Posted inରାଜ୍ୟ

ଆଜି ଅକ୍ଷୟ ତୃତୀୟା: କରୋନା ପାଇଁ ଅଧୁରା ରହିବ ସୁନା କିଣାବିକା ସ୍ବପ୍ନ

ଭୁବନେଶ୍ୱର,୨୬।୪(ବ୍ୟୁରୋ): ଆଜି ଅକ୍ଷୟ ତୃତୀୟା। ଏହିଦିନଠାରୁ ସୁନା କିଣିବାକୁ ହିନ୍ଦୁ ପରମ୍ପରା ଅନୁଯାୟୀ ଶୁଭ ବୋଲି ବିବେଚନା କରାଯାଏ। ସୁନା କିଣି ଘରକୁ ଆଣିଲେ ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ୱାସ ରହିଛି। ଏଥିପାଇଁ ଲୋକେ ପ୍ରତିବର୍ଷ ଅକ୍ଷୟ ତୃତୀୟାରେ କିଛିନା କିଛି ସୁନା କିଣିବାକୁ ମନସ୍ଥ କରିଥାନ୍ତି। ସେହିଭଳି ଭଲ ବେପାର ପାଇଁ ସୁନା ବ୍ୟବସାୟୀ ମଧ୍ୟ ଆଶା ରଖି ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର ରଖିବା ସହ ଏହିଦିନକୁ ଅପେକ୍ଷା କରନ୍ତି। ହେଲେ କରୋନା ପାଇଁ ଏସବୁ ସ୍ବପ୍ନ ଅଧୁରା ରହିଯିବ ବୋଲି ଆଶା କରାଯାଉଛି। ଲକ୍‌ଡାଉନ୍‌ ଯୋଗୁ ସମସ୍ତ ସୁନା ଦୋକାନ ଓ ଶୋ’ରୁମ୍‌ ବନ୍ଦ ରହିଥିବାରୁ ଉଭୟ ବ୍ୟବସାୟୀ ଏବଂ ଗ୍ରାହକ ନିରାଶ ହୋଇଛନ୍ତି।

ଫନୀ ପରେ ଭାରି ପଡ଼ିଲା କରୋନା
ଗତବର୍ଷ ମେ’ ୭ ରେ ଅକ୍ଷୟ ତୃତୀୟା ପଡ଼ିଥିବାବେଳେ ଏହା ପୂର୍ବରୁ ଅର୍ଥାତ୍‌ ମେ’ ୩ରେ ବାତ୍ୟା ଫନୀ ଯୋଗୁ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା ଭୁବନେଶ୍ୱର ସମେତ ରାଜ୍ୟର ବହୁ ଅଞ୍ଚଳ। ଏଥିଯୋଗୁ ଅକ୍ଷୟ ତୃତୀୟରେ ସୁନା ବିକ୍ରି ଗଭୀରଭାବେ ପ୍ରଭାବିତ ହୋଇଥିଲା। ଗତବର୍ଷ ହାତବାନ୍ଧି ବସିଥିବା ସୁନା ଦୋକାନୀ ଏବର୍ଷ ଭଲ ବେପାର କରିବାକୁ ଆଶା ରଖିଥିଲେ। ହେଲେ କରୋନା ପାଇଁ ରାଜ୍ୟର ସୁନା ବ୍ୟବସାୟୀଙ୍କୁ ସର୍ବାଧିକ କ୍ଷତି ସହିବାକୁ ପଡିଛି। ଏଭଳି ଅନେକ କାରଣ ପାଇଁ ୨୦୧୬ରୁ ଘରୋଇ ବଜାରରେ ଅକ୍ଷୟ ତୃତୀୟା ସମୟରେ ସୁନା କିଣାବିକା ଗଭୀର ଭାବେ ବାଧାପ୍ରାପ୍ତ ହେଉଥିବା ଜଣାପଡିଛି।

ଅନ୍‌ଲାଇନ୍‌ରେ ସୁନା କିଣା
ଦୋକାନ ବଜାର ବନ୍ଦ ଥିଲେ ମଧ୍ୟ ଘରକୁ ସୁନା ଆଣିବାକୁ ଚାହୁଁଥିବା ଲୋକ ଏହି ଅକ୍ଷୟ ତୃତୀୟାରେ ସୁନା କିଣିପାରିବେ। କୋଭିଡ୍‌-୧୯ ଲକ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ଅଧିକାଂଶ ଜୁଏଲାରି ଏବଂ ବଡ଼ ବଡ଼ ସୁନା ଫ୍ରାଞ୍ଚାଇଜ୍‌ ଚଳିତବର୍ଷ ଶୋ’ ରୁମ୍‌ ପରିବର୍ତ୍ତେ ଅନ୍‌ଲାଇନ୍‌ ସେଲ୍‌ ଆରମ୍ଭ କରିଛନ୍ତି। ଗତ କିଛିଦିନ ହେଲା ଲୋକେ ଅନ୍‌ଲାଇନ୍‌ରେ ସୁନା କିଣୁଥିବାବେଳେ ଅଳଙ୍କାର ଓ କଏନ୍‌ କିଣୁଥିବା ଲୋକ ଲକ୍‌ଡାଉନ୍‌ ଉଠିବା ପରେ ହୋମ୍‌ ଡେଲିଭରି ପାଇବେ। ସେହିଭଳି ଇ-ଗୋଲ୍ଡରେ ଇନ୍‌ଭେଷ୍ଟ କରୁଥିବା ଗ୍ରାହକ ପେଟିଏମ୍‌, ଗୋଲ୍‌ଡରସ୍‌ ସହ ବିଭିନ୍ନ ବ୍ୟାଙ୍କିଙ୍ଗ୍‌ ଆପ୍ଲିକେଶନରେ ଇ-ଗୋଲ୍ଡ କିଣିବାର ଅପସନ୍‌ ପାଇପାରୁଛନ୍ତି। ତେବେ ଏହା କିଣିବା ପୂର୍ବରୁ ସୁନାର ବଜାର ଦର ଠିକ୍‌ଭାବେ ବୁଝିବା ସହ ସାବଧାନତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?