ଆନନ୍ଦାନୁଭୂତି

ଉପନିଷଦ ଯୁଗର ଦିବ୍ୟଦ୍ରଷ୍ଟା ମହାନ୍‌ ଋଷିଗଣ ମାନବ ଜୀବନର ଅନ୍ତିମ ଲକ୍ଷ୍ୟ ନିର୍ଦ୍ଧାରଣକରି କହିଛନ୍ତି,‘ପରମାନନ୍ଦ ପ୍ରାପ୍ତି କରିବା।’ ସାଧୁସନ୍ଥ ଓ ଦିବ୍ୟ ପୁରୁଷଗଣ ମନୁଷ୍ୟକୁ ଜୀବନର ଅନ୍ତିମ ଲକ୍ଷ୍ୟ ହାସଲକରି ପରମାନନ୍ଦ ପ୍ରାପ୍ତ ହେବାକୁ କହିଆସିଛନ୍ତି । ଦେଖିବାକୁ ଗଲେ ଭଗବାନ୍‌ଙ୍କ ସହ ସଂଯୁକ୍ତ ନ ହୋଇ କେହି କେବେ ଆନନ୍ଦ ଲାଭ କରିନାହାନ୍ତି। ଏହାର ଉପର ସୋପାନଗୁଡ଼ିକୁ ଆରୋହଣ କରିବା ଆହୁରି କଷ୍ଟକର। ସେଗୁଡ଼ିକ ହେଉଛି – ନିତ୍ୟାନନ୍ଦ, ସତାନନ୍ଦ, ରସାନନ୍ଦ, ପରମାନନ୍ଦ, ପ୍ରେମାନନ୍ଦ, ସଚ୍ଚିଦାନନ୍ଦ ଓ ବ୍ରହ୍ମାନନ୍ଦ ସ୍ତର। ଥରେ ସେ ଶିଢ଼ିରେ ପାଦ ଦେଲେ ତାହା ସାଧକକୁ ଆପେ ଆପେ ସର୍ୱୋଚ୍ଚ ଆନନ୍ଦ ସ୍ତରକୁ ଘେନିଯାଏ। ଯାହା ଶାସ୍ତ୍ରମାନେ ଘୋଷଣା କରିଛନ୍ତି, ଯାହା ଆପ୍ତବାକ୍ୟ କହେ, ଅବତାର ପୁରୁଷମାନେ ଯାହା କହିଛନ୍ତି ମାନବ ମୂଳତଃ ବ୍ରହ୍ମକୁ ନିଜ ଭିତରେ ଧାରଣକରି ଚାଲିଛି ଏବଂ ତାହା ଉପଲବ୍ଧି କଲେ ଯାଇ ବ୍ରହ୍ମାନନ୍ଦ ସ୍ତରରେ ପହଞ୍ଚତ୍ୱ। ଆମ୍ଭେମାନେ ମୂଳତଃ ଆତ୍ମା, ଏହି ଉପଲବ୍ଧି ଆସିବା ଦରକାର। ନ ହେଲେ ଆନନ୍ଦ ଅନ୍ୟ କେଉଁଠାରୁ ମିଳିପାରିବ ନାହିଁ। ଏଥିପାଇଁ ଆତ୍ମା ସହ ସଂଯୋଗ ସ୍ଥାପନ ଦରକାର। ଯେମିତି ରାସ୍ତାରେ ଥିବା ବତିଖୁଣ୍ଟ ସହ ଆମ ଘରର ବିଦ୍ୟୁତ୍‌ ବ୍ୟବସ୍ଥା ସଂଯୁକ୍ତ ନ ହେଲେ ରାସ୍ତା ଖୁଣ୍ଟ ଯେତେ ପାଖରେ ଥିଲେ ମଧ୍ୟ ଘର ଆଲୋକିତ ହୋଇପାରେ ନାହିଁ, ଠିକ୍‌ ସେହିଭଳି ଶ୍ରେଷ୍ଠ ଆନନ୍ଦର ଉତ୍ସ ଆମ ଅନ୍ତରରେ ବିଦ୍ୟମାନ ଥିଲେ ବି ତାହା ସହ ସଂଯୁକ୍ତ ନ ହେଲେ ଆନନ୍ଦାନୁଭୂତି ଆମ ପାଇଁ ସୁଦୂରପରାହତ ହୋଇଯିବ। ଉତ୍ସ ସହ ସଂଯୁକ୍ତ ହେବା ଅର୍ଥ ନାମ ମାଧ୍ୟମରେ ନାମୀ ସହ ସଂଯୁକ୍ତ ହେବା। ନାମ ଓ ନାମୀ ଏକ, ଅଭିନ୍ନ ଓ ସମାନ ଶକ୍ତି ବିଶିଷ୍ଟ।
ଓଡ଼ିଶାର ପ୍ରାଚୀନ କବିମାନେ ତାଙ୍କ ରଚନାରେ କହିଥିଲେ, ‘ହରିନାମେ କି ରସ ଅଛି, ପାନକଲା ଲୋକ ସନା ଜାଣିଛି।’ କି ରସ ଅଛି ଅର୍ଥ ଆନନ୍ଦ ରସ ଅଛି। ରସ ହିଁ ଆନନ୍ଦର ଅନ୍ୟ ନାମ। କେବଳ ନାମରେ ଆନନ୍ଦ ଥାଏ। ଅନ୍ୟ ଜଣେ କବି କହିଲେ – ବନ୍ଧ୍ୟା ନାରୀ ବୀରପୁତ୍ରର ଜନନୀ ହୋଇଛନ୍ତି। ଦିନେ କେବେ ଏହା ସମ୍ଭବ ହୋଇପାରେ; କିନ୍ତୁ ହରି ନାମ ବିନା ଜଣେ ଆନନ୍ଦ ପାଇଛନ୍ତି ଏହା ଅସମ୍ଭବ। ଧଳା ରଙ୍ଗର କୁଆ ଦିନେ କେବେ ଦେଖିବାକୁ ମିଳିପାରେ, କିନ୍ତୁ ହରିନାମ ବିନା ଆନନ୍ଦ କେବେହେଲେ ମିଳିପାରିବ ନାହିଁ।
ଭାଗବତ ବାଣୀ ‘ଶ୍ରୀକୃଷ୍ଣ ପରମ ମଙ୍ଗଳ, ସକଳ ଆନନ୍ଦର ମୂଳ’। ଏଠାରେ ଶ୍ରୀକୃଷ୍ଣ ଅର୍ଥ ପରଂବ୍ରହ୍ମଙ୍କର ଯେକୌଣସି ନାମ, ରୂପ ବିଶିଷ୍ଟ ଶକ୍ତି। ତାହା ହିଁ ପରମ ମଙ୍ଗଳ। ତାହା ହିଁ ସକଳ ଆନନ୍ଦର ମୂଳ। କେତେ ସୁନ୍ଦର ଭାବେ ଆନନ୍ଦର ଠିକଣା ବତାଇ ଦିଆଯାଇଛି ଏଠାରେ। ସାଧକ କେବଳ ସେ ଠିକଣାରେ ପହଞ୍ଚତ୍ୱା ଦରକାର। ଏ ଦିଗରେ ଥିବା ବାଧା ପ୍ରତିବନ୍ଧକ ଆପେ ଆପେ ଶିଥିଳ ହୋଇଯିବ, ଶିକୁଳି ଫିଟିଯିବ ଗୋଟିଏ ସାଧନାରେ। ତାହା ହେଉଛି ନାମ ପ୍ରୀତିରେ ନାମୀଙ୍କୁ ପାଇବାର ବ୍ୟାକୁଳତାରେ। ଭଗବାନ ବାବା ତାଙ୍କ ବାଣୀରେ କହିଛନ୍ତି, ତୁମେ ଆନନ୍ଦ ପାଇବା ପାଇଁ ଯେତିକି ମାତ୍ରାରେ ବ୍ୟାକୁଳ, ମୁଁ ଆନନ୍ଦ ଦେବା ପାଇଁ ସେତିକି ମାତ୍ରାରେ ବ୍ୟାକୁଳ ହୁଏ। ତେଣୁ ଆନନ୍ଦ ପାଇବା, କେତେ ଶୀଘ୍ର ପାଇବା, କେତେ ମାତ୍ରାରେ ପାଇବା ତାହା ନିର୍ଭରକରେ ମନୁଷ୍ୟ ଉପରେ, ତା’ବ୍ୟାକୁଳତାର ମାତ୍ରା ଉପରେ। ଗୀତାରେ ଆଉ ଏକ ବିକଳ୍ପ ଦିଆଯାଇଛି। କୁହାଯାଇଛି – ଜପ, ଧ୍ୟାନ, କର୍ମଫଳ ତ୍ୟାଗ ଯଦି ସମ୍ଭବ ନ ହେଉଛି ତେବେ ‘ମଦର୍ଥମ୍‌ କୁରୁ କର୍ମାଣୀ’। ତାଙ୍କ ପାଇଁ କାମ କରିବା ଅର୍ଥ ତାଙ୍କ ନିର୍ଦ୍ଦେଶ ମାନି କର୍ମମୟ ଜୀବନ ଅତିବାହିତ କରିବା। ସେ ପ୍ରକାର ଜୀବନରେ ଆଉ କିଛି ଭାବିବା, ଭୁଲ୍‌ ଠିକ୍‌ ବିଚାରକରିବା, କେଉଁ ସମୟରେ, କେଉଁ ସ୍ଥାନରେ, କେଉଁ ପରିସ୍ଥିତିରେ କ’ଣ କରିବା – ଏ ସବୁ ଚିନ୍ତା କରିବା ଦରକାର ନାହିଁ। ଭଗବାନ୍‌ଙ୍କ ବାଣୀ ପାଳନ କରିବା ହିଁ ସେବା, ତାହା ହିଁ ପରୋପକାର, ତାହା ସର୍ୱଶ୍ରେଷ୍ଠ ପୂଜା। ଭାଗବତ କୃପା ମିଳେ ତାଙ୍କ ନିର୍ଦ୍ଦେଶରେ ଜୀବନ ବିତାଇବା ଦ୍ୱାରା। ଭଗବତ କୃପା ମିଳିଗଲେ ଆଉ କ’ଣ ପାଇବାକୁ ବାକି ରହେ? ଆନନ୍ଦର ମୂଳ ପାଖରେ ଯିଏ ପହଞ୍ଚତ୍ପାରିଛି ସେ ତା’ର ସ୍ୱରୂପ ସନ୍ଧାନ ପାଇବାକୁ ଆଉ ବିଳମ୍ୱ ହେବ ନାହିଁ। ସ୍ୱରୂପ କ’ଣ? ପ୍ରତ୍ୟେକଙ୍କର ସ୍ୱରୂପ ହେଉଛି ସଚ୍ଚିଦାନନ୍ଦ, ଅସ୍ତି ଜାତି ପ୍ରିୟମ୍‌, ସତ୍ୟଂ ଶିବଂ ସୁନ୍ଦରମ୍‌। ଜଗତଗୁରୁ ଶଙ୍କରାଚାର୍ଯ୍ୟ ତାଙ୍କ ମୋହମୁଦ୍‌ଗର କାବ୍ୟରେ ଲେଖିଲେ – ମନ ଯଦି ପରଂବ୍ରହ୍ମଙ୍କଠାରେ ରମଣ କରୁଥାଏ ତେବେ ସେ ପରମାନନ୍ଦରେ କାଳ କଟାଇବ।
ଅଲିଶା ବଜାର, କଟକ ମୋ:୯୩୩୭୨୪୨୯୫୫


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?