ଆଜି ବିଧାନସଭାର ସ୍ବତନ୍ତ୍ର ଅଧିବେଶନ: ମହିଳା ପ୍ରସଙ୍ଗରେ…

ଭୁବନେଶ୍ୱର,୩୦ା୪(ରବିନାରାୟଣ ଜେନା):ବିଧାନସଭାର ଦିନିକିଆ ସ୍ବତନ୍ତ୍ର ଅଧିବେଶନ ଗୁରୁବାର ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ବିଧାନସଭାକୁ ରଖାଯାଇଛି। ଏହାସହିତ ଲୋୟର ପିଏମ୍‌ଜିରେ ୧୪୪ ଧାରା ଜାରି କରାଯାଇଥିବାବେଳେ ବିଧାନସଭା ଭିତର ଏବଂ ବାହାରେ କଡ଼ା ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି।
ବୁଧବାର ମଧ୍ୟାହ୍ନ ୧୨ଟାରେ ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ ସୁରକ୍ଷା ବ୍ୟବସ୍ଥାର କଡ଼ାକଡ଼ି ଯାଞ୍ଚ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଏହି ସ୍ବତନ୍ତ୍ର ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଏଥିପାଇଁ ୩୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ସହିତ ୧୦୦ ଅଫିସର ମୁତୟନ କରାଯିବ। ଏହାସହ ଷ୍ଟ୍ରାଇକିଂ ଫୋର୍ସ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍‌ସ୍କ୍ବାଡ୍‌, ଅଗ୍ନିଶମ ବିଭାଗ ମଧ୍ୟ ସଜାଗ ରହିବେ। ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭା ଓ ଏହାର ଆଖପାଖ ଅଞ୍ଚଳକୁ ପୋଲିସ ଛାଉଣି କରାଯିବା ସହ ବ୍ୟାରିକେଡିଂ କରାଯାଇଛି। ବିଧାନସଭା ଭିତର ଏବଂ ବାହାରେ ସିସିଟିଭି ଫୁଟେଜ୍‌ ଯେଭଳି ସମ୍ବେଦନଶୀଳ ସ୍ଥାନଗୁଡ଼ିକ ଉପରେ ନଜର ରଖିପାରିବ ତାହାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ତେବେ ଗୃହରେ ପୂର୍ବାହ୍ନ ୧୧ଟାରେ ଗଣତନ୍ତ୍ରରେ ମହିଳାମାନଙ୍କ ଭୂମିକା ଶୀର୍ଷକ ଆଲୋଚନା ହେବ। ସରକାରୀ ଦଳ ପକ୍ଷରୁ ଏହି ମୋଶନ ଦିଆଯାଇଥିବାରୁ ଏହାକୁ ନେଇ ବିରୋଧୀ ଏବଂ ଶାସକ ଦଳ ପକ୍ଷରୁ ସଜବାଜ ଆରମ୍ଭ ହୋଇଯାଇଛି।
ଏ ସଂକ୍ରାନ୍ତରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, ଅଦିନ ମେଘ ଭଳି ଭାଜପା ସରକାର ମହିଳା ସୁରକ୍ଷା ପ୍ରସଙ୍ଗରେ ସଂସଦରେ ହାରିଯିବା ପରେ ଏବେ ରାଜ୍ୟ ସରକାର ସ୍ବତନ୍ତ୍ର ଅଧିବେଶନ ଡାକି ନାଟକ କରୁଛନ୍ତି। ମହିଳାମାନଙ୍କୁ ନ୍ୟାୟ ପାଇଁ କଂଗ୍ରେସ ସବୁବେଳେ ତତ୍ପର ରହିଆସିଛି। ତେବେ କେନ୍ଦୁଝରରେ ଜିତୁ ମୁଣ୍ଡା ଯେପରି ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ନିଜ ଭଉଣୀ କଙ୍କାଳ ଧରି ବ୍ୟାଙ୍କ ପର୍ଯ୍ୟନ୍ତ ଗଲେ ଏବଂ ସେଠାରେ ଅଭାବନୀୟ ସ୍ଥିତି ସୃଷ୍ଟିହେଲା, ତାହାକୁ ନେଇ ଗୁରୁବାର କଂଗ୍ରେସ ପକ୍ଷରୁ ବାଚସ୍ପତିଙ୍କୁ ଏକ ନୋଟିସ ଦିଆଯିବ ବୋଲି ସେ କହିଛନ୍ତି। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ସରକାର କେବଳ ମହିଳାମାନଙ୍କ ଉପରେ ଆଲୋଚନା କରିବେ। ଏହା ବାହାରେ ମଧ୍ୟ ହୋଇପାରିଥାନ୍ତା। ଜୟଦେବ ଭବନରେ ବି କରିପାରିଥାନ୍ତେ। କ’ଣ ପାଇଁ ଲୋକଙ୍କ ଝାଳବୁହା ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବେ ତାହା ସରକାର ଜାଣିଥିବେ। ସରକାର ମହିଳା ସଂରକ୍ଷଣକୁ ରାଜନୈତିକ ଦୃଷ୍ଟିରେ ଦେଖୁଛନ୍ତି। ୨୦୨୩ରେ ସଂସଦରେ ସର୍ବସମ୍ମତିକ୍ରମେ ମହିଳା ସଂରକ୍ଷଣ ବିଲ୍‌ ପାରିତ ହୋଇଥିଲା। ଏହାକୁ ତୁରନ୍ତ ଲାଗୁ କରିବା କଥା। ମାତ୍ର ସରକାର ତାକୁ ସ୍ଥଗିତ ରଖି ଏପ୍ରିଲ ୧୬ରେ ଆଣି ପୁଣି ହାରିଲେ। ବିଧାନସଭାକୁ ଆମେ ସମ୍ମାନ ଦେଉଛୁ, ତେଣୁ ସାମିଲ ହେବୁ। ହେଲେ ଏ ବିଧାନସଭା ଡାକିବା ପଛରେ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ରହିଛି। ଆମେ ଶୁଣୁଛୁ, ବିରୋଧୀ ଦଳ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣି ବିରୋଧୀଙ୍କୁ ସମାଲୋଚନା ପାଇଁ ସରକାର ବିଧାନସଭା ଅଧିବେଶନ ଡାକିଛନ୍ତି ବୋଲି ଆଚାର୍ଯ୍ୟ କହିଛନ୍ତି।
ଅନ୍ୟପକ୍ଷରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି, ଓଡ଼ିଶାର ଜନସାଧାରଣ ବୁଝିସାରିଲେଣି ବିରୋଧୀ ମହିଳାଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ। ତାଙ୍କର ଅସଲ ମୁଖା ସଂସଦରେ ଖୋଲି ଯାଇଛି। ଏହି ବିଲ୍‌ ପାରିତ ହୋଇଥିଲେ ବିଧାନସଭା ଓ ସଂସଦରେ ମହିଳାଙ୍କ ପ୍ରତିନିଧିତ୍ୱ ବଢ଼ିଥାନ୍ତା। ହେଲେ ବିରୋଧୀ ଏହାକୁ କରାଇଦେଲେ ନାହିଁ। ପୂର୍ବ ସରକାର ଦୀର୍ଘବର୍ଷ ଧରି ମହିଳାଙ୍କୁ ଭୁଆଁ ବୁଲାଇ ଭୋଟ ନେଉଥିଲେ, ଯାହାର ଅସଲ ମୁଖା ଏବେ ଖୋଲିଯାଇଛି। ଗୁରୁବାର ମହିଳାମାନଙ୍କ ଭୂମିକା ଶୀର୍ଷକ ନେଇ ଆଲୋଚନା ହେବ ବୋଲି ମନ୍ତ୍ରୀ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ମାଡ଼ିଗଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଭୁବନେଶ୍ୱର,୯।୫: ଭୁବନେଶ୍ୱରସ୍ଥିତ ଫାୟାର୍‌ ଷ୍ଟେଶନ ଓଭର୍‌ ବ୍ରିଜ ଉପରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏକ ଦ୍ରୁତଗାମୀ…

ବାକି ଟଙ୍କା ଆଦାୟ କରିବାକୁ ଯାଇ ଅପହରଣ: କେନ୍ଦୁଝରରୁ କଟକ ନେବା ବେଳେ ଶାଳପଡ଼ା ଠାରେ ଧରିଲା ପୋଲିସ, ୨ ଗିରଫ

ହାଟଡିହୀ/ଛେନାପଦୀ,୯।୫ (ଶୁଭକାନ୍ତ ନାୟକ/ନିରାକାର ପରିଡା): ବାକି ଟଙ୍କା ଆଦାୟ କରିବାକୁ ଯାଇ ଜଣେ ବ୍ୟବସାୟୀ ଅପହରଣର ଶିକାର ହୋଇଛନ୍ତି। କେନ୍ଦୁଝରରୁ ଅପହରଣ କରି କଟକ ଅଭିମୁଖେ ନେଇ…

ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ: ଏକାଧିକ ଲକ୍ଷ୍ୟଭେଦର ରହିଛି ଦକ୍ଷତା

ବାଲେଶ୍ୱର,୯ା୫(ବାଞ୍ଛାନିଧି ଦେ): ଭାରତର ପ୍ରତିରକ୍ଷା ବିଭାଗ ଦେଶର ସୁରକ୍ଷା ରଣନୈତିକ କ୍ଷମତାରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ଏହି କ୍ରମରେ ଓଡ଼ିଶା ଉପକୂଳର ଡ.…

ସଞ୍ଜୀବ ଆରୋରା କିଏ? ଇଡି ହେପାଜତରେ ରିଅଲ ଇଷ୍ଟେଟ ଜଗତର ‘ମୁକୁଟହୀନ ସମ୍ରାଟ’ – ତାଙ୍କ ଗିରଫଦାରୀର କାରଣ ଜାଣନ୍ତୁ

ଚଣ୍ଡିଗଡ଼,୯।୫: ପଞ୍ଜାବର ସ୍ଥାନୀୟ ସରକାର ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ସଞ୍ଜୀବ ଆରୋରାଙ୍କୁ ଗିରଫ କରାଯାଇଛି। ରିପୋର୍ଟ ଅନୁଯାୟୀ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ଏକ ଦଳ ଆରୋରାଙ୍କୁ…

‘ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରିବାର ପରମ୍ପରାକୁ ବଜାୟ ରଖିଛି ଭାଜପା’: ସଞ୍ଜୟ ରାଉତଙ୍କ କଡ଼ା ଟାର୍ଗେଟ

ନୂଆଦିଲ୍ଲୀ,୯।୫: ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଗୋଷ୍ଠୀର ନେତା ଏବଂ ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ ଶୁଭେନ୍ଦୁ ଅଧିକାରୀଙ୍କୁ ଚୟନ କରିବା…

ସ୍ପେନରେ ନିଶା କାରବାରକୁ ଶକ୍ତ ଝଟକା, ୪୧ ଟନ କୋକେନ ଜବତ, ୭୭ ଗିରଫ

ମାଡ୍ରିଡ,୯।୫: ସମୁଦ୍ରରେ ନିଶା କାରବାର ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ, ସ୍ପାନିସ ପୋଲିସ ମୋଟ ୪୧ ଟନ କୋକେନ ଜବତ କରିଛି। କେବଳ ଏହି ଅପରେଶନଗୁଡ଼ିକ ମଧ୍ୟରୁ…

ଭଗ୍ନାବସ୍ଥାରେ ପଡ଼ିରହିଛି ବୌଦ୍ଧ ମୂର୍ତ୍ତି: ସୌନ୍ଦର୍ଯ୍ୟକରଣ ପୁନରୁଦ୍ଧାର ଅପେକ୍ଷାରେ ଛତ୍ରପୁର ପୌରପରିଷଦ

ଛତ୍ରପୁର,୯ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରମୁଖ ସହର ତଥା ସଦରମହକୁମା ଛତ୍ରପୁରଠାରେ ଦୀର୍ଘବର୍ଷ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିଲା ଅନେକ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ। ୨୦୧୩ ‘ଫାଇଲିନ’ ମହାବାତ୍ୟା…

ବିପୁଳ ପରିମାଣର ଗଞ୍ଜେଇ ଜବତ: ଏକାବେଳକେ ସ୍ବାମୀଙ୍କ ସହ ୨ ସ୍ତ୍ରୀଙ୍କୁ ମାଡ଼ିବସିଲା ପୋଲିସ…

ପଦ୍ମପୁର ,୮।୫ (ପ୍ରଦୀପ୍ତ ଦାଶ ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଜଗଦଳପୁର ଥାନା ପୋଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି। ଗତ ୪ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri