Posted inଖେଳ

ଆଫଗାନିସ୍ତାନ ଦଳରେ ଅଲାମଙ୍କ ସ୍ଥାନରେ ଶିର୍‌ଜାଦ

ଲିଡ୍ସ, ୨୮ା୬ (ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ଆଫଗାନିସ୍ତାନର ଅବଶିଷ୍ଟ ମ୍ୟାଚଗୁଡ଼ିକ ଲାଗି ଅଫତାବ ଆଲାମ ବାଦ୍‌ ପଡ଼ିଥିବାବେଳେ ତାଙ୍କ ସ୍ଥାନରେ ବାମହାତୀ ମିଡିୟମ ପେସ୍‌ ବୋଲର ସୟେଦ ଅହମ୍ମଦ ଶିର୍‌ଜାଦଙ୍କୁ ଦଳରେ ସ୍ଥାନ ମିଳିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ତରଫରୁ ଗୁରୁବାର ଏ ସମ୍ପର୍କରେ ସ୍ପଷ୍ଟ କରିଦିଆଯାଇଛି। ଏକ ବିଶେଷ ପରିସ୍ଥିତିରେ ଆଲାମଙ୍କ ସ୍ଥାନରେ ଶିରଜାଦଙ୍କୁ ନିଆଯାଇଥିବା ଆଇସିସି ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି। ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ୍‌ ୨୦୧୯ର ଇଭେଣ୍ଟ ଟେକ୍‌ନିକାଲ କମିଟି ଦ୍ୱାରା ଏହା ଅନୁମୋଦନ ଲାଭ କରିଛି। ଆଫଗାନିସ୍ତାନ ଏପର୍ଯ୍ୟନ୍ତ ଖେଳିସାରିଥିବା ସମସ୍ତ ୭ଟି ଗେମ୍‌ରେ ପରାଜୟ ସହ ବିଶ୍ୱକପ୍‌ ଦୌଡ଼ରୁ ବାଦ୍‌ ପଡ଼ିସାରିଛି। ସମ୍ମାନ ରକ୍ଷା ପାଇଁ ଏହି ଦଳ ଶନିବାର ପାକିସ୍ତାନ ଏବଂ ଜୁଲାଇ ୪ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ବିଶ୍ୱକପ୍‌: ଭାରତ- ପାକିସ୍ତାନ ହାଇଭୋଲ୍‌ଟେଜ ମୁକାବିଲା

ମାଞ୍ଚେଷ୍ଟର,୧୬।୬(ପି.ଟି.)- ପୁଣି ଥରେ ଉପମହାଦେଶର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଏକ ହାଇଭୋଲଟେଜ କ୍ରିକେଟ ମ୍ୟାଚ୍‌ରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଚଳିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)...

ମିଡ୍‌ଲସେକ୍ସ ଦଳକୁ ରେକର୍ଡ ବିଜୟ ଦେଲେ ମୋର୍ଗାନ

ନ୍ୟୁୟର୍କ,୩୧।୮: ବିଶ୍ୱକପ୍‌ ଚାମ୍ପିୟନ ଇଂଲଣ୍ଡ ଦଳର ଅଧିନାୟକ ଇଆନ ମୋର୍ଗାନ ଚମତ୍କାର ଫର୍ମ ଜାରି ରଖିଛନ୍ତି। ତାଙ୍କର ବିସ୍ଫୋରକ ୮୩ ରନ୍‌ର ଇନିଂସ ଯୋଗୁ ମିଡ୍‌ଲସେକ୍ସ...

ଶୋକ ପ୍ରକାଶ କଲେ ରୋନାଲ୍ଡୋ, କୋହଲି

କାଲିଫର୍ନିଆ,୨୭।୧- କିମ୍ବଦନ୍ତୀ ବାସ୍କେଟବଲ ଖେଳାଳି କୋବେ ବ୍ରାଏଣ୍ଟ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏଥି ଯୋଗୁ କ୍ରୀଡ଼ା ଜଗତରେ ଖେଳିଯାଇଛି ଶୋକର ଛାୟା। ଫୁଟବଲ ଷ୍ଟାର...

ରସେଲ ବିଶ୍ୱକପ୍‌ରୁ ଆଉଟ୍‌

ମାଞ୍ଚେଷ୍ଟର, ୨୫ା୬ (ପି.ଟି.)-ଆଣ୍ଠୁରେ ଆଘାତ ଯୋଗୁ ଓ୍ବେଷ୍ଟଇଣ୍ଡିଜର ଅନ୍ୟତମ ପ୍ରମୁଖ ଖେଳାଳି ଅଲରାଉଣ୍ଡର ଆନ୍ଦ୍ରେ ରସେଲ ଚଳିତ ଆଇସିସି ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ଏହି ମେଗା...

କପିଲଙ୍କ ଶୋ’ ଦେଖିବା ପାଇଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ବିରାଟ କୋହଲି: ଜାଣନ୍ତୁ କାହିଁକି

କମେଡି କିଙ୍ଗ କପିଲ ଶର୍ମାଙ୍କ ଶୋ’କୁ ଅନେକ ସେଲିବ୍ରିଟି ଆସି ସେମାନଙ୍କ ଜୀବନ ସହ ଜଡିତ କାହାଣୀ ବାଣ୍ଟନ୍ତି। ଥରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ...

୫୦ କୋଟି ଛୁଇଁଲା ଏହି ଖେଳାଳିଙ୍କ ଫଲୋଅର୍ସଙ୍କ ସଂଖ୍ୟା

ଫୁଟବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ କ୍ୟାରିୟରରେ ଆଉ ଏକ ମାଇଲଷ୍ଟୋନ ସ୍ପର୍ଶ କରିଛନ୍ତି। ବିଶ୍ୱର ପ୍ରଥମ ଆଥ୍‌ଲେଟ୍‌ ଭାବେ ସୋସିଆଲ ମିଡିଆରେ ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା...

ଆଇପିଏଲ୍‌ ଇତିହାସରେ କୋହଲି ‘ରନ୍‌ ମେଶିନ’; ଏହି ୪ ଖେଳାଳି ତାଙ୍କୁ ଦେଉଛନ୍ତି ଟକ୍କର

ନୂଆଦିଲ୍ଲୀ,୪।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ ସିଜନ ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି। ଏହାର ଉଦ୍‌ଘାଟନୀ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ...

‘୭ ମିନିଟ୍‌ରେ କୋଚ୍‌ ହୋଇ ଭାରତକୁ କରିଥିଲେ ବିଶ୍ୱବିଜେତା’

ଭାରତୀୟ କ୍ରିକେଟ ଇତିହାସରେ ଗ୍ୟାରି କର୍ଷ୍ଟନଙ୍କୁ ସର୍ବଦା ସ୍ମରଣ କରାଯିବ। ଦକ୍ଷିଣ ଆଫ୍ରିକାର ଏହି କିମ୍ବଦନ୍ତୀ ଖେଳାଳିଙ୍କ କୋଚିଂରେ ଟିମ ଇଣ୍ଡିଆ ୨୦୧୧ରେ ଦିନିକିଆ ବିଶ୍ୱକପ...

Advertisement
Archives

Model This Week