Posted inଖେଳ

ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଆରମ୍ଭ ହେବ ମ୍ୟାଚ୍‌

ମୁମ୍ବାଇ,୩।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଆଜିଠାରୁ ଆରମ୍ଭ ହେଉଛି। ସିରିଜର ପ୍ରଥମ ମ୍ୟାଚ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ। ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଟିମ ଇଣ୍ଡିଆର ଅଧିନାୟକ ହେବେ। ଏଥିସହ ରୋହିତ ଶର୍ମା, ବିରାଟ କୋହଲି, କେ.ଏଲ ରାହୁଲ ଏବଂ ରିଷଭ ପନ୍ତଙ୍କ ଭଳି ଖେଳାଳି ଟି-୨୦ ସିରିଜରେ ଦଳର ଅଂଶ ହେବେ ନାହିଁ। ଏହା ପରେ ରୋହିତ ଶର୍ମା ଏକଦିବସୀୟ ସିରିଜରେ ଦଳର ଦାୟିତ୍ୱ ଗ୍ରହଣ କରିବେ।
ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏହି ମ୍ୟାଚ ଭାରତୀୟ ସମୟ ସା ୭ଟାରୁ ଆରମ୍ଭ ହେବ। ଏଥି ସହିତ ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ଏହି ମ୍ୟାଚ ସିଧା ପ୍ରସାରଣ ହେବ। ଦର୍ଶନମାନେ ଡିଜ୍‌ନୀ ପ୍ଲସ ହଟଷ୍ଟାରରେ ଲାଇଭ ଷ୍ଟ୍ରିମିଂ ଦେଖିପାରିବେ। ଏହା ବ୍ୟତୀତ ପ୍ରଶଂସକମାନେ ଡିଡି ସ୍ପୋର୍ଟସରେ ମାଗଣା ଲାଇଭ ପ୍ରସାରଣ ଦେଖିପାରିବେ। ତେବେ ଉଭୟ ଦଳ ଏହି ମ୍ୟାଚ ପାଇଁ ପ୍ରସ୍ତୁତ ଅଛନ୍ତି। ଭାରତୀୟ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଥିବାବେଳେ ଦାଶୁନ ଶାନାକା ଶ୍ରୀଲଙ୍କା ଦଳର ନେତୃତ୍ୱ ନେବେ।
ଭାରତ ଏବଂ ଶ୍ରୀଲଙ୍କାର ଦଳ ଏପର୍ଯ୍ୟନ୍ତ ଟି-୨୦ ୨୬ ଥର ମୁହାଁମୁହିଁ ହୋଇଛନ୍ତି। ଏହି ୧୭ଟି ମ୍ୟାଚରେ ଭାରତୀୟ ଦଳ ଜିତିଥିବାବେଳେ ୮ଟି ମ୍ୟାଚ ଶ୍ରୀଲଙ୍କା ସପକ୍ଷରେ ଯାଇଛି। ଏଥି ସହିତ ଟିମ ଇଣ୍ଡିଆ ୱାଙ୍ଖେଡେରେ ଚାରୋଟି ଟି-୨୦ ମ୍ୟାଚ ଖେଳିଛି। ଏଠାରେ ଭାରତକୁ ଦୁଇଟିରେ ବିଜୟ ଏବଂ ଦୁଇଟିରେ ପରାଜୟର ସାମ୍ନା କରିବାକୁ ପଡିଛି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାତୀୟ ସନ୍ତରଣରେ ଓଡ଼ିଶାର ଚମକ

କଳିଙ୍ଗ ଷ୍ଟାଡିୟମରେ ଜାତୀୟ ସନ୍ତରଣ ର଼୍ୟାଙ୍କିଙ୍ଗ୍‌ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ପ୍ରତିଯୋଗୀମାନେ ୧୭ ପଦକ ଜିତି ରାଜ୍ୟକୁ ଗର୍ବିତ କରିଛନ୍ତି। ସ୍ବର୍ଣ୍ଣିମ ସଫଳତା...

VIDEO:ସୂର୍ଯ୍ୟକୁମାର ଲଗାତର ଚୌକା ମାରୁଥିବା ଦେଖି ରାଗିଗଲେ ରଶିଦ: ଦେଲେ ଏମିତି ଧମକ

ନୂଆଦିଲ୍ଲୀ,୨୧।୯: ଟି-୨୦ ବିଶ୍ୱକପ ୨୦୨୪ରେ ଗୁରୁବାର ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ସୁପର-୮ ରାଉଣ୍ଡରେ ୪୭ ରନରେ ବିଜୟ ହାସଲ କରିଥିଲା।...

ମହମ୍ମଦ ସାମିଙ୍କୁ ବିବାହ କରିବେ କି ସାନିଆ ମିର୍ଜା: ଭାଇରାଲ ହେଉଛି ଫଟୋ

ନୂଆଦିଲ୍ଲୀ,୨୧।୬: ଭାରତୀୟ ଦ୍ରୁତ ବୋଲର୍‌ ମହମ୍ମଦ ଶାମି ଏବଂ ପୂର୍ବତନ ଟେନିସ ଖେଳାଳି ସାନିଆ ମିର୍ଜା ଖୁବ୍‌ଶୀଘ୍ର ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ଏପରିକି...

ଗମ୍ଭୀର ନୁହେଁ, ଏହି କ୍ରିକେଟର୍‌ ହେବେ ଟିମ୍‌ ଇଣ୍ଡିଆର କୋଚ!

ନୂଆଦିଲ୍ଲୀ,୨୧।୬: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚଙ୍କୁ ନେଇ ଆଜିକାଲି ଚର୍ଚ୍ଚା ହେଉଛି। ଟିମ ଇଣ୍ଡିଆ ଆଜିକାଲି ଟି-୨୦ ବିଶ୍ୱକପ ୨୦୨୪ ଖେଳୁଛି। ଏହି ବିଶ୍ୱକପ...

ଟି-୨୦ ବିଶ୍ୱକପ୍‌ରେ ବଡ଼ ରେକର୍ଡ ହାସଲ କଲା ଟିମ୍‌ ଇଣ୍ଡିଆ

ବାର୍ବାଡୋଶ୍‌,୨୧।୬: ଟି-୨୦ ବିଶ୍ୱକପ ୨୦୨୪ରେ ଭାରତୀୟ ଦଳର ବିଜୟ ଧାରା ଜାରି ରହିଛି। ଟିମ ଇଣ୍ଡିଆ ଗୁରୁବାର ଆଫଗାନିସ୍ତାନକୁ ୪୭ ରନ୍‌ରେ ପରାସ୍ତ କରିଛି। ଏହି...

ସୁପର୍‌-୮ରେ ଭାରତର ପ୍ରଭାବୀ ବିଜୟ

ବାର୍ବାଡୋସ୍‌,୨୦ା୬: ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଓ ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କ ଘାତକ ବୋଲିଂ ବଳରେ ଆଫଗାନିସ୍ତାନ ବିପକ୍ଷ ଟି୨୦ ବିଶ୍ୱକପ ସୁପର୍‌-୮ ମ୍ୟାଚକୁ ୪୭ ରନ୍‌ରେ ଜିତି...

ନ୍ୟାଶନାଲ କ୍ରିକେଟ ଲିଗ୍‌: ସିଡିଏ ଡିଏଭିର ପ୍ରୀତିଶ ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ

କଟକ,୨୦ା୬(କାର୍ତ୍ତିକ ସାହୁ): କୋଲକାତାରେ ଖେଳାଯାଇଥିବା ନ୍ୟାଶନାଲ କ୍ରିକେଟ ଲିଗ୍‌(ଏନ୍‌ସିଏଲ)ର ଷ୍ଟେଟ ସେଲେକ୍ସନ ମ୍ୟାଚ୍‌ରେ ପ୍ରୀତିଶ ମିଶ୍ର ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। କଟକ ସିଡିଏସ୍ଥିତ ଡିଏଭି...

ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ହାତରେ କଳା ପଟି ବାନ୍ଧି କାହିଁକି ପଡ଼ିଆକୁ ଆସିଲେ ଭାରତୀୟ ଖେଳାଳି, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୦।୬: ଭାରତ ଏବଂ ଆଫଗାନିସ୍ତାନର ଦଳ ଟି -୨୦ ବିଶ୍ୱକପ ୨୦୨୪ ସୁପର ୮ର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ଭାରତୀୟ ଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri