ଆଦିବାସୀ ହଷ୍ଟେଲକୁ ଆଇଏସ୍‌ଓ ମାନ୍ୟତା : ଓଡ଼ିଶା ପ୍ରଥମ ରାଜ୍ୟ

ଭୁବନେଶ୍ୱର (ବ୍ୟୁରୋ)/କେନ୍ଦୁଝର (ସ୍ବପ୍ର/ଡି.ଏନ୍‌.ଏ.)୧୨।୬: ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ‘ମିଶନ ସୁବିଦ୍ୟା’ ଆରମ୍ଭ କରାଯାଇଛି। ରାଜ୍ୟର ସମସ୍ତ ଆଦିବାସୀ ହଷ୍ଟେଲରେ ସମାନ ଧରଣର ଭିତ୍ତିଭୂମି, ସୁବିଧା ସୁଯୋଗ ଓ ମାନବ ସମ୍ବଳ ସୃଷ୍ଟି ଏହାର ମୁଖ୍ୟ ଉଦ୍ଦେଶ୍ୟ। କ୍ବାଲିଟି କଣ୍ଟ୍ରୋଲ ଅଫ୍‌ ଇଣ୍ଡିଆ ସହାୟତାରେ, ଏସ୍‌ଟିଏସ୍‌ସି ଉନ୍ନୟନ ବିଭାଗ ଅନ୍ତର୍ଭୁକ୍ତ ସମସ୍ତ ହଷ୍ଟେଲର ବ୍ୟାପକ ଆକଳନ ଓ ମୂଲ୍ୟାୟନ କରାଯାଇଛି। ଆଇଏସ୍‌ଓ ୯୦୦୧:୨୦୧୫ ପ୍ରମାଣପତ୍ର ପ୍ରାପ୍ତି ନିମନ୍ତେ ହଷ୍ଟେଲଗୁଡ଼ିକର ଗୁଣାତ୍ମକମାନର ଉନ୍ନତୀକରଣ କରାଯାଇଛି। ଆଦିବାସୀ ହଷ୍ଟେଲଗୁଡ଼ିକ ଆଇଏସ୍‌ଓ ମାନ୍ୟତା ପାଇବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ।
ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର ଓ ସମ୍ବଲପୁର ଜିଲାର ସମସ୍ତ ହଷ୍ଟେଲର ମୂଲ୍ୟାଙ୍କନ କାର୍ଯ୍ୟ ହାତକୁ ନିଆଯାଇଥିଲା। କେନ୍ଦୁଝରର ୧୫୬ ହଷ୍ଟେଲ ମଧ୍ୟରୁ ୬୦ ଓ ସମ୍ବଲପୁରର ୯୦ ହଷ୍ଟେଲ ମଧ୍ୟରୁ ୧୨ଟିକୁ ମନୋନୀତ କରାଯାଇଥିଲା। ତିନିମାସ ମଧ୍ୟରେ କ୍ବାଲିଟି ମାନ୍ୟତା ପାଇବା ଭଳି ହଷ୍ଟେଲଗୁଡ଼ିକୁ ଯୋଗ୍ୟ କରିବା ନିମନ୍ତେ ଦୁଇ ଜିଲାର ଜିଲାସ୍ତରୀୟ ଟିମ୍‌ କଠିନ ପରିଶ୍ରମ କରିଥଲେ। ଗତ ମାର୍ଚ୍ଚରେ ହଷ୍ଟେଲଗୁଡ଼ିକର ମୂଲ୍ୟାଙ୍କନ ନିମନ୍ତେ ଅଡିଟ୍‌ ଟିମ୍‌ କେନ୍ଦୁଝର ଜିଲାର ୩୨ ଏବଂ ସମ୍ବଲପୁରର ୧୨ ହଷ୍ଟେଲ ପରିଦର୍ଶନ କରିଥିଲେ। ସମସ୍ତ ହଷ୍ଟେଲ ଆସେସ୍‌ମେଣ୍ଟ ପାରାମିଟର କ୍ବାଲିଫାଏ କରିଥିଲେ ଏବଂ ଭାରତୀୟ ମାନକ ସଂସ୍ଥା ଦ୍ବାରା ଆଇଏସ୍‌ଓ ମାନ୍ୟତା ପାଇଥିଲେ। ଲକ୍‌ଡାଉନ୍‌ ଓ କୋଭିଡ୍‌ ପରେ ଅବଶିଷ୍ଟ ୨୮ ହଷ୍ଟେଲ ମାନର ମୂଲ୍ୟାୟନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି କରୋନା ଆକ୍ରାନ୍ତ, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୧୪ା୯(ବ୍ୟୁରୋ): ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି କରୋନା ଆକ୍ରାନ୍ତ ହୋଇଥିବା ନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ ଟୁଇଟ୍‌ରେ କହିଛନ୍ତି, ତାଙ୍କଠାରେ କରୋନା...

ଆଜି ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ଶୋକସଭା

ଭୁବନେଶ୍ୱର,୨୯।୧ (ବ୍ୟୁରୋ):ଶାସ୍ତ୍ରୀୟ ସଙ୍ଗୀତ ଜଗତର ମହାନ୍‌ କିମ୍ବଦନ୍ତୀ ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ବୁଧବାର ସାରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଏକ ରାଜ୍ୟସ୍ତରୀୟ ଶୋକସଭା...

ନିଶାସକ୍ତ ଶିକ୍ଷକଙ୍କୁ ନିଲମ୍ବନ କଲେ ଜିଲା ଶିକ୍ଷାଧିକାରୀ

ଧରାକୋଟ,୨୩ା୭(ଡି.ଏନ.ଏ.)-ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଖଜୁରିପଦା ବିଦ୍ୟାଳୟର ଜଣେ ଶିକ୍ଷକ ନିଶାସକ୍ତ ଅବସ୍ଥାରେ ସ୍କୁଲକୁ ଆସୁଥିବାରୁ ସୋମବାର ତାଙ୍କୁ ନିଲମ୍ବିତ କରାଯାଇଛି। ସେ ହେଲେ ସୀମାଞ୍ଚଳ...

ଗଞ୍ଜାମ ଶିତଳାପଲିରେ କାର୍ଯ୍ୟକ୍ଷମ ହେଲା କୋଭିଡ-୧୯ ହସ୍ପିଟାଲ: ୨୦୦ ଶଯ୍ୟା,୧୫ ଆଇସିୟୁ ବେଡ୍‌

ଛତ୍ରପୁର, ୧୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶିତଳାପଲିଠାରେ ଥିବା ଟାଟା ଷ୍ଟିଲ ମେଡିକାଲ, ହସ୍ପିଟାଲକୁ ଟାଟା ଗ୍ରୁପ ସହାୟତାରେ ଓଡିଶା ସରକାରଙ୍କ ପକ୍ଷରୁ କୋଭିଡ ହସ୍ପିଟାଲ କରାଯାଇଛି।...

ଆଇଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨ା୯(ବ୍ୟୁରୋ): ରାଜ୍ୟ ସରକାର ଆଇଏଏସ୍‌ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ରାଜ୍ୟପାଳଙ୍କ ସଚିବ ତଥା କମିଶନର ଥିବା ଡ. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ କେନ୍ଦ୍ରୀୟ...

ଭୁବନେଶ୍ୱର ବଜାରରେ ବେନାମୀ ଖାଦ୍ୟସାମଗ୍ରୀ: ଚଢ଼ାଉ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ଭୁବନେଶ୍ୱର ବଜାରରେ ବେନାମୀ ଖାଦ୍ୟସାମଗ୍ରୀ ବିକ୍ରି ହେଉଛି। ଖାଦ୍ୟ ପ୍ୟାକେଟରେ ପ୍ରସ୍ତୁତ ଓ ବୈଧ ତାରିଖ ରହୁନି । ଏ ନେଇ ମୁଖ୍ୟ ଶାସନ...

ପୋଲିସ କର୍ମଚାରୀଙ୍କୁ କରୋନା: ଟୁଇଟ୍‌ କରି ସୂଚନା ଦେଲା କମିଶନରେଟ ପୋଲିସ

ଭୁବନେଶ୍ୱର, ୧୯।୫(ବ୍ୟୁରୋ): ଭୁବନେଶ୍ୱରର ଜଣେ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ମଙ୍ଗଳବାର ଟୁଇଟ୍‌ କରି ସୂଚନା ଦିଆଯାଇଛି।...

ଜନଜାତି କଲ୍ୟାଣ, ମହିଳା ସଶକ୍ତୀକରଣ ପାଇଁ କିସ୍‌ ଓ ନଓ୍ବା ମଧ୍ୟରେ ବୁଝାମଣା

ଭୁବନେଶ୍ୱର, ୨୬।୮ (ବ୍ୟୁରୋ):କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସ (କିସ୍‌) ଏବଂ ନାଭି ଓ୍ବେଲ୍‌ଫେୟାର ଓ ଓ୍ବେଲ୍‌ନେସ୍‌ ଆସୋସିଏଶନ (ନଓ୍ବା) ମଧ୍ୟରେ ଗୁରୁବାର ଏକ ବୁଝାମଣାପତ୍ର...

Advertisement
Archives

Model This Week