ଆନନ୍ଦପୁର ଡାକ୍ତରଖାନାରେ କାୟାକଳ୍ପ ଟିମ୍‌ : ସବୁ ବିଭାଗ ବୁଲି ସ୍ବଚ୍ଛତାର ସ୍ଥିତି ପରଖିଲେ

ଘସିପୁରା , ୬।୧୨ (ଡି.ଏନ.ଏ.)-କେନ୍ଦ୍ରୀୟ ଯୋଜନା ‘କାୟାକଳ୍ପ’ର ଏକ ସ୍ବତନ୍ତ୍ର ଟିମ ଗୁରୁବାର ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ପହଞ୍ଚି ସ୍ବଚ୍ଛତାର ସ୍ଥିତି ପରଖିଛନ୍ତି। ଏହି ଟିମ୍‌ ପହଞ୍ଚିବା ପରେ ଉପଖଣ୍ଡ ଡାକ୍ତରଖାନା ବେଶ ଚଳଚଞ୍ଚଳ ହୋଇ ଉଠିଥିଲା। ଟିମ୍‌ର ଗସ୍ତକୁ ଦୃଷ୍ଟିରେ ରଖି ପ୍ରାୟ ଏକ ମାସ ହେବ ଉପଖଣ୍ଡ ଡାକ୍ତରଖାନାକୁ କର୍ତ୍ତୃପକ୍ଷ ନୁଆ ରୂପରେ ସଜାଇଥିଲେ। ଯୁଗ୍ମ ନିର୍ଦ୍ଦେଶକ ଡା. ଲଲାଟେନ୍ଦୁ ନାୟକଙ୍କ ନେତୃତ୍ୱରେ ଟିବିଏଚ୍‌ଆଇବି କୋର୍ଡିନେଟର ଡା. ବିକାଶ ପଟ୍ଟନାୟକ, ୟୁନିସେଫ କନସଲଟାଣ୍ଟ ହୀରାଲାଲ ନାୟକ, କାୟାକଳ୍ପ ଜିଲା ମୁଖ୍ୟ ଅଭିଷେକ ଷଡ଼ଙ୍ଗୀ, ଜିଲା ଟୀକା ପରିଚାଳକ ଗୋବିନ୍ଦ ମିଶ୍ର ପ୍ରମୁଖ ଅପରାହ୍ନ ପ୍ରାୟ ୪ଟା ସମୟରେ ଉପଖଣ୍ଡ ଡାକ୍ତରଖାନାରେ ପହଞ୍ଚିଥିଲେ। ପ୍ରଥମେ ଟିମ୍‌ର ସଦସ୍ୟମାନେ ଉପଖଣ୍ଡ ଡାକ୍ତରଖାନା ପରିସର, ରୋଷେଇ ଗୃହ, ଆବର୍ଜନା ନଷ୍ଟ ପାଇଁ ଉଦ୍ଧିଷ୍ଟ ବିଏମ୍‌ଡବ୍ଲ୍ୟୁ ଗୃହ, ପୁରୁଷ ଓ ମହିଳାଙ୍କ ଓ୍ବାର୍ଡ, ଲାବରୋଟାରୀ, ରକ୍ତ ଭଣ୍ଡାର ଆଦି ପରିଦର୍ଶନ କରି ସ୍ବଚ୍ଛତା ସମ୍ପର୍କରେ ଟିକିନିକି ପରଖିବା ସହ ବିଭାଗୀୟ ଡାକ୍ତର ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ପରେ ଏହି ଟିମ ସ୍ବତନ୍ତ୍ର ମାତୃଶିଶୁ ଡାକ୍ତରଖାନାକୁ ଯାଇ ସେଠାରେ ପ୍ରସୂତୀଙ୍କ ଚିକିତ୍ସାରେ ସ୍ବଚ୍ଛତାକୁ ପ୍ରାଧାନ୍ୟ ଦିଆଯାଉଛି କି ନାହିଁ ତାହା ଯାଞ୍ଚ କରିଥିଲେ। ଏହାର ରିପୋର୍ଟ ରାଜ୍ୟସ୍ତରରେ ତର୍ଜମା କରାଯିବା ପରେ ଉପରେ ଉପଖଣ୍ଡ ଡାକ୍ତରଖାନାକୁ କାୟାକଳ୍ପର ସ୍ବତନ୍ତ୍ର ମାନ୍ୟତା ମିଳିବ କି ନାହିଁ ତାହା ସ୍ପଷ୍ଟ ହେବ। ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡା. ଧନେଶ୍ୱର ସେଠୀ ଉକ୍ତ ଟିମକୁ ଡାକ୍ତରଖାନାର ବିଭିନ୍ନ ବିଭାଗ ପରିଦର୍ଶନ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭତ୍ତା ପାଇଁ ୩ କି.ମି. ଚାଲିଲେ ବୃଦ୍ଧା

ଚମ୍ପୁଆ,୧୮।୧୦ (ଡି.ଏନ.ଏ.)-ଭତ୍ତା ଟଙ୍କା ପାଇଁ ଗୁଲ ପ୍ରଧାନ ନାମ୍ନୀ ଜଣେ ବୃଦ୍ଧାଙ୍କୁ ୩ କି.ମି. ଚାଲିବାକୁ ପଡ଼ିଛି। ବାଡ଼ି ଖଣ୍ଡକୁ ସାହାରା କରି ଚାଲି ଚାଲି...

କାଳବୈଶାଖୀରେ ଘର ଉପରେ ଗଛ ଉପୁଡ଼ିଲା

କେନ୍ଦୁଝର,୧ା୫(ସ୍ବ.ପ୍ର.):କାଳବୈଶାଖୀର ପ୍ରଭାବରେ ଶୁକ୍ରବାର ଅପରାହ୍ନରେ ଜୋରରେ ପବନ ବୋହିବାରୁ ସଦର ବ୍ଲକ ଅନ୍ତର୍ଗତ ନଇଗାଁ ଗ୍ରାମରେ ଜଣଙ୍କ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ହଠାତ ବହୁ...

କନିଷ୍ଠ କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କେନ୍ଦୁଝର,୧୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବଂଶପାଳ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଗଙ୍ଗାଧର ସାହୁଙ୍କ ଘରେ ବୁଧବାର ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ଆୟବହିର୍ଭୂତ...

ଦମ୍ପତିଙ୍କୁ ଗୁଳି କରି ହତ୍ୟା, କାରଣ ଅସ୍ପଷ୍ଟ

ବଡ଼ବିଲ,୨୯।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଲାଣୀ ଥାନା ଲସର୍ଦା ଗାଁରେ ତେଜରାତି ଦୋକାନୀ ଦମ୍ପତିଙ୍କୁ କେତେକ ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଥିବା ଜଣାପଡ଼ିଛି। ସୋମବାର ରାତି ପ୍ରାୟ...

ପିଆଶାଳ କାଠ ବୋଝେଇ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର

ବଡ଼ବିଲ,୬ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ବନାଞ୍ଚଳ ଅଧିନସ୍ଥ ପିଏଚ୍‌ଡି ସାନ୍ତବାହାଳ ଅଞ୍ଚଳରୁ ଚୋରା ପିଆଶାଳ କାଠ ବୋଝେଇ ଏକ ଗାଡ଼ି ବନବିଭାଗ ଜବତ କରିଥିବା ବେଳେ...

ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ କରୋନା ସଂକ୍ରମଣ ରୋକିବାକୁ ଶପଥ ନେଲେ ସରପଞ୍ଚ

ପାଟଣା,୨୨ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକର ୨୦ ଜଣ ସରପଞ୍ଚ ବୁଧବାର ବ୍ଲକ ଭିସି କକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସିଧାସଳଖ ଯୋଡ଼ି...

ଏଯାଏ ସୁଧୁରିନି ଜୀବନଜୀବିକା

କେନ୍ଦୁଝର, ୨୧ା୭(ସ୍ବ.ପ୍ର.)- କେନ୍ଦୁଝର ଜିଲାର ଗରିବ ଓ ବନବାସୀ କରୋନା କଟକଣାରେ ପେଷି ହୋଇ ପଡ଼ିଛନ୍ତି। କଟକଣା କୋହଳ କରାଯାଉଥିଲେ ହେଁ ଉପଯୁକ୍ତ ଯାତାୟାତ ସୁବିଧା...

ନାବାଳିକାଙ୍କୁ କାମ ଦେବାକୁ କହି ୬୦ ହଜାରରେ ବିକ୍ରି

କେନ୍ଦ୍ରାପଡ଼ା ଅଫିସ, ୧୪ା୫: କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ କରୁଣ କାହାଣୀ ଶୁକ୍ରବାର ଲୋକଲୋଚନକୁ ଆସିଛି। ଜଣେ ବ୍ୟକ୍ତି ନାବାଳିକାଙ୍କୁ କାମ...

Advertisement
Archives

Model This Week