ଆଣ୍ଠୁଗଣ୍ଠି ସମସ୍ୟା ଦୂର କରେ ଆଳୁ ରସ

ଆଜିକାଲି ଅନେକ ଲୋକଙ୍କଠାରେ ଆଣ୍ଠୁଗଣ୍ଠି ରୋଗ ସମସ୍ୟା ଦେଖାଯାଉଛି। ଯେପରି କ୍ରମେ କ୍ରମେ ଏ ରୋଗ ବଢ଼ିଚାଲେ, ମଣିଷ ପକ୍ଷେ ଚାଲିବା ବୁଲିବା କଷ୍ଟକର ହୋଇପଡ଼େ। ଗଣ୍ଠି ରୋଗର ସବୁଠୁ ଅଧିକ ପ୍ରଭାବ ଆଣ୍ଠୁ, ଅଣ୍ଟା, ମେରୁଦଣ୍ଡ ଉପରେ ପଡ଼ିଥାଏ। ଏହାଛଡ଼ା ହାତ ଆଙ୍ଗୁଠି, କହୁଣୀ, ଜଙ୍ଘ ଏବଂ ପାଦ ମଧ୍ୟ ପ୍ରଭାବିତ ହୋଇଥାଏ। ବିଶେଷଜ୍ଞଙ୍କ ମତରେ, ଦେଶର ୧୦ କୋଟିରୁ ଊର୍ଦ୍ଧ୍ୱ ଲୋକ ଏବେ ଏହି ରୋଗରେ ପୀଡ଼ିତ। ଯେଭଳି ଭାବେ ରୋଗ ବଢ଼ିଚାଲିଛି, ଅନୁମାନ ହେଉଛି ଆସନ୍ତା କିଛି ବର୍ଷରେ ଆର୍ଥ୍ରାଇଟ୍ସ ଲୋକଙ୍କୁ ଶାରୀରିକ ରୂପେ ଅପଙ୍ଗ କରିବାର ଚତୁର୍ଥ ପ୍ରମୁଖ କାରଣ ପାଲଟିବ। ଏଥିରୁ ରକ୍ଷା ପାଇବାକୁ ଅନେକ ପ୍ରକାରର ଚିକିତ୍ସା ପଦ୍ଧତି ଅବଲମ୍ବନ କରାଯାଉଛି। କେଉଁଥିରୁ ଆରାମ ମିଳୁଥିବା ବେଳେ କେଉଁଥିରୁ ଆଦୌ ଉପଶମ ହେଉନାହଁି। କିନ୍ତୁ ଜାଣନ୍ତି, ଏ ରୋଗର ଯନ୍ତ୍ରଣା ଲାଘବ କରିବାରେ ଆଳୁ ବେଶ୍‌ ଲାଭପ୍ରଦ। କଞ୍ଚା ଆଳୁ ରସକୁ ଆର୍ଥ୍ରାଇଟ୍ସ ଚିକିତ୍ସା କ୍ଷେତ୍ରରେ ବେଶ୍‌ ଉତ୍ତମ ବୋଲି କୁହାଯାଇଛି। ଏଥିରେ ଆଣ୍ଟି ଇନ୍‌ଫ୍ଲାମେଟୋରୀ ଗୁଣ ଥିବା ହେତୁ ବେକ, କହୁଣୀ, କାନ୍ଧ ଏବଂ ଆଣ୍ଠୁ ଯନ୍ତ୍ରଣା ଖୁବ୍‌ ଶୀଘ୍ର ଲାଘବ ହୋଇଥାଏ। କଞ୍ଚା ଆଳୁ ରସ ପିଇବା ଦ୍ୱାରା ଏହି ଯନ୍ତ୍ରଣାରୁ ଖୁବ୍‌ ଶୀଘ୍ର ଉପଶମ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏହିସବୁ ତେଲ ଶିଶୁଙ୍କ ହାଡ଼କୁ କରିଥାଏ ଶକ୍ତ

ଶିଶୁ ଜନ୍ମ ନେବା ପରେ ତାର ଲାଳନପାଳନ କ୍ଷେତ୍ରରେ ଅନେକ ଯତ୍ନ ନେବାକୁ ପଡ଼ିଥାଏ । ଜନ୍ମ ହେବା ପରେ ସେମାନଙ୍କୁ କ’ଣ ଖାଇବାକୁ ଦିଆଯିବ,...

ହାର୍ଟଆଟାକ୍‌ ଓ ମେଦବହୁଳତାରୁ ଦୂରେଇ ରହିବା ପାଇଁ ସପ୍ତାହରେ ଏଥିରୁ ୨ ଥର…

ଛତୁରେ ବହୁ ମାତ୍ରାରେ ପୋଷକତ୍ବ ରହିଛି। ଏହା ଶରୀର ପାଇଁ ବେଶ୍‌ ଲାଭଦାୟକ। ଛତୁ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ସପ୍ତାହରେ...

ସାବଧାନ! ଭଲ ଭାବରେ ବ୍ରଶ ନ କଲେ ହୋଇପାରେ ବ୍ରେନ୍‌ଷ୍ଟ୍ରୋକ କିମ୍ବା ହାର୍ଟଆଟାକ୍‌

ସାବଧାନ! ଯଦି ଭଲ ଭାବେ ବ୍ରଶ କରୁ ନ ଥିବେ ତେବେ ହାର୍ଟ ଆଟାକ୍‌ କିମ୍ବା ବ୍ରେନ୍‌ଷ୍ଟ୍ରୋକର ଶିକାର ହୋଇପାରନ୍ତି। ଏକ ଗବେଷଣାରୁ ଜଣାପଡ଼ିଛି ଯେ,...

ଘରେ ଏଭଳି ଜିନିଷ ରଖିଥିଲେ ତୁରନ୍ତ କାଢ଼ି ଦିଅନ୍ତୁ.. ନଚେତ..

ଘର ହେଉ ଅବା ଅଫିସ, ଆଜିକାଲି ଲୋକମାନେ ବାସ୍ତୁ ଅନୁଯାୟୀ ସବୁକିଛି କରିବାକୁ ପସନ୍ଦ କରୁଛନ୍ତି। କାରଣ ବାସ୍ତୁ ଠିକ୍‌ ଥିଲେ ଆଖପାଖରେ ସକରାତ୍ମକ ଉର୍ଜା...

ମହିଳାଙ୍କ ପାଇଁ ମହୌଷଧି କସୁରୀ ମେଥି

ମହିଳାଙ୍କ ନିକଟରେ ରକ୍ତହୀନତା ବା ଏନିମିଆ ଓ ଗର୍ଭଧାରଣ ସମୟରେ ହରମୋନରେ ଅସନ୍ତୁଳନ ଭଳି ଅନେକ ସମସ୍ୟା ଦେଖାଦେଇଥାଏ। ହେଲେ କସୁରୀ ମେଥି ମହିଳାଙ୍କ ଶରୀରରେ...

ସୁସ୍ଥ ଶିଶୁ ପାଇଁ…

ଗର୍ଭାବସ୍ଥାରେ ମହିଳାମାନେ ଉତ୍ତମ ଖାଦ୍ୟପେୟ ସହିତ ସ୍ବାସ୍ଥ୍ୟର ସଠିକ୍‌ ଯତ୍ନ ନେବାର ଆବଶ୍ୟକତା ପଡ଼ିଥାଏ। ଏହି ସମୟରେ ସାମାନ୍ୟ ତ୍ରୁଟି ମା’ ଓ ଛୁଆ ଉଭୟଙ୍କୁ...

ବ୍ୟକ୍ତିତ୍ୱ ବଢ଼ାଏ ଖାଇବା ଶୈଳୀ

ଖାଇବା ଶୈଳୀ ଯୋଗୁ ବ୍ୟକ୍ତିତ୍ୱ ବଢ଼ିଥାଏ-ଏପରି ରୋଚକ କଥାକୁ ଅନେକ ହୁଏତ ବିଶ୍ୱାସ କରି ନ ପାରନ୍ତି। ହେଲେ ଏହା ଉପରେ ଦୃଢ଼ୋକ୍ତି ବକ୍ତ କରିଛନ୍ତି...

ଦୃଷ୍ଟିଶକ୍ତି ବଢ଼ାଇଥାଏ ଏସବୁ ଖାଦ୍ୟ

ଆଜିକାଲି ଅଧିକାଂଶ ଲୋକଙ୍କ ଦୃଷ୍ଟିଶକ୍ତି କମ୍‌ ରହୁଛି। ଖାଦ୍ୟପେୟରେ ଅନିୟମିତତା, ପରିବର୍ତ୍ତିତ ଜୀବନଶୈଳୀ ତଥା ଅଧିକ ସମୟ ଟିଭି, ମୋବାଇଲ୍‌, କମ୍ପ୍ୟୁଟର ଆଦି ଦେଖିବା ଯୋଗୁ...

Coronavirus Update


Archives

Model This Week

Why Dharitri