Posted inଖେଳ

ଆଜିର ଦିନରେ କୋଟି କୋଟି ପ୍ରଶଂସକଙ୍କ ହୃଦୟ ଭାଙ୍ଗିଥିଲେ ସଚିନ

ନୂଆଦିଲ୍ଲୀ,୨୩।୩- ଠିକ୍‌ ୧୭ ବର୍ଷ ତଳେ ଅର୍ଥାତ ୨୦୦୩ ମାର୍ଚ୍ଚ ୨୩ ତାରିଖରେ ସଚିନ ତେନ୍ଦୁଲକରଙ୍କ ଯୋଗୁ ଭାଙ୍ଗି ଯାଇଥିଲା କୋଟି କୋଟି ଭାରତୀୟ ପ୍ରଶଂସକଙ୍କ ହୃଦୟ। ସେ ଦିନ ଜୋହାନ୍ସବର୍ଗର ଓ୍ବାଣ୍ଡର୍ସ ଷ୍ଟାଡିୟମ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା ୨୦୦୩ ଆଇସିସି ବିଶ୍ୱକପ୍‌ ଫାଇନାଲ। ଭାରତୀୟ ପ୍ରଶଂସକଙ୍କ ପୂରା ଭରସା ସଚିନଙ୍କ ଉପରେ ଥିଲା। ଦ୍ୱିତୀୟ ଥର ବିଶ୍ୱକପ୍‌ ଜିତିବା ପାଇଁ ଭାରତକୁ ଦରକାର ଥାଏ ୩୬୦ ରନ୍‌। ମାତ୍ର ପ୍ରଥମ ଓଭରରେ ହିଁ ପୂରା ଫର୍ମରେ ଥିବା ସଚିନ (୪) ଆଉଟ୍‌ ହୋଇଥିଲେ। ଆଉ ଭାଙ୍ଗି ଦେଇଥିଲେ ପ୍ରଶଂସକଙ୍କ ମନ। ପରେ ସେହ୍ବାଗ (୮୨) ଗୋଟିଏ ପକ୍ଷରେ ବ୍ୟାଟିଂ ଜାରି ରଖିଥିବାବେଳେ ଅନ୍ୟ ପକ୍ଷରେ ଉଇକେଟ ପତନ ଘଟିଥିଲା। ଫଳରେ ଭାରତ ୩୯.୨ ଓଭରରେ ୨୩୪ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ରାହୁଲ ଡ୍ରାଭିଡ୍‌ ୪୭ , ସୌରଭ ଗାଙ୍ଗୁଲି ୨୪ ଓ ଯୁବରାଜ ସିଂ ୨୪ ରନ୍‌ କରିଥିଲେ। ଅଷ୍ଟ୍ରେଲିଆ କ୍ରମାଗତ ଦ୍ୱିତୀୟ ଥର ବିଶ୍ୱକପ୍‌ ହାତେଇଥିଲା। ଇଭେଣ୍ଟରେ ସର୍ବାଧିକ ରନ୍‌ କରିଥିବା ସଚିନଙ୍କୁ ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ ଲାଗି ଗୋଲ୍ଡେନ ବ୍ୟାଟ୍‌ ପ୍ରଦାନ କରାଯାଇଥିଲା। ପୂର୍ବରୁ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନମାନେ ଭାରତୀୟ ବୋଲରଙ୍କୁ ନିର୍ଦ୍ଧୂମ ଛେଚିଥିଲେ। ଅଧିନାୟକ ରିକି ପଣ୍ଟିଂ(୧୪୦*)ଙ୍କ ଶତକ ବଳରେ ଧାର୍ଯ୍ୟ ୫୦ ଓଭରରେ ୨ ଉଇକେଟ ହରାଇ ୩୫୯ ରନ୍‌ କରିଥିଲା। ଡାମିଏନ ମାର୍ଟିନ ୮୮, ଆଡାମ ଗିଲକ୍ରିଷ୍ଟ ୫୭ ଓ ମାଥ୍ୟୁ ହେଡେନ ୩୭ ରନ୍‌ କରି ଆଉଟ୍‌ ହୋଇଥିଲେ। ଭାରତ ପକ୍ଷରୁ କେବଳ ହରଭଜନ ସିଂ ୨ ଉଇକେଟ ନେଇଥିଲେ। ଜାହିର ଖାଁ, ଜାଭାଗଲ ଶ୍ରୀନାଥ ଓ ଆଶିଷ ନେହେରା ମିଳିତ ଭାବେ ୨୭ ଓଭରରେ ୨୧୧ ରନ୍‌ ବ୍ୟୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁରୁଷ ହକି କ୍ୟାମ୍ପ ଜାନୁୟାରୀ ୫ରୁ

ନୂଆଦିଲ୍ଲୀ, ୩ା୧ (ପି.ଟି.)-ବେଙ୍ଗାଲୁରୁରେ ମଙ୍ଗଳବାରଠାରୁ ଭାରତୀୟ ପୁରୁଷ ହକି ଜାତୀୟ କ୍ୟାମ୍ପ ଆରମ୍ଭ ହେବ। ୩୩ ସମ୍ଭାବ୍ୟ ଖେଳାଳିଙ୍କୁ ନେଇ ଏହା ଆୟୋଜନ ହେବ। ସେମାନଙ୍କ...

ହାତକୁ ଦି ହାତ ହେବେ ଏହି ଭାରତୀୟ କ୍ରିକେଟ ଖେଳାଳି

ଭାରତୀୟ କ୍ରିକେଟ ଖେଳାଳି ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ନିକଟରେ ତାଙ୍କ ନିର୍ବନ୍ଧ ଶେୟ ହୋଇଛି। ଏହାର ଫଟୋ ନିଜ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ...

ନ୍ୟୁଜିଲାଣ୍ଡ ତରଫରୁ ଖେଳିବା ସୁଯୋଗ ଅପେକ୍ଷାରେ କନଓ୍ବେ

ଦୁବାଇ, ୧ା୪ (ପି.ଟି.)-ନ୍ୟୁଜିଲାଣ୍ଡ ତରଫରୁ ଖେଳିବା ଲାଗି ଆଗ୍ରହ ରଖିଛନ୍ତି ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ଡେଭନ କନଓ୍ବେ । ଏଥିପାଇଁ ସେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ...

୮୧ରେ ଅଟକିଲା ଟିମ୍‌ ଇଣ୍ଡିଆ

କଲମ୍ବୋ,୨୯।୭: ଘରୋଇ ଶ୍ରୀଲଙ୍କା ବୋଲରଙ୍କ ଆଗରେ ଧରାଶାୟୀ ହୋଇଛି ଭାରତୀୟ ଦଳର ବ୍ୟାଟିଂ ଲାଇନଅପ୍‌। ୨୦ ଓଭରରେ ୮୧ ରନ୍‌ରେ ଅଟକିଛି ଟିମ୍‌ ଇଣ୍ଡିଆ। ୩...

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଓ୍ବିଲିୟମସନଙ୍କୁ ହଟାଇଲେ ସ୍ମିଥ

ଦୁବାଇ, ୧୭।୬(ପି.ଟି.)- ବୁଧବାର ପ୍ରକାଶିତ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ ବ୍ୟାଟ୍ସମ୍ୟାନ ତାଲିକାର ନମ୍ବର ଓ୍ବାନ ସ୍ଥାନରୁ ନ୍ୟୁଜିଲାଣ୍ଡର କେନ୍‌ ଓ୍ବିଲିୟମସନଙ୍କୁ ହଟାଇଛନ୍ତି ଅଷ୍ଟ୍ରେଲିଆର ଷ୍ଟିଭେନ ସ୍ମିଥ।...

ବୟସକୁ ନେଇ ହେଉଥିଲେ ଟ୍ରୋଲ; ଏବେ କେକେଆର୍‌ର ଅଧିନାୟକ କହିଲେ …

ମମ୍ବାଇ,୭।୪: ବୟସାଗତ ତାରତମ୍ୟକୁ ନେଇ ପ୍ରଥମେ ଟ୍ରୋଲିଂର ଶିକାର ହୋଇଥିଲେ ୪୦ ବର୍ଷୀୟ ହରଭଜନ ସିଂହ। କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ସେ ଆସନ୍ତା ଆଇପିଏଲ୍‌...

ସଚିନଙ୍କୁ ଆଉଟ୍‌ କରିବା ପରେ ଅଟୋଗ୍ରାଫ୍‌ ପାଇଁ ଆସିଥିଲେ ବ୍ରାଡ୍‌ ହଗ୍‌; ବାର୍ତ୍ତା ଦେଖି ହୋଇଥିଲେ ଚକିତ

ନୂଆଦିଲ୍ଲୀ,୧୨।୫: ଭାରତର ମହାନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକରଙ୍କ ବହୁତ ପ୍ରଶଂସକ ଅଛନ୍ତି। ସାଧାରଣ ଲୋକଟିଏ ହେଉ ଅଥବା କ୍ରିକେଟଜଗତ ସହ ଜଡ଼ିତ ବ୍ୟକ୍ତି ସଚିନଙ୍କ ଗୋଟିଏ...

ସିଏସ୍‌କେକୁ ବଡ଼ ଝଟ୍‌କା; ଅଲରାଉଣ୍ଡର ମୋଇନ ଅଲି…

ମୁମ୍ବାଇ,୨୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଚଳିତ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ଲାଗିଛି ବଡ଼ ଝଟ୍‌କା। ଦଳର ଅଲରାଉଣ୍ଡର ମୋଇନ ଅଲି ଆହତ ହେବା...

Advertisement
Archives

Model This Week