ଆଜି ନବଯୌବନ ଦର୍ଶନ

ପୁରୀ ଅଫିସ, ୨।୭
ଶେଷ ହୋଇଛି ମହାପ୍ରଭୁଙ୍କ ୧୪ ଦିନର ଅଣସର। ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବା ଲାଗି ପ୍ରସ୍ତୁତ ହୋଇସାରିଛନ୍ତି ଚତୁର୍ଦ୍ଧାବିଗ୍ରହ। ମଙ୍ଗଳବାର ମଧ୍ୟାହ୍ନରେ ଦଇତାପତିମାନେ ଚକା ଅପସାରଣ କରିବା ପରେ ଫିଟିବ ଅଣସର ତାଟି। ଏହାପରେ ଦାରୁବିଗ୍ରହଙ୍କ ନବଯୌବନ ଦର୍ଶନ ମିଳିବ। ଅନ୍ୟପଟେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି ରଥ ନିର୍ମାଣ କାର୍ଯ୍ୟ। ବୁଧବାର ମହାପ୍ରଭୁଙ୍କ ଆଜ୍ଞାମାଳ ମିଳିବା ପରେ ରଥଖଳାରୁ ସିଂହଦ୍ୱାର ଅଭିମୁଖେ ଗଡ଼ିିବ ତିନିରଥ। ଗୁରୁବାର ରଥଯାତ୍ରା। ଚତୁର୍ଦ୍ଧାବିଗ୍ରହ ରଥରେ ବିଜେ ହୋଇ ନବଦିନାତ୍ମକ ଯାତ୍ରାରେ ଯିବେ ଜନ୍ମବେଦୀ।
ମଙ୍ଗଳବାର ଅପରାହ୍ନ ସାଢେ ୨ଟାରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଆରମ୍ଭ ହେବ। ପରିମାଣିକ ଦର୍ଶନ ପରେ ଭକ୍ତଙ୍କ ସାହାଣମେଲା ତଥା ସର୍ବସାଧାରଣ ଦର୍ଶନ ହେବ। ଅପରାହ୍ନ ସାଢେ ୨ଟାରୁ ସାଢେ ୩ଟା ପର୍ଯ୍ୟନ୍ତ ପରିମାଣିକ ଦର୍ଶନ ଚାଲିବ। ପରିମାଣିକ ଟିକେଟ ମୂଲ୍ୟ ୧୦୦ ଟଙ୍କା ରଖାଯାଇଛି। ଗତବର୍ଷ ଅପେକ୍ଷା ଏଥର ୫୦ ଟଙ୍କା ବୃଦ୍ଧି କରାଯାଇଛି। ସୋମବାର ଶ୍ରୀମନ୍ଦିର ସୂଚନା କେନ୍ଦ୍ରରେ ପରିମାଣିକ ଟିକେଟ ବିକ୍ରି ଆରମ୍ଭ ହୋଇଛି। ପ୍ରାୟ ୫ହଜାର ଟିକେଟ ବିକ୍ରି ଲାଗି ସ୍ଥିର ହୋଇଛି। ପରିମାଣିକ ଟିକେଟଧାରୀ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିବେ। ଭିତରକାଠ ନିକଟରେ ଟିକେଟଧାରୀ ଦର୍ଶନ କରିବେ। ସାଢେ ୩ଟାରୁ ସାଢେ ୪ଟା ପର୍ଯ୍ୟନ୍ତ ଭିତରକାଠ ନିକଟରୁ ସର୍ବସାଧାରଣ ବା ସାହାଣମେଲା ଦର୍ଶନ ହେବ। ଏହି ସମୟରେ ଶ୍ରଦ୍ଧାଳୁ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯିବେ ଏବଂ ଅନ୍ୟ ତିନିଦ୍ୱାର ଦେଇ ବାହାରକୁ ବାହାରିବେ।

ଖଳି ଲାଗିହେଲେ ମହାପ୍ରଭୁ

ଶ୍ରୀମନ୍ଦିରରେ ସୋମବାର ମହାପ୍ରଭୁଙ୍କ ଖଳିଲାଗି ହୋଇଛି। ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ରଙ୍କ ସୂଚନା ମୁତାବକ, ରବିବାର ରାତିରେ ମହାପ୍ରଭୁଙ୍କ ଘଣା କଟାଯାଇଥିଲା। ଏହାପରେ ପ୍ରଧାପନ ବୁଣାଟ ହୋଇ ଘଣାଲାଗି କରାଯାଇଥିଲା। ପାଟରା ସେବକଙ୍କଠାରୁ ଆସିଥିବା ନାଗନାଗୁଣୀ ଘଣା ଦାରୁବିଗ୍ରହଙ୍କ ଶରୀର (ପେଟ ଓ ଶ୍ରୀପୟର)ରେ ଲାଗି କରାଯାଇଥିଲା। ଗଡ଼ାବସ୍ତ୍ର ଦିଆଯାଇ ସିଲ୍‌ କରାଯାଇଥିଲା। ଏହି ନୀତି ବଢିବା ପରେ ଅଣସର ଶୁଦ୍ଧ ସୁଆରଙ୍କ ଘରୁ ଖଳି ହାଣ୍ଡି ଅଣାଯାଇ ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଇଥିଲା। ଏହାପରେ ଶ୍ରୀମୁଖ ଓତା କପଡ଼ା ପକାଯାଇଥିଲା। ଏହି ନୀତି ସମ୍ପନ୍ନ ପରେ ଦତ୍ତମହାପାତ୍ରଙ୍କ ଘରୁ ଅଣାଯାଇଥିବା ଖଡ଼ି ଲାଗି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ଉପମୁଖ୍ୟମନ୍ତ୍ରୀ: କୃଷି କାର୍ଯ୍ୟର ସମୀକ୍ଷା କରି କହିଲେ ଅସ୍ବାଭାବିକ ମୌମୁମୀ ପରିସ୍ଥିତିର ସମ୍ଭାବନାକୁ…

କେନ୍ଦୁଝର,୨୧ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରବିବାର କେନ୍ଦୁଝର ଜିଲା ଗସ୍ତ କରି ବିଭିନ୍ନ କୃଷି…

ନିଶାଖୋର ପୁଅ ପାଇଁ ଆତ୍ମହତ୍ୟା କରିଦେଲେ ମା’-ବାପା! ଘର ଭିତରୁ ପୋଲିସ…

ପୁରୀ,୨୧ା୬(ଅଜିତ କୁମାର ମହାନ୍ତି): ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ସେନାପତି ବଗିଚା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ରବିବାର ଦେଖିବାକୁ ମିଳିଛି। ଘର ଭିତରୁ ପୋଲିସ ଦମ୍ପତିଙ୍କ…

ନୂଆପଡ଼ାରେ ସକାଳୁ ସ୍କୁଲ ଆସିବେ ପିଲା

ନୂଆପଡ଼ା,୨୧ା୬(ମକାରୁ ବେମାଲ): ନୂଆପଡ଼ା ଜିଲାରେ ସକାଳୁଆ ସ୍କୁଲ ଅବଧି ବଢ଼ିଛି। ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହେବାକୁ ଜିଲାପାଳ ନିଷ୍ପତ୍ତି ନେଇଛନ୍ତି। ହିଟ ଓ୍ବେଭ୍‌…

ଇପିଏଫ୍‌ଓ ୩.୦ରେ ବଡ଼ ପରିବର୍ତ୍ତନ! ଆଉ ୭୫% ନୁହେଁ, ଏଣିକି ବିନା କାରଣରେ ବି ଉଠାଇ ପାରିବେ ପୁରା PF ଟଙ୍କା

ନୂଆଦିଲ୍ଲୀ,୨୧।୬: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର ସଦସ୍ୟମାନଙ୍କ ପାଇଁ ‘EPFO 3.0’ ଅଧୀନରେ ଅନେକ ସହଜ ଓ ସୁବିଧାଜନକ ନିୟମ ଆଣିବାକୁ ଯାଉଛି। ଏହି…

ଗଞ୍ଜାମ କଲେଜରେ ଅନ୍ତର୍ଜାତୀୟ ଯୋଗ ଦିବସ

ଗଞ୍ଜାମ, ୨୧।୬ (ବିଦ୍ୟାଧର ସାହୁ): ଗଞ୍ଜାମ କଲେଜ ପରିସରରେ ରବିବାର ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା। କଲେଜର ଅଧ୍ୟକ୍ଷା ଡ଼. ସ୍ମରଣିକା ହୋତାଙ୍କ ସମେତ ୮୦ରୁ…

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦିନିକିଆ ଦଳ ଘୋଷଣା: ବିରାଟଙ୍କ ପ୍ରତ୍ୟାବର୍ତ୍ତନ, ଯଶସ୍ୱୀ ବାଦ୍

ନୂଆଦିଲ୍ଲୀ,୨୧।୬: ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ରବିବାର, ୨୧ ଜୁନ୍‌ରେ ୧୫ ଜଣିଆ ଭାରତୀୟ ଦିନିକିଆ (ODI) ଦଳ ଘୋଷଣା କରିଛି।…

ଦିଗପହଣ୍ଡି ମିନି ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦେଲେ ବିଧାୟକ ସିଦ୍ଧାନ୍ତ     

ଦିଗପହଣ୍ଡି,୨୧|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ ଆୟୋଜିତ…

ଯୋଗ ଦିବସ,ସୁସ୍ଥ ରହିବା ପାଇଁ ଯୋଗ ନିହାତି ଆବଶ୍ୟକ : ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ

ଭଞ୍ଜନଗର, ୨୧।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗରସ୍ଥିତ ବେଲେଶ୍ୱର ପୀଠରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri