ଆତ୍ମହତ୍ୟା କାହିଁକି

ଡା. ସମ୍ରାଟ କର

ଆମ ଦେଶରେ ପ୍ରତିଦିନ ଅନେକ ବ୍ୟକ୍ତି କୌଣସି କାରଣରୁ ଆତ୍ମହତ୍ୟା କରିଥାନ୍ତି। ଆତ୍ମହତ୍ୟା ଏକ ଅପରାଧ। ଏଭଳି ଏକ ଘୃଣ୍ୟ ମାନସିକତାକୁ ମନରୁ ଦୂରେଇବା ଓ ଲୋକଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରିବା ଉଚିତ। ସର୍ବେକ୍ଷଣ ଅନୁସାରେ ୧୯୯୦ ପରଠାରୁ ଯୁବପିଢ଼ିରେ ଆତ୍ମହତ୍ୟା ହାର ବୃଦ୍ଧି ପାଇଛି।
ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବାକୁ ଚାହୁଁଛି ବୋଲି ଜାଣିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଲକ୍ଷଣ ନାହିଁ। ମାତ୍ର କେତେକ ଲକ୍ଷଣ ଯାହାକୁ ଆମେ ବିପଦ ସଂକେତ ବୋଲି ଜାଣିପାରିବା, ତାହା ହେଲା ଇଚ୍ଛାପତ୍ର ବା ଉତ୍ତରାଧିକାରୀ ପତ୍ର ଲେଖିବା, ହଠାତ୍‌ ପରିବାର ଓ ବନ୍ଧୁମାନଙ୍କ ସହିତ ଦେଖାକରିବା (ଶେଷଥର ପାଇଁ), ଆତ୍ମହତ୍ୟା ପାଇଁ ସରଞ୍ଜାମ କିଣିବା ଯଥା-ଦଉଡ଼ି, ବିଷ ଓ ପେଟ୍ରୋଲ ଇତ୍ୟାଦି। ଯେଉଁ ବ୍ୟକ୍ତିଟି ଆତ୍ମହତ୍ୟା କରେ, ପ୍ରାୟ ସେ ମାନସିକ ବିଷାଦଗସ୍ତ ହୋଇଥାଏ। ଆତ୍ମହତ୍ୟାର ଇଚ୍ଛା କରୁଥିବା ବ୍ୟକ୍ତି ମାନସିକ ରୋଗ ବିଶେଷଜ୍ଞଙ୍କ ପାଖକୁ ଆସିଲେ, ପ୍ରଥମେ ତା’ର ଭାବନା ତଥା ବ୍ୟବହାରର ଆକଳନ କରାଯାଏ। ପୂର୍ବରୁ ସେ କେବେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛି କିମ୍ବା ପରିବାରର କିଏ କରିଛନ୍ତି ଆଦି ଜାଣିବା ଦରକାର। ଲୋକଟିର ମାନସିକ ଚାପ ବିଷୟରେ ଜାଣିଲେ ଚିକିତ୍ସା ସହଜ ହୋଇଥାଏ। ଯେଉଁମାନଙ୍କର ପରିବାର ଓ ବନ୍ଧୁମାନଙ୍କ ସହିତ ନିବିଡ଼ ସମ୍ପର୍କ ଥାଏ ତଥା ମାନସିକ ଚାପ ଦୂରକରିବାର ଇଚ୍ଛାଶକ୍ତି ଥାଏ, ସେମାନେ ଚିକିତ୍ସାରେ ଖୁବ୍‌ଶୀଘ୍ର ଲାଭବାନ ହୁଅନ୍ତି। ବିଷାଦଗସ୍ତ ଥିବା, ପୂର୍ବରୁ ଆତ୍ମହତ୍ୟା ଉଦ୍ୟମ କରିଥିବା ଓ ନିଶାସେବନ କରୁଥିବା ବ୍ୟକ୍ତିମାନଙ୍କର ଅଧିକ ଦିନ ଚିକିତ୍ସା ଆବଶ୍ୟକ। ଏବେ ଏକ ଆନ୍ତର୍ଜାତିକ ରିପୋର୍ଟ ଅନୁସାରେ ଭାରତରେ ୧୮ରୁ ୩୯ ବର୍ଷ ବୟସର ଲୋକମାନଙ୍କ ଭିତରେ ଆତ୍ମହତ୍ୟା ମୃତ୍ୟୁର ଏକ ଅଗ୍ରଗାମୀ କାରଣ ଭାବେ ଉଭା ହୋଇଛି। ଦେଶରେ ପ୍ରତିଦିନ ୬୩୦ଜଣ ଆତ୍ମହତ୍ୟା କରୁଥିବାବେଳେ ରିପୋର୍ଟ ପ୍ରକାଶ ପାଇବା ଦିନ ଜଣେ ୧୮ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ର ଆତ୍ମହତ୍ୟା କରିଛି ଯିଏ କି ତା’ର ଆତ୍ମହତ୍ୟା ଚିଠିରେ ଆତ୍ମହତ୍ୟାର କାରଣ ‘ଇଞ୍ଜିନିୟରିଂ ଆଘାତ’ ବୋଲି ଉଲ୍ଲେଖ କରିଛି। ଅଧିକାଂଶ ଯୁବକ ଆର୍ଥିକ ସମସ୍ୟା, ପାଠପଢ଼ାର ବୋଝ, ପରୀକ୍ଷାର ଚାପ, ବିଚ୍ଛିନ୍ନ ସମ୍ପର୍କ ଇତ୍ୟାଦି କାରଣ ଯୋଗୁ ଭାବପ୍ରବଣତାର ଶିକାର ହୋଇ ଜୀବନ ହାରି ଦିଅନ୍ତି।
୨୦୧୯ରେ ଘଟିଥିବା ସର୍ବମୋଟ ୨,୩୦,୩୧୪ ଆତ୍ମହତ୍ୟା ମଧ୍ୟରୁ ମହିଳାଙ୍କ ହାର ହେଉଛି ୭୧.୨ ଏବଂ ପୁରୁଷଙ୍କ ହାର ହେଉଛି ୫୭.୭ ପ୍ରତିଶତ। ସମଗ୍ର ପୃଥିବୀରେ ଯୁବ ସମ୍ପ୍ରଦାୟଙ୍କ କ୍ଷେତ୍ରରେ ଆତ୍ମହତ୍ୟା ସବୁଠାରୁ ଅଧିକ। ପୃଥିବୀର ସର୍ବମୋଟ ଜନସଂଖ୍ୟାର ୧୭.୮ ପ୍ରତିଶତ ଲୋକ ଭାରତରେ ବାସ କରନ୍ତି। କିନ୍ତୁ ପୃଥିବୀର ସର୍ବମୋଟ ଆତ୍ମହତ୍ୟାର ୩୬.୬ ପ୍ରତିଶତ ମହିଳା ଓ ୨୪.୩ ପ୍ରତିଶତ ପୁରୁଷ ଭାରତରେ ଆତ୍ମହତ୍ୟା କରନ୍ତି। ଭାରତରେ ଆତ୍ମହତ୍ୟା କ୍ଷେତ୍ରରେ ମହିଳାମାନଙ୍କ ଅନୁପାତ ହେଉଛି ୨:୧ ଯାହା ବିଶ୍ୱ ପରିସଂଖ୍ୟାନଠାରୁ ଅଧିକ କାହିଁକି ନା ସମଗ୍ର ବିଶ୍ୱରେ ବେଶି ପୁରୁଷ ଆତ୍ମହତ୍ୟା କରିଥାନ୍ତି। ଭାରତରେ ବେଶି ବିବାହିତା ମହିଳା ମଧ୍ୟ ଆତ୍ମହତ୍ୟା କରନ୍ତି। ଏହା ଅବଶ୍ୟ ଚିନ୍ତାର ବିଷୟ। ଭାରତରେ ବି ମେଣ୍ଟାଲ ହେଲ୍‌ଥ କେୟାର ଆକ୍ଟ -୨୦୧୭ରେ ମାନସିକ ରୋଗର ନିରାକରଣ ପାଇଁ ବିଧି ବ୍ୟବସ୍ଥା ହୋଇଛି। ସେହି ଆଇନରେ ମନୋବିଜ୍ଞାନୀମାନଙ୍କ ପରାମର୍ଶ, ସାମାଜିକ କର୍ମୀଙ୍କ ନିଯୁକ୍ତି ଭଳି ଅନେକ ପ୍ରକାର ଉତ୍ତମ ବ୍ୟବସ୍ଥା ବି ରହିଛି। ତେବେ କେବଳ ଆଇନ ଭିତରେ ଏହାକୁ ସୀମିତ ରଖିଲେ ଚଳିବନି, ସେଗୁଡ଼ିକ କାର୍ଯ୍ୟକାରୀ ହେଲେ ହିଁ ଆତ୍ମହତ୍ୟାକୁ ଟାଳି ହେବ। ଆତ୍ମହତ୍ୟାକୁ ଏକ ଉତ୍କଟ ସାମାଜିକ ବ୍ୟାଧି ଭାବରେ ଆମକୁ ଗ୍ରହଣ କରିବାକୁ ହେବ। ଏଥିପାଇଁ ଉପରକୁ କେବଳ ଦାୟିତ୍ୱ ଖସାଇ ଦେଇ ଆମେ ନୀରବଦ୍ରଷ୍ଟା ସାଜିଲେ ଲାଭ ହେବନାହିଁ। ସରକାର, ମନୋବିଜ୍ଞାନୀ, ସାମାଜିକକର୍ମୀ, ମନସ୍ତାତ୍ତ୍ୱିକ ପରାମର୍ଶଦାତା, ଧାର୍ମିକ, ବ୍ୟକ୍ତିବିଶେଷ, ଦାର୍ଶନିକ, ବୁଦ୍ଧିଜୀବୀ ଓ ଶିକ୍ଷକଙ୍କ ଭଳି ବିଜ୍ଞଜନମାନେ ଏ ବାବଦରେ ସଚେତନତା ସୃଷ୍ଟି ପାଇଁ ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ସ୍ତରରେ ପ୍ରୟାସ କରିବା ଉଚିତ।
ମାନସିକ ରୋଗ ବିଶେଷଜ୍ଞ
ମୋ- ୯୧୩୨୪୩୩୩୩୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri