ଆଜି ଗର୍ଭଗୃହ ଯାଞ୍ଚ କରିବେ ବିଶେଷଜ୍ଞ

ପୁରୀ ଅଫିସ,୬ା୭: ଘୋଷଯାତ୍ରାରେ ଯାଇ ଏବେ ଆଡ଼ପମଣ୍ଡପରେ ମହାପ୍ରଭୁ। ନଅଦିନ ବ୍ୟାପୀ ଜନ୍ମବେଦିରେ ଅବସ୍ଥାନ କରିବେ। ଏହି ସମୟ ମଧ୍ୟରେ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କରାଯିବ। ଗର୍ଭଗୃହର ପ୍ରଥମ ଓ ଦ୍ୱିତୀୟ ମହଲା ଯାଞ୍ଚ ଲାଗି ଶୁକ୍ରବାର ଭାରା ବନ୍ଧା କାମ ସରିଛି। ଯାଞ୍ଚ କରିବାକୁ ଥିବା କମିଟି ମଧ୍ୟରେ ରୁର୍‌କିସ୍ଥିତ ସେଣ୍ଟ୍ରାଲ ମାଇନିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ(ସିବିଆର୍‌ଆଇ)ର ବିଶେଷଜ୍ଞମାନେ ସାମିଲ ଅଛନ୍ତି। ଶନିବାର ପୂର୍ବାହ୍ନ ୧୦ଟାରେ ଏହି ଯାଞ୍ଚ ହେବ। ସିବିଆର୍‌ଆଇର ବିଶେଷଜ୍ଞ ଅଞ୍ଚଲ ମିତ୍ତଲ, ଏଏସ୍‌ଆଇର ଅଧୀକ୍ଷଣ ଯନ୍ତ୍ରୀ (ଦିଲ୍ଲୀ) ଅତୁଲ କୁଲକର୍ଣ୍ଣିଙ୍କ ସମେତ ଶ୍ରୀଜଗନ୍ନାଥ ମନ୍ଦିର ବୈଷୟିକ କୋର୍‌ କମିଟି, ଶ୍ରୀମନ୍ଦିର ଅଧିକାରୀ ଓ ଇଞ୍ଜିନିୟର, ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଅନୁଧ୍ୟାନ କରିବେ। ଜଗମୋହନ ପୋର୍ଟାଲ ଫ୍ରେମ୍‌ରେ ଲାଗିଥିବା ଲୋଡ୍‌ସେଲ, ନାଟମଣ୍ଡପ ବିମ୍‌ରେ ଲାଗିଥିବା ସେନ୍‌ସର ସ୍ଥିତି ପରଖିବେ। ଏତଦ୍‌ବ୍ୟତୀତ ଗର୍ଭଗୃହ ବାୟୁ ସଞ୍ଚାଳନ ବ୍ୟବସ୍ଥାର ମଧ୍ୟ ଯାଞ୍ଚ କରାଯିବ। ଭୋଗ ମଣ୍ଡପ ଚଟାଣ ଓ ରୋଷଘର କାମ ମଧ୍ୟ ହେବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନେ କମୁଛି ଦିନେ ବଢ଼ୁଛି : ଆଜି ରାଜ୍ୟରେ ୨୨୮ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୩୦।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୨୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୫ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

କମୁଛି କରୋନା ଗ୍ରାଫ୍‌ : ଅଳ୍ପ ଦିନ ଭିତରେ ସମ୍ପୂର୍ଣ୍ଣ ଭଲ ସ୍ଥିତିକୁ ଫେରିବା

ଭୁବନେଶ୍ୱର,୧।୨(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣର ଗତି ଲଗାତାର ଭାବେ କମି ଚାଲିଛି । ଏହାକୁ ମାାନିଲେ ଆଗକୁ ଏହି ଟ୍ରେଣ୍ଡ ଜାରି ରହିବ। ବହୁତ ଅଳ୍ପ...

ସାର୍ଟିଫିକେଟ୍‌ ପିଛା ହଜାରେରୁ ୧୫ଶହ ନେଉଥିଲେ ପ୍ରଧାନ ଶକ୍ଷୟିତ୍ରୀ

ମାଲକାନଗିରି,୧୧।୮(ଡି.ଏନ.ଏ.): ମାଲକାନଗିରି ଜିଲା ସିନ୍ଧ୍ରିମାଳ କସ୍ତୁରବା ଗାନ୍ଧୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ନାୟକ ମୋ ସ୍କୁଲ ଅଭିଯାନ ନାମରେ ଅର୍ଥ ଆଦାୟ କରୁଥିବା ଅଭିଯୋଗ...

ଜୁନିୟର ହକି ବିଶ୍ୱକପ ଉଦ୍‌ଘାଟିତ

ଭୁବନେଶ୍ୱର,୨୫ା୧୧(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ହକି ଇତିହାସରେ ଯୋଡ଼ିହୋଇଛି ଏକ ନୂଆ ଫର୍ଦ୍ଦ। କଳିଙ୍ଗ ଷ୍ଟାଡିୟମରେ ବୁଧବାର ଉଦ୍‌ଘାଟିତ ହୋଇଯାଇଛି ଏଫ୍‌ଆଇଏଚ୍‌ ଓଡ଼ିଶା ହକି ପୁରୁଷ ଜୁନିୟର...

ରାଜ୍ୟରେ ୮୦୦ ଟପିଲା କରୋନା ମୃତ୍ୟୁସଂଖ୍ୟା, ଆଜି ନେଇଛି ୧୬ ଜୀବନ

ଭୁବନେଶ୍ୱର,୨୮ା୯(ବ୍ୟୁରୋ): ସୋମବାର ରାଜ୍ୟରୁ ଆଉ ୧୬ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୧୩କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ସୀମାନ୍ତରେ ପ୍ରବାସୀଙ୍କୁ ଅଟକାଅ: ହାଇକୋର୍ଟ

କଟକ ଅଫିସ,୨୯।୩: ସାରା ବିଶ୍ୱରେ ଏବେ କରୋନା ଆତଙ୍କ। ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ରୋକିବାକୁ ନେଇ ଦେଶକୁ ୨୧...

ବିଜେପୁର ଉପନିର୍ବାଚନ : ପ୍ରଚାର ମୈଦାନରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ବରଗଡ଼ ଅଫିସ,୧୮।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ସନତ କୁମାର ଗଡ଼ତିଆଙ୍କ ପାଇଁ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି।...

ଆଣ୍ଡାମାନ ନିକଟରେ ଦାନା ବାନ୍ଧୁଛି ବାତ୍ୟା

ଭୁବନେଶ୍ୱର,୨୪ା୪(ବ୍ୟୁରୋ)-କରୋନା ସଂକ୍ରମଣ ଆଶଙ୍କାରେ ସମଗ୍ର ଦେଶ ସଙ୍କଟ ଦେଇ ଗତି କରୁଛି। ଏଭଳି ଘଡିସନ୍ଧି ସମୟରେ ସମ୍ଭାବ୍ୟ ବାତ୍ୟା ଡରାଇବା ଆରମ୍ଭ କଲାଣି। ମେ ୩...

Advertisement
Archives

Model This Week