ଆଦିବାସୀ ଯୁବନେତାଙ୍କ ପରଲୋକ

ଠାକୁରମୁଣ୍ଡା,୧୯ା୫(ଡି.ଏନ୍‌.ଏ.)- ଆଦିବାସୀ ଯୁବ ନେତା ତଥା ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ପଞ୍ଚାୟତ ସମିତି ଅଧୀନ ସାଲେଇବେଡା ପଞ୍ଚାୟତର ସମିତି ସଭ୍ୟ ଅଜୟ କଳୁଣ୍ଡିଆ(୪୬)ଙ୍କ ସୋମବାର ପରଲୋକ ଘଟିଛି। କର୍କଟ ରୋଗରେ ପୀଡିତ ହୋଇ ସେ ଚିକିତ୍ସିତ ହେଉଥିଲେ।
ମୃତ୍ୟୁ ପୂର୍ବରୁ ସ୍ତ୍ରୀ ଓ ପୁଅଙ୍କ ସହ ବାରିପଦାରେ ରହୁଥିଲେ। ତାଙ୍କ ସ୍ତ୍ରୀ ବାରିପଦା ଶିଶୁ କଲ୍ୟାଣ ବିଭାଗର ସୁପରଭାଇଜର ଭାବେ କାର୍ଯ୍ୟ କରନ୍ତି। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ହାତୀଗୋଡ଼ାସ୍ଥିତ ବାସଭବନରେ ମରଶରୀର ପହଞ୍ଚିବା ପରେ ଶେଷ ଦର୍ଶନ ନିମନ୍ତେ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ, ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା, ଉପାଧ୍ୟକ୍ଷା ସୁଶ୍ରୀ ଜବାମଣି ଟୁଡୁ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ହୋ ସମାଜର ନେତୃମଣ୍ଡଳୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?