ଆଜି ୫ ଜିଲାରେ ବର୍ଷିବ

ଭୁବନେଶ୍ୱର, ୧୨।୭(ବ୍ୟୁରୋ):ରାଜ୍ୟରେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ଏଥିପାଇଁ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସୋମବାର ଦକ୍ଷିଣ ଓଡ଼ିଶା, ଉତ୍ତର ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନ ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ବଳ୍ପ ଧରଣର ବର୍ଷା ସହିତ ବଜ୍ରପାତ ହେବ। କିନ୍ତୁ କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ଆଦି ୫ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ମଙ୍ଗଳବାର ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର, ବୁଧବାର ନବରଙ୍ଗପୁର ଓ କୋରାପୁଟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ସେପଟେ ରବିବାର ଦାରିଙ୍ଗବାଡ଼ିରେ ସର୍ବାଧିକ ୨୦ ମି.ମି. ବର୍ଷା ରେକର୍ଡ କରାଯାଇଥିବାବେଳେ ହୀରାକୁଦରେ ୧୫, ପାରାଦୀପ ୧୪, ଭୁବନେଶ୍ୱର ୧୨.୭, ବାରିପଦା, କଟକ ୧୦.୨, ଅନୁଗୋଳରେ ୧୦ ମି.ମି. ବର୍ଷା ହୋଇଛି। ଏହାଛଡ଼ା ତାଳଚେର, ସୁନ୍ଦରଗଡ଼, ମାଲକାନଗିରି, ନୟାଗଡ଼ରେ ମଧ୍ୟ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ଉତ୍ତେଜନା: ପୋଲିସକୁ ଢେଲାମାଡ଼

କଟକ ଅଫିସ, ୫।୪: ସଟ୍ ଡାଉନ ଚାଲିଥିବା ବେଳେ କଟକ ସହରରେ ରବିବାର ଉତ୍ତେଜନା ଦେଖା ଦେଇଛି। କେଶରପୁରରେ ଦୁଇ ଗୋଷ୍ଠୀ ମଧ୍ୟରେ ସକାଳେ ଗଣ୍ଡଗୋଳ...

୧୧ ଖଣି ପାଇଁ ଇ- ନିଲାମ ଆରମ୍ଭ

ଭୁବନେଶ୍ୱର,୯ା୭(ବ୍ୟୁରୋ):ରାଜ୍ୟ ସରକାର ଆଉ ୧୧ ଖଣିର ନିଲାମ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିରେ ୭ଟି ଲୁହାପଥର, ୨ଟି ଲୁହାପଥର ଓ ମାଙ୍ଗାନିଜ, ଗୋଟିଏ...

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଧେୟକକୁ ଧର୍ମେନ୍ଦ୍ରଙ୍କ ବିରୋଧ

ଭୁବନେଶ୍ୱର,୧୦ା୧୦(ବ୍ୟୁରୋ)- ବିଧାନସଭାରେ ଗୃହୀତ ହୋଇଥିବା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଧେୟକ-୨୦୨୦କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିରୋଧ କରିଛନ୍ତି। ଏହି ବିଧେୟକ ଦେଶର ସାମ୍ବିଧାନିକ ବ୍ୟବସ୍ଥା ତଥା ୟୁଜିସି...

ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ : ଓଡ଼ିଶାର ଦାବିକୁ କେନ୍ଦ୍ରର ଅଗ୍ରାହ୍ୟ

ଭୁବନେଶ୍ୱର, ୫।୭(ବ୍ୟୁରୋ) : ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ନେଇ ଶାସକ ବିଜେଡି କରି ଆସୁଥିବା ରାଜନୀତିକୁ ଶକ୍ତ ଆଘାତ ଲାଗିଛି। ଓଡ଼ିଶା...

ଅବ୍ୟବସ୍ଥା ଦେଇ ଗତି କରୁଛି ବାରିପଦା ଜଗନ୍ନାଥ ମନ୍ଦିର: ଡିସେମ୍ବର ପହିଲାରୁ ସମୂହ ଇସ୍ତଫା ଦେବେ ସେବାୟତ

ବାରିପଦା ଅଫିସ,୧୯ା୧୧- ବାରିପଦା ସ୍ଥିତ ଜଗନ୍ନାଥ ମନ୍ଦିରର ସ୍ବାତନ୍ତ୍ର୍ୟ ରହିଛି। ଦେବୋତ୍ତର ବିଭାଗ ଦ୍ୱାରା ଏହା ପରିଚାଳିତ ହେଉଥିବା ବେଳେ ସବୁବେଳେ ବିଭିନ୍ନ ଅବ୍ୟବସ୍ଥା ଦେଇ...

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା ନିଯୁକ୍ତ

ଭୁବନେଶ୍ୱର,୪।୯(ବ୍ୟୁରୋ): ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡାଙ୍କୁ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ନିଯୁକ୍ତି ଦେଇଛନ୍ତି।...

ଭିଏସ୍‌ଏସ୍‌ ନଗର ମାର୍କେଟ, ଏକାମ୍ରକାନନ ପାର୍କ ସିଲ୍‌

ଭୁବନେଶ୍ୱର, ୩ା୭(ବ୍ୟୁରୋ): ଲକ୍‌ଡାଉନ୍‌ କଟକଣା କୋହଳ ହେବା ପରେ ଦିନକୁ ଦିନ ବେପରୁଆ ହୋଇ ପଡୁଛନ୍ତି ରାଜଧାନୀବାସୀ। ହାଟ, ବଜାରରେ ଭିଡ଼ କରୁଛନ୍ତି। ଶୁକ୍ରବାର ଭୁବନେଶ୍ୱର...

ଗଜପତି ମୋ’ ପାଇଁ ସ୍ବତନ୍ତ୍ର: ନବୀନ

ଭୁବନେଶ୍ୱର (ବ୍ୟୁରୋ)/ପାରଳାଖେମୁଣ୍ଡି (ଡି.ଏନ୍‌.ଏ.)୫। ୧୦:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଗଜପତି ଜିଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ...

Advertisement
Archives

Model This Week