୌତମ ଗମ୍ଭୀର...

୫୮ ବର୍ଷରେ ଅଲିମ୍ପିକ୍ସ ଡେବ୍ୟୁ କଲେ ଏହି ଖେଳାଳି

ସାଣ୍ଟିଆଗୋ,୨୬ା୭: ଚିଲିର ଟେବୁଲ ଟେନିସ୍‌ ଖେଳାଳି ଝେଙ୍ଗ ଝିୟିଙ୍ଗ ୫୮ ବର୍ଷ ବୟସରେ ଅଲିମ୍ପିକ୍ସ ପଦାର୍ପଣ କରିବାକୁ ଯାଉଛନ୍ତି। ଚାଇନାରେ ଜନ୍ମ ନେଇଥିବା ଏହି ଖେଳାଳି...

ଆଜି ନ୍ୟୁଜିଲାଣ୍ଡ ବିପକ୍ଷରୁ ଭାରତର ଅଭିଯାନ ଆରମ୍ଭ

ପ୍ୟାରିସ, ୨୭।୭ : ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଅଭିଯାନ ଶନିବାର ଆରମ୍ଭ ହେବ। ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ମେଡାଲିଷ୍ଟ ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ...

୧୭ ଶୁଟରଙ୍କ ପଦାର୍ପଣ

ପ୍ୟାରିସ୍‌,୨୭।୭: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହୋଇସାରିଥିବା ବେଳେ ଶନିବାର ଭାରତୀୟ ଶୁଟିଂ ଦଳ ଏହାର ଅଭିଯାନ ଆରମ୍ଭ କରିବ। ଭାରତ ଅଲିମ୍ପିକ୍ସରେ ସମୁଦାୟ ୩୫ଟି...

ଭବିଷ୍ୟତରେ ଟିମ୍‌ ଇଣ୍ଡିଆର ୩ ଫର୍ମାଟର ଅଧିନାୟକ ହେବେ ଗିଲ! ଟି୨୦- ଦିନିକିଆ ପରେ ଏବେ…

ନୂଆଦିଲ୍ଲୀ,୨୬।୭: ଭାରତୀୟ କ୍ରିକେଟ ଟିମ୍‌ର ୨୪ ବର୍ଷୀୟ ଓପନର ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲଙ୍କୁ ନିକଟରେ ଶ୍ରୀଲଙ୍କା ଗସ୍ତ ଲାଗି ଦିନିକିଆ ଏବଂ ଟି୨୦ରେ ଭାରତର ଉପଅଧିନାୟକ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri