ଆଜି ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ: ନାମ ଲେଖାଇଲେନି ୧୨୦ ଛାତ୍ରୀଛାତ୍ର

ଅନୁଗୋଳ ଅଫିସ, ୧୩।୭- ଅନୁଗୋଳ ଜୁନିୟର ମହାବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଶେଷ ହୋଇଛି। ଶନିବାର ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇବ। ଏହାପରେ ସୋମବାର ଠାରୁ ଛାତ୍ରୀଛାତ୍ରଙ୍କ ନାମଲେଖା ଯିବ ବୋଲି ଅନୁଗୋଳ ଜୁନିୟର କଲେଜର ନାମଲେଖା ଦାୟିତ୍ୱରେ ଥିବା ଅଧ୍ୟାପକ କାହ୍ନୁ ଚରଣ ନାୟକ ସୂଚନା ଦେଇଛନ୍ତି।
ଅନୁଗୋଳ ସରକାରୀ ଜୁନିୟର ମହାବିଦ୍ୟାଳୟରେ କଳାରେ ୨୫୬ ଆସନ ଥିବାବେଳେ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ୨୩୮ ଜଣ ଛାତ୍ରୀଛାତ୍ରଙ୍କୁ ଡକାଯାଇଥିଲା। ସେହିପରି ବାଣିଜ୍ୟରେ ୨୫୬ ଆସନ ଥିବାବେଳେ ୨୧୫ ଜଣ ଛାତ୍ରୀଛାତ୍ର ଓ ବିଜ୍ଞାନରେ ୩୨୦ ସିଟ୍‌ ରହିଥିବାବେଳେ ୩୦୪ ଛାତ୍ରୀଛାତ୍ରଙ୍କୁ ନାମଲେଖା ପାଇଁ ଡକାଯାଇଥିଲା। ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ କଳାରେ ୩୪, ବାଣିଜ୍ୟରେ ୪୧ ଓ ବିଜ୍ଞାନରେ ୪୫ଟି ଆସନ ଖାଲି ରହିଛି। ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କରେ ଅନୁଗୋଳ ଜୁନିୟର କଲେଜର କଳାରେ ସର୍ବାଧିକ ୬୪.୩୩ ପ୍ରତିଶତ ନମ୍ବର ସାଧାରଣ ବର୍ଗ ଛାତ୍ରୀଛାତ୍ରଙ୍କ ପାଇଁ ଯାଇଥିବାବେଳେ ଏସ୍‌ଟିଙ୍କ ପାଇଁ ୪୮.୦୦ ପ୍ରତିଶତ, ଏସ୍‌ସିଙ୍କ ପାଇଁ ୫୬.୫୦ ପ୍ରତିଶତ ରହିଥିଲା। ବାଣିଜ୍ୟ ବିଭାଗରେ ୩୭.୧୭ ପ୍ରତିଶତ ନମ୍ବର କଟ୍‌ ଅଫ୍‌୍‌ ମାର୍କ ରଖାଯାଇଥିଲା। ସେହିପରି ବିଜ୍ଞାନରେ ସାଧାରଣ ବର୍ଗ ଛାତ୍ରୀଛାତ୍ରଙ୍କ ପାଇଁ ୭୧.୬୭ ଓ ଏସ୍‌ଟି ବର୍ଗ ପାଇଁ ୫୦.୦୦ ପ୍ରତିଶତ ଏବଂ ଏସ୍‌ସି ବର୍ଗ ପାଇଁ ୩୬.୬୭ ପ୍ରତିଶତ ମାର୍କ ରହିଥିବା କଲେଜ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଆଇଆର୍‌ରେ ଆଠମଲ୍ଲିକ ରାଜ୍ୟରେ ପ୍ରଥମ

ଆଠମଲ୍ଲିକ,୨୧ା୬(ଉଦୀପ୍ତ ପୁରୋହିତ) ଅନୁଗୋଳ ଜିଲା ଆଠମଲ୍ଲିକ ଉପଜିଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଉପେନ୍ଦ୍ର ଲୁହାଙ୍କ ନେତୃତ୍ୱରେ ଚାଲିଥିବା ସ୍ବତନ୍ତ୍ର ସଂଘନ ସଂଶୋଧନ (ଏସ୍‌ଆଇଆର୍‌) ୨୦୨୬ କାର୍ଯ୍ୟକ୍ରମ…

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଫିଲ୍ମ ଷ୍ଟାଇଲ୍‌ ଲୁଟ୍‌ ପରେ ପୋଲିସର ଏନ୍‌କାଉଣ୍ଟର, ୨ ସୁନା ଲୁଟେରା ଗୁରୁତର

ଅନୁଗୋଳ,୧୮।୬( ଜ୍ୟୋତି ରଞ୍ଜନ ସାହୁ ): ତାଳଚେରରେ ଏକ ସୁନା ରିଫାଇନେରୀ ଦୋକାନରେ ଫିଲ୍ମ ଷ୍ଟାଇଲରେ ଲୁଟ୍‌ ଘଟଣା ପରେ ଅନୁଗୋଳ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri