ଆଜିର ଅର୍ଥନୀତି/ସର୍ବନାଶର ବାଟ

୧୪ ଏପ୍ରିଲ ପରେ କେନ୍ଦ୍ର ଏବକାର ଲକ୍‌ଡାଉନକୁ ବୃଦ୍ଧି କରିବାର ସମ୍ଭାବନା ରହିଛି। ଅନେକ ରାଜ୍ୟ ସରକାର ଏହା କରିବା ପାଇଁ କେନ୍ଦ୍ର ଉପରେ ଚାପ ପକାଉଛନ୍ତି। ଗୁରୁବାର ଓଡ଼ିଶା ସରକାର ଏପ୍ରିଲ ୩୦ ଯାଏ ଲକ୍‌ଡାଉନକୁ ବଢାଇ ଦେଇଛନ୍ତି। ଦେଶରେ ଏଭଳି କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ। ଓଡ଼ିଶା ଭଳି କେତେକ ରାଜ୍ୟରେ ୨୧ ଦିନିଆ ଲକ୍‌ଡାଉନକୁ ଦୃଢ ଭାବେ ଲାଗୁ କରାଯିବା ଦ୍ୱାରା ଜୀବନଯାତ୍ରା ଠପ୍‌ ହୋଇଯାଇଛି। ଏପରିକି ଲୋକମାନଙ୍କୁ ନିରାଶା ଓ ବିନାଶର କାହାଣୀ କହି ଘରେ ରହିବାକୁ ବାଧ୍ୟ କରାଯାଇଛି। ସବୁଆଡେ ହତାଶା ଖେଳିଯାଇଛି। ଏହା ଲୋକମାନଙ୍କ ମାନସିକ ସ୍ତରରେ ଗଭୀର ପ୍ରଭାବ ପକାଇଛି। ଅନେକେ ମାନସିକ ଭାରସାମ୍ୟ ହରାଇଥିବା ରିପୋର୍ଟ ମଧ୍ୟ ଆସୁଛି। ଭାଇରସ୍‌ ସଂକ୍ରମଣକୁ ରୋକିବା ଲାଗି ସେମାନଙ୍କ ପ୍ରୟାସରେ ସେମାନେ ନୂଆ ରୋଗକୁ ଆହ୍ବାନ କରୁଛନ୍ତି।
ମହାମାରୀ ଏବଂ ଲକ୍‌ଡାଉନ ଅର୍ଥନୀତିକୁ ସର୍ବନାଶ ଆଡକୁ ବାଟ କଢାଇ ନେଇଛି। ଭାରତର ଅଭିବୃଦ୍ଧି ହାର ଆକସ୍ମିକ ଭାବେ ୨.୫ ପ୍ରତିଶତକୁ ହ୍ରାସ ପାଇବ ବୋଲି ବିଶ୍ୱ ବ୍ୟାଙ୍କ୍‌ର ଏକ ଅନୁଧ୍ୟାନ ଭବିଷ୍ୟସୂଚନା ପ୍ରଦାନ କରିଛି । ଅନେକ ଆଭ୍ୟନ୍ତରୀଣ ଅନୁଧ୍ୟାନ ମଧ୍ୟ ଏହି ପୂର୍ବାନୁମାନକୁ ସମର୍ଥନ କରିଛନ୍ତି। ଜାତିସଂଘ ଅନୁମାନ କରିଛି ଯେ, ଭାରତରେ ପ୍ରାୟ ୪୦୦ ମିଲିୟନ ଲୋକ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯିବେ। ଏହି ମହାମାରୀ ୨୦୨୦ର ଦ୍ୱିତୀୟ ତ୍ରୈମାସିକରେ ୬.୭ ପ୍ରତିଶତ ଓ୍ବାର୍କିଂ ଆଓ୍ବାର ନଷ୍ଟ କରିବ ବୋଲି ଆନ୍ତର୍ଜାତିକ ଶ୍ରମ ସଂଗଠନ ( ଆଇଏଲ୍‌ଓ) ଅନୁମାନ କରିଛି। ଏହା ୧୯୫ ମିଲିୟନ ପୂର୍ଣ୍ଣକାଳୀକ କର୍ମଚାରୀଙ୍କ କାଯର୍‌ୟ ଦିବସ ସହ ସମାନ। ମାନବଜାତିର ଇତିହାସରେ ଏହି ଦୁର୍ଗତି ସମୟରେ ସରକାର ପୂରା ଅସହାୟ ଜଣାପଡୁଛନ୍ତି। ଏଭଳି ସଂକଟରୁ ଦେଶକୁ କିପରି ଉଦ୍ଧାର କରିବାକୁ ଚାହଁୁଛନ୍ତିି ସେଥିପାଇଁ କିଛି ଆଗୁଆ ଯୋଜନା ନାହିଁ।
ଭାଇରସ୍‌ ସଂକ୍ରମଣର ବିପର୍ଯ୍ୟୟ ପରେ ବିପତ୍ତିପୂର୍ଣ୍ଣ ବେରୋଜଗାରୀ ସଙ୍କଟ ଏକ ବିରାଟ ଚ୍ୟାଲେଞ୍ଜ ଭାବେ ଉଭା ହୋଇ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବ। ବହୁ ଉଦ୍ୟୋଗ ମୁଖ୍ୟତଃ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ହୁଏତ ବନ୍ଦ ହୋଇଯିବ, ଯାହା ଫଳରେ ଲକ୍ଷ ଲକ୍ଷ କର୍ମଚାରୀ ଜୀବିକା ହରାଇ ରାସ୍ତାରେ ବୁଲିବେ। ବିମୁଦ୍ରୀକରଣ ପରେ ଆମେ ଦେଖିଥିତ୍ବା ସଂଖ୍ୟାଠାରୁ ଏହା ଅନେକ ଗୁଣ ଅଧିକ ହେବ। ଲୋକଙ୍କ ପାଖରେ ଟଙ୍କା ନ ରହିଲେ ବଜାର ଚାହିଦା କମିଯିବ, ଯାହା ନିଶ୍ଚିତ ଭାବେ ଅର୍ଥନୀତିର ସର୍ବନାଶ କରିବ। ଦୁର୍ବଳ ଚାହିଦା ଯୋଗୁ କମ୍ପାନୀଗୁଡିକ କର୍ମଚାରୀଙ୍କୁ ବିଦା କରିସାରିଲେଣି। ଏହାଦ୍ୱାରା ଅନେକ କମ୍ପାନୀ ବନ୍ଦ ହୋଇଯିବ। ମୁମ୍ବାଇସ୍ଥିତ ଏକ ଘରୋଇ ଗବେଷଣା ସଂସ୍ଥା ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମି( ସିଏମ୍‌ଆଇଇ) ଦ୍ୱାରା କରାଯାଇଥିବା ସର୍ଭେରୁ ଜଣାପଡିଛି ଯେ, ଭାରତରେ ୨୧ ଦିନିଆ ଲକ୍‌ଡାଉନ ଲାଗୁ ହେବାର ଦୁଇସପ୍ତାହ ମଧ୍ୟରେ ଚାକିରି ହରାଇବା ହାର ୩୦ ପ୍ରତିଶତ ବଢିଯାଇଛି। ଅନ୍ୟପକ୍ଷରେ ମାର୍ଚ୍ଚ ୨୨ ତାରିଖ ମଧ୍ୟରେ ଏହା ପ୍ରାୟ ୮.୭ ପ୍ରତିଶତ ରହିଥିଲା ଏବଂ ଏହାର ଗୋଟିଏ ସପ୍ତାହ ପୂର୍ବରୁ ଏହା ଥିଲା ୮.୨ ପ୍ରତିଶତ। ସିଏମ୍‌ଆଇଇ ଆକଳନ ଅନୁସାରେ ପୂର୍ବମାସର ଶେଷ ସପ୍ତାହରେ ଦେଶର ମୋଟ୍‌ ବେକାରି ହାର ୨୪ ପ୍ରତିଶତ ପାଖାପାଖି ରହିଛି। ଏହା ୪୩ ମାସ ମଧ୍ୟରେ ସବୁଠୁ ବେଶି। ସ୍ପଷ୍ଟଭାବେ କହିବାକୁ ଗଲେ ଜାନୁୟାରୀଠାରୁ ଅନ୍ତତଃ ୧.୪୫ କୋଟି ଚାକିରି ହରାଇଛନ୍ତି ଏବଂ ବେକାରି ସଂଖ୍ୟା ଦେଶରେ ୬୦ ଲକ୍ଷ ବୃଦ୍ଧି ହୋଇଛି। ସରକାର ଏହି ତଥ୍ୟକୁ ଅସ୍ବୀକାର କରିବା ଭଳି ମନେହେଉଛି। ସରକାର ମଧ୍ୟ ନିକଟ ଅତୀତରେ ଏଭଳି କହିଛନ୍ତି। ସରକାର କହିପାରନ୍ତି , ସିଏମ୍‌ଆଇଇ ଏକ ଘରୋଇ ଗବେଷଣା ସଂସ୍ଥା ଓ ଏହାର ତଥ୍ୟ ଠିକ୍‌ ନୁହେଁ।
ଚାକିରି ଉପରେ ବିନାଶକାରୀ ପ୍ରଭାବ ସହ ଏହି ଲକ୍‌ଡାଉନ ଗ୍ରାମାଞ୍ଚଳ ଅର୍ଥବ୍ୟବସ୍ଥା ଉପରେ, ମୁଖ୍ୟତଃ ଏବର ଅମଳ ସମୟରେ ସମାନ ପ୍ରଭାବ ରହିବ। ଯଦିଓ ଗ୍ରାମାଞ୍ଚଳରେ କୃଷି ଉପରେ କୌଣସି ସରକାରୀ କଟକଣା ନାହିଁ, ତେବେ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଥିବାରୁ କୃଷକଙ୍କ ଆୟ ଉପରେ ଏହା ପ୍ରଭାବ ପକାଇବ। କରୋନା ଭାଇରସକୁ ଏବେ ହରାଇବା ପାଇଁ ସାମାଜିକ ଦୂରତ୍ୱ ପାଳନ କରିବା ଏକମାତ୍ର ଉପାୟ ହୋଇଥିବାରୁ ଏହାକୁ ସୁନିଶ୍ଚିତ କରିବା ଲକ୍‌ଡାଉନର ଲକ୍ଷ୍ୟ। ଏବେ ସାମାଜିକ ଦୂରତ୍ୱ ପାଳନ କରିବା ଉପାୟ ସମ୍ପର୍କରେ ଲୋକମାନଙ୍କୁ ଶିକ୍ଷା ଦିଆଯାଉଛି ଏବଂ ଏହାକୁ ପାଳନ ନ କଲେ କ’ଣ ବିପଦ ରହିଛି ସେ ସମ୍ପର୍କରେ ମଧ୍ୟ ଅବଗତ କରାଯାଉଛି। ସରକାର ଲକ୍‌ଡାଉନ ଉଠାଇ ଦେଇ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦେବା ଉଚିତ। ଯେତେଦିନ ଲକ୍‌ଡାଉନ ଲମ୍ବିବ ଆମ ଅର୍ଥବ୍ୟବସ୍ଥା ଉପରେ ସେତେ ବେଶି ପ୍ରଭାବ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri