ଆଜି ମକର: ନିଆରା ଗଣପର୍ବ

ସକଳ ଶକ୍ତିର ଆଧାର ସୂର୍ଯ୍ୟ। ସୂର୍ଯ୍ୟଦେବଙ୍କୁ ଆରାଧନାର ପବିତ୍ର ଦିନ ଭାବେ ବିବେଚିତ ମକର ସଂକ୍ରାନ୍ତି। ମୟୂରଭଞ୍ଜ ଜିଲାରେ ଏକ ନିଆରା ଢଙ୍ଗରେ ପାଳିତ ହୋଇଥାଏ ଏହି ଗଣପର୍ବ। ମକର ଦିନ କୁଡୁମୀ ସମ୍ପ୍ରଦାୟରେ ଲୋକେ କରିଥାନ୍ତି ଏକ ସ୍ବତନ୍ତ୍ର ପୂଜା। ଏହାକୁ କୁହାଯାଏ ଟୁସୁ ପୂଜା ବା ଟୁସୁ ପର୍ବ।
ଟୁସୁଦେବୀ କୁଡୁମୀ ସମ୍ପ୍ରଦାୟର ଇଷ୍ଟ ଦେବୀ। ଟୁସୁ ପୂଜା ସମ୍ପର୍କିତ କୌଣସି ଇତିହାସ ନ ଥିଲେ ରହିଛି ଏକ ପ୍ରବାଦ। ଜନଶ୍ରୁତି ଅନୁସାରେ କୁଡୁମୀ ସମ୍ପ୍ରଦାୟର ଜନୈକ ଜମିଦାରଙ୍କ ଏକମାତ୍ର ଅଲିଅଳି ଝିଅ ଥିଲେ ଟୁସୁ। ଦେଖିବାକୁ ଅପରୂପା ସୁନ୍ଦରୀ। ସେତେବେଳେ ଜିଲାରେ ଚାଲିଥିଲା ମୋଗଲ ଶାସନ । ଟୁସୁଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ଜଣେ ମୋଗଲ ବାଦସାହା ତାଙ୍କୁ ବେଗମ କରିବାକୁ ଚାହିଁଥିଲେ। ହେଲେ ଟୁସୁଙ୍କ ବାପା ଏହାକୁ ଗ୍ରହଣ ନ କରି ତାଙ୍କ ବିବାହ ପାଇଁ ଏକ ବରପାତ୍ର ଯୋଗାଡ କରିଥିଲେ। ଏକଥା ଜାଣିବାପରେ ମୋଗଲ ବାଦସାହା ରାଗି ଯାଇ ଟୁସୁଙ୍କ ଭାବୀ ବରକୁ ହତ୍ୟା କରିବା ସହିତ ଟୁସୁଙ୍କ ପରିବାରକୁ ନିର୍ଯାତନା ଦେଇଥିଲେ। ହେଲେ ନିଜର ଭାବୀ ସ୍ବାମୀଙ୍କ ହତ୍ୟା ଓ ପରିବାର ସଦସ୍ୟଙ୍କ ଉପରେ ହୋଇଥିବା ନିର୍ଯାତନା ପରେ ବାଦସାହାଙ୍କ କାମୁକ ନଜରରୁ ବଞ୍ଚିବାକୁ ଯାଇ ମକର ସଂକ୍ରାନ୍ତି ଦିନ ହିଁ ଟୁସୁ ସ୍ଥାନୀୟ ଏକ ନଦୀକୁ ଡେଇଁ ଆତ୍ମହତ୍ୟା କରି ନିଜ ସତୀତ୍ୱକୁ ରକ୍ଷା କରିଥିଲେ। ସେହିଦିନ ଠାରୁ କୁଡୁମୀ ସମ୍ପ୍ରଦାୟ ପକ୍ଷରୁ ଟୁସୁଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ମକର ସଂକ୍ରାନ୍ତି ଦିନ ଟୁସୁ ପର୍ବ ପାଳନ କରାଯାଇଥାଏ। ଏହି ପର୍ବକୁ କୁଡୁମୀ ସମ୍ପ୍ରଦାୟର ଲୋକେ ନିଜ ସମ୍ପ୍ରଦାୟର ଜାତୀୟ ପର୍ବ ଭାବେ ଚିତ୍ରଣ କରିଥାନ୍ତି।
ଉଲ୍ଲେଖଯୋଗ୍ୟ ଯେ, ମକର ସଂକ୍ରାନ୍ତି ପୂର୍ବ ଦିନକୁ ମକର ବାଉଣ୍ଡି କୁହାଯାଏ। ଏହି ଦିନ ମକର ପର୍ବ ପାଇଁ ବିଭିନ୍ନ ପ୍ରକାର ସରଞ୍ଜାମ ପ୍ରସ୍ତୁତି କରାଯାଇଥାଏ। ବିଧି ଅନୁସାରେ ଅବିବାହିତ ଝିଅମାନେ ନିଜକୁ ପ୍ରସ୍ତୁତ କରିଥାନ୍ତି। ପ୍ରତ୍ୟେକ ଦଳରେ ୪ ଜଣ ଅବିବାହିତ ଝିଅ ଟୁସୁ ଦେବୀଙ୍କ ପ୍ରତିମୂର୍ତ୍ତି ନିକଟରେ ପୌରାଣିକ ଗାଥା ଉପରେ ଆଧାରିତ ବିଭିନ୍ନ ପ୍ରକାରର ଗୀତ ଗାଇ ଥାଆନ୍ତି। ଏହା ପରେ ଟୁସୁଦେବୀଙ୍କୁ ଘରକୁ ନେଇ ସ୍ବତନ୍ତ୍ର ସ୍ଥାନରେ ରଖିଥାଆନ୍ତି। ରାତିରେ ମକର ଚାଉଳ ତଥା ପିଠାପଣା ଆଦି ଟୁସୁ ଦେବୀଙ୍କୁ ସମର୍ପଣ କରି ଆରାଧନା କରି ଥାଆନ୍ତି। ସାରାରାତି ଅନିଦ୍ରା ହୋଇ ପାରମ୍ପରିକ ଗୀତ ଓ ନୃତ୍ୟରେ ମସ୍‌ଗୁଲ ଥାଆନ୍ତି। ରାତ୍ରର ଚତୁର୍ଥ ପ୍ରହରରେ ମକର ପର୍ବକୁ ସ୍ବାଗତ କରିଥାଆନ୍ତି। ସେହିପରି ମକର ସଂକ୍ରାନ୍ତିକୁ ଚାଉଣ୍ଡି କୁହାଯାଏ। ଏହି ଦିନ ପାରମ୍ପରିକ ପୂଜା ଓ ଗୀତ ଗାଇ ଟୁସୁ ଦେବୀଙ୍କୁ ନଦୀ କିମ୍ବା ପୋଖରୀରେ ବିସଜର୍ର୍ନ କରିଥାନ୍ତି। ସେହିଭଳି ମକର ସଂକ୍ରାନ୍ତିର ପର ଦିନକୁ ମକର ଧାଉଣ୍ଡି କୁହାଯାଏ। ଏହି ଦିନ ଠାରୁ କିଛି ଦିନ ପର୍ଯ୍ୟନ୍ତ ଏହି ସମ୍ପ୍ରଦାୟର ଲୋକେ ମଉଜ ମଜଲିସ କରିଥାଆନ୍ତି। ଏସମୟରେ ଜିଲାର ବିଭିନ୍ନ ସ୍ଥାନରେ ମକର ମେଳା, କ୍ରୀଡ଼ା ପ୍ରତିଯୋଗିତା, କୁକୁଡ଼ା ଲଢ଼େଇ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ।
-ରବିନାରାୟଣ ଚଲାନ, ବାରିପଦା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?