ଆଜି ମହାଷଷ୍ଠୀ, ଉତ୍ସବମୁଖର ଅନୁଗୋଳ: ୧୧ ମଣ୍ଡପରେ ପୂଜା ପାଇବେ ଦଶଭୁଜା

ଅନୁଗୋଳ ଅଫିସ, ୪।୧୦- ଦୁର୍ଗାପୂଜା ପାଇଁ ସଜେଇ ହେଉଛି ଅନୁଗୋଳ ସହର। ଚଳିତବର୍ଷ ୧୧ ମଣ୍ଡପରେ ମା’ ଦଶଭୁଜାଙ୍କ ପୂଜାର୍ଚ୍ଚନା କରାଯିବ। ଶୁକ୍ରବାର ମା’ଙ୍କ ଷଷ୍ଠୀପୂଜା ହେବାକୁ ଥିବାରୁ ଏହାକୁ ନେଇ ସହରରେ ଉତ୍ସବର ପରିବେଶ ସୃଷ୍ଟି ହୋଇଛି। ସପ୍ତମୀରେ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ କଳସଯାତ୍ରା କରାଯିବ।
ଚଳିତବର୍ଷ ସହରର ଅମଲାପଡ଼ା, ଶିମିଳିପଡ଼ା, ଦଶହରାପଡ଼ିଆ, ହୁଲୁରୁସିଂହା, ହେମସୁରପଡ଼ା, ରାଣୀଗୁଡ଼ା, ଶୁଶୁଡ଼ା, କାଲଟାକ୍ସ ଛକ, ବସଷ୍ଟାଣ୍ଡ ଓ ଗାନ୍ଧୀଛକରେ ପୂଜା ପାଇଁ ଆୟୋଜନ ଶେଷ ହୋଇଛି। ସମସ୍ତ ମଣ୍ଡପ ପକ୍ଷରୁ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ସାଜସଜ୍ଜା ସହ ବଡ଼ ବଡ଼ ତୋରଣ ପ୍ରସ୍ତୁତ କରାଯାଇଛି। ତେବେ ମା’ଙ୍କ ଆଗମନ ପାଇଁ ଷଷ୍ଠୀ ପୂଜାରେ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯିବ। ବେଲବରଣୀ ୩ଟାରୁ ସାଢ଼େ ପାଞ୍ଚଟା, ସପ୍ତମୀ ପୂଜା ସକାଳୁ କଳସ ଯାତ୍ରା, ଘାଟରେ ଗଙ୍ଗାପୂଜା ହେବା ପରେ କଳସ ଆସି ମଣ୍ଡପରେ ସ୍ଥାପନ କରାଯିବ। ଅଷ୍ଟମୀ ପୂଜା ସାଧାରଣ ପୂଜା ସହ ସନ୍ଧିପୂଜା କରାଯିବ। ନବମୀ ପୂଜା ପରେ ଦଶମୀ ପୂଜା କରାଯିବ। ଅନୁଗୋଳରେ ଶିମିଳପଡ଼ା ପୂଜା ମଣ୍ଡପ ତାର ସ୍ବତନ୍ତ୍ରତା ବଜାୟ ରଖିଛି। ଅନୁଗୋଳର ପୁରାତନ ମଣ୍ଡପରେ ବଙ୍ଗୀୟ ରୀତିନୀତିରେ ପୂଜାଚ୍ଚନା କରାଯିବ, ଯାହା ଅନୁଗୋଳର ଅନ୍ୟ କୌଣସି ମଣ୍ଡପରେ କରାଯାଇ ନ ଥାଏ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ୮ ତାରିଖରେ ପୂଜା ଶେଷ ପରେ ସହରରେ ୯ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ସେଣ୍ଟ୍ରାଲ ପୂଜା କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ନେଇ ଏବିଭିପିର ଏତଲା

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ବୁଧବାର ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ସାରା ରାଜ୍ୟରେ ଚର୍ଚ୍ଚା...

ପଦ୍ମପୁର ଉପନିର୍ବାଚନ: ଗୁରୁବାର ସକାଳ ୮ରୁ ଭୋଟଗଣତି

ଭୁବନେଶ୍ୱର,୭।୧୨(ବ୍ୟୁରୋ): ଆସିବ ପଦ୍ମପୁର ଉପନିର୍ବାଚନ ଫଳାଫଳ। କଡ଼ା ସୁରକ୍ଷା ମଧ୍ୟରେ ଗୁରୁବାର ଭୋଟ୍‌ ଗଣତି କରାଯିବ। ସକାଳ ୮ଟାରୁ ଗଣତି ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ...

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ସ୍ଥଗିତ

ପୁରୀ,୧।୮(ଅଜିତ ମହାନ୍ତି):ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ହେବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ସ୍ଥଗିତ ହୋଇଥିବା ନେଇ ବିଶେଷ...

ପୂର୍ବତନ କୋକସରା ଯୋଗାଣ ନିରୀକ୍ଷକଙ୍କୁ ୫ ବର୍ଷ ଜେଲ ଦଣ୍ଡା ଦେଶ

ଭବାନୀପାଟଣା,୨୩।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା କୋକସରା ବ୍ଲକର ପୂର୍ବତନ ଯୋଗାଣ ନିରୀକ୍ଷକ ମନୋଜ କୁମାର ପ୍ରଧାନଙ୍କୁ ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି।...

କୋଭିଡ୍‌ ହସ୍ପିଟାଲରେ ରୋଗୀଙ୍କ ସହ ନୃତ୍ୟ ମହଙ୍ଗା ପଡ଼ିଲା: ନିଲମ୍ବିତ ହେଲେ ନାଲ୍‌କୋ କର୍ମଚାରୀ

ଜୟପୁର,୧୯। ୭(ଡି.ଏନ.ଏ.)-କୋରାପୁଟ ଜିଲାର ଜୟପୁର କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଥିବା କେତେଜଣ ରୋଗୀ ନିକଟରେ ନୃତ୍ୟ କରିଥିଲେ। ଏହାର ଭିଡିଓ ଭାଇରାଲ ହୋଇଥିଲା। ଏହି ନୃତ୍ୟ...

ଗୁଣାତ୍ମକ ଶିକ୍ଷାରେ ଜିଲା ପଛୁଆ: ମାଟ୍ରିକ ପରୀକ୍ଷାରେ ୪୦୦୦ ପିଲା ଫେଲ୍‌

ଢେଙ୍କାନାଳ ଅଫିସ, ୩୦ା୫: ଗୁଣାତ୍ମକ ଶିକ୍ଷାରେ ପଛରେ ପଡ଼ିଛି ଢେଙ୍କାନାଳ ଜିଲା। ମାଟ୍ରିକ ପରୀକ୍ଷାରେ ୪ ହଜାର ପିଲା ଅକୃତକାର୍ଯ୍ୟ ହେବା ପରେ ଏପରି ଚିତ୍ର...

୨୬ରୁ ମାଟ୍ରିକ୍‌ ଖାତା ମୂଲ୍ୟାୟନ

ଭୁବନେଶ୍ୱର,୨୧।୫(ବ୍ୟୁରୋ): ଆସନ୍ତା ୨୬ରୁ ମାଟ୍ରିକ୍‌ ଖାତା ମୂଲ୍ୟାୟନ କରାଯିବ। ଏନେଇ ଗୁରୁବାର ଅପରାହ୍ନରେ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବ ନିର୍ଦ୍ଧାରିତ ମୂଲ୍ୟାୟନ କେନ୍ଦ୍ରରେ...

ଦିନିକିଆ ଅଧିବେଶନ, ଯୋଗଦେବେ ୩୦% ସଦସ୍ୟ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ବିଧାନସଭାର ବଜେଟ ଅଧିବେଶନ ସୋମବାର ଲୋକସେବା ଭବନର ନୂତନ କନ୍‌ଭେନ୍‌ଶନ ବିଲ୍ଡିଂରେ ଅନୁଷ୍ଠିତ ହେବ। ଏହି ଅଧିବେଶନରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବ୍ୟୟ...

Advertisement
Archives

Model This Week